June 30, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଆମ୍ବ ଗଛର ପତ୍ରର ଲାଭ ବିଷୟରେ – ଜାଣିଲେ ଆପଣ ମଧ୍ୟ କହିବେ..

ଆଜି ଆମେ ଯେଉଁ ଗଛ ବିଷୟରେ କଥା ହେବାକୁ ଯାଉଅଛୁ ଏହାକୁ ସମସ୍ତେ ଭଲ ଭାବରେ ଜାଣିଛନ୍ତି।ଛୋଟ ଛୁଆ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଏ ପତ୍ର ବିଷୟରେ ଜ୍ଞାନ ଅଛି।ଆଉ ଏହି ଗଛର ଫଳ ବହୁତ ମିଠା ହୋଇଥାଏ ଆଉ ଏହାକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି।ଏହି ଗଛ ସମସ୍ତଙ୍କ ଭିତରେ ଆଜ୍ଞା ହଁ ଆମେ କଥା ହେଉଛି ଆମ୍ବ ଗଛ ବିଷୟରେ।ଆପଣମାନେ ନିଶ୍ଚିନ୍ତ ଭାବରେ ଆମ୍ବ ଫଳ ବହୁତ ଖାଇଥିବେ ଆଉ ଏହାର ଲାଭ ବିଷୟରେ ନିଶ୍ଚିନ୍ତ ଭାବରେ ଅବଗତ ଥିବେ କିନ୍ତୁ ଆପଣମାନେ କଣ ଜାଣିଛନ୍ତି ଏହାର ଫଳ ବ୍ୟତୀତ ଏହାର ପତ୍ରରେ ମଧ୍ୟ ଔଷଧୀୟ ଗୁଣ ରହିଥାଏ।

ଆମ୍ବ ପତ୍ରରେ ବହୁତ ଗିଡିଏ ଔଷଧିୟ ଗୁଣ ଉପସ୍ଥିତ ରହି ଅଛି,ଏହାର ପତ୍ର ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢେ଼ଇବାରେ ସାହାଯ୍ୟ କରିଥାଏ।ଶରୀରରେ ଆସୁଥିବା ରୋଗକୁ ଦୁର କରିବାର କ୍ଷମତା ହୋଇଥାଏ।ଆଜି ଆମେ ଜାଣିବା ଆମ୍ବ ପତ୍ର ଦ୍ୱାରା କେଉଁ କେଉଁ ରୋଗରୁ ମୁକ୍ତି ପାଇ ପାରିବା ଓ ଆମ ଶରୀରକୁ କେଉଁ କେଉଁ ପ୍ରକାରର ଲାଭ ହୋଇଥାଏ ଆମେ ସେ ବିଷୟରେ ଜାଣିବା।ଯେତେ ଲାଭ ଆମ୍ବର ହୋଇଥାଏ ତାଠାରୁ ଅଧିକ ଲାଭ ଏହି ଆମ୍ବ ପତ୍ରର ହୋଇଥାଏ।

ସର୍ଵ ପ୍ରଥମେ ଆମେ ଜାଣିବା ଯେଉଁମାନଙ୍କୁ ମଧୁମେହ ଭଳି ସମସ୍ୟା ହେଇଥିବ ଆଉ ପେଟରେ ପଥର ଭଳି ସମସ୍ୟା ହୋଇଥାଏ ତାହେଲେ ଏ ଆମ୍ବ ପତ୍ର ଏହି ସବୁ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।ବାନ୍ତି ହେଉଥିଲେ,ବିଶାକ୍ତ ଜୀବଜନ୍ତୁ କାମୁଡି ଦେଇଥିଲେ,ଧାତୁ ପରିସ୍କାର କରିଥାଏ,ଆପଣ ଏହି ଆମ୍ବ ପତ୍ର ବର୍ଷକ ବାରମାସ ପାଇ ପାରିବେ।ଏ ପତ୍ର ମାନଙ୍କ ଭିତରୁ ଏହାର ଗୋଲାପି ରଙ୍ଗର ପତ୍ର ବହୁତ ନରମ ହୋଇଥାଏ ଓ ବହୁତ ଲାଭଜନକ ହୋଇଥାଏ।

ଯେଉଁମାନଙ୍କୁ ଖାଦ୍ୟ ଖାଇଲା ବେଳେ ବାରମ୍ଭାର ହିକ୍କା ଆସିଥାଏ ଓ ସେ ଭଲ ଭାବରେ ଖାଦ୍ୟ ଖାଇ ପାରନ୍ତି ନାହିଁ,ତାହେଲେ ଆପଣ ଏହି ଆମ୍ବ ପତ୍ର ନେବେ ଓ ଏହାକୁ ପୋଡ଼ି ଏହାର ଧୂଆଁକୁ ନିଜ ନାକ ମାଧ୍ୟମରେ ସେବନ କରିବେ।ଆପଣଙ୍କୁ ଏହି ପରି ୨୧ ଦିନ ପର୍ଯ୍ୟନ୍ତ କରିବାର ଅଛି ଯାହାଦ୍ୱାରା ଆପଣଙ୍କ ହିକ୍କା ସମ୍ପୂର୍ଣ୍ଣ ରୂପର ଭଲ ହୋଇଯିବ।ଯଦି କାହାର ବୃକକ ରେ ପଥର ଅଛି ତାହେଲେ ଆପଣ କଣ କରିବେ ନା ସନ୍ଧ୍ୟାରେ ଯାଇଁ ୫ ଟି ପତ୍ର ଛିଡେଇ ଆଣିବେ ଓ ଗୋଟେ ଗିଲାସ ପାଣିରେ ଏହାକୁ ଭିଜେଇ ଦେବେ ତାପରେ ସକାଳୁ ସେ ପତ୍ର ସହିତ ପାଣି ଗରମ କରିବେ।ତାପରେ ସେ ପାଣିକୁ କାଢି ଥଣ୍ଡା କରି ପତ୍ର ସହିତ ଚୋବେଇ ପିନେବେ।ଏମିତି କରିବା ଦ୍ୱାରା ଆମ ଶରୀରରେ ପଥରର ସମସ୍ୟା ଭଲ ହୋଇଯିବ।

ଏବେ ଆସନ୍ତୁ ଜାଣିବା ମଧୁମେହ ରୋଗୀଙ୍କ ପାଇଁ ଆପଣ ଆମ୍ବ ପତ୍ର ଆଣିବେ ଓ ଏହାକୁ ଛାଇରେ ସୁଖେଇ ନେବେ ଓ ତାପରେ ଆପଣ ଏହାକୁ ଗୁଣ୍ଡ କରି ଗୋଟେ ବୋତଲ ଭିତରେ ପୁରେଇ ନେବେ।ଆଉ ଏହା ସହିତ ଜାମୁକୋଳିର ମଞ୍ଜିକୁ ଗୁଣ୍ଡ କରି ନେବେ ଆଉ ସେ ଦୁଇଟିକୁ ମିଶେଇ ସକାଳ ଓ ସନ୍ଧ୍ୟାରେ ଗୋଟେ ଗୋଟେ ଚାମୁଚ ସକାଳ ଓ ସନ୍ଧ୍ୟାରେ ଖାଲି ପେଟରେ ସାଧାରଣ ପାଣି ସହିତ ଏହାର ସେବନ କରିବାର ଅଛି।

ଆସନ୍ତୁ ଜାଣିବା ଦାନ୍ତ ରୋଗର ସମସ୍ୟା ନିବାରଣ କରିବା ପାଇଁ ଆମେ ଆମ୍ବ ପତ୍ରକୁ ନେବେ ତାକୁ ଛାଇରେ ସୁଖେଇ ନେବେ ଓ ଏହାର ଗୁଣ୍ଡ ପ୍ରସ୍ତୁତ କରି ଦାନ୍ତ ଘସିବେ।ଏହା ପରି ଆପଣ ମାସେ କରିବା ଦ୍ୱାରା ଆପଣଙ୍କ ଦାନ୍ତ ଜନିତ ସମସ୍ୟା ସବୁ ଭଲ ହୋଇଯାଏ।ଯଦି ଆପଣଙ୍କୁ କେବେ ବାନ୍ତିର ଅନୁଭବ ହେଉଛି ତାହେଲେ ଆମେ ଆମ୍ବ ପତ୍ରର ଡେମ୍ଫକୁ ଭଲ ଭାବରେ ଚୋବେଇ ଖାଇବା ଦ୍ୱାରା ଆପଣଙ୍କ ବାନ୍ତି ଭଲ ହୋଇଥାଏ।ଆଉ ଆପଣ ଏହାର ପତ୍ରର ଚୁର୍ଣ୍ଣ ଖାଇବା ଦ୍ବାରା ଆମ ମୂତ୍ର ସମସ୍ୟା ଭଲ ହୋଇଥାଏ।

Leave a Reply

Your email address will not be published. Required fields are marked *