March 24, 2025

Odia Express

Leading Odia News Portal of Odisha

ଏହି ଗଛ ଗୁଡିକ ନିଜ ଘର ପାଖରେ ନିଶ୍ଚୟ ଲଗାନ୍ତୁ- ଦେଖିବେ କିପରି ଭାଗ୍ୟ ବଦଳି ଯିବ…

ବାସ୍ତୁଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ମତରେ ଏପରି ଅନେକ ଗଛ ରହିଛି ଯାହାକୁ କି ଆମ ଘର ପାଖରେ ଲଗାଇବା ଦ୍ୱାରା ଆମର ଉନ୍ନତି ହୁଏ। ଏବଂ ଭାଗ୍ୟ ବଦଳି ଯାଏ। ତେବେ ଆଜି ଆମେ ଆପଣଙ୍କ ଦୃଷ୍ଟିଗୋଚର ପାଇଁ ଏପରି କିଛି ଗଛ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁ ଗଛ ଗୁଡିକ ଲଗେଇବା ଦ୍ୱାରା ଆପଣଙ୍କ ଘର ର ସୁଖ ସମୃଦ୍ଧି ରେ ବୃଦ୍ଧି ହେବ। ଆର୍ଟିକିଲ ଟିକୁ ସମ୍ପୂର୍ଣ୍ଣ ପାଠ କରନ୍ତୁ।

ଅଁଳା – ଅଁଳା ବୃକ୍ଷରେ ଭଗବାନ ବିଷ୍ଣୁ ବାସ କରନ୍ତି । ଏହି ବୃକ୍ଷ କୁ ସର୍ବଦା ଘରର ବାରିପଟେ ଲଗାଇବା ଉଚିତ ଏହା ସମସ୍ତ ପ୍ରକାର ବିପଦ ରୁ ଘର କୁ ରକ୍ଷାକରେ। ଏବଂ ଦେବୀ ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ଘର ଉପରେ ରୁହେ।

ବେଲପତ୍ର – ବେଲପତ୍ର କୁ ଭଗବାନ ଶିବଙ୍କ ପ୍ରିୟ ପତ୍ର ବୋଲି କୁହାଯାଏ। ବେଲ ଗଛର ମହତ୍ୱ ହିନ୍ଦୁ ଧର୍ମରେ ଅନେକ ରହିଛି।ଏହାଛଡା ବେଲ ଗଛର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଯଦି ଆପଣ ଏହାକୁ ଘର ର ଉତ୍ତର ପୂର୍ବ ଦିଗରେ ସ୍ଥାପନ କରନ୍ତି। ତେବେ ଆପଣଙ୍କୁ ଏହାର ଶୁଭ ଫଳ ମିଳିବ। ଏହି ଗଛ ରହିଲେ ଘରେ କେବେ ମଧ୍ୟ ସଙ୍କଟ, ଖରାପ ଦୃଷ୍ଟି,ବ୍ୟାଧି ଆଦି ଆସେନାହିଁ।

ତୁଳସୀ – ଏମିତି କୌଣସି ହିନ୍ଦୁ ଘର ନଥିବା ଯାହା ଅଗଣା ରେ ତୁଳସୀ ଗଛ ନଥିବ। ତୁଳସୀ ଗଛର ମଧ୍ୟ ଅନେକ ମହତ୍ୱ ଏବଂ ଔଷଧୀୟ ଗୁଣ ରହିଛି ଏହାକୁ ଘର ର ପୂର୍ଵ ଦିଗରେ ସ୍ଥାପନ କରାଯାଏ। ଘରେ ଯଦି ଅଗଣା ନାହିଁ ତେବେ ଆପଣ ଏହାକୁ ନିଜ ଦାଣ୍ଡ ପଟେ ଲଗାଇ ପାରନ୍ତି। ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢ଼େ। ଯଦି ଘରକୁ ଯମ ଆସିବାକୁ ଯାଉଛି ତେବେ ପ୍ରଥମେ ତୁଳସୀ ଗଛ ନାରାୟଣ ପାଇଯାଏ।

ଅରଖ- ଏହି ଫୁଲ ଭଗବାନ ଶିବଙ୍କ ଅତି ପ୍ରିୟ ପୁଷ୍ପ ଅଟେ। ଏହି ଫୁଲ ଗଛ ଯଦି ଆପଣ ନିଜ ଦାଣ୍ଡ ପଟେ ଲଗାନ୍ତି ତେବେ ଘର ଉପରେ କୌଣସି ଦୁଷ୍ଟ ଶକ୍ତି ପ୍ରଭାବ ରହେ ନାହିଁ। ତଥା ଘରକୁ ଆସୁଥିବା ଖରାପ ଗ୍ରହ ପ୍ରଭାବ ଆଦି ଦୁରେଇ ଯାଏ।

ପାରିଜାତ ବା ଗଙ୍ଗଶିଉଳି- ଗଙ୍ଗ ଶିଉଳି ଗଛ ତ ଦେଖିଥିବେ। ଏହାର ଫୁଲ ଧଳା ଏବଂ ଡେମ୍ଫ କମଳା ରଙ୍ଗ ର ଅଟେ। ଏହା ବହୁତ ବାସ୍ନା ହୁଏ। ଏହା ସର୍ବଦା ଘରର ଦାଣ୍ଡ ସମୁଖରେ ଡାହାଣ ପାର୍ଶ୍ଵରେ ଲଗାଇବା ଉଚିତ ଅଟେ। ଏହା ଦ୍ୱାରା ଘର ଉପରେ ମାତା ଲଷ୍ମୀ ଙ୍କ ଶୁଭ ଦୃଷ୍ଟି ରହେ ଘର ଉପରେ ଧନ ବର୍ଷା ହୁଏ।

ପାତାଳ ଗରୁଡ଼- ପାତାଳ ଗରୁଡ଼ ଗଛରେ ଛୋଟ ଛୋଟ ଧଳା ଫୁଲ ଫୁଟେ ଏବଂ କଳା ରଙ୍ଗ ର ଫଳ ମଧ୍ୟ ହୁଏ। ଏହି ଗଛ ଘର ପାଇଁ ଉପଯୋଗୀ। ଏହି ଗଛ ଥିଲେ ଗୃହ ମଧ୍ୟକୁ କେବେ ହେଲେ ସର୍ପ ପ୍ରବେଶ କରେନାହିଁ।

 

Leave a Reply

Your email address will not be published. Required fields are marked *