ସମାଜ ସହ ଲଢି ସହୀଦ ଜଣେ ବିଧବା କୁ ବିବାହ କରିଲେ ଜଣେ ପୁଅ, ସମସ୍ତଙ୍କୁ ପଢିବା ଦରକାର ଏହି ଦୁହିଁଙ୍କର କାହାଣୀ
ତ୍ୟାଗ କରିବାର ପରିଭାଷା ଯଦି କାହାକୁ ବୁଝିବାକୁ ପଡେ ତେବେ ସେ ହେଲା ଜଣେ ନାରୀ , ସେ ଦୁନିଆଁର ଯେ କୌଣସି କୋଣରେ ରୁହନ୍ତୁ କିମ୍ବା ଯେ କୌଣସି ଧର୍ମର ହେଇଥାନ୍ତୁ , କିନ୍ତୁ ତ୍ୟାଗର ଧର୍ମ ତାଙ୍କୁ ଛୁଆବେଳରୁ ଶିକ୍ଷା ଦିଆଯାଇଥାଏ , ସେଥିପାଇଁ ଜନ୍ମରୁ ନେଇ ମୃତ୍ୟୁ ଯାଏଁ ନିଜ ଖୁସି ଓ ଇଚ୍ଛା ଶକ୍ତିକୁ ବଳିଦାନ ଦେବା ଶିକ୍ଷା ଦେଇଛି ଏହି ନାରୀ , କେବଳ ଭାରତରେ ନୁହେଁ ଦୁନିଆଁର ଯେ କୌଣସି ଜାଗାକୁ ଗଲେ ଆପଣ ଦେଖିପାରିବେ କି ଆପଣଙ୍କୁ ଏପରି ରୀତି ନୀତି ଦେଖିବାକୁ ମିଳିଯିବ , ଯେଉଁଠି ତ୍ୟାଗର ବିଡା କେବଳ ଜଣେ ନାରୀକୁ ଉଠାଇବାକୁ ପଡିଥାଏ , ବହୁତଥର ସେହି ତ୍ୟାଗର ପ୍ରଭାବ ଏତେ ଗଭୀର ହୋଇଥାଏ କି ସେ ବିଚରା ମହିଳାକୁ ପଚାରିବାକୁ ମଉକା ବି ମିଳିପାରେ ନାହିଁ କି ଏମିତି କଣ ପାଇଁ ତା ସହ ହେଉଛି ।
ସଂସ୍କୃତି ଓ ରୀତିନୀତିକୁ ଆଖି ଆଗରେ ରଖି ଏହି ମହିଳାମାନେ ଜୀବନରେ କେବଳ ତ୍ୟାଗ କରିବା ଶିଖିଥାନ୍ତି , ସ୍ୱାମୀର ମୃତ୍ୟୁପରେ ନିଜକୁ ତ୍ୟାଗ ଦେବା ଏକ ଏପରି ତଥ୍ୟ ଯାହା ମହିଳାଙ୍କ ପାଇଁ ଏକ ଅଭିଷପ୍ତ ଜୀବନ ସଦୃଶ ପାଲଟିଛି , କେବଳ ସ୍ୱାମୀର ମୃତ୍ୟୁ ଶୋକ ତାହା ପାଇଁ ଅଧିକା ହୋଇନଥାଏ , ତାହାର ଏକୁଟିଆ ଚଳିବା ତାହାର ଜୀବନକୁ ବହୁତ କଷ୍ଟ ଦେଇଥାଏ । ଏବେ ଗୋଟେ କାହାଣୀ ଆପଣଙ୍କ ଆଗରେ ପରିବେଶଣ କରିବାକୁ ଯାଉଛୁ ଯାହାକୁ ଜଣେ ଆଫାଗାନୀ ଲେଖକ ଶେୟାର କରିଥିଲେ , ଯାହାକି ବହୁତ ପ୍ରେରଣା ଦାୟକ ଅଟେ , ଏହାକୁ ସବୁ ଭାରତୀୟ ପଢିବା ଉଚିତ୍ ।
ଦିନେ ଯେବେ ସଲମାନ ସେହି ଗାଁରେ ରହିବାକୁ ଯାଉଥିଲା ଯେଉଁଠି ସେ ୯ ବର୍ଷ ପୂର୍ବେ ଚାକିରି କରୁଥିଲା , ସେ ନିଜ ଗାଁ ପୁଣି ଫେରୁଥିଲା , ସେ ନିଜ ଗାଁ ବସ୍ ଷ୍ଟାଣ୍ତରେ ଓହ୍ଲାଇ ଏପଟ ସେପଟ ଦେଖିବାକୁ ଲାଗିଲା , ନିଜ ଘରକୁ ଯିବା ପାଇଁ କୌଣସି ଗାଡି ମିଳୁନଥିଲା , ତେବେ ସେ ପାଦରେ ଚାଲିଚାଲି ନିଜ ଘର ଅଭିମୁଖେ ବାହାରି ଆସିଲା , ବାଟରେ ଆସୁଥିବା ବେଳେ ସଲମାନ ମନରେ ଏହି ଉତ୍କଣ୍ଠା ଥିଲା କି ସେ ଏତେ ଦିନପରେ ତା ପରିବାରକୁ ଦେଖିପାରିବ , ଓ ନିଜ ସାଙ୍ଗ ମାନଙ୍କ ସହ ଦେଖା କରିବ , ଓ ସେହି ବ୍ୟକ୍ତି ବି ମିଳିବ ଯିଏ ବହୁ ବର୍ଷ ହେଲା ଭଲ ପାଉଛି , ଏବେ ବି ସେହି ଚେହେରା ତା ଆଖି ଆଗରେ ନାଚି ଉଠୁଛି ।
ସଲମାନ ରାସ୍ତାରେ ଚାଲୁଥିବା ସମୟରେ ଏହା ହିଁ ଭାବୁଥିଲା କି ଯାହାକୁ ସେ ଛୁଆବେଳେ ଭଲ ପାଉଥିଲା ଓ ତାହାର ନାଁ ଅଫସାନା ଥିଲା , ଯାହାକୁ ସେ କେବେ ପାଇବାକୁ ଚାହିଁଥିଲା , ଓ ଅଫସାନା ବି ସଲମାନଙ୍କୁ ନିଜ ଜୀବନସାଥୀ ବୋଲି ମାନିଛି , କିନ୍ତୁ ସଲମାନଙ୍କୁ ଏହା ଡର ଥିଲା କି ଏତେ ବର୍ଷ ହେଲା ସେ ଅଫସାନାଠାରୁ ଦୂରେଇଯାଇଛି ଯଦି ସେ ଅନ୍ୟ କାହାକୁ ବାହା ହୋଇଯାଇଥିବ କିମ୍ବା ସେ ମୋ ଅପେକ୍ଷାରେ ଥିବ , ଓ ଏହା ସବୁ ଭାବି ଭାବି ସଲମାନ ଶେଷରେ ଗାଁରେ ପହଞ୍ଚିଗଲା, ଓ ସେ ଜାଣି ପାରିଲା ନାହିଁ ସମୟ ଚାଲୁ ଚାଲୁ ଶେଷ ହୋଇଯାଇଛି , ତେବେ ସଲମାନ ଦେଖିଲା କି ଅଶ୍ୱତଥ ଗଛ ମୂଳେ ଜଣେ ଧଳା ଶାଢୀ ପିନ୍ଧିକରି ଝିଅଟିଏ ଠିଆ ହୋଇଛି , ଭଲରେ ଦେଖିଲା ପରେ ସେ ଜାଣିପାରିଲା କି ଏହା ସେହି ଚେହେରା ଯାହାକୁ ସେ ବହୁ ଦିନ ହେଲା ଆଖିରେ ବସେଇ ରଖିଛି ।
ସଲମାନ ତୁରନ୍ତ ସେହି ଝିଅ ପାଖକୁ ଯାଇକରି କହିଲା ଅଫସାନା ତମେ , ଓ ଯେବେ ଅଫସାନା ସଲମାନ ଆଡକୁ ଦେଖିଲା ତା ଆଖିରେ ଲୁହର ଧାରା ବୋହିଯାଇଥିଲା , ଓ ସେହି ସମୟରେ ସଲମାନ ଅଫସାନାକୁ ପଚାରିଥିଲା କି ଏମିତି କଣ ହୋଇଗଲା କି ତୁମେ ଗାଁ ବାହାରେ ବସିଛ , ସେତେବେଳେ ପଛରୁ ଗୋଟେ ଡକରା ପଡେ ସଲମାନ , ଓ ଏହି ଡାକ ସଲମାନର ମା ଡାକୁଥିଲେ , ଓ ସେହି ସମୟରେ ଯେବେ ସଲମାନ ପଛକୁ ଦେଖିଲା ସେତେବେଳେ ମା ଦୌଡିକରିଆସି ସଲମାନଙ୍କୁ କୋଳାଇନେଲେ , ତାପରେ ତା ମା କହିଲେ ପୁଅ ତୁ ଏହି ଡାହାଣୀ ସହ କାହିଁକି କଥା ହେଉଛୁ ତାର କୁ ଦୃଷ୍ଟି ତୋ ଦେହରେ ଲାଗିଯିବ , ଚାଲ୍ ତୋ ନଜର ଛଡାଇଦେବି , ଓ ତାପରେ ସଲମାନର ମା ସଲମାନଙ୍କୁ ନେଇ ଚାଲିଗଲେ ।
ମା କଥା ଶୁଣି ସଲମାନ କହିଲା କି ଏହା ତୁମେ କଣ କହୁଛ ମା , ମା କହିଲେ କି ପୁଅ ସେ ଡାହାଣୀ ଅଟେ , ସେ ଦୁଇଟି ସ୍ୱାମୀକୁ ଖାଇ ସାରିଛି , ଓ ଏହା କହି ସେ ସଲମାନଙ୍କୁ ନଜର ଛଡାଇବାକୁ ମସଜିଦ୍ ନେଇଗଲେ । ଓ ମୋଲବି କୁ କହିଲେ କି ନଜର ଛଡାଇଦିଅ , କାରଣ ମୋ ପୁଅ ଦୁଇଟି ସ୍ୱାମୀକୁ ଖାଇ ସାରିଛି , ଓ ଏହି କଥା ଶୁଣିକରି ସଲମାନ ବହୁତ ରାଗିଯାଇଥିଲା , ଓ ସେ ତା ମା କୁ କହିଥିଲା କି ମା ତୁମେ ଏପରି କଣ କହୁଛ , କେବେ କେଉଁ ମଣିଷ ଡାହାଣୀ ହୋଇପାରିବ କି , ଅଫସାନା ତ ତୁମ ଝିଅ ପରି ହେବ , ସେ କିପରି ଡାହାଣୀ ହୋଇପାରିବ ,
ସଲମାନର ମା କହିଲେ କି ପୁଅ ତୁ ଜାଣିନୁ ସେହି ଡାହାଣୀ ନିଜ ସ୍ୱାମୀକୁ ଛାଡିନଥିଲା , ତାର ଅଲକ୍ଷଣିଆ ଚେହେରା ଯିଏ ବି ଦେଖିନିଏ ତେବେ ତାର ପୁରା ଦିନ ବର୍ବାଦ ହୋଇଯାଏ , କିନ୍ତୁ ସଲମାନ କୁ ତାଙ୍କ ମା କଥାର କିଛି ବି ପ୍ରଭାବ ପଡିନଥିଲା , କାରଣ ଜଣେ ଶିକ୍ଷିତ ଓ ଚାଲାକ ଥିଲା ସେ , ସେ ଏହି କଥାକୁ ବିଶ୍ୱାସ କରୁନଥିଲା , ସେ ଜାଣିଥିଲା କି ଗାଁ ଲୋକଙ୍କ ମଧ୍ୟରେ ଏହା ଏକ ଅନ୍ଧବିଶ୍ୱାସ ରହିଛି , ଜଣାଯାଏ ଯେ ଅଫସାନାର ସ୍ୱାମୀ ସେନାରେ ଥିଲା , ତାଲିବାନୀ ଆତଙ୍କବାଦୀଙ୍କ ସହ ଲଢି ସେ ସହୀଦ ହୋଇଯାଇଥିଲେ , ସେଥିପାଇଁ ଅଫସାନା ବିଧବା ହୋଇଯାଇଥିଲେ , ସେଥିପାଇଁ ଅଫସଲା ଏକେଲା ହୋଇଯାଇଥିଲେ , ସଲମାନ ଅଫସାନା ଆଖିରେ ଲୁହ ଦେଖି ବହୁତ ଦୁଃଖି ହୋଇଯାଇଥିଲା , ଓ ସେ ଅଫସାନା କୁ ଦେଖାକରିବାକୁ ସେଇ ଅଶ୍ୱତଥ ଗଛ ପାଖରେ ପହଞ୍ଚିଯାଇଥିଲା , ସେଠାରେ ଅଫସାନା ଏକେଲା ବସିଥିଲା , ସେହି ସମୟରେ ସଲମାନ ଅଫସାନାକୁ କହିଲେ କି ତୁମେ ତୁମର ଏପରି ଅବସ୍ଥା କିପରି ହୋଇଯାଇଛ , ତୁମେ ତ ପଢାପଢି କରିଛ ଓ ଶିକ୍ଷିତ ବି ଅଛ । ଏହା ଶୁଣି ଅଫସାନା କହିଲେ କି ଏହା ସବୁ ଭାଗ୍ୟର ଖେଳ ଅଟେ , ଯାହା ଉପରେ କାହାର ଜୋର୍ ନାହିଁ , ଆମେ ନିଜକୁ କେତେ ବୁଦ୍ଧିମାନ ଭାବି ନେଲେ କଣ ହେବ କିନ୍ତୁ ସମାଜ ପରମ୍ପରା ସହ ଲଢିପାରିବା ନାହିଁ , ଅଫସାନା ନିଜର ସବୁ ଜୀବନୀ ସଲମାନଙ୍କୁ କହିଥିଲା , ଓ ସେ କହିଥିଲେ କି ମୋ ସ୍ୱାମୀ ଚାଲିଗଲେ ତେବେ ମୋର କଣ ଭୁଲ୍ , ଅଫସାନା କହିଲେ କି ଏବେ ମୋତେ କିଏ ବାହା ହେବ , କେଉଁ ପୁଅ ମୋତେ ବାହା ହେବା ପାଇଁ ଚାହିଁବ , ଓ ମୁଁ ଏବେ ବାହା ହେବାକୁ ଚାହୁଁନି , ଏବେ ଜୀବନରେ ଯେତିକି ସମୟ ବଳିଛି ତାକୁ ଏକେଲା କାଟି ନେବି ।
ଏହା ଶୁଣି ସଲମାନଙ୍କୁ ବହୁତ ଗଭୀର ଧକ୍କା ଲାଗିଲା , ଓ ୭ ଦିନ ପାଇଁ ସେ ଅଫସାନା ପାଇଁ ଭାବୁଥିଲା , ଓ ଏବେ ସଲମାନର ସହରକୁ ଫେରିବାକୁ ସମୟ ଆସିଯାଇଛି , ଓ ସେହି ସମୟରେ ସେ ନିଜ ବାପା ମା ସହ ବସ ଷ୍ଟାଣ୍ତ ଆଡକୁ ଆସୁଥିଲା , କିନ୍ତୁ ତାର ହୃଦୟ କାନ୍ଦୁଥିଲା , ତାର ଆଖି ସାମନାରେ ଅଫସାନାର ଆଖିରେ ବୁଡିରହିଥିବା ଲୁହ ଦେଖାଯାଉଥିଲା , ସେତେବେଳେ ଅଫସାନା ସେଠାରେ ବସିଥିଲା , ଓ ସଲମାନ ଅଫସାନାକୁ କହିଲେ କି ଅଫସାନା ମୁଁ ସହରକୁ ଫେରିଯାଉଛି , ଏବେ ବୋଧେ ଆଉ ବର୍ଷେ ପରେ ଆସିବି , କିମ୍ବା ନ ଆସିପାରେ , ଏଥିପାଇଁ ମୁଁ ତୁମକୁ କିଛି ପଚାରିବାକୁ ଚାହୁଁଛି , ଓ ସଲମାନ ଅଫସାନା ଆଗରେ ଠିଆ ହୋଇପଡିଥିଲା , ଓ ପଚାରିଥିଲା କି ତୁମେ କନା ମୋତେ ବାହା ହେବ ?
ସଲମାନର ଏପରି କଥା ଶୁଣି ଅଫସାନା ତାଙ୍କୁ ଆଶ୍ଚର୍ଯ୍ୟ ଭରା ନଜରରେ ଦେଖୁଥିଲା , ତେବେ ସଲମାନ କହିଲା କି ତୁମକୁ ଲାଗୁଥିବ କି ତୁମେ ମୋ ସହ ଖୁସିରେ ରହିପାରିବ , ଏହା ସବୁ ଶୁଣି ଅଫସାନା ସଲମାନକୁ ଗୋଟେ ନଜରରେ ଚାହିଁବସିଥିଲା , ଓ ତାପରେ ସେ ସଲମାନକୁ କୁଣ୍ତାଇପକାଇଦେଇଥିଲା , ଏବେ ଅଫସାନାର ଅନ୍ଦକାର ଦୂର ହୋଇଯାଇଥିଲା , ଏବେ ଅଫସାନାର ବିଧବା ଜିବନ ପୁଣି ସୁଧୁରି ଯାଇଥିଲା , ଓ ଦୁହେଁ ସବୁଦିନ ପାଇଁ ଏକାଠି ହୋଇଗଲେ ।