ନିଜର ଏକ ପ୍ରିୟ ନମ୍ବର ଚୟନ କରନ୍ତୁ ଓ ଜାଣନ୍ତୁ କେଉଁ କ୍ଷେତ୍ରରେ ସଫଳ ହେବେ ଆପଣ..
ବ୍ୟକ୍ତିର ଇଚ୍ଛା ବୟସ ହିସାବରେ ବୃଦ୍ଧି ପାଏ ଓ ଏହାର କାରଣ ସେ ଭଲ ଚାକିରି , ଅର୍ଥ, କାରିୟର ଓ ନିଜର ଆୟରେ ବୃଦ୍ଧି ଚାହେଁ । ପ୍ରତି ମଣିଷଙ୍କୁ ଭଲ ଚାକିରି ଆବଶ୍ୟକ ଥାଏ । ଏମିତିରେ ଆପଣଙ୍କୁ ଆପଣଙ୍କ ଜନ୍ମ ତାରିଖକୁ ମିଶେଇ ଅର୍ଥାତ ମୂଳାଙ୍କଦ୍ଵାରା ଜାଣିପାରିବେ ଯେ ଆପଣ କେଉଁ କ୍ଷେତ୍ରରେ କାରିୟର ଗଢିପାରିବେ
ମୂଳାଙ୍କ ୧
ମୂଳାଙ୍କ ୧ ଲୋକଙ୍କ ପ୍ରତିନିଧି ଗ୍ରହ ସୂର୍ଯ୍ୟ ଅଟେ , ଏପରି ଲୋକମାନଙ୍କର ନେତୃତ୍ଵ ନେବାର କ୍ଷମତା ଅଧିକ ଥାଏ । ଏମାନେ ନିଜ ଜୀବନରେ ରିସ୍କ ନେବାକୁ ସଉକ ରଖନ୍ତି । ଏମାନେ ସଫଳ ବ୍ୟବସାୟୀ ପ୍ରମାଣିତ ହୋଇଥାନ୍ତି ।
ମୂଳାଙ୍କ ୨
ମୂଳାଙ୍କ ୨ ର ଲୋକମାନଙ୍କ ସ୍ଵଭାବ ବହୁତ ରଚନାତ୍ମକ ହୋଇଥାଏ । ଏମାନେ କଳାପ୍ରେମୀ ଅଟନ୍ତି , ଏଥିପାଇଁ ଯଦି ଏମାନେ ପେଣ୍ଟିଙ୍ଗ , ନୃତ୍ୟ , ଆର୍ଟସ ଓ ଫେସନ ରେ କାରିୟର କରନ୍ତି ତେବେ ଏହି କ୍ଷେତ୍ରରେ ଏମାନେ ସଫଳ ହୋଇଥାନ୍ତି ।
ମୂଳାଙ୍କ ୩
ମୂଳାଙ୍କ ୩ ଲୋକମାନଙ୍କ ପ୍ରତିନିଧି ବୃହଷ୍ପତ୍ତି ଗ୍ରହ ହୋଇଥାଏ । ଏମାନେ ଧନ ସମ୍ବନ୍ଧୀୟ ମାମଲାରେ ବହୁତ ଭଲ ନିର୍ଣ୍ଣୟ ନିଅନ୍ତି ଓ ଏମାନେ ସ୍ଵଭାବରେ ମଜବୁତ ହୋଇଥାନ୍ତି । ଏହି ଲୋକମାନେ ଯଦି ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାରିୟର ଗାଢନ୍ତି ତେବେ ଏମାନଙ୍କୁ ସଫଳତା ପ୍ରାପ୍ତ ହୁଏ ।
ମୂଳାଙ୍କ ୪
ଏହି ମୂଳାଙ୍କ ଲୋକମାନଙ୍କର ପରମ୍ପରାଗତ ପଦ୍ଧତିରେ ବଞ୍ଚିବା ପସନ୍ଦ ଅଟେ । ଏମାନେ ନିର୍ଣ୍ଣୟ ନେବା ମାମଲାରେ ଦୁର୍ବଳ ହୋଇଥାନ୍ତି । ଏଥିପାଇଁ ଆପଣ ଅଭିନୟ କ୍ଷେତ୍ରରେ କାରିୟର କରନ୍ତୁ ସଫଳ ହେବେ ।
ମୂଳାଙ୍କ ୫
ମୂଳାଙ୍କ ୫ର ଲୋକମାନଙ୍କ ଭିତରେ ନିର୍ଣ୍ଣୟ ନେବାର କ୍ଷମତା ଅଦ୍ଭୁତ ହୋଇଥାଏ । ଏପରି ଲୋକମାନେ ଯାନ୍ତ୍ରିକ, ଖେଳକୁଦ ଆଦି ଭଳି କ୍ଷେତ୍ରରେ କାରିୟର କରିବା ଉଚିତ ।
ମୂଳାଙ୍କ ୬
ମୂଳାଙ୍କ ୬ର ଲୋକମାନଙ୍କର ପ୍ରତିନିଧି ଗ୍ରହ ଶୁକ୍ର ହୋଇଥାଏ । ଏମାନେ ଲାଇମ-ଲାଇଟରେ ରହିବାକୁ ପସନ୍ଦ କରନ୍ତି । ଏଥିପାଇଁ ଏମାନଙ୍କୁ ହୋଟେଲ ମ୍ୟାନେଜମେଣ୍ଟ , ଲକଜୁରି, ଉତ୍ପାଦ ଓ ମନୋରଞ୍ଜନରେ କାରିୟର ଗଢିବା ଉଚିତ
ମୂଳାଙ୍କ ୭
ମୂଳାଙ୍କ ୭ ର ଲୋକମାନଙ୍କର ଅଧ୍ୟୟନ ସବୁବେଳେ ମୁଖ୍ୟ ହୋଇଥାଏ ଓ ଏହି ଲୋକମାନେ ନୂଆ ନୂଆ ପଦ୍ଧତି ଭାବନ୍ତି । ଏଥିପାଇଁ ଏଭଳି ଲୋକମାନଙ୍କୁ ସେହି କ୍ଷେତ୍ରରେ କାରିୟର ଗଢିବା ଉଚିତ ଯେଉଁଠାରେ ନୂଆ ନୂଆ ବିଚାର ଆବଶ୍ୟକ ହୋଇଥାଏ
ମୂଳାଙ୍କ ୮
ମୂଳାଙ୍କ ୮ ର ଲୋକମାନେ ୩୫ବର୍ଷ ପର୍ଯ୍ୟନ୍ତ ସଂଘର୍ଷ କରନ୍ତି । ଏମାନଙ୍କ ସ୍ଵଭାବ ବହୁତ ସାଧାରଣ ହୋଇଥାଏ ଓ ଏମାନେ ପରିଶ୍ରମ ଦ୍ଵାରା ନିଜ ଜୀବନରେ ସଫଳତା ପାଇଥାନ୍ତି । ଏଥିପାଇଁ ଏମାନେ ରାଜନୀତି, ପ୍ରପର୍ଟି ଓ ଫାଇନାନ୍ସ କ୍ଷେତ୍ରରେ କାରିୟର କରିବା ଆବଶ୍ୟକ ।
ମୂଳାଙ୍କ ୯
ମୂଳାଙ୍କ ୯ର ଲୋକମାନେ ଖେଳକୁଦରେ ରୁଚି ରଖନ୍ତି ଓ ଏମାନେ ଏହି କ୍ଷେତ୍ରରେ କାରିୟର ଗଢିବା ଉଚିତ । ଏହାଛଡା ଏହି ଲୋକମାନେ ଡ଼ିଫେନ୍ସ, ବ୍ୟବସାୟ କିମ୍ବା ରସାୟନ କ୍ଷେତ୍ରରେ ମଧ୍ୟ କାରିୟର ବନେଇ ପାରିବେ ।