ଯଦି ଆପଣଙ୍କ ପାଠ ପଢା ରେ ଜାମା ମନ ଲାଗୁନାହିଁ ତେବେ ଏହି କଥା ପଢିନିୟନ୍ତୁ – ଦିନରାତି ପାଠ ପଢିବା ପାଇଁ ଇଛା କରିବେ ଆପଣ..

ବହୁତ ଛୁଆଙ୍କୁ ପାଠ ପଢିବାକୁ ଇଚ୍ଛା ହୁଏ,ନିଜ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାର ଥାଏ କିନ୍ତୁ ସେମାନଙ୍କ ମନ ପାଠ ପଢ଼ାରେ ଲାଗି ନଥାଏ।ଆଉ ପାଠ ପଢିବା ମାତ୍ରକେ ନିଦ ଆସିବାକୁ ଲାଗିଥାଏ।ଆଉ ପାଠ ପଢ଼ିବାକୁ ବସିବା ମାତ୍ରକେ ମନ ୟାଡେ ସିଆଡେ ବୁଲିବାକୁ ଲାଗେ।ଏତେ ପ୍ରୟାସ ବା ଚେଷ୍ଟା କଲେ ମଧ୍ୟ ପାଠ ପଢିବାକୁ ଇଚ୍ଛା ହୁଏ ନାହିଁ।ଆଉ ପାଠ ପଢିବା ସମୟରେ ଏପଟ ସେପଟ କଥା ମନ ଭିତରେ ବୁଲିବାକୁ ଲାଗେ।ଆଉ ପଡ଼ିବାକୁ ବସିଲେ ମନରୁ ବାହାରେ କି ନା ଆଜି ପଢିବିନି କାଲି ପଢିବି।ଆଉ ଯେତେ ଚେଷ୍ଟା କଲେ ମଧ୍ୟ ସେ କାଲି ଆସିପାରେ ନାହିଁ।ଏ ପାଠ ପଢା ନୁହେଁ ଏହା ଏକ ଚ୍ୟାଲେଞ୍ଜ ଅଟେ,ଏହା କୌଣସି ପରୀକ୍ଷା ନୁହେଁ ଏହା ଏକ ଯୁଦ୍ଧ ଅଟେ।
ଆଉ ଏହା କୌଣସି ବଡ଼ ଯୁଦ୍ଧ ନୁହେଁ କାରଣ ଆପଣଙ୍କୁ ଆଗକୁ ଏମିତି ଏମିତି ବଡ଼ ବଡ଼ ଯୁଦ୍ଧର ସାମ୍ନା କରିବାର ଅଛି।ଆଉ ଆପଣଙ୍କୁ ଏମିତି ଏମିତି ଯୁଦ୍ଧ ଲଢ଼ିବାର ଅଛି ଯାହା ଆପଣଙ୍କୁ ଯତେଇ ଦେବକି ଜୀବନ ବଞ୍ଚିବା ଏତେ ସହଜ ନୁହେଁ।ଆଉ ଏହି ପାଠ ପଢା ଆପଣଙ୍କୁ ଆଗକୁ ଜୀବନରେ ଲଢ଼ିବାକୁ ସାହାଯ୍ୟ କରିଥାଏ।ଆଉ ଆପଣ କେବେ ପର୍ଯ୍ୟନ୍ତ ସଚିନ ତେନ୍ଦୁଲ କର ଆଉ ଵିଲଗ୍ରେଟଙ୍କର ଉଦାହରଣ ଦେଖୁଥିବେ।ଆଉ ନିଜକୁ ମିଛରେ ମିଛରେ ବୁଝେଇବାକୁ ଲାଗିବେ କି ସେମାନେ ମଧ୍ୟ ପାଠ ପଢି ନଥିଲେ।ତାଙ୍କ ହୃଦୟରେ ଗୋଟେ ପ୍ରକାରର ଜୁନୁନ ଥିଲା ଓ ଆପଣ ନିଜ ହୃଦୟକୁ ପଚାରନ୍ତୁ କି ଆପଣ ବିନା ପାଠ ପଢ଼ାରେ ନିଜ ସ୍ୱପ୍ନକୁ ଆପଣ ପୁର୍ଣ୍ଣ କରିପାରିବେକି ?
କହିବାକୁ ଗଲେ ଆପଣଙ୍କ ନିଜର ଆଙ୍ଗୁଠି ଚିନ୍ହ ଅନ୍ୟଦ୍ୱାର ଖୋଜା ଯାଇ ପାରେ ନାହିଁ ତାହେଲେ ଆପଣ କଣ ପାଇଁ ଆପଣ ନିଜର ତୁଳନା ଅନ୍ୟ ସହିତ କରି ନିଜକୁ ନିଚା ଦେଖେଇବାକୁ ଚେଷ୍ଟା କରୁଛନ୍ତି।କେବେ ପର୍ଯ୍ୟନ୍ତ ଆପଣ ନିଜକୁ ଏମିତି ମନା କରୁଥିବେ କି ପାଠ ପଢା କିଛି ନୁହେଁ ବୋଲି।ପାଠ ପଢିଲେ କଣ ହେବ,ପାଠ ପଢିଲେ ଆମକୁ କଣ ମିଳିବ ?ଯଦି ପାଠ ପଢା କିଛି ନୁହେଁ,ଯଦି ପାଠ ପଢ଼ାର କୌଣସି ମହତ୍ତ୍ୱ ନାହିଁ ତାହଲେ ଏ ପାଠ ପଢା ଆପଣଙ୍କ ଦ୍ୱାରା କାହିଁ ହେଉ ନାହିଁ ?ଆପଣ ଜାଣିଛନ୍ତି ନା ଜୀବନରେ ଅନ୍ୟ ମାନଙ୍କ ଠାରୁ ଆଗକୁ ଯିବାର ଅଛି।ଆଉ ଜୀବନରେ ବଞ୍ଚିବାର ଅଛି ତାହେଲେ ଯାହା ଅନ୍ୟମାଙ୍କ ଦ୍ୱାରା ହୋଇନଥାଏ ତାହା ଆପଣଙ୍କୁ କରିବାର ଅଛି।
ଭାବ ଆପଣଙ୍କ ଦ୍ୱାରା ପାଠ ପଢା ମଧ୍ୟ ହୋଇନଥାଏ ଆଉ ସେଇଟା କାହାଦ୍ୱାର ହୋଇନଥାଏ ଯଦି ଆପଣ କରିଦେଲେ ତାହେଲେ ସମସ୍ତଙ୍କ ଠାରୁ ଆଗକୁ ଚାଲିଯିବେ।ଯଦି ଆପଣ ଆଜି ନିଜ ମନ ଉପରେ ବିଜୟ ପାଇଗଲେ ତାହେଲେ ଆପଣ ଜୀବନରେ ବଡ଼ ବଡ଼ କଷ୍ଟକୁ ସମାଧାନ କରି ପାରିବେ।ଆପଣ ଭାବନ୍ତୁ ଯଦି ପାଠ ପଢା ଭଳି ଛୋଟ ଜିନିଷ ଠାରୁ ଡରିଯିବେ ତାହେଲେ ଆପଣ ଜୀବନରେ କିଛି କରି ପାରିବେ ନାହିଁ।ଯଦି ଆପଣ ଏହି ପାଠ ପଢା ଭଳି ଛୋଟ ଜିନିଷକୁ ଆପଣ ସମ୍ବାଳି ପାରୁ ନାହାନ୍ତି ତାହେଲେ ଜୀବନରେ ଆପଣ କଣ କରିବେ।ଆମେ ଆପଣଙ୍କୁ ପାଠ ପଢ଼ାକୁ ଭଲ ପାଇବାକୁ କହୁନୁ କି ବହି କୁ ଭଲ ପାଇବାକୁ କହୁନୁ କେବଳ ନିଜ ଜୀଵନ କୁ ଭଲ ପାଅ।
ଆଜିର ଏ ଲକ ଡାଉନ ଆପଣଙ୍କ ପାଇଁ ଏକ ଚ୍ୟାଲେଞ୍ଜ ନେଇ ଆସିଛି,ଯେଉଁ ମାନେ ଆର୍ଥିକ ରୂପରୁ ଧନୀ ହୋଇଥାନ୍ତି ସେମାନଙ୍କ ପାଇଁ ଏହି ଲକଡାଉନ ଛୁଟି ଭଳି କଟିଗଲା।ସେମାନଙ୍କୁ ଏ ଲକଡାଉନ କିଛି ଜଣାପଡିଲା ନାହିଁ।ସେମାନେ ଆଗରୁ ବହୁତ ପରିଶ୍ରମ ଓ କଷ୍ଟ କରି ପଇସା ରୋଜଗାର କରି ସାରିଛନ୍ତି ଯାହାଦ୍ୱାର ସେମାନଙ୍କୁ କିଛି ଅସୁବିଧା ହେଉନାହିଁ।ଆଉ ଯେଉଁମାନେ ଆଗରୁ କିଛି ପରିଶ୍ରମ କରିନାହାନ୍ତି ତାହେଲେ ସେମାନେ ଏବେ ନିଜକୁ ବହୁତ ଅସହାୟ ଵୋଲି ମନେ କରୁଛନ୍ତି।ଜୀବନର କୌଣସି ଭରସା ନାହିଁ ଏବେ ବାପା ମା ବସେଇ ଖୋଉଛନ୍ତି ଆଗକୁ କିଏ ବସେଇ ଖୋଇବ।ଆଜି ସମସ୍ତେ ତମର ଚିନ୍ତା କରୁଛନ୍ତି ଆଉ ଆଗକୁ ଆପଣ ସମସ୍ତଙ୍କର ଚିନ୍ତା କରିବାକୁ ବାଧ୍ୟ ହେବେ।
ଆପଣ ଆଜି ଯଦି ପରିଶ୍ରମ ନକରିବେ ତାହେଲେ ଭବିଷ୍ୟତରେ ବହୁତ ପଶ୍ଚାତାପ କରିବେ।ଆପଣ ନିଜର ଅଳସୁଆ ପଣକୁ ନିଜ ଠାରୁ ଦୁରେଇବାକୁ ଚେଷ୍ଟା କରନ୍ତୁ।ବିଚଳିତ ହେଉଥିବା ମନକୁ ସମ୍ବାଳି ନିଅ,ସମୟ କୁ ନଷ୍ଟ କରୁଥିବା ମୋବାଇଲକୁ ବନ୍ଦ କରିଦିଅ।ଆପଣ ନିଜ ମୁଣ୍ଡକୁ ଥଣ୍ଡା କରି ଆମେ କହିଥିବା କଥାକୁ ଭଲ ଭାବରେ ଚିନ୍ତା କର ଆଉ ଆପଣଙ୍କୁ ଆଗକୁ ବଢ଼ିବାରେ କେହି ଅଟକେଇ ପାରିବେନାହିଁ।ଆପଣଙ୍କୁ ବହୁତ ବିକଳ୍ପ ମିଳିବ ରାସ୍ତାରୁ ହଟେଇବାକୁ କିନ୍ତୁ ଆପଣଙ୍କୁ କେବଳ ଗୋଟେ ସଂକଳ୍ପ ଦରକାର ନିଜ ଲକ୍ଷକୁ ହାସଲ କରିବା ପାଇଁ।ଯଦି ମଣିଷ ଭିତରେ ଶିଖିବାକୁ ଓ ବଦଲେଇବାକୁ ଇଛା ଥିବ ତାହେଲେ ସେ ଜୀବନରେ ଆଗକୁ ବଢି ପାରିବ।