March 24, 2025

Odia Express

Leading Odia News Portal of Odisha

ନାଭି ରେ ଏହି ତେଲ କୁ ପକେଇ ଦିଅନ୍ତୁ – ଚେହେରା ଚମକିବ ଶୀଘ୍ର ବାର୍ଦ୍ଧକ୍ୟ ଆସିବ ନାହିଁ…

ତେଲ ଆମ ଶରୀର ପାଇଁ ଏକ ବିଶେଷ ଉପାଦାନ ଅଟେ। ତେଣୁ କାହିଁ ଅନାଦି କାଳରୁ ଆମ ପୂର୍ବଜ ମାନେ ସ୍ନାନ କରିବା ପୂର୍ବରୁ ଏହାକୁ ଶରୀର ରେ ଲଗେଇ ଆସୁଛନ୍ତି। ଆପଣ ହୁଏତ ଜାଣି ନଥିବେ ଯେ କିଛି ଏପରି ବିଶେଷ ଗୁଣ ଥିବା ତେଲ ରହିଛି ଯାହାକୁ ନାଭି ରେ ଲଗାଇବା ଦ୍ୱାରା ଆମ ଶରୀର କୁ ବିଭିନ୍ନ ପ୍ରକାର ଫାଇଦା ଏଥିରୁ ମିଳିଥାଏ। ନାଭି ଆମ ଶରୀର ର ସମସ୍ତ ଭାଗ ସହ ଯୋଡି ହୋଇ ଥାଏ। ମାଆ ପେଟ ରେ ଥିବା ବେଳେ ଏହି ନାଭି ଦେଇ ସମସ୍ତ ଖାଦ୍ୟ ଆମକୁ ମିଳିଥାଏ। ଏମିତି କୌଣସି ବ୍ୟକ୍ତି ନାହିଁ ଯାହାର ନାଭି ନାହିଁ। ତେବେ ଆପଣଙ୍କ ଅନେକ ରୋଗ ସମସ୍ୟା ର ସମାଧାନ ଏହି ନାଭି ରୁ ହୋଇଥାଏ। ତେବେ ଆସନ୍ତୁ ସେଗୁଡିକ ବିଷୟରେ ଜାଣିବା। ଏହି ଆର୍ଟିକେଲ୍ ଟିକୁ ସମ୍ପୂର୍ଣ୍ଣ ପାଠ କରନ୍ତୁ।

ନଡିଆ ତେଲ;- ନଡ଼ିଆ ତେଲକୁ ବାକି ସମସ୍ତ ତେଲ ର ବାପା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଏପରି ଏକ ତେଲ ଅଟେ ଯେଉଁଥିରେ ମିନେରାଲ ପ୍ରୋଟିନ ଭିଟାମିନ ଆଦି ଭରପୁର ପରିମାଣ ରେ ରହିଛି। ଏଥିରେ ଓମେଗା 3 ମଧ୍ୟ ଭରପୁର ମାତ୍ରା ରେ ଥାଏ।ପ୍ରତିଦିନ ନଡ଼ିଆ ତେଲ ଲଗେଇ ଗାଧୋଇବା ଶରୀର ପକ୍ଷେ ବହୁତ ହିତକର ଅଟେ। ନଡ଼ିଆ ତେଲ କୁ ନାଭିରେ ଏକ ବୁନ୍ଦା ଗରମ କରି ପକେଇବା ଦ୍ୱାରା ଚର୍ମ ଶୁଷ୍କ ହେବା। ପାଦ ଫାଟିବା ଇତ୍ୟାଦି ଦୂର ହୁଏ।

ବାଦାମ ତେଲ;- ବାଦାମ ତେଲ ମଧ୍ୟ ଆମ ଶରୀର ପାଇଁ ବହୁତ ଉପକାରୀ ଅଟେ। ଏଥିରେ ଭିଟାମିନ E ପ୍ରଚୁର ପରିମାଣ ରେ ଥାଏ। ବାଦାମ ତେଲ କୁ ନାଭିରେ ପକାଇ ଶୋଇବା ଦ୍ୱାରା କେଶ ମୋଡ଼ି ହେବା, କେଶ ଝଡ଼ିବା, କେଶ ଦୁର୍ବଳ ଆଦି ସମସ୍ୟା ଦୂର ହୁଏ।

ଯାଇତୁନ ତେଲ:- ଏହା କୁ ଇଂରାଜୀ ରେ ଓଲିଭ ଅଇଲ ମଧ୍ୟ କୁହାଯାଏ। ଏହାକୁ ନାଭି ରେ ପକାଇ ଶୋଇବା ଦ୍ୱାରା ଆମ ଶରୀର ରେ ଥିବା ଅନେକ ଭିଟାମିନ, ଓମେଗା 3 ର ଅଭାବ ଦୂର ହେଇ।

ଲେମ୍ବୁ ତେଲ :- ଲେମ୍ବୁ ତେଲ ର ବହୁତ କମ ବ୍ୟବହାର ଦେଖିବାକୁ ମିଳେ। ଏହି ଲେମ୍ବୁ ତେଲ ର ମଧ୍ୟ ବହୁତ ଉପକାରୀତା ରହିଛି। ଏହାକୁ ନାଭିରେ ପକାଇ ଶୋଇଲେ। ଚର୍ମ ରୋଗ ତଥା ଶରୀର ରେ ହେଉ ଥିବା ଇଂଫକ୍ସନ ଆଦି ଦୂର ହୁଏ।

ସୋରିଷ ତେଲ;- ସୋରିଷ ତେଲର ମଧ୍ୟ ବହୁତ ଉପକାରୀତା ରହିଛି। ଯଦି ଆପଣଙ୍କ ଓଠ ଫାଟୁଅଛି। ତେବେ ଆପଣ ସୋରିଷ ତେଲ କୁ ନିଜ ନାଭିରେ ମାଲିସ କରି ରାତିରେ ଶୁଅନ୍ତୁ ଆପଣଙ୍କ ଓଠ ଫାଟିବା ,ଗୋଡ଼ ଫାଟିବା ଇତ୍ୟାଦି ସମସ୍ୟା ର କିଛି ଦିନ ମଧ୍ୟରେ ସମାଧାନ ହୋଇଯିବ।

Leave a Reply

Your email address will not be published. Required fields are marked *