ଅକ୍ଷୟ କୁମାର ଧନୀକ ବ୍ୟକ୍ତି ହିସାବରେ ସବୁଠାରୁ ଆଗରେ , ୨୬୦ କୋଟି ପ୍ରାଇଭେଟ୍ ଜେଟ୍ ନେଇକରି ଏହି ୫ ଟି ମହଙ୍ଗା ଜିନିଷର ମାଲିକ..

ବଲିଉଡ୍ ରେ ବହୁତ କମ୍ ଅଭିନେତା ଅଛନ୍ତି ଯିଏକି ଦର୍ଶକଙ୍କ ହୃଦୟ ଜିଣିଛନ୍ତି , ସେମାନଙ୍କ ମଧ୍ୟରୁ ଅକ୍ଷୟ କୁମାର ଏମିତି ଜଣେ ଅଭିନେତା ଅଟନ୍ତି । ଯିଏକି ୯୦ ଦଶକର ଫିଲ୍ମ ପାଇଁ ଜଣାଯାଆନ୍ତି , ସେ ମିଷ୍ଟର ଖିଲାଡି, ହଲିଡେ , ସ୍ପେସାଲ୍ ୨୬ ପରି ଆଦି ଭଲ ଫିଲ୍ମରେ କାମ କରିଛନ୍ତି , ସେ ଅଭିନୟର ଯାଦୁ ଏପରି ଚଲାଇଥିଲେ କି ବଡ ବଡ ଫିଲ୍ମ ନିର୍ମାତା ତାଙ୍କୁ ନିଜ ଫିଲ୍ମରେ ନେବାପାଇଁ ପଛରେ ବୁଲନ୍ତି , ସେମିତି ଅକ୍ଷୟ କୁମାର ବି ସବୁ ଫିଲ୍ମରେ ଲକ୍ଷାଧିକ ଟଙ୍କା ଫିସ୍ ନିଅନ୍ତି , ଏମିତିରେ ତାଙ୍କର ଏତେ ବର୍ଷର ପରିଶ୍ରମରେ କୋଟିଏ ଟଙ୍କା ନେଇଥାନ୍ତି , ତାଙ୍କର ଧନୀକ ହିସାବରେ ବଡ ବଡ ବିଜନେସ୍ ମ୍ୟାନଙ୍କୁ ମାତ୍ ଦେଇଛନ୍ତି , ଆଜି ଆମେ ଆପଣଙ୍କୁ ୫ ଟି ଏମିତି ମହଙ୍ଗା ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ କେହି ବି ନିଜର କରିପାରିବେ ନାହିଁ କିନ୍ତୁ ଅକ୍ଷୟ କୁମାର ସେହି ଜିନିଷଗୁଡୀକର ମାଲିକ ହୋଇଛନ୍ତି ।
୧) ପ୍ରାଇଭେଟ୍ ଜେଟ୍ : ଦୁନିଆଁରେ ଏମିତି ବହୁତ ଲୋକ ଅଛନ୍ତି , ଯିଏକି ଆଜି ପର୍ଯ୍ୟନ୍ତ ଫ୍ଲାଇଟ୍ ରେ ଯାତ୍ରା କରିନାହାନ୍ତି , କାରଣ ତାହାର ଟିକେଟ୍ ପ୍ରାଇସ୍ ବହୁତ ଅଧିକା ହୋଇଥାଏ , ସେମିତି ଆମର ଖିଲାଡୀ କୁମାରଙ୍କ ପାଖରେ ଯାତ୍ରା କରିବାପାଇଁ ନିଜର ପ୍ରାଇଭେଟ୍ ପ୍ଲେନ୍ ଅଛି , ଏହି ଜେଟ୍ ର ଦାମ୍ କଥା କହିଲେ ତାହା କମ୍ ସେ କମ୍ ୨୬୦ କୋଟି ଟଙ୍କା ହେବ ।
୨) ଆଲିଶାନ୍ ବଙ୍ଗଳା : ଅକ୍ଷୟ କୁମାରଙ୍କ ପାଖରେ ଏମିତି କେଉଁ ଜିନିଷ କମିନାହିଁ , କିନ୍ତୁ ତାଙ୍କର୍ ଆଲିଶାନ୍ ବଙ୍ଗଳା ହିଁ ସବୁ କିଛି ଅଟେ । କହିଦେବୁ କି ତାଙ୍କ ପାଖରେ ମୁମ୍ବାଇର ଜୁହୁରେ ଏକ ଭବ୍ୟ ବଙ୍ଗଳା ଅଛି , ଏହି ବଙ୍ଗଳାର ଦାମ୍ ପ୍ରାୟ ୮୦ କୋଟି ହେବ , ବଙ୍ଗଳାରେ ସବୁ ପ୍ରକାରର ବିଳାସ ବାସନର ବ୍ୟବସ୍ଥା ଅଛି ।
୩) ବେଣ୍ଟଲି କାର୍ : ଅକ୍ଷୟ କୁମାର ଗାଡିର ବହୁତ ସଉକିନ୍ ରଖନ୍ତି , ତାଙ୍କ ପାଖରେ ବେଣ୍ଟଲି ଫ୍ଲାଇଙ୍ଗ୍ ସ୍ପର୍ ଅଛି , ଏହି କାର୍ ଦେଶର ବହୁତ କମ୍ ଲୋକଙ୍କ ପାଖରେ ଅଛି , ଏହାର ଦାମ୍ ୩,୨ କୋଟୀ କୁହାଯାଇଛି , ଏହି କାର୍ ଅକ୍ଷୟ କୁମାର ପର୍ସନାଲିଟିକୁ ଆହୁରି ବଢାଇଦେଉଛି ।
୪) ରୋଲ୍ସ ରୋୟାଲ୍ ଫ୍ୟାଣ୍ଟମ୍ : ଅକ୍ଷୟ କୁମାରଙ୍କ ପାଖରେ ରୋଲ୍ସ ରୋୟାଲ୍ ଫ୍ୟାଣ୍ଟମ୍ ପରି ମହଙ୍ଗା ଓ ବଢିଆ କାର୍ ଅଛି , ଏହି କାର୍ କମାଲ୍ ଫିଚର୍ ସହ ଅଛି, ସେମିତି ଏହାର ଦାମ୍ କଥା କହିଲେ ଏହା ୩,୩୪ କୋଟି ଟଙ୍କା ଅଟେ, ଯାହାକୁ କେହି ନେବାକୁ ହେଲେ ଭାବିବ , ଏହି ଗାଡୀ ଆମ ଦେଶରେ କେତେ ଜଣ ଜଣାଶୁଣା ଲୋକଙ୍କ ପାଖରେ ଅଛି ।
୫) ହାର୍ଡଲି ଡେଭିନସନ୍ ବାଇକ୍ – ଯଦି ଏକ ପରଫେକ୍ଟ ବାଇକ୍ କଥା କହିବା ତେବେ ସବୁଠାରୁ ପ୍ରଥମେ ଆମେ ହାର୍ଲି ଡେଭିନସନ୍ କଥା ମନେ ପକାଉ , ଏହି ବାଇକ୍ ବହୁତ ମହଙ୍ଗା ଅଟେ , ଏହାର ଶାନଦାର୍ ଫିଚର୍ ଆପଣଙ୍କୁ ଏହାର ପ୍ରାଇସ୍ ଭୁଲିବାକୁ ବାଧ୍ୟ କରିବ, ଏହାକୁ କିଣିପାରିବା ସମସ୍ତଙ୍କ ହାତରେ ନଥାଏ, କିନ୍ତୁ ଆମର ଅକ୍ଷୟ କୁମାରଙ୍କ ପାଖରେ ହାର୍ଲେ ଡେଭିନସନ୍ ର ବି ରୋଡ୍ ମଡେଲ୍ ଅଛି , ଏହି ବାଇକ୍ ର ଦାମ୍ ୨୦ ଲକ୍ଷ ଟଙ୍କା ଅଟେ ,