July 19, 2024

Odia Express

Here, There and Everywhere

ପାକିସ୍ଥାନରେ ରୁଟି ପାଇଁ ହାହାକାର, ଇମ୍ରାନ ଖାନଙ୍କୁ ଡକେଇବାକୁ ପଡିଲା ଉଚ୍ଚସ୍ତରୀୟ ବୈଠକ – ରୁଟି ଖଣ୍ଡକ ଏତେ ଟଙ୍କା ରେ ବିକ୍ରି ହେଉଛି…

1 min read

ଗଧ ଓ ମଇଁଷି ବିକି ନୂତନ ପାକିସ୍ଥାନର ପରିକଳ୍ପନା କରୁଥିବା ଇମ୍ରାନ ଖାନଙ୍କୁ ଏବେ ରୁଟି ପାଇଁ ଉଚ୍ଚସ୍ତରୀୟ ବୈଠକ ଡକେଇବାକୁ ପଡିଛି । ହଁ ଆଜ୍ଞା , ଇମ୍ରାନ ଖାନ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀ ପଦର ଶପଥ ନେଇଥିଲେ ଓ ତାପରେ ନୂତନ ପାକିସ୍ଥାନ ନିର୍ମାଣ କରିବାର ସ୍ଵପ୍ନ ଦେଖିଥିଲେ, ତାହା କିଛି ମାସ ମଧ୍ୟରେ ଭାଙ୍ଗି ଯାଇଛି । ପ୍ରକୃତରେ ନୂତନ ପାକିସ୍ଥାନ କଥା ଛାଡନ୍ତୁ ଏହାଠାରେ ତ ପୁରୁଣା ପାକିସ୍ଥାନ ପଟେ ପଟେ ରୁଟି ପାଇଁ ବିକଳ ହୋଇପଡିଛି । ଏତିକି ନୁହେଁ, ପାକିସ୍ଥାନର ଜନତା ଉଚ୍ଚ ଦରଦାମ ବୋଝତଳେ ଏତେ ଅଧିକ ପଶିଯାଇଛନ୍ତି ଯେ ଆଗକୁ ଆଉ କିଛି ଆଶା ଦେଖାଯାଉନାହିଁ। ତେବେ ଆସନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଅଛି ।

 

ନଗଦ ସଙ୍କଟ ସହ ଲଢୁଥିବା ପାକିସ୍ଥାନ ସରକାର ରୋଷେଇ ଗ୍ୟାସ ଦରର ନିଷ୍ପତ୍ତି ନେଇଛନ୍ତି ଯଦ୍ୱାରା ପାକିସ୍ଥାନର ଅବସ୍ଥା କିଛି ସୁଧୁରି ପାରିବ । କିନ୍ତୁ ଇମ୍ରାନ ଖାନ ଆସୁଥିବା ସଙ୍କଟ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥିଲେ , ଯାହାର କ୍ଷତି ତାଙ୍କୁ ଉଚ୍ଚସ୍ତରୀୟ ବୈଠକ ଡକେଇ ଭୋଗିବାକୁ ପଡିଛି । ପରିଣାମ ସ୍ୱରୂପ , ଏବେ ପାକିସ୍ତାନର ଜନତା ପଟେ ରୁଟି ପାଇଁ ବିକଳ ହେଉଥିବା ନଜର ଆସୁଛି । ଯଦିଓ, ନିଜ ଦେଶକୁ  ଏହି ସଙ୍କଟରୁ ବାହାର କରିବା ପାଇଁ ଇମ୍ରାନ ଖାନ ଉଚ୍ଚ ସ୍ତରୀୟ ବୈଠକ ଡକେଇଛନ୍ତି କିନ୍ତୁ ଏହାର କୌଣସି ସମାଧାନ ମିଳିପାରି ନାହିଁ  ଓ ଏହି ପରିସ୍ଥିତିକୁ ଆମ ଦେଶରେ ନିଜ ଗୋଡରେ କୁରାଢି ମାରିବା କୁହନ୍ତି ।

 

୧୦-୧୫ଟଙ୍କାରେ ବିକ୍ରିହେଉଛି ରୁଟି

ରୋଷେଇ ଗ୍ୟାସର ଦାମ ବୃଦ୍ଧି କରିବାର ନିଷ୍ପତ୍ତି ପରେ ପାକିସ୍ଥାନରେ ହୋଟେଲ ମାଲିକ ମାନେ ରୁଟିର ମୂଲ୍ୟ ବୃଦ୍ଧି କରିଛନ୍ତି , ଯାହାପରେ ଏବେ ସେଠାକାର ଜନତା ରୁଟି ପାଇଁ ୧୦-୧୨ଟଙ୍କା ଦେଉଛନ୍ତି , ସେଠାରେ ନାନ ପାଇଁ ୧୨-୧୫ ଟଙ୍କା ଦେଉଛନ୍ତି। ଏହି ରୁଟି ପୂର୍ବରୁ ୮ଟଙ୍କା ମଧ୍ୟରେ ମିଳୁଥିଲା । କିନ୍ତୁ ଏବେ ମୂଲ୍ୟ ବଢିଯାଇଛି , ଏହି କାରଣରୁ ପାକିସ୍ଥାନ ରେ ହାହାକାର ଶୁଣାଯାଉଛି । ଘଟଣା କେବଳ ଏତିକି ନୁହେଁ , ରୁଟି ମୂଲ୍ୟ ବଢିବା ଯୋଗୁ ସହର ସହରରେ ହଙ୍ଗମା ହେଉଛି ଓ ପରିଣାମସ୍ଵରୂପ ଇମ୍ରାନ ଖାନ ବୈଠକ ଡକେଇଲେ ।

ଲୋକମାନେ ଛି ଛାକର କରୁଛନ୍ତି – ରୁଟି ମୂଲ୍ୟ କମ କରିବାପାଇଁ ବୈଠକ ଡକେଇବା ପରେ ସୋସିଆଲ ମିଡିଆରେ ଲୋକମାନେ ଇମ୍ରାନ ଖାନଙ୍କ ମଜା ଉଡାଉଛନ୍ତି। ୟୁଜର୍ସ ମାନେ ଲେଖିଲେ ଯେ ତୋବା ତୋବା ରୁଟି ପାଇଁ ହାଇ ଲେଭେଲ ମିଟିଂ । ଅନ୍ୟ କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ଆପଣ ନିଜର ସୌଦି ଆରବ ରୁ ରୁଟି କାହିଁକି ମଗାଉନାହାନ୍ତି ଓ ଏବେ ନୂଆ ପାକିସ୍ଥାନ କୁ ନାନ ପାକିସ୍ଥାନ କହିବା ଉଚିତ । ଆଉ କିଛି ଲୋକ ଏହା ମଧ୍ୟ କହିଲେ ଯେ ଏବେ ଇମ୍ରାନ ଖାନଙ୍କୁ ଇସ୍ତଫା ଦେଇଦେବା ଉଚିତ ।

ଆନ୍ତର୍ଜାତୀୟ ଅପମାନ ମଧ୍ୟ ସହିବାକୁ ପଡିଲା – ନଗଦ ସଙ୍କଟ ସହିତ ଲଢୁଥିବା ପାକିସ୍ଥାନକୁ ନା କେବଳ ଦେଶ ଭିତରେ ବେଇଜ୍ଜତ ହେବାକୁ ପଡିଛି , ଏହା ବ୍ୟତୀତ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବହୁତ ବେଇଜ୍ଜତି ହୋଇଛି । ଅର୍ଥ ଏହା ଯେ ପାକିସ୍ତାନକୁ ବର୍ତ୍ତମାନ ନା ତ ଦେଶର ସରକାରଙ୍କ ଠାରୁ କିଛି ଆଶା ନଜର ଆସୁଛି ତା’ଛଡା ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ କିଛି ଆଶା ଅଛି । ନିକଟରେ ପାକିସ୍ଥାନର ପିଏମ ଇମ୍ରାନ ଖାନ ଆମେରିକା ଯାଇଥିଲେ, ସେଠାରେ ତାଙ୍କୁ ନେବାକୁ କୌଣସି ନେତା ଆସିଲେ ନାହିଁ, ଯେଉଁ କାରଣରୁ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ବହୁତ ଅଧିକ ଅପମାନ ହୋଇଛି ।

https://twitter.com/i/status/1156224740291416065

Leave a Reply

Your email address will not be published. Required fields are marked *