ସକାଳୁ ଉଠି କୁହନ୍ତୁ ଏହି ମନ୍ତ୍ର ଯାହାଦ୍ୱାରା ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି..

ଜୀବନରେ ଯଦି ପ୍ରତ୍ୟେକ କାମ କୁ ନେଇ ଲଗାତର ଭାବେ ଅସଫଳତା ମିଳିଥାଏ,ତେବେ ଆମର ଚିନ୍ତାଧାରା ମଧ୍ୟ ନକରାତ୍ମକ ହୋଇଥାଏ ଓ ଏହି କାରଣ ପାଇଁ ଜୀବନରେ ଧନର ମଧ୍ୟ ଅଭାବ ରହିଥାଏ।ପ୍ରାଚୀନ ପରମ୍ପରା ଅନୁସାରେ କିଛି ଉପାୟ କରିବା ଦ୍ୱାରା ନକରାତ୍ମକତା କୁ ଦୂର କରି ହୋଇଥାଏ। କେବଳ ମନରେ ଭକ୍ତି ଭାବ ରଖିବା ଦ୍ବାରା ଆପଣଙ୍କ ଉପରେ ଭଗବାନ ପ୍ରସନ୍ନ ହୋଇଥାନ୍ତି। ଆଜି ଆମେ ଜାଣିବା କିଛି ଏପରି ଉପାୟ ଯାହା କୁ ଆପଣ ନିଜ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ କାମ ହିସାବ ରେ ଆପଣେଇ ନେଲେ, ଆପଣଙ୍କ ଜୀବନରେ ହେଉଥିବା ପରିବର୍ତ୍ତନ କୁ ଆପଣ ଅନୁଭବ କରି ପାରିବେ।
ସକାଳୁ ଉଠି ଆପଣଙ୍କୁ କେଉଁ କାମ କରିବା ଉଚିତ୍ ଓ କେଉଁ କାମ କରିବା ଉନୁଚିତ୍, ଯଦି ଏହି ସବୁ କୁ ଆପଣ ଆପଣେଇ ନିଅନ୍ତି ତେବେ ଆପଣଙ୍କ ଜୀବନରେ କରୁଥିବା କୌଣସି କାର୍ଯ୍ୟ ରେ ବାଧାବିଘ୍ନ ରହିବ ନାହିଁ ଏବଂ ଆପଣଙ୍କ ର ସବୁ ଅସଫଳ କାମ ସଫଳତା ରେ ପରିବର୍ତ୍ତିତ ହେବ।ଆଜି ଆମେ ଜାଣିବା ଏପରି ଏକ ମନ୍ତ୍ର ବିଷୟରେ ଯେଉଁ ମନ୍ତ୍ର କୁ ସକାଳୁ ଉଠି କହିବା ଦ୍ବାରା ଆପଣ ଭଗବାନଙ୍କୁ ପ୍ରସନ୍ନ କରିପାରିବେ। ଯାହା ଦ୍ୱାରା ଆପଣଙ୍କର ମନ ଶାନ୍ତ ରହିବା ସହ ଆପଣଙ୍କର ଧନ ଜନିତ ସମସ୍ୟା ରହିବ ନାହିଁ।
ସକାଳୁ ଘର ଆଗରେ ରଙ୍ଗୋଲି କରିବା ଦ୍ୱାରା ଘରେ ସକାରାତ୍ମକତା ବଢ଼ିଥାଏ।କୁହାଯାଏ କି ଏହି ରଙ୍ଗୋଲି କରିବା ଦ୍ୱାରା ମାତା ଲକ୍ଷ୍ମୀ ଓ ଅନ୍ୟ ଦେବୀ ଦେବତା ମାନେ ସେହି ଗୃହ ପ୍ରତି ଆକର୍ଷିତ ହୋଇଥାନ୍ତି ଓ ପ୍ରସନ୍ନ ମଧ୍ୟ ହୋଇଥାନ୍ତି। ସକାଳୁ ଗାଧେଇ ସାରିବା ପରେ ଏକ ତମ୍ବା ଢାଳ ରେ ଜଳପୂର୍ଣ୍ଣ କରି ସେଥିରେ ତୁଳସୀ ର ପତ୍ର ମିଶାଇ ସେହି ପାଣିକୁ ଘର ର ମୁଖ୍ୟ ଦ୍ବାର ଓ ଘର ଭିତରେ ସବୁଆଡେ ଛିଞ୍ଚନ କରିଦିଅନ୍ତୁ। ଏହା ଦ୍ବାରା ଘରେ ଥିବା ନକରାତ୍ମକ ଶକ୍ତିକୁ ନଷ୍ଟ ହୋଇଯାଏ।
ପ୍ରତିଦିନ ସକାଳୁ ଉଠି ଗାଧେଇ ସାରିବା ପରେ ତୁଳସୀ ଗଛରେ ପାଣି ଦିଅନ୍ତୁ ଓ ପାଣି ଦେବା ସମୟରେ ଭଗବାନ ବିଷ୍ଣୁ ଙ୍କ ର ଏହି ମନ୍ତ୍ର ଓଁ ନମୋ ଭଗବତେ ବାସୁଦେବାୟ ନମଃ କୁ ଜପ କରନ୍ତୁ। ପୂଜା କରିବା ସମୟରେ ସର୍ବଦା ଶୁଦ୍ଧ ଘିଅ ରେ ଦୀପ ଲଗାନ୍ତୁ,କାରଣ ଅଗ୍ନି ଭଗବାନ ଙ୍କୁ ପ୍ରସନ୍ନ କରିଥାଏ। ସବୁଦିନ ଦୀପ କିମ୍ବା କର୍ପୁର ର ଆଳତି ଘରର ମନ୍ଦିର ରେ କରିବା ସହ ଘରର ସବୁଆଡେ ଥରେ ଥରେ ଆଳତି କରନ୍ତୁ, ଏହା ଦ୍ବାରା ଘର ର ନକରାତ୍ମକତା ନଷ୍ଟ ହୋଇଯାଏ।
ସକାଳୁ ଉଠି ସବୁଦିନ ନିଜ ହାତର ପାପୁଲି କୁ ଦେଖନ୍ତୁ କାହିଁକି ନା ପାପୁଲି ର ଉପରେ ଭାଗରେ ମା ଲକ୍ଷ୍ମୀ, ମଧ୍ୟ ଭାଗରେ ମା ସରସ୍ଵତୀ ଓ ଶେଷ ଭାଗରେ ଭଗବାନ ବିଷ୍ଣୁ ରହିଥାନ୍ତି। ପାପୁଲି କୁ ଦେଖିବା ସମୟରେ ଏହି ମନ୍ତ୍ର ଉଚ୍ଚରଣ କରନ୍ତୁ।
ମନ୍ତ୍ରଟି ହେଲା:- କରାଗ୍ରେ ବସତେ ଲକ୍ଷ୍ମୀ କରମଧ୍ୟେ ସରସ୍ଵତୀ।
କରମୁଳେ ତୁ ଗୋବିନ୍ଦ:ପ୍ରଭାତେ କରଦର୍ଶନମ୍।
ତାପରେ ଏହି ମନ୍ତ୍ର ଉଚ୍ଚାରଣ କରି ଆପଣ ନିଜ ହାତକୁ ଘସି ନିଜ ମୁହଁରେ ଲଗେଇଦେବେ।ତାପରେ ଆପଣ ଯେଉଁ ଫଳ ପାଇବେ ତାକୁ ଦେଖି ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣ ଦେଖିବେ ଆପଣଙ୍କ ର ଭାଗ୍ୟ ଚମକି ଉଠିବା ସହିତ ଭଗବାନ ଙ୍କ ର କୃପା ଦୃଷ୍ଟି ଆପଣଙ୍କ ଉପରେ ସବୁବେଳେ ରହିଥାଏ।
ପ୍ରତ୍ୟେକ ଦିନ ସକାଳୁ ଖାଇବା ପାଇଁ ପ୍ରସ୍ତୁତ କରିଥିବା ରୁଟି ରୁ ପ୍ରଥମ ରୁଟି କୁ ଗାଈ କୁ ଖାଇବାକୁ ଦିଅନ୍ତୁ,କାରଣ ଗାଈ ଙ୍କ ଶରୀରରେ ତେତିଶ କୋଟି ଦେବୀ ଦେବତା ମାନେ ବାସ କରିଥାନ୍ତି ତେଣୁ ଆପଣ ଗାଈ କୁ ଖାଇବାକୁ ଦେଲେ ସବୁ ଦେବା ଦେବୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି।
ଯଦି ଆପଣ ନିଜର ଭାଗ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ପିମ୍ପୁଡ଼ି ମାନଙ୍କୁ ଚିନି ମିଶା ଅଟା ଖାଇବାକୁ ଦିଅନ୍ତୁ ଏହା ଦ୍ବାରା ଆପଣଙ୍କ ର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଆପଣଙ୍କ ଗୃହ ନିକଟରେ ଥିବା ନଦୀ କିମ୍ବା ପୋଖରୀ ଯେଉଁ ଥିରେ ମାଛ ରହିଥିବେ ସେଥିରେ ଅଟା କୁ ଗୋଲ୍ ଗୋଲ୍ କରି ପକାନ୍ତୁ,ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ବହୁତ୍ ପ୍ରସନ୍ନ ହୋଇଥାନ୍ତି।