October 22, 2024

Odia Express

Leading Odia News Portal of Odisha

ବୋରୱେଲ୍ ରେ ଗଳି ପଡିଲେ ଭାଇ – ବାହାର କରିବାପାଇଁ ନିଜ ହାତରେ ଦୁଇ ଘଣ୍ଟା ମାଟି ଖୋଳି ଚାଲିଲେ ଏହି ଲୋକ , ଆଉ ତାପରେ ଏପରି ହେଲା ଯେ ସାରା ଦେଶ ପ୍ରଶଂସା କରୁଛି..

ରାଜସ୍ଥାନର ବିକନୋର୍ ରେ ଜଣେ ମେକାନିକ୍ ବୋରୱେଲ୍ ର ଗାତରେ ଗଳି ପଡିଲେ , ଓ ବହୁତ ଘଣ୍ଟା ପର୍ଯ୍ୟନ୍ତ ବୋରୱେଲ୍ ଗାତ ଭିତରେ ଫସି ରହିଲେ ।  କିନ୍ତୁ ଏହି ମେକାନିକ୍ କୁ ପାଖରେ ଥିବା ମହଜୁତ୍ ଲୋକେ ବଞ୍ଚାଇଦେଲେ । କୁହାଯାଉଛି କି ଏହି ମେକାନିକ୍ ନିଜ ଭାଇ ଓ ଅନ୍ୟ ସାଥୀଙ୍କ ସହ ବୋରୱେଲ୍ ମୋଟର୍ ବାହାର କରୁଥିଲେ , ଏହି ସମୟରେ ଅଚାନକ ମାଟି ଖସି ଆସିଲା ଓ ମେକାନିକ୍ ଏହି ବୋରୱେଲ୍ ର ଗାତ ମଧ୍ୟରେ ପଡିଗଲା । ଏହି ମେକାନିକ୍ ର ଭାଇ ଯୋଗୁଁ ତାର ଜୀବନ ବଞ୍ଚିପାରିଲା ।ରାମଫଳ ନାମକ ଜଣେ ଚାଷୀ କ୍ଷେତରେ ଏକ ଟ୍ୟୁବୱେଲ୍ ଥିଲା । ଯାହାକି ଦୁଇ ବର୍ଷ ହେଲା ଖରାପ ହୋଇଥିଲା , ରାମଫଳ ନିଜ ଟ୍ୟୁବ୍ ୱେଲ୍ ବୋରୱେଲ୍ ରେ ଲାଗିଥିବା ମୋଟର ବାହାର କରିବାପାଇଁ ମେକାନିକ୍ ଲାଲଚନ୍ଦ ନାୟକକୁ ଡକାଇଥିଲେ , ଲାଲଚନ୍ଦ ନାୟକ ନିଜ ଭାଇ ଧର୍ମରାଜ ନାୟକ, କାଲୁରାମ ଓ ପ୍ରେମ ନାୟକ ସହ ଏହି କାର୍ଯ୍ୟକୁ କରିବାପାଇଁ ମଙ୍ଗଳବାର ଦିନ ରାମଫଳ କ୍ଷେତକୁ ଯାଈଥିଲେ , ବୋରୱେଲ୍ ରେ ଲାଗିଥିବା ମୋଟର ବାହାର କରିବା ପାଇଁ ଲାଲଚନ୍ଦ ନାୟକ ବୋରୱେଲ୍ ଭିତରକୁ ପଶିଲେ , ସେଠାରେ ବୋରୱେଲ୍ ମାଟି ଅତଡା ଖସି ଆସିଲା , ଓ ଲାଲଚନ୍ଦ ବୋରୱେଲ୍ ଭିତରେ ଫସି ରହିଲେ ।

 

ଲାଲଚନ୍ଦ ଏପରି ବୋରୱେଲ୍ ରେ ଫସି ରହିଥିବା ଦେଖି ଧର୍ମରାଜ ନାୟକ ସଙ୍ଗେ ସଙ୍ଗେ ମାଟି ଖୋଳିବାକୁ ଲାଗିଲେ , ମାଟି ଖସିଯିବା କାରଣରୁ ଲାଲଚନ୍ଦ ବୋରୱେଲ୍ ମଧ୍ୟରେ ଫସି ରହିଥିଲେ,  ତାଙ୍କର ବେକ ଯାଏଁ ମାଟି ଭରିରହିଥିଲା , ଓ ଏହା ଦେଖି ପୁରା ଗାଁ ଲୋକେ ସେହି ମାଟିକୁ କାଢିବାକୁ ଚାଲି ଆସିଲେ । ଏହି ଘଟଣା ବିଷୟରେ ସୁଚନା ପୋଲିସ୍ କୁ ଦିଆଗଲା , ଯାହା ପରେ ଲାଲଚନ୍ଦ ନାୟକଙ୍କୁ ବୋରୱେଲ୍ ରୁ ବାହାର କରିବାପାଇଁ ଜେସିବି ଓ ହାଇଡ୍ରା ମେସିନ୍ ସେଠାରେ ଡକାଯାଇଥିଲା,  କିନ୍ତୁ ମାଟି ଓଦା ହୋଇଥିବା ଯୋଗୁଁ ମାଟିକୁ କାଢିବାରେ ଅସୁବିଧା ଦେଖାଗଲା । ସେଥିପାଇଁ ସେ ହାତରେ ମାଟି ଖୋଳିବାକୁ ଆରମ୍ଭ କରିଦେଲେ ।

 

ନିଜ ଭାଇକୁ ବଞ୍ଚାଇବାକୁ ଯାଇ ଧର୍ମରାଜ ନାୟକ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ହାତରେ ମାଟି ଖୋଳିଲେ , ଧର୍ମରାଜ ନାୟକଙ୍କ କାରଣରୁ ତାଙ୍କ ଭାଇ ନିରାପଦ ଓ ଜୀବନ ମୃତ୍ୟୁ ମୁଖରୁ ମୁକୁଳିପାରିଲେ , ଯେଉଁ ବୋରୱେଲ୍ ଲାଲଚନ୍ଦ ଫସିରହିଥିଲେ ତାହା ୪୦ ଫୁଟ ଗଭୀର ଥିଲା , ଏହି ଘଟଣା ୧,୧୫ ମି ହେଲା , ଲାଲ ଚନ୍ଦଙ୍କୁ ୩ ଟା ବେଳେ ସୁରକ୍ଷିତ ଭାବେ ତାଙ୍କୁ ବାହାର କଲେ ।

ବୋରୱେଲ୍ ବାହାର କରିବାପାଇଁ ଲାଲଚନ୍ଦ ନାୟକଙ୍କୁ ତୁରନ୍ତ ମେଡିକାଲ୍ ରେ ସିଫ୍ଟ କରାଗଲା , ଲୁଣକରଣସର ସିଏଚ୍ ସି ମେଡିକାଲ୍ ରେ ଲାଲଚନ୍ଦ ନାୟକ ଙ୍କ ଚିକିତ୍ସା କରାଗଲା । ଲାଲଚନ୍ଦ ନାୟକଙ୍କ ଅବସ୍ଥା ଏବେ ଠିକ୍ ଠାକ୍ ଅଛି, ଯେଉଁ ଭଳି ଲାଲଚନ୍ଦ ନାୟକ ଭାଇ ଆଶା ହରାଇନଥିଲେ । ସେ ନିଜ ଭାଇଙ୍କୁ ବଞ୍ଚାଇବାକୁ ଯାଇ ନିଜ ହାତରେ ମାଟି ଖୋଳି କରି ଜୀବନ ବଞ୍ଚାଇପାରିଲେ । ତାଙ୍କୁ ଏଥିପାଇଁ ସାହାସିକତାର ସମ୍ମାନ ମିଳିବା ଦରକାର ।

Leave a Reply

Your email address will not be published. Required fields are marked *