March 25, 2025

Odia Express

Leading Odia News Portal of Odisha

ଲକ୍ଷାଧିକ ଲୋକଙ୍କର ହୃଦୟ ଜିତିଥିବା ସାଧୁ ମା ଜୟା କିଶୋରୀ ଆଜି ଦୁନିଆଁ ସାରା ହୋଇଛନ୍ତି ଲୋକପ୍ରିୟ , ଜାଣନ୍ତୁ କାହିଁକି ହେଇଗଲେ ସେ ସାଧୁ..

ଭାରତରେ ଯେଉଁଠି ଫିଲ୍ମ ଓ ଷ୍ଟାରଙ୍କ ରାଜୁତି ଚାଲିଛି , ସେମିତି ଏମିତି ଜଣେ ବ୍ୟକ୍ତିତ୍ୱ ଅଛନ୍ତି ଯାହାଙ୍କର ଫିଲ୍ମ ଜଗତରୁ ସଂମ୍ପର୍କ ବହୁତ ଦୁରରେ ଅଛି । କିନ୍ତୁ ଏହାପରେ ସେ ଲକ୍ଷାଧିକ ହୃଦୟରେ ରାଜ୍ କରୁଛନ୍ତି , ଏହି ବ୍ୟକ୍ତିତ୍ୱ ଅନ୍ୟ କେହି ନୁହେଁ ବରଂ ସାଧୁ ମା ଜୟା କିଶୋରୀ ଅଟନ୍ତି । ଜୟା କିଶୋରୀଙ୍କ ନାଁ ଭାରତର ପ୍ରସିଦ୍ଧ ଧାର୍ମିକ କଥାକାର ବା ପ୍ରବଚକ ହିସାବରେ ଜଣାଯାଏ , ଏହା ଛଡା ସେ ନିଜର ମୋଟିଭେସନାଲ୍ ସ୍ପିଚ୍ ପାଇଁ ବହୁତ ଲୋକପ୍ରିୟ ହୋଇଛନ୍ତି , ତାଙ୍କର ମଧୁର ବାଣୀ ଲୋକଙ୍କ ହୃଦୟକୁ ଛୁଇଁଦେଇଥାଏ , ୟୁଟ୍ୟୁବ୍ ରେ ତାଙ୍କର ଭଜନର ଲିଷ୍ଟ ବହୁତ ଲମ୍ବା ଅଟେ , ତାହା ସହ ସେ ଜଣେ କୃଷ୍ଣ ଭକ୍ତ ବି ଅଟନ୍ତି । ଆଜି ଆମେ ଆପଣଙ୍କୁ ଜୟା କିଶୋରୀଙ୍କ ସହ ଯୋଡି ହୋଇଥିବା କିଛି ମଜାଦାର୍ କଥା କହିବାକୁ ଯାଊଛୁ ଯାହା ବିଷୟରେ ଆପଣମାନେ ଆଗରୁ ଜାଣିନଥିବେ ।

କୃଷ୍ଣ ଭକ୍ତ ଜୟା କିଶୋରୀଙ୍କ ଆଧିକାରିକ ୱେବସାଇଡ୍ ରୁ ମିଳିଥିବା ସୁଚନା ଅନୁସାରେ ତାଙ୍କର ଜନ୍ମ ୧୩ ଜୁଲାଇ ୧୯୯୫ କୁ କୋଲକତା ସହରରେ ହୋଇଥିଲା । ତାଙ୍କର ମାଙ୍କ ନାଁ ସୋନିଆ ଶର୍ମା ଅଟେ , ଯେବେ କି ପିତାଙ୍କ ନାଁ ଶିବ ଶଙ୍କର ଅଟେ , ଯେବେ ସେ ୭ ବର୍ଷର ଥିଲେ ତେବେ ସେ ଅଧ୍ୟାମ ରାସ୍ତାରେ ଯୋଡି ହୋଇଗଲେ , ସେ ମୁଖ୍ୟ ରୁପରେ ନିଜ କଥା ପାଇଁ ଲୋକପ୍ରିୟ ଅଛନ୍ତି , ତାଙ୍କର କଥାର ପ୍ରଭାବ ଭକ୍ତଙ୍କ ଜୀବନରେ ଗଭୀର ପ୍ରଭାବ ପକାଏ , ଏବେ ପର୍ଯ୍ୟନ୍ତ ସେ ଶ୍ରୀମଦ ଭଗବତ ଗୀତା କଥା, ନାନୀ ବାଇ ରୋ ମାୟରା ଉପରେ ଆଧାରିତ ୩୫୦ ଟି କଥାଗୁଡିକ ବର୍ଣ୍ଣନ କରିଛନ୍ତି , ଏହି ସବୁ କଥାଗୁଡିକ ତାଙ୍କର ଇଷ୍ଟ୍ ଦେବତା କୃଷ୍ଣ ଭଗବାନଙ୍କୁ ସମର୍ପିତ ଅଛି ।

ଯେଉଁଠି ଆଜିର ଛୁଆ ଛୋଟ ବୟସରୁ ମୋବାଇଲ୍ କିମ୍ବା ଗେମ୍ସ ପାଇଁ ପାଗଳ ହୋଇଛନ୍ତି , ସେମିତି ସାଧୁମା ଜୟା କିଶୋରୀ ପୁରା ଛୁଆବେଳରୁ ଆଧ୍ୟାତ୍ମିକ ବିଚାରରେ ଭରିରହିଛି , କେବଳ ସାତ ବର୍ଷର ବୟସରେ ସେ ଧାର୍ମିକ କ୍ଷେତ୍ରରେ ଗଭୀରରେ ଯୋଡି ହୋଇଗଲେ , ଏହାର କାରଣ ତାଙ୍କର ପରିବାର ଥିଲା , କାରଣ ସେ ଏମିତି ଘରେ ଜନ୍ମ ନେଇଥିଲେ , ଯେଉଁଠି ଧାର୍ମିକ ବିଶ୍ୱାସରୁ ପରିପୁର୍ଣ୍ଣ ଥିଲା,  ତାଙ୍କର ଜେଜେ ବାପା ଓ ଜେଜେ ମା ସବୁବେଳେ ତାଙ୍କୁ ଆଧ୍ୟାତ୍ମିକ କଥା ଶୁଣାଉଥିଲେ , ଅଧିକାଂଶ କୃଷ୍ଣ କଥା ଶୁଣି ଶୁଣି ଜୟା କିଶୋରୀ ଛୁଆ ବେଳରୁ ବହୁତ ଭଜନ ମନେ ରଖିପାରୁଥିଲେ , ବୋଧେ ଏହି କାରଣ ଥିଲା ଯାହା ଆଜି ସେ ଭଗବାନ କୃଷ୍ଣଙ୍କୁ ଏତେ ଭଲ ପାଉଛନ୍ତି ।

ଯେବେ ସାଧୁ ମା ଜୟା କିଶୋରୀଙ୍କ ନାଁ ନିଆଯାଏ ତେବେ ମସ୍ତିଷ୍କରେ ପ୍ରଥମେ ତାଙ୍କର ଭଜନ ସ୍ମରଣ ଆସେ , ତାଙ୍କର ପ୍ରାୟ ଭଜନକୁ ବହୁତ ପ୍ରଶଂସା ଓ ମାନ୍ୟତା ମିଳିଛି , ସେ ବହୁତ ଧାର୍ମିକ ଆଲବମ୍ ରେ କାମ କରିଛନ୍ତି , ଯେଉଁଥିରେ ଶିବସ୍ତ୍ରୋତ ସୁନ୍ଦରାକାଣ୍ତ,ମେରେ କାହ୍ନା କି, ଶ୍ୟାମ ଥାରୋ ଖାଟୁ ପାର୍ , ଦିବାନୀ ଶ୍ୟାମ କି , ଆଦି ଲୋକପ୍ରିୟ ହୋଇଛି , ବହୁତ ଭକ୍ତ ତାଙ୍କ ବିଷୟରେ ଇଣ୍ଟରନେଟ୍ ରେ ମ୍ୟାରେଡ୍ ଲାଇଫ୍ , ସ୍ୱାମୀ, ବୟସ ଆଦି ବିଷୟରେ ସର୍ଚ୍ଚ କରିଥାନ୍ତି । ସାଧୁ ମା ଜୟା କିଶୋରୀ ଭକ୍ତଙ୍କ ସଂଖ୍ୟା କୋଟିଏ ଉପରେ ଅଛି , ତାଙ୍କର ବିଷୟରେ ଜାଣିବାପାଇଁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସେ କି ସେ ବିବାହିତ କି ନୁହେଁ

ତେବେ ଆପଣଙ୍କ ସୁଚନା ପାଇଁ ଜଣେଇଦେବୁ କି ଏବେ ପର୍ଯ୍ୟନ୍ତ ଜୟା କିଶୋରୀ ବିବାହ କରିନାହାନ୍ତି , ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ କି ସେ ସାମାନ୍ୟ ଯୁବତୀଙ୍କ ପରି ନୁହନ୍ତି , ଓ ସେ ସଠିକ୍ ସମୟ ଆସିଲେ ବିବାହ କରିନେବେ , କହିଦେବୁ କି ସାଧୁମା ଜୟା କିଶୋରୀଙ୍କୁ ପ୍ରାରମ୍ଭିକ ଶିକ୍ଷା ଗୁରୁ ଗୋବିନ୍ଦରାମ ମିଶ୍ରା ହିଁ ଦେଇଥିଲେ । ସେ କିଶୋରଜୀ ଙ୍କ ଉପାଧି ଆଶିର୍ବାଦ ରୁପରେ ଦେଇଥିଲେ ।

ମିଡିଆ ରିପୋର୍ଟ ଅନୁସାରେ ଜୟା କିଶୋରୀ ଙ୍କୁ ଦାନରେ ବହୁତ ବିଶ୍ୱାସ ରଖନ୍ତି , ସେ କଥାଗୁଡିକରେ ମିଳୁଥିବା ଦାନ ରାଶିକୁ ନାରାୟଣ ସେବା ଟ୍ରଷ୍ଟ, ଉଦୟପୁରରେ ଦାନ କରିଥାନ୍ତି । ଏହି ଟଙ୍କାରୁ ସେ ବିକଳାଙ୍ଗ ଲୋକଙ୍କର ସହାୟତା କରିଥାନ୍ତି ,ତାହା ସହ ଗରିବଶ୍ରେଣୀର ଛୁଆଙ୍କୁ ଖାଇବା ପିଇବା ଓ ସ୍କୁଲ୍ ଯିବାର ଖାସ୍ ଦାୟିତ୍ୱ ବି ନିଆଯାଏ ।

Leave a Reply

Your email address will not be published. Required fields are marked *