March 22, 2025

Odia Express

Leading Odia News Portal of Odisha

ଅଚାନକ ବାହାଘର ଦିନ ହୁଏ ବର୍ଷା, ତ ଭଗବାନ ଦିଅନ୍ତି ଏହି ଖାସ ସଂକେତ, ଆପଣ ମଧ୍ୟ ନିଶ୍ଚିତ ପଢନ୍ତୁ..

ଭାରତୀୟ ସଂସ୍କୃତିରେ ବିବାହ କୁ ଏକ ଉତ୍ସବ ଭଳି ପାଳନ କରାଯାଏ। ଯାହାର ପ୍ରସ୍ତୁତି ଅନେକ ମାସ ପୂର୍ବରୁ ଆରମ୍ଭ ହୋଇଯାଏ ଏବଂ ବିବାହର ବନ୍ଧନ ଯେତିକି ମହତ୍ଵ ଦିଆଯାଏ ସେତିକି ହିନ ଏହାର ଆୟୋଜନ କୁ ମଧ୍ୟ । ବିବାହକୁ ନେଇ ସବୁ ଲୋକମାନେ ବହୁତ ଉତ୍ସୁକ ରହନ୍ତି । ବର କନ୍ୟାଙ୍କର ଘରଲୋକଙ୍କ ଠାରୁ ନେଇ ସମ୍ପର୍କୀୟ ବନ୍ଧୁବାନ୍ଧବ ଏହାର ପ୍ରସ୍ତୁତିରେ ଲାଗିରହନ୍ତି। ପ୍ରତ୍ୟେକ କୌଣସି ନା କୌଣସି ପ୍ରକାରର ପ୍ରସ୍ତୁତି କରୁଥାନ୍ତି। ସମସ୍ତଙ୍କର ଏହି ଚେଷ୍ଟା ଥାଏ ଯେ ବିନା କୌଣସି ପ୍ରକାରର ଅସୁବିଧାରେ ଏହି ବିବାହର ଆୟୋଜନ ଭଲ ଭାବରେ ଶେଷ ହେବ , ଏମିତିରେ ଲୋକଙ୍କ ମନରେ କେଉଁଠି ନା କେଉଁଠି ଏହା ମଧ୍ୟ ଆଶଙ୍କା ବନି ରହେ ଯେ ସେହି ଦିନ ବର୍ଷା ହେବ ତ କଣ ହେବ?

ଯଦି କାହାର ବାହାଘରରେ ଅଚାନକ ବର୍ଷା ଆସିଯାଏ ତ ଏହା ଘରଲୋକ ଏବଂ ବରଯାତ୍ରୀ ଦୁହିଁଙ୍କ ନିମନ୍ତେ ଅସୁବିଧା ସୃଷ୍ଟି ହୋଇଥାଏ। ସମସ୍ତ ପ୍ରସ୍ତୁତି ଅଟକି ଯାଏ। ଏପରି ସ୍ଥିତିରେ ଅନେକ ଲୋକ ଏହାକୁ ଅଶୁଭ କହିଥାନ୍ତି । ଲୋକ ମାନଙ୍କର ମନରେ ବର୍ଷା ଆସିବାକୁ ଆମର ଏଠାରେ ଅନ୍ଧବିଶ୍ଵାସ ମାନନ୍ତି। ଲୋକମାନେ ପ୍ରାୟତଃ ଏହା ମାନନ୍ତି ଯେ ମୋର ବିବାହରେ ବର୍ଷା ନହେଉ। କିନ୍ତୁ , ଆଜି ଆମେ ଆପଣଙ୍କୁ ଜଣେଇବୁ ଯେ ବିବାହରେ ବର୍ଷା ଆସିବାର କଣ ଅର୍ଥ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ଦେବୁ ।

ଯେଉଁ ପ୍ରକାର ବର୍ଷା ହେବ ପୃଥିବୀ ପାଇଁ ଭଲ ହୋଇଥାଏ ସେହିପରି ଏହି ଆୟୋଜନ ନିମନ୍ତେ ମଧ୍ୟ ଫଳପ୍ରସୂ ଅଟେ ଏବଂ ତାସହ ଉତ୍ତମ ଭାଗ୍ୟର ପ୍ରତୀକ ହୋଇଥାଏ। ବର୍ଷା ହେବାର ଅର୍ଥ ଏହା ଯେ ଯେଉଁ ପ୍ରକାର ବର୍ଷା ଭୂମିରୁ ଶୁଷ୍କତାର ନାଶ କରିଥାଏ ଏବଂ ଟାଙ୍ଗରା ଭୂମିକୁ ମଧ୍ୟ ପୁଣି ଶସ୍ୟଶ୍ୟାମଳ କରିଦିଏ ଠିକ ସେହି ପ୍ରକାର ବିବାହ ଉତ୍ସବରେ ଏହି ବର୍ଷାର ବୁନ୍ଦା ଇଶ୍ଵରଙ୍କର ଆଶୀର୍ବାଦ ରୂପରେ ବର୍ଷିଥାଏ ଯାହାକି ବିବାହର ସଫଳତାର ପ୍ରତୀକ ଅଟେ ଏବଂ ଏହା ପ୍ରକୃତି ଏବଂ ଇଶ୍ଵରଙ୍କର ତରଫରୁ ବରକନ୍ୟା ଦୁହିଁଙ୍କୁ ମିଳିଥିବା ଶୁଭ ଉପହାର ହୋଇଥାଏ ।

ବିବାହର ଦିନ ବର୍ଷା ହେବାକୁ ବର-ବଧୁଙ୍କର ଆଗାମୀ ଦାମ୍ପତ୍ତ୍ୟ ଜୀବନ ସହିତ ମଧ୍ୟ ଯୋଡା ଯାଏ। ଏହି ବର୍ଷା ତାଙ୍କର ବୈବାହିକ ଜୀବନକୁ ଆନନ୍ଦମୟ କରିଥାଏ ଏବଂ ତାଶ ସନ୍ତାନ ଯୋଗ ମଧ୍ୟ ସୁଖମୟ କରିଥାଏ। ଅନେକ ଲୋକମାନେ ଏହି ଦାବି କରିଛନ୍ତି ଯେ ତାଙ୍କର ବିବାହ ଦିନ ବର୍ଷା ହେବା କାରଣରୁ ସେମାନଙ୍କୁ ଶୀଘ୍ରତିଶୀଘ୍ର ସନ୍ତାନର ସୁଖ ପ୍ରାପ୍ତ ହୋଇଛି। ପ୍ରକୃତରେ ଏକ ମାନ୍ୟତା ଅନୁଯାୟୀ ବିବାହ ଦିନ ବର୍ଷା ହେବ ଭଳି ସ୍ଥିତିକୁ ‘ପ୍ରଜନନ’ ସହିତ ଜଡିତ କରାଯାଇଥାଏ। ଯେଉଁ ବର-ବଧୁଙ୍କର ବିବାହ ଦିନ ବର୍ଷା ହୋଇଥାଏ, ଏହାର ଅର୍ଥ ଅଟେ ଯେ ସେମାନଙ୍କୁ ସନ୍ତାନର ସୁଖ ଖୁବ ଶୀଘ୍ର ପ୍ରାପ୍ତ ହେବ। ଏହା ବ୍ୟତିତ ବର୍ଷା କୁ ସକାରାତ୍ମକ ଶକ୍ତିର ମଧ୍ୟ ପ୍ରତୀକ ବିବେଚିତ କରାଯାଏ।

ଏହି ବର୍ଷା ବର-ବଧୁଙ୍କର ଜୀବନରେ ଖୁସି ଓ ଆନନ୍ଦ ଏବଂ ସୌଭାଗ୍ୟ ଅନିଠାଏ। ନିଜର ବର୍ଷାର ବୁନ୍ଦାରେ ଏହି ଦୁହିଁଙ୍କର ଜୀବନରେ ଆସୁଥିବା ସଙ୍କଟକୁ ଧୋଇନିଏ । କୌଣସି ପ୍ରକାରର ଦୁର୍ଭାଗ୍ୟ ସେମାନଙ୍କର ଦାମ୍ପତ୍ତ୍ୟ ଜୀବନକୁ ଛୁଇଁ ପାରେ ନାହିଁ, ଏ କଥାର ଧ୍ୟାନ ରଖେ। ହିନ୍ଦୁ ସଂସ୍କୃତିରେ ବିବାହର ଦିନ ହୋଇଥିବା ବର୍ଷାକୁ ‘ ସମ୍ପର୍କର ଦୃଢତା’ ସହିତ ଯୋଡା ଯାଇଥା।

କୁହନ୍ତି ଯେ ବିବାହ ଦିନ ବର୍ଷାର ପାଣି ଯେବେ ବର-ବଧୁଙ୍କୁ ଏକ ସାଥିରେ ବାନ୍ଧୁଥିବା କନ୍ୟାଦାନର ଗଣ୍ଠିରେ ପଡିଥାଏ ତ ତାହା ଏହାକୁ ଦୃଢ କରିଦିଏ । ଏବଂ ଏହି ଗଣ୍ଠି ଦୁଇ ଜଣଙ୍କର ସମ୍ପର୍କର ଗଭୀର ଦୃଢତାକୁ ଦର୍ଶାଏ। ଏଥିରୁ ଏହା ପ୍ରମାଣିତ ହୋଇଥାଏ ଯେ ତାଙ୍କର ଆଗାମୀ ଦାମ୍ପତ୍ତ୍ୟ ଜୀବନ ଅତୁଟ ଅଟେ ।

Leave a Reply

Your email address will not be published. Required fields are marked *