July 11, 2024

Odia Express

Here, There and Everywhere

ଯୁବରାଜ ସିଂହଙ୍କୁ ସନ୍ନ୍ୟାସ ନେବାଯୋଗୁ ଅନୁଷ୍କା ଶର୍ମା ଭାବପ୍ରବଣ ହୋଇଗଲେ, ତ ଯୁବରାଜ ମଜାରେ କହିଲେ –‘ତୁମ ଉପରେ…

ବିଶ୍ଵକପ ୨୦୧୧ର ହିରୋ ଯୁବରାଜ ସିଂହ ସୋମବାର ଦିନ ଔପଚାରିକ ରୂପେ କ୍ରିକେଟରୁ ସନ୍ନ୍ୟାସ ନେଲେ । ଯୁବରାଜ ସିଂହ ଅଶ୍ରୁଭିଜା ନୟନରେକ୍ରିକେଟକୁ ଶେଷବିଦାୟ ଜଣେଇଲେ । ଏହାପରେ ତାଙ୍କ ପ୍ରଶଂସକ ମାନେ କିଛି ନିରାଶ ହୋଇଯାଇଛନ୍ତି । ଯୁବରାଜ ସିଂହଙ୍କ ସନ୍ନ୍ୟାସ ନେବାଉପରେ ସମସ୍ତେ ଲୋକମାନେ ତାଙ୍କର ଆଗାମୀ ଜୀବନ ନିମନ୍ତେ କାମନା କରୁଥିଲେ । ଏଇ କ୍ରମରେ ଅନୁଷ୍କା ଶର୍ମା ଯୁବରାଜଙ୍କୁ ନେଇ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଥିଲେ , ଏହା ଉପରେ ନିଜେ ଯୁବୀ ପ୍ରତ୍ୟୁତ୍ତର କରିଥିଲେ। ଯୁବରାଜ ସିଂହ ନିଜର ଦୀର୍ଘ କ୍ରିକେଟ ଜୀବନରେ କିଛି ଧମାକା ଓ ସ୍ମରଣୀୟ ପାଳି ମଧ୍ୟ ଖେଳିଛନ୍ତି । ତେବେ ଆସନ୍ତୁ ଜାଣିବା ଯେ ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ମହତ୍ଵପୂର୍ଣ୍ଣ ରହିଛି ।

 

ସୋମବାର ଦିନ ମୁମ୍ବାଇର ଏକ ହୋଟେଲରେ ପ୍ରେସ କନଫରେନ୍ସ କରି ଯୁବରାଜ ସିଂହ ଔପଚାରିକ ରୂପେ କ୍ରିକେଟରୁ ସନ୍ନ୍ୟାସ ଗ୍ରହଣ କଲେ। ଜପରେ ତାଙ୍କର ପ୍ରଶଂସକ ତାଙ୍କୁ ଆଗାମୀ ଭବିଷ୍ୟତ ନିମନ୍ତେ ଶୁଭକାମନା ଜଣେଇଲେ , ତ ସେଠାରେ ଅନୁଷ୍କା ଶର୍ମା ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଥିଲେ । ଜଣେଇ ଦେଉଛୁ ଯେ ସୋସିଆଲ ମିଡିଆରେ ଯୁବରାଜ ସିଂହଙ୍କୁ ଅନେକ ଶୁଭକାମନା ଜଣେଇଛନ୍ତି । ତେଣୁ ତାଙ୍କ ଆଖିରେ ଲୁହ ଆସିଯାଇଛି । ଯୁବରାଜ ସିଂହ ୨୦୦୦ରେ ଡେବ୍ୟୁ କରିଥିଲେ , ଏହାପରେ ଏବେ ଯାଇ ଏକ ଦୀର୍ଘ କ୍ରିକେଟ ଜୀବନ ପରେ ସନ୍ନ୍ୟାସ ନେଲେ । ଯାହା ତାଙ୍କ ପାଇଁ କଷ୍ଟଦାୟକ ଅଟେ ।

 

ଅନୁଷ୍କା ଯୁବରାଜ ସିଂହଙ୍କ ପାଇଁ କରିଥିଲେ ଏହି ଟ୍ବିଟ

ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ଟ୍ବିଟ କରି କହିଛନ୍ତି ଯେ ଯୁବରାଜ ସିଂହଙ୍କୁ ତାଙ୍କର ସମସ୍ତ ସ୍ମ୍ତୃତି ପାଇଁ ଧନ୍ୟବାଦ ଜଣେଇଲେ । ତାସହ ଅନୁଷ୍କା ଲେଖିଛନ୍ତି ଯେ ସେ ଜଣେ ଯୋଦ୍ଧା ଓ ଲୋକମାନଙ୍କ ନିମନ୍ତେ ପ୍ରେରଣା ଅଟନ୍ତି । ଏମିତିରେ ତାଙ୍କର ଆଗାମୀ ଭବିଷ୍ୟତ ନିମନ୍ତେ ଅନେକସାରା ଶୁଭକାମନା ଜଣେଇଦେଉଛି । ପ୍ରକୃତରେ , ଯୁବରାଜ ସିଂହ ଓ କୋହଲୀଙ୍କ ମଧ୍ୟରେ ବହୁତ ଗଭୀର ବନ୍ଧୁତା ରହିଛି , ଏହି କାରଣରୁ ସେ ଅନୁଷ୍କାଙ୍କ ଜନ୍ମଦିନ ଉତ୍ସବରେ ମଧ୍ୟ ସାମିଲ ହୁଅନ୍ତି । ତାସହ ସେ ଅନୁଷ୍କାଙ୍କୁ ଅନ୍ୟ ଏକ ନାଁ ରେ ମଧ୍ୟ ଡାକନ୍ତି ।

 

ଯୁବରାଜ ସିଂହ ଦେଇଥିଲେ ଏହି ପ୍ରତ୍ୟତ୍ତର

ଅନୁଷ୍କା ଶର୍ମାଙ୍କ ଟ୍ବିଟର ପ୍ରତ୍ୟୁତ୍ତର ଦେବାକୁ ଯୁବରାଜ ସିଂହ ଅଧିକ ସମୟ ନେଇନଥିଲେ , ତାଛଡା ସେ ସଙ୍ଗେସଙ୍ଗେ ଉତ୍ତର ଦେଇଥିଲେ । ଯୁବରାଜ ସିଂହ ଅନୁଷ୍କା ଶର୍ମା ଙ୍କୁ କହିଥିଲେ ଯେ ଧନ୍ୟବାଦ ରୋଜି, ଭାଉଜ , ଆପଣଙ୍କ ଉପରେ ସବୁବେଳେ ଇଶ୍ଵରଙ୍କ କୃପା ରହିଥାଉ । ଜଣେଇଦେଉଛୁ ଯେ ଯୁବରାଜ ସିଂହ ଅନୁଷ୍କାଙ୍କୁ ପ୍ରାୟତଃ ରୋଜି ଭାଉଜ ନାମରେ ସମ୍ବୋଧନ କରନ୍ତି ଓ ତାଙ୍କ ଜନ୍ମଦିନରେ ମଧ୍ୟ ରୋଜି ଭାଉଜ କହି କାମନା କରିଥିଲେ । ଏତିକି ନୁହେଁ , ଯୁବରାଜ ସିଂହ ବିରାଟ ଓ ଅନୁଷ୍କାଙ୍କ ସହ ବହୁତ ମଜା କରୁଥିବାର ମଧ୍ୟ ଦୃଷ୍ଟିଗୋଚର ହୁଅନ୍ତି ।

 

ଏହି ପ୍ରସିଦ୍ଧ ବ୍ୟକ୍ତିମାନେ ମଧ୍ୟ ଯୁବରାଜଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

ଅନୁଷ୍କା ଶର୍ମାଙ୍କ ବ୍ୟତୀତ ଅନୁପମ ଖେର ଯୁବରାଜଙ୍କ ସନ୍ନ୍ୟାସ ଉପରେ ଏକ ଭାବପ୍ରବଣ ଟ୍ବିଟ ଲେଖି କହିଲେ ଯେ ଆପଣଙ୍କ ଭଳି ଲୋକମାନେ ଅବସର ହୁଅନ୍ତି ନାହିଁ। ଆପଣ ସେହି ଲୋକଙ୍କ ମଧ୍ୟରୁ ଜଣେ, ଯିଏ କେବଳ ବିଜେତା ଅଟନ୍ତି । ତାସହ ଅନୁପମ ଖେର କହିଲେ ଯେ ଆପଣଙ୍କ ଶକ୍ତି ଓ ସାହସର ପ୍ରଶଂସା କରୁଛି । ତାଙ୍କ ଛଡା ନେହା ଧୂପିଆ ମଧ୍ୟ କହିଲେ ଯେ ଆପଣ ସବୁବେଳେ ମୋର ପ୍ରିୟ ଖେଳାଳି ରହିବେ ଓ ଏହା କେବେ ବଦଳିବ ନାହିଁ । ଜଣେଇଦେଉଛୁ ଯେ ଯୁବରାଜ ସିଂହ କ୍ୟାନ୍ସର ସହ ଲଢି ୨୦୧୧ର ବିଶ୍ଵକପରେ ଉନ୍ନତମାନର ଖେଳ ପ୍ରଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *