March 24, 2025

Odia Express

Leading Odia News Portal of Odisha

ଫିଲ୍ମ ଧଡକନ୍ ର ଏତେ ବର୍ଷ ପରେ ପୁଣି ଦେଖାଦେଲା ଶିଳ୍ପା ସେଟ୍ଟିଙ୍କ ମନର ଦୁଃଖ , କହିଲେ ଆଜି ବି ଖରାପ ଲାଗେ ଯେବେ..

ବଲିଉଡ୍ ରେ ନିଜର ପରିଚୟ ବନାଇସାରିଥିବା ଶିଳ୍ପା ସେଟ୍ଟିଙ୍କୁ କେଉଁ ପରିଚୟର ଆବଶ୍ୟକତା ପଡେ ନାହିଁ , ସେ ୯୦ ଦଶକର ଗୋଟିରୁ ବଡି ଗୋଟେ ଭଲ ଫିଲ୍ମରେ କାମ କରିଥିଲେ,  ସେ ନିଜ ଅଭିନୟ ଓ ସୁନ୍ଦରତା ପାଇଁ ଆଜି ଲକ୍ଷାଧିକ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି , ଏବେ ଶିଳ୍ପା ସେଟ୍ଟି ଫିଲ୍ମ ଜଗତରୁ ଦୁରେଇଯାଇଛନ୍ତି , କିନ୍ତୁ ଏହାପରେ ବି ସେ କିଛି ରିୟାଲିଟୀ ଶୋଜ୍ ରେ ଜର୍ଜ ଭାବେ ନଜର ଆସନ୍ତି , ଶିଳ୍ପା ନିଜ ମଧ୍ୟରେ ଏକ ଭଲ ଅଭିନେତ୍ରୀ ଅଟନ୍ତି ସେ ଯୋଗ ଓ ଫିଟନେସ୍ କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଲୋକପ୍ରିୟ ଅଧିକା ହୋଇଛନ୍ତି , ଏବେ କିଛି ଦିନ ହେବ ଶିଳ୍ପା ଏକ ଖୁଲାସା କରିଛନ୍ତି , ଯାହାକୁ ନେଇ ସେ ଏବେ ବେଶ୍ ଚର୍ଚ୍ଚିତ ହୋଇଛନ୍ତି ।

ଆପଣ ସମସ୍ତଙ୍କୁ ରୋମାଣ୍ଟୀକ୍ ଫିଲ୍ମ ଧଡକନ୍ ତ ମନେ ଥିବ ଏହି ଫିଲ୍ମ ଗୋଟେ ସମୟରେ ସୁପରହିଟ୍ ଫିଲ୍ମ ରହିସାରିଛି , ଏହାର ସବୁ ଗୀତ ବହୁତ ପସନ୍ଦ କରାଯାଏ , ଆଜି ବି ଲୋକେ ଏହି ଫିଲ୍ମକୁ ଦେଖିବାପାଇଁ ଇଚ୍ଛା କରନ୍ତି , ଏଥିରେ ଶିଳ୍ପା ସେଟ୍ଟିଙ୍କ ସହ ସୁନିଲ୍ ସେଟ୍ଟି ଓ ଅକ୍ଷୟ କୁମାର ଦେଖାଯାଇଥିଲେ , ଶିଳ୍ପା ଏବେ ଏକ ଇଣ୍ଟରଭ୍ୟୁରେ କହିଲେ କି ସେ ନିଜ କ୍ୟାରିୟରର ପ୍ରାରମ୍ଭିକ ସମୟରେ ବହୁତ ପରିଶ୍ରମ କରିଥିଲେ , ତାଙ୍କୁ ଲୋକ ଓ ଫିଲ୍ମ ମେକର୍ସଙ୍କ ଦ୍ୱାରା ନାନା ପ୍ରକାରର କଟାକ୍ଷର ସାମ୍ନା କରିବାକୁ ପଡିଥିଲା , କିନ୍ତୁ ଏହା ସତ୍ତ୍ୱେ ବି କେବେ ହାର୍ ମାନିନଥିଲେ ।  ଓ ନିଜକୁ ଆଗକୁ ବଢିବାପାଇଁ ପ୍ରେରିତ କଲେ , ସାହାରୁଖ୍ ଖାନ୍ ଙ୍କ ଫିଲ୍ମ ବାଜିଗରରେ ସେ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଇଥିଲେ , ଯାହା ପରେ ସେ ବହୁତ ପପୁଲାର୍ ହୋଇଗଲେ , କିନ୍ତୁ ଗୋଟେ ମାମଲା ଏପରି ଅଛି କି ଯାହାକୁ ନେଇକରି ଅଭିନେତ୍ରୀ ଏବେ ତାଙ୍କ ମନରେ ଚିନ୍ତା ରହିଛି ।

ଶିଳ୍ପା କହିଲେ କି ଫିଲ୍ମ ଧଡକନ୍ ତାଙ୍କ କ୍ୟାରିୟରର ସବୁଠାରୁ ଭଲ ଫିଲ୍ମ ଅଟେ , କିନ୍ତୁ ଏହାପାଇଁ ତାଙ୍କୁ ସବୁବେଳେ ଗୋଟେ ଅଫସୋସ୍ ରହୁଛି କି ଏହି ଫିଲ୍ମ ପାଇଁ ତାଙ୍କୁ କିଛି ବି ଆୱାର୍ଡ ମିଳିପାରିନାହିଁ , ସେ କହିଲେ କି ସେ ସମୟରେ ବ୍ଲଣ୍ତ ବାଳ ଥିଲା , ଆଖିରେ ବ୍ଲୁ ଲେନ୍ସ ଥିଲା ଓ ଲାଲ୍ ଲିପଷ୍ଟିକ୍ ଲଗାଉଥିଲେ , ଯାହାକି ମୋତେ ବହୁତ ଭଲ ଲାଗୁଥିଲା , କିନ୍ତୁ ଏହା ସବୁ ପରେ ବି ମୋତେ କେଉଁ ଆୱାର୍ଡ ଦିଆଯାଇନଥିଲା , ଖାସ୍ କରି ଧଡକନ୍ ଓ ଫିର୍ ମିଲେଙ୍ଗେ , ଫିଲ୍ମ ପାଇଁ ମୋତେ ଆୱାର୍ଡ ମିଳିବାର ଆଶା ଥିଲା ।

ଶିଳ୍ପା ଆଗକୁ କହିଲେ କି ମୋତେ ଦୁଃଖ ଲାଗେ କି ସେହି ସମୟରେ ମୋତେ ଜଣେ ଅଭିନେତ୍ରୀ ହିସାବରେ ଦେଖାଗଲା ନାହିଁ , ମୁଁ ଏତେ ହିଟ୍ ଫିଲ୍ମରେ କାମ କଲି କିନ୍ତୁ ମୋର କ୍ୟାରିୟର୍ ଏତେ ଭଲ ଚାଲିଲା ନାହିଁ , ମୋତେ ସବୁବେଳେ ଜଣା ଅଛି କି ମୁଁ ସଠିକ୍ ରାସ୍ତାରେ ଆସିଛି , ଓ ଆଗକୁ ବି ଯିବି , ମୋତେ ବହୁତ ରିଜେକ୍ସନ୍ ମିଳିଛି , କିନ୍ତୁ ମୁଁ କେବେ ବି ଭୟଭିତ ହୋଇନାହିଁ ବରଂ ମୋତେ ତାହା ଆହୁରି ଭଲ କରିବାର ପ୍ରେରଣା ଦେଇଛି ।

ଆପଣଙ୍କୁ କହିଦେବୁ କି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି ବିଜନେସ୍ ମ୍ୟାନ୍ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ , ୧୫ ଫେବୃୟାରୀ ୨୦୨୦ କୁ ସେରୋଗେସି ଜରିଆରେ ଏକ ଛୁଆର ମା ହେଲେ , ଏହି ଛୁଆର ନାଁ ସେ ସମୀକ୍ଷା ରଖିଛନ୍ତି , ଏହା ପୁର୍ବରୁ ସେ ୨୧ ମେ ୨୦୨୦ ରେ ପୁଅ ବିୟାନ୍ ଙ୍କୁ ଜନ୍ମ ଦେଇଥିଲେ , ଶିଳ୍ପାଙ୍କ ଦ୍ୱିତୀୟ ଛୁଆ ସେରୋଗୋସି କଥା ଏକ ଇଣ୍ଟରଭ୍ୟୁ ସମୟରେ ସାମ୍ନାକୁ ଆସିଥିଲା ।

Leave a Reply

Your email address will not be published. Required fields are marked *