July 24, 2024

Odia Express

Here, There and Everywhere

ହାତୀ ଭଳି ବଳବାନ ହେବାକୁ ଚାହୁଁଛନ୍ତି ତ ଏହି ସରଳ ପଦ୍ଧତିକୁ ଅପଣାନ୍ତୁ, ଶୋଇବା ପୂର୍ବରୁ ନିଶ୍ଚୟ କରନ୍ତୁ…

ବର୍ତ୍ତମାନ ଯୁବପିଢି ଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ହେବାର ପ୍ରତିଯୋଗୀତା ଚାଲିଛି । ଯେଉଁଥିରେ ସମସ୍ତେ ନିଜର ଶକ୍ତି ଅନ୍ୟ ଠାରୁ ଅଧିକ କରିବାକୁ ଚାହୁଁଛନ୍ତି , ଏହା ଫଳରେ ତାଙ୍କୁ ଲୋକେ ଭଲ ପ୍ରଶଂସା କରିବେ । ଏଥିପାଇଁ ସେ ବଜାରରୁ ଦାମିକାରୁ ଦାମିକା ଏନର୍ଜି ପାଉଡର ଆଣି ଖାଉଛନ୍ତି । କିନ୍ତୁ ସେହି ଦାମିକା ଶକ୍ତି ଦେଉଥିବା ପାଉଡର ମଧ୍ୟ ଯେବେ ଫେଲ ହୋଇଯାଏ ତେବେ ଆପଣ ପୁଣି ଅନ୍ୟ କେଉଁ ଉପାୟ କରିବାକୁ ଚିନ୍ତା କରନ୍ତି । ଏହି ସଂପୂର୍ଣ୍ଣ ପ୍ରକ୍ରିୟାରେ ଆପଣ ନିଜର ଝାଳବୁହା ପରିଶ୍ରମର ଧନ ପାଣି ଭଳି ବୁହାନ୍ତି। ଆଜି ଆମେ ଆପଣଙ୍କୁ ଏକ ଏପରି ପଦ୍ଧତି କହିବାକୁ ଯାଉଛୁ ଯାହାର ସାହାଯ୍ୟରେ ଆପଣ ଟଙ୍କା ଖର୍ଚ୍ଚ କରି ମଧ୍ୟ ନିଜର ଶରୀରର ଶକ୍ତି ବୃଦ୍ଧି କରିପାରିବେ । ମହତ୍ଵପୂର୍ଣ୍ଣ କଥା ଏହା ଯେ ଏହି ଉପାୟରେ ଆପଣଙ୍କ ଶରୀର ଉପରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହେବନାହିଁ କାରଣ ଏହା କୌଣସି ବିଦେଶୀ ଔଷଧ ନୁହେଁ ତାବଦଳେ ଆୟୁର୍ବେଦିକ ପଦ୍ଧତି ଅଟେ ।

ଆସନ୍ତୁ ଏବେ ଆପଣଙ୍କୁ ଏହି ସରଳ ଉପାୟ ବିଷୟରେ କହିବୁ , ଯାହାର ସେବନ ଦ୍ଵାରା ଆପଣଙ୍କ ଶରୀର ଖୁବ କମ ସମୟରେ ଅଧିକ ଶକ୍ତି ଆସିବ । ଏହାସହ ଆମେ ପଣନାଙ୍କୁ ଏହା ମଧ୍ୟ କହିବୁ ଯେ ଏହାକୁ କିପରି ପ୍ରସ୍ତୁତ କରିବେ ଓ କିପରି ପ୍ରୟୋଗ କରିବେ ।

 

ଆପଣଙ୍କ ଶରୀରର ଶକ୍ତି ବୃଦ୍ଧି ନିମନ୍ତେ ଡାଲଚିନି ବହୁତ ପ୍ରଭାବଶାଳୀ ପ୍ରମାଣିତ ହୋଇପାରିବ । ଏହା ଏକ ଆୟୁର୍ବେଦିକ ଔଷଧ ଅଟେ ଯାହାକୁ ଆପଣ ସହଜରେ କମ ଖର୍ଚ୍ଚରେ ପ୍ରସ୍ତୁତ କରିପାରିବେ । ଆପଣଙ୍କୁ ଜଣେଇଦେଉଛୁ ଯେ ଡାଲଚିନିକୁ ମସଲା ରୂପେ ମଧ୍ୟ ବ୍ୟବହାର କରାଯାଏ । କିନ୍ତୁ ଏହା ଆପଣଙ୍କ ଶରୀରକୁ ଶକ୍ତି ପ୍ରଦାନ କରିବାରେ ବହୁତ ପ୍ରଭାବଶାଳୀ ହୋଇଥାଏ ।

 

ଏଥିପାଇଁ ଆପଣ ଡାଲଚିନି ପାଉଡରକୁ ରାତି ଶୋଇବା ପୂର୍ବରୁ କ୍ଷୀର ସହ ମିଶେଇ ପିଅନ୍ତୁ, ଏପରି କରିବା ଦ୍ଵାରା ଆପଣଙ୍କ ଶରୀରକୁ ଅଧିକ ଶକ୍ତି ଆସିବ ଓ ତାସହ ଆପଣ ଅନେକ ପ୍ରକାର ରୋଗରୁ ମଧ୍ୟ ରକ୍ଷା ପାଇଯିବେ ଯଦି ଆପଣ ନିଜ ଶରୀରକୁ ଅଧିକ ଶକ୍ତିମନ୍ତ କରିବାକୁ ଚାହୁଁଛନ୍ତି ତେବେ ଆପଣ ଡାଲଚିନି କୁ ଏକ ଲିଟର କ୍ଷୀରରେ ମିଶେଇ ପିଅନ୍ତୁ ।

 

ଏହାକୁ ନିୟମିତ ରୂପେ ସେବନ କରିବା ଦ୍ଵାରା ବହୁତ ଲାଭ ହେବ । ଏହାଛଡା ଡାଲଚିନି ଖାଇବାରୁ ପେଟରେ କବ୍ଜ ଓ ଗ୍ୟାସ ଭଳି ଅନ୍ୟ ଅନେକ ପ୍ରକାର ଗମ୍ଭୀର ରୋଗରୁ ଆପଣ ନିଜକୁ ରକ୍ଷା କରିପାରିବେ ।

Leave a Reply

Your email address will not be published. Required fields are marked *