March 24, 2025

Odia Express

Leading Odia News Portal of Odisha

ରାତିରେ ଶୋଇବା ଆଗରୁ ମାତ୍ର ଗୋଟେ ଚୁଟକି ଖାଆନ୍ତୁ ଆଉ ଆପଣଙ୍କ ପେଟ ର ଚର୍ବି ତରଳିବାକୁ ଲାଗିବ..

ମୋଟାପଣ ଆପଣଙ୍କ ପାଇଁ ଏକ ସମସ୍ୟା ଭାବେ ଅଂଶୀଦାର ହେଇଥାଏ। ଏହା କିଛି ଲୋକଙ୍କର ଦିନ ଖରାପ କରିବା ସହ କିଛି ଲୋକ ଙ୍କର ମନ ବି ଖରାପ କରିଥାଏ। ଆମ ଖାଦ୍ୟର ପାଚନ କ୍ଷମତା ଠିକ ନ ରହିବା ଦ୍ୱାରା ଆମ ଶରୀର ର ଓଜନ ବଢିବା ଅଥବା କମିବା ଭଳି ସମସ୍ୟା ହେଇ ଥାଏ। ଖାଦ୍ୟ ଠିକ ସେ ସମୟ ରେ ନ ଖାଇବା ତଥା ଖାଦ୍ୟ ର ଖରାପ ଆଦତ ଦ୍ୱାରା ଆମର ପାଚନ ଶକ୍ତି ଦୁର୍ବଳ ହେଇଥାଏ। ଏହାଦ୍ୱାରା ଆମକୁ ଓଜନ ର ସମସ୍ୟା ଦେଖିବାକୁ ମିଳେ। ଆଜି ଆମେ ଏକ ଏପରି ଉପାୟ କହିବାକୁ ଯାଉଛୁ ଯାହା ର ବ୍ୟବହାର ଦ୍ୱାରା ଆପଣ ମାତ୍ର ଗୋଟେ ମାସ ଅଥବା ୧୫ ଦିନ ଭିତରେ ଆପଣଙ୍କ ଓଜନ କମେଇ ପାରିବେ। ମାତ୍ର ଏହା ପାଇଁ ଆପଣ କିଛି ଫାଷ୍ଟ ଫୁଡ଼ ଅଥବା ଅନ୍ୟ ଫ୍ୟାଟ ଯୁକ୍ତ ଖାଦ୍ୟ ତ୍ୟାଗ କରିବାକୁ ହେବ। ଆପଣ ବାସ ହେଲଦି ଖାଆନ୍ତୁ ଆଉ ନିଜର ଓଜନ କମାନ୍ତୁ।

ଆପଣ ଏହା ପାଇଁ ପାନମହୁରୀ, ଜୀରା,ଆଉ ଜୁଆଣି ଆଣନ୍ତୁ। ଆପଣ ଦୁଇ ଚାମଚ ଜୁଆଣି ଆଉ ଜୀରା କୁ ଏକ କଡା ରେ ଭାଜି ଦିଅନ୍ତୁ। କିଛି ସମୟ ପରେ ତାହା ପୁରା ଭାଜି ହେଇଯିବା ପରେ ତାକୁ କାଢି ଦିଅନ୍ତୁ ଆଉ ସେଥିରେ ଏକ ଚାମଚ ପାନମହୁରୀ ପକେଇ ଦିଅନ୍ତୁ। ତା ପରେ ଆପଣ ଗୋଟେ ଚାମଚ କଳା ଲୁଣ ମିଶାନ୍ତୁ ତଥା ଆପଣ ତାକୁ ଭଲ ଭାବେ ଗ୍ରଇଣ୍ଡିଂ କରି ଏକ ଚୁରଣ ବନାନ୍ତୁ।

ଏଥିରେ ଥିବା ଜୁଆଣି ଆପଣଙ୍କ ପେଟର ଗ୍ୟାସ କୁ କମେଇଥାଏ, ଜୀରା ଆପଣଙ୍କ ହଜମ ଶକ୍ତି କୁ ସସକ୍ତ କରିଥାଏ। ପାନମହୁରୀ ଆପଣଙ୍କ ପେଟ କୁ ମଜବୁତ କରିଥାଏ ତଥା କଳା ଲୁଣ ଆପଣଙ୍କ ଶରୀର କୁ ଷ୍ଟ୍ରଙ୍ଗ କରିଥାଏ ଆଉ ଆପଣଙ୍କ ପାକସ୍ଥଳୀ ତଥା ଲିଭର କୁ ସଫା କରିଥାଏ।

ଆପଣ ଏହାକୁ ରାତିରେ ଶୋଇବା ର ଏକ ଘଣ୍ଟା ପରେ ଅଥବା ଆପଣଙ୍କ ସକାଳ ଖାଦ୍ୟ ପରେ ନେଇପାରିବେ। ଆପଣ ରାତିରେ ନେବା ଠିକ ହେବ କାରଣ ରାତିରେ ଖାଇବା ପରେ ଶୋଇବା ହେଇଥାଏ।

ଆପଣ ଏହାକୁ ନେବା ପାଇଁ ଏକ ଗ୍ଲାସ ରେ ପାଣି ଉଷୁମ କରି ଦିଅନ୍ତୁ। ତା ପରେ ଆପଣ ଗୋଟେ ଚାମଚ ଏଥର ଗୋଳାନ୍ତୁ ଆଉ ତାକୁ ଆପଣ ଗରମ ଚା ପିଇବା ଭଳି ପିଅନ୍ତୁ। ଏହା କରିବା ଦ୍ୱାରା ତାହା ଧୀରେ ଧୀରେ ଆପଣଙ୍କ ଶରୀର ଉପରେ ପ୍ରଭାବ କରିବାକୁ ଲାଗିବ। ଆପଣ ମାତ୍ର ୧୫ ଦିନ ଭିତରେ ଏହି ପ୍ରଭାବ ଦେଖି ପାରିବେ। ଏହାଦ୍ୱାରା ଆପଣଙ୍କ ପେଟ ଠିକ ରହିବ ଆଉ ଆପଣଙ୍କ ମୋଟାପା କମିଯିବ।

Leave a Reply

Your email address will not be published. Required fields are marked *