March 17, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଦୁନିଆର ୫ଟି ସବୁଠୁ ଛୋଟ ଦେଶ ବିଷୟରେ – ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଯେ ଏଠାରେ ମାତ୍ର ଏତିକି ଲୋକ ରହୁଛନ୍ତି…

ଦୁନିଆର ସବୁଠାରୁ ବଡ଼ ଦେଶ ବିଷୟରେ ଆପଣମାନେ ଜାଣିଥିବେ, କିନ୍ତୁ ଆପଣ କ’ଣ ସବୁଠାରୁ ଛୋଟ ଦେଶ ବିଷୟରେ ଜାଣିଛନ୍ତି। ଦୁନିଆର ଏମିତି ଅନେକ ଛୋଟ ଦେଶ ଅଛି ଯେଉଁଗୁଡିକ ସତରେ ବହୁତ ଛୋଟ ଅଟେ। ସେଥିରୁ ଏମିତି କିଛି ଦେଶ ଅଛି ଯାହାର କ୍ଷେତ୍ରଫଳ ବହୁତ କମ୍ ଅଟେ, ଆଉ ଏକ ଏମିତି ବି ଦେଶ ଅଛି ଯାହାର ସମ୍ପୁର୍ଣ୍ଣ ଜନସଂଖ୍ୟା ଏକ ହଜାର ଅଟେ।ଏବେ ଆସନ୍ତୁ ଜାଣିବା ଦୁନିଆର କିଛି ଛୋଟ ଦେଶ ମାନଙ୍କ ବିଷୟରେ। ଆମେ ଆମ ତାଲିକାରେ ଦୁନିଆର ସବୁଠୁ ପାଞ୍ଚ ଟି ଛୋଟ ଦେଶ ମାନଙ୍କୁ ରଖିଛୁ। ଏବେ ଆସନ୍ତୁ ଆମେ ୫ମ ଦେଶ ବିଷୟରେ ଜାଣିବା।

ଏହି ତାଲିକାରେ ୫ମ ସ୍ଥାନରେ ଅଷ୍ଟ୍ରେଲିଆ ମହାଦିପ୍ ରେ ଅବସ୍ଥିତ ନାଉରୁ ଦେଶ ଆସୁଅଛି, ଦୁନିଆର ବଡ଼ ଚିତ୍ତାକର୍ଷକ ଦେଶ ଅଟେ। କିନ୍ତୁ ବହୁତ କମ୍ ଲୋକ ଏ ଦେଶ ନାଁ ଶୁଣିଥିବେ। ଏହି ଦେଶ ବିଶ୍ଵର ସବୁଠାରୁ ଛୋଟ ସ୍ବତନ୍ତ୍ର ଗଣରାଜ୍ୟ ଏବଂ ଦୁନିଆର ଏହି ଏକମାତ୍ର ଗଣତାନ୍ତ୍ରିକ ରାଷ୍ଟ୍ର ଯାହାର କୋୖଣସି ରାଜଧାନୀ ନାହିଁ। ନାଉରୁ ବିଶ୍ବର ଛୋଟ ସ୍ବତନ୍ତ୍ର ଗଣତାନ୍ତ୍ରିକ ରାଷ୍ଟ୍ର ଅଟେ, ଯାହାର କ୍ଷେତ୍ରଫଳ ମାତ୍ର ୨୧ ବର୍ଗ କିଲୋମିଟର ଅଟେ। ସଂଯୁକ୍ତ ରାଷ୍ଟ୍ର ବିବୃତି ଅନୁସାରେ ୨୦୦୭ ମସିହାରେ ଏହାର ଜନସଂଖ୍ୟା କେବଳ ୧୩,୦୦୦ ମିଳିଥିଲା। ନାଉରୁ ସରକାର ୨୦୨୫ ମସିହା ବେଳକୁ ଏହାର ଜନସଂଖ୍ୟା ୧୭,୦୦୦ ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି।

୪ର୍ଥ ଦେଶ ତୁବାଲୁ। ସଂଯୁକ୍ତ ରାଷ୍ଟ୍ର ବିଶ୍ବ ପର୍ଯ୍ୟଟନ ସଂଗଠନର ଏକ ବିବୃତି ଅନୁସାରେ ତୁବାଲୁ ଦ୍ବିପ ରେ ୨୦୧୬ ମସିହାରେ ସବୁଠାରୁ କମ୍ ପର୍ଯ୍ୟଟକ ଯାତ୍ରା କରିଥିଲେ। ଏହି ଦେଶ ୪ ଟି ଦ୍ବିପ ମିଳିତ ସହାୟତା ରେ ହୋଇଅଛି, ଫୁନାଫାତି ତୁବାଲୁ ର ରାଜଧାନୀ ଅଟେ। ତୁବାଲୁ ଦୁନିଆର କ୍ଷେତ୍ରଫଳ ଅନୁସାରେ ୪ଥ ଛୋଟ ଦେଶ ଅଟେ। ତବାଲୁ ସମୁଦ୍ର ପତନଠାରୁ ୪ ମିଟର ଉପରେ ଅବସ୍ଥିତ, ଏବଂ ଏହାର ଜନସଂଖ୍ୟା ୧୧,୦୦୦ଅ୍ ଅଟେ।

୩ୟ ଦେଶ ସୈନ୍ ମୈରୀନୋ। ଏହାକୁ ଇଉରୋପ ର ସବୁଠାରୁ ପୁରୁଣା ଗଣରାଜ୍ୟ ଭାବେ ମାନନ୍ତି। ଏହି ଦେଶର ଆବିର୍ଭାବ ଖ୍ରୀଷ୍ଟାବ୍ଦ ୩୦୧ ରେ ହୋଇଥିଲା। ସୈନ୍ ମୈରୀନୋ କେବଳ ୬୧ ବର୍ଗ କିଲୋମିଟର ରେ ଅବସ୍ଥିତ। ସୈନ୍ ମୈରୀନୋ ର ସମ୍ପୁର୍ଣ୍ଣ ଜନସଂଖ୍ୟା ୩୧,୦୦୦ ଅଟେ। ସୈନ୍ ମୈରୀନୋ ଦେଖିବାକୁ ବହୁତ ସୁନ୍ଦର ଅଟେ, ଆଉ ଏହିଠାକୁ ବିଭିନ୍ନ ଦେଶରୁ ଅନେକ ଲୋକ ବୂଲିବାକୁ ଆସିଥାନ୍ତି।

୨ୟ ଭାଟିକାନ ସିଟି। ଏହା ଇଟାଲୀ ଦେଶ ରେ ଅବସ୍ଥିତ ରୋମ ସହରରେ ଅବସ୍ଥିତ ଏକ ସ୍ବତନ୍ତ୍ର ଦେଶ ଅଟେ। ଏହାର ମାତୃଭାଷା ଲାଟିନ ଭାଷା ଅଟେ। ଏହି ଦେଶ ମାତ୍ର ୫୪ ହେକ୍ଟର ଏରିଆ ରେ ଅବସ୍ଥିତ। ଏହାର ନିଜସ୍ଵ ଟଙ୍କା ଅଛି ଯେଉଁଟା ଇଟାଲୀ ରେ ବି ଗ୍ରହଣୀୟ। ଏହାର ସମ୍ପୁର୍ଣ୍ଣ ଜନସଂଖ୍ୟା ୧୦୦୦ ଅଟେ। ଏହି ଦେଶର ନିଜସ୍ଵ ଡ଼ାକ ବିଭାଗ ଏବଂ ରେଡ଼ିଓ ଷ୍ଟେସନ ମଧ୍ୟ ରହିଛି।

୧ମ ଦେଶ ମୋନାକୋ ସିଟି। ମୋନାକୋ ସିଟି ର କ୍ଷେତ୍ରଫଳ ମାତ୍ର ୨ ବର୍ଗ କିଲୋମିଟର ଅଟେ। ଏହା ଭାଟିକାନ ସିଟି ପରେ ଦୁନିଆର ସବୁଠାରୁ ଛୋଟ ଦେଶ ଅଟେ। ଏହିଠାରେ ଘର ବନେଇବା ପାଇଁ ଯେତିକି ସ୍ଥାନ ଆବଶ୍ୟକ ସେ ସବୁ ସ୍ଥାନଗୁଡିକ ଉପଯୋଗ ହୋଇସାରିଛି। ଏମିତିକି ପହାଡ ଉପରେ, ମାଟି ତଳେ, ଏବଂ ଆଉ କିଛି ଆକାଶ ଛୁଆଁ ଘର ବନାହୋଇ ସାରିଲାଣି। କିନ୍ତୁ ଏଠି ଧନି ଲୋକଙ୍କର ରହିବାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

Leave a Reply

Your email address will not be published. Required fields are marked *