July 22, 2024

Odia Express

Here, There and Everywhere

୭ ବର୍ଷର ଝିଅ ଥାନାରେ ପହଞ୍ଚିଲା , କହିଲା ପୋଲିସ୍ ଅଙ୍କଲ୍ ପ୍ଲିଜ୍ ହେଲ୍ପ , ପାପା ମୋ ସାଥେ …

ଜୀବନରେ ପାଠ ପଢା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ , ସ୍କୁଲ୍ ରେ ଶିକ୍ଷା ପ୍ରାପ୍ତ କରିବାପରେ ଆପଣଙ୍କୁ ଜୀବନରେ ଆଗକୁ ବଢିବାକୁ ବହୁତ ସାହାଯ୍ୟ ମିଳିଥାଏ , ଖାସକରି ଯଦି ଆପଣଙ୍କ ଘର ଆର୍ଥିକ ଅସୁବିଧା ଦୁର୍ବଳ ଅଛି ତେବେ ପାଠ ପଢି କିଛି ଭଲ ଚାକିରି କରିପାରିବେ , କିନ୍ତୁ କିଛି କମ୍ ପାଠ ପଢିଥିବା ଲୋକେ ଏହି କଥାକୁ ଜାଣିପାରନ୍ତି ନାହିଁ , ଓ ପାଠ ପଢିବା ଓ ଜୀବନରେ ଆଗକୁ ବଢିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ , ଓ କମ୍ ବୟସରେ କୌଣସି ଛୋଟ ମୋଟ କାମ ଓ ମଜୁରିଆ ଭାବେ କାମ କରିବାକୁ ପସନ୍ଦ କରନ୍ତି , ଏମିତି ନିକଟରେ ଏକ ଘଟଣା ହୋଇଥିଲା , ୭ ବର୍ଷର ଝିଅ ସହ ତା ବାପା ଯାହା କଲେ ତାହା ତାକୁ ଆଉ ସହ୍ୟ ହେଲା ନାହିଁ , ସେ ସିଧା ଥାନାରେ ପହଞ୍ଚିଗଲା , ଓ କହିଲା ପୋଲିସ୍ ଅଙ୍କଲ୍ ମୋର ବାପା ମୋତେ ବହୁତ ବାଡାବାଡୀ କରୁଚନ୍ତି , ମୋତେ ସ୍କୁଲ୍ ଯିବାକୁ ଦେଉନାହାନ୍ତି , ଆସନ୍ତୁ ଜାଣିବା ପୁରା ଘଟଣା ।

 

ସୂଚନା ମୁତାବିକ ପୁରା ମାମଲା ଉତ୍ତରପ୍ରଦେଶର ମଥୁରାରେ ଗୋବିନ୍ଦନଗର ଇଲାକାର ଅଟେ , ଏଠାରେ ୭ ବର୍ଷର ଝିଅ ତମନ୍ନା ନିଜ ମା ଜାହିର୍ , ବାପା ଦିଲଶାଦ୍ , ଓ ୮ ବର୍ଷର ଭାଇ ସବିର୍ ସହ ରହୁଥିଲା , ତମନ୍ନା ମୋମିନ୍ ଆୟାଡିଲ୍ ସ୍କୁଲ୍ ରେ ଏଲ୍ କେଜି ଛାତ୍ରୀ ଅଟେ , ତମନ୍ନା ଆଉ ତା ଭାଇ ଦୁହେଁ ପଢିକରି ଜୀବନରେ କିଛି ହେବାକୁ ଆଗ୍ରହ ରଖିଥିଲେ,  ସେ ସ୍କୁଲ୍ କୁ ଯିବାକୁ ପସନ୍ଦ କରୁଥିଲେ,  କିନ୍ତୁ ତାଙ୍କ ବାପା ଦିଲଶାଦ୍ ସ୍କୁଲ୍ କୁ ପଠାଇବା ପାଇଁ ଚାହୁଁନଥିଲେ , ଓ ସବୁଦିନ ଦୁହେଁ ଛୁଆଙ୍କୁ ମାଡପିଟ୍ କରୁଥିଲେ,  ବାପାଙ୍କ ଏହିପରି କାର୍ଯ୍ୟରେ ଚିନ୍ତିତ ହୋଇ ତମନ୍ନା ନିଜ ମା ଓ ଭାଇ ସହ ସିଧା ଗୋବିନ୍ଦନଗର ପୋଲିସ୍ ଥାନାରେ ପହଞ୍ଚିଥିଲା , ଓ ସେ ମା ଓ ଛୁଆମାନେ ପୋଲିସ୍ ଆଗରେ ଅଭିଯୋଗ କଲେ , ଛୁଆଙ୍କର କହିବା କଥା କି ବାପା ତାଙ୍କୁ ବାଧ୍ୟତା ମୁଳକ ତାଙ୍କୁ ମୁଲିଆ କାମ କରିବାକୁ କହୁଥିଲେ,  କିନ୍ତୁ ସେ ତାହା କରିବାକୁ ଚାହୁଁନଥିଲେ , ସେ ପଢିବାକୁ ଚାହୁଁଥିଲେ , ସ୍କୁଲ୍ ଯିବାକୁ ଚାହୁଁଥିଲେ , ତମନ୍ନା କହିଲେ କି ତାଙ୍କ ପରୀକ୍ଷା ଏବେ ଅଛି, ତାଙ୍କ ବାପା ବହିଗୁଡିକ ଓ ସ୍କୁଲ୍ ବ୍ୟାଗ୍ ଲୁଚାଇକରି ରଖିନେଇଛନ୍ତି , ସେ ପ୍ରଥମ କ୍ଲାସ୍ ରେ ପଢୁଛନ୍ତି , ଏହି ଭଳି ଛୁଆମାନେ ପୋଲିସ୍ ଆଗରେ ନିଜର ଦୁଃଖ ପ୍ରକଟ କଲେ ।

 

ସେମିତି ଛୁଆର ମା ଜାହିରଙ୍କ କହିବା କଥ କି ତାଙ୍କ ସ୍ୱାମୀ ଦିଲଶାଦ୍ ଜୁଆ ଓ ସଟ୍ଟା ଖେଳିବାର ସଉକିନ୍ ଅଛନ୍ତି , ସେ ଛୁଆଙ୍କୁ ମଜୁରିଆ କାମ କରି ନିଜ ସଉକ ପୁରା କରିବାକୁ ଚାହୁଁଛନ୍ତି , ଜାହିରା କହନ୍ତି କି ସେ ଦିଲଶାଦ୍ ଙ୍କୁ ଦୁଇଥର ଛୁଆଙ୍କ ସ୍କୁଲ୍ ଫିସ୍ ଜମା କରିବାକୁ ଦେଇଥିଲେ , କିନ୍ତୁ ସେ ଜମା କଲେ ନାହିଁ , ଓ ପଇସା ଜୁଆରେ ଉଡାଇଦେଲେ ,

 

ଛୁଆଙ୍କ ଓ ମା ର ଗୁହାରୀ ଏହା ଥିଲା କି ତାଙ୍କୁ ଉଚିତ୍ ନ୍ୟାୟ ମିଳୁ , ଏହି ପରିପେକ୍ଷୀରେ ଏସ୍ ପି ସିଟି ପୋଲିସ୍ ଶ୍ରବଣ କୁମାର ସିଂ ତାଙ୍କୁ ଆଶ୍ୱାସନା ଦେଲେ କି ଛୁଆଙ୍କୁ ପରୀକ୍ଷା ହଲ୍ ରେ ବସାଇବେ , ଓ ସେହି ଛୁଆଙ୍କୁ ପରିକ୍ଷାରେ ବସିବାକୁ ଆଶ୍ୱସନା ବି ଦେଇଛନ୍ତି , କିନ୍ତୁ ସେ ନୃଶଂସ ବାପାଙ୍କ ଠାରୁ ପିଲାଙ୍କ ବହି ଓ ସ୍କୁଲ୍ ବ୍ୟାଗ୍ ଫେରାଇବାକୁ ଆଦେଶ ଦେଇଛନ୍ତି , ଏହି ସଂବନ୍ଧରେ ତମନ୍ନା ମିଡିଆ ସହ କଥାବାର୍ତ୍ତା ବି ହୋଇଛନ୍ତି , ଦେଖିବା ଏହି ବିଷୟରେ ପୋଲିସ୍ କଣ କାର୍ଯ୍ୟନୁଷ୍ଠାନ ନେଉଛନ୍ତି ।

Leave a Reply

Your email address will not be published. Required fields are marked *