October 20, 2024

Odia Express

Leading Odia News Portal of Odisha

ମୁଣ୍ତରେ କାକୁଡି ଡାଲା ଧରି ବଜାରରେ କାକୁଡି ବିକ୍ରି କରିବାକୁ ଯାଉଥିଲେ ହିମା ଦାସଙ୍କ ବାପା , ତେବେ ଖବର ମିଳିଲା ଝିଅ ଗୋଲ୍ଡ ମେଡାଲ୍ ଜିତିଛି ଆଉ ତାପରେ ଯାହା ହେଲା ଜାଣିଲେ ..

୧୯ ଦିନର ଭିତରେ ଭାରତୀୟ ଧାବିକା ହିମା ଦାସ ଲଗାତାର ପଞ୍ଚମ ଗୋଲ୍ଡ ମେଡାଲ ଦେଶର ନାଁରେ କରିଛନ୍ତି । ହିମା ଦାସ ଆସାମର ନଗାଁବ ଜିଲ୍ଲାର ଧିଙ୍ଗ ଗାଁର ବାସିନ୍ଦା ଅଟନ୍ତି , ସେ ଏବେ ୧୮ ବର୍ଷୀୟ ଅଟନ୍ତି , ହିମା ଦାସ ଜଣେ ସାଧାରଣ ଚାଷୀ ଘରୁ ଆସିଛନ୍ତି । ତାଙ୍କର ବାପା ଧାନ ଚାଷ କରନ୍ତି । ସେ ତାଙ୍କ ପରିବାର ମଧ୍ୟରେ ୬ ଜଣ ଛୁଆଙ୍କ ମଧ୍ୟରୁ ସବୁଠାରୁ ସାନ ଝିଅ ଅଟନ୍ତି ।ହିମା ପୂର୍ବରୁ ପୁଅ ମାନଙ୍କ ସହ ଫୁଟବଲ୍ ଖେଳୁଥିଲେ , ଓ ଏକ ଷ୍ଟ୍ରାଇକର୍ ହିସାବରେ ନିଜର ପରିଚୟ ବନାଇବାକୁ ଚାହୁଁଥିଲେ , ହେମା କେବେ ଭାବିବି ନଥିଲେ କି ସେ ଭବିଷ୍ୟତରେ ଆଥିଲେଟ୍ ହେବେ , ସେ ପୁଅମାନଙ୍କ ସହ ଫୁଟବଲ୍ ଖେଳୁଥିଲେ , ଥରେ ସ୍ଥାନୀୟ କୋଚ୍ ତାଙ୍କୁ ଉପଦେଶ ଦେଇଥିଲେ କି ଫୁଟବଲ୍ ପରିବର୍ତ୍ତେ ସେ ଆଥିଲେଟ୍ସରେ ନିଜ କ୍ୟାରିୟର ବନାନ୍ତୁ , ସେମିତି ହିମାଙ୍କ ପରିବାର ଲୋକେ ଏହି କଥାରେ ବିଲକୁଲ୍ ରାଜିନଥିଲେ,  ହିମା କୁଆଡେ ଦୂରରେ ଯାଇକରି ଟ୍ରେନିଙ୍ଗ୍ ନିଅନ୍ତୁ କିନ୍ତୁ ହିମା କୋଚ୍ ନିପାନଙ୍କ ପରିବାର ଲୋକେ ଯେମିତି ସେମିତି କହି ରାଜି କରାଇଦେଲେ , ଯାହାପରେ ହିମା ତାଙ୍କ କୋଚଙ୍କ ଠାରୁ ଟ୍ରେନିଙ୍ଗ୍ ନେଲେ ,

 

ହିମାଙ୍କ ଉପରେ ନିପାଙ୍ଗର ଏତେ ଭରସା ଥିଲା କି ୨୦୧୭ ରେ ନାଇରୋବିରେ ହୋଇଥିବା ୟୁଥ୍ ୱାର୍ଲ୍ଡ ଚ୍ୟାମ୍ପିୟନସିପ୍ ପାଇଁ ସେ କରଜ ବି କରିନେଇଥିଲେ , ଯାହା ଦ୍ୱାରା ହିମା ସେଠାରେ ଦୌଡିପାରିବେ , ଯେବେ ହିମା ପ୍ରଥମ ଗୋଲ୍ଡ ମେଡାଲ୍ ଜିତିଲେ , ତେବେ ପରିବାରର ଲୋକଙ୍କ ଖୁସିର ଠିକଣା ନଥିଲା , ତାଙ୍କ ବାପା ସବୁଦିନ ମୁଣ୍ତରେ କାକୁଡିଡାଲା ଧରି ବିକ୍ରି କରୁଥିଲେ , ଯେବେ ଝିଅ ଗୋଲ୍ଡ ମେଡାଲ୍ ଜିତିଲା , ତେବେ ମିଡିଆ ଗାଡି ଆସି ତାଙ୍କୁ ଘେରେଇନେଲେ ।

 

ଆଜି ଦେଖନ୍ତୁ ହିମା କେଉଁଠି ଆସି ପହଞ୍ଚିସାରିଛନ୍ତି । ସେ ଦେଶ ପାଇଁ ୧୯ ଦିନରେ ୫ ଟି ଗୋଲ୍ଡ ମେଡାଲ୍ ଜିତିସାରିଲେଣି , ହିମା ଲଗାତାର ନିଜର ଶାନଦାର୍ ପ୍ରଦର୍ଶନ କରିଛନ୍ତି । ମିଡିଆ ରିପୋର୍ଟରଙ୍କ ଅନୁସାରେ ତାଙ୍କ ପ୍ରଦର୍ଶନ କାରଣରୁ ତାଙ୍କୁ ଏଣ୍ତୋସମେଣ୍ଟ ଫିସ୍ ତିନି ସପ୍ତାହର ଭିତରେ ଦୁଇ ଗୁଣା ବଢିଯାଇଛି, ହିମା ପ୍ରତିନିଧିତ୍ୱ କରୁଥିବା ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ଫର୍ମ ଆଇଓଏସ୍ ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ନିରବ ତୋମର ଙ୍କ ମୁତାବିକ , ଗତ ତିନି ସପ୍ତାହରେ ଲଗାତାର ଉତ୍ତମ ପ୍ରଦର୍ଶନ କରି ହିମାଙ୍କ ଏବେ ବ୍ରାଣ୍ତ ଭ୍ୟାଲୁ ବଢିଯାଇଛି, ବ୍ରାଣ୍ତ ଏଣ୍ତୋସମେଣ୍ଟ ସିଧା ପ୍ରଦର୍ସନ ଓ ସେଲିବ୍ରେଟି ନଜର ଆସିବାରୁ ଯୋଡି ହୋଇଥାଏ , ତାଙ୍କର ଦୁନିଆ ସାରା ସବୁ ପ୍ଲାଟଫର୍ମରେ ଚର୍ଚ୍ଚା ହେଉଛି , କହିଦେବୁ କି ଭାରତର କେଉଁ ଅନ୍ୟ ଖେଳ ମୁକାବଲାରେ କ୍ରିକେଟ୍ ଖେଳାଳୀଙ୍କ ଫିସ୍ ବହୁତ ଅଧିକା ଅଟେ , ଏବେ ଅନ୍ୟ ଖେଳଗୁଡିକରେ ଖେଳାଳୀଙ୍କ ପାଇଁ ସ୍ଥିତି ବହୁତ ବଢିବାରେ ଲାଗିଛି ,

 

୧୯ ବର୍ଷୀୟ ହିମା ଦାସ ଆସାମର ବାସିନ୍ଦା ଅଟନ୍ତି , ମିଡିଆ ରିପୋର୍ଟ ମୁତାବିକ ହିମାଙ୍କ ଫିସ୍ ଗୋଟେ ବ୍ରାଣ୍ତ ପାଇଁ ବାର୍ଷିକ ୩୦-୩୫ ଲକ୍ଷ ଥିଲା , ଯାହା ଏବେ ୬୦ ଲକ୍ଷ ବାର୍ଷିକ ହୋଇଯାଇଛି, ଏବେ ହିମାଙ୍କ ପାଇଁ ବଚ୍ ବ୍ରାଣ୍ତ, ଟାୟାର୍, ଏନର୍ଜି ଡ୍ରିଙ୍କ୍ ବ୍ରାଣ୍ତ, କୁକିଙ୍ଗ୍ ଏୟଲ୍, ଓ ଫୁଡ୍ ପରି କ୍ୟାଟୋଗୋରି ବ୍ରାଣ୍ତର ନୁଆ ଡିଲ୍ ପାଇଁ କଥାବାର୍ତ୍ତା ଜାରି ରହିଛି, ହିମା ଏବେ ଏଣ୍ତୋସମେଣ୍ଟରେ ଏଡିଦାସ୍ ସ୍ପୋର୍ଟ୍ସବିୟର୍, ଏସ୍ ବି ଆଇ , ଇଇଲବାଇଜ୍ ଫାଇନାନ୍ସସିଆଲ୍ ସର୍ଭିସେସ୍, ଓ ନର୍ଥ ଇଷ୍ଟ ସିମେଣ୍ଟ ବ୍ରାଣ୍ତ ଷ୍ଟାର୍ ସିମେଣ୍ଟ ସାମିଲ୍ ଅଛି, କହିଦେବୁ କି ଗୋଟେ ମାସର ଭିତରେ ହିମା ପଞ୍ଚମ ସ୍ୱର୍ଣ୍ଣ ପଦକ ପାଇ ସାରିଛନ୍ତି, ତାଙ୍କର ଏହି ସଫଳତା ପୁରା ଦେଶ ଗୌରବାନ୍ୱିତ ମନେ କରୁଛି ।

Leave a Reply

Your email address will not be published. Required fields are marked *