February 14, 2025

Odia Express

Leading Odia News Portal of Odisha

ଏହି ୪ଟି କଥାକୁ ନେଇ କେବେ ବି ଗର୍ଵ କରନ୍ତୁ ନାହିଁ , କେବେ ବି ଧନୀ ହୋଇପାରିବେନାହିଁ..

ଅଂହକାର କୁ ମଣିଷର ଶତ୍ରୁ ବୋଲି ମନାଯାଇଥାଏ। ମହାତ୍ମା ବିଦୁର ଏପରି ୪ଟି କଥା ବିଷୟରେ କହିଛନ୍ତି ଯାହାକୁ ନେଇ ଅଂହକାର କଲେ ମଣିଷର ବିନାଶ ହୋଇଥାଏ ଏବଂ ଏପରି ପରିସ୍ଥିତିରେ ପହଞ୍ଚିଥାଏ ଯେଉଁଠାରୁ ବାହାରିବା ବହୁତ କଷ୍ଟକର ହୋଇଥାଏ। ଏହି କଥାକୁ ନେଇ କୌଣସି ବିଦ୍ୟାର୍ଥୀ ,ସ୍ତ୍ରୀ କିମ୍ବା ପୁରୁଷ ଅଂହକାର କରିବା କଥା ନୁହେଁ। ବିଦ୍ୟାର୍ଥୀ ଅଂହକାର କରିବାଦ୍ୱାର ତାର ମତି ଭ୍ରଷ୍ଟ ହୋଇଯାଏ ଏବଂ ସେ କେବେ ବି ସଫଳତା ପାଇପାରେନାହିଁ। ଏହି କଥାକୁ ନେଇ ସ୍ତ୍ରୀ ଲୋକ ଅଂହକାର କରିବା ଦ୍ୱାରା ତାର ବି ମତି ଭ୍ରଷ୍ଟ ହୋଇଥାଏ ଏବଂ ତାର ଚରିତ୍ର ଧୋକାରେ ଆସିପାରେ ଏବଂ ଯଦି କେହି ପୁରୁଷ କରିଥାଏ ତେବେ ସେ ସଫଳତା ମାର୍ଗରୁ ବାହାରି ଦୁର୍ଗତି ପ୍ରାପ୍ତ କରିଥାଏ।ତେବେ ଆସନ୍ତୁ ଜାଣିବା ସେହି କଥା ବିଷୟରେ।

“ବିଦ୍ୟାମଦୋ ଧନମାନ ସ୍ତୁତିୟୋଭିଜନୋ ମଦଃ।
ମଦା ଏତେବାଳିପ୍ତାନାମେନ ଅଵ ଶତାଂ ଦମଃ।।”

୧:-ବିଦ୍ୟାର୍ଥୀଙ୍କ ଅଂହକାର- କୌଣସି ବିଦ୍ୟାର୍ଥୀକୁ ନିଜ ବିଦ୍ୟାର ଅଂହକାର କଦାପି କରିବା କଥା ନୁହେଁ।କାହିଁକିନା ଅଂହକାର ଦ୍ଵାରା ବିଦ୍ୟାର୍ଥୀ ର ବିଦ୍ୟା ଲୋପ ହୋଇଥାଏ।ମା ସରସ୍ଵତୀ ଅଂହକାର ବ୍ୟକ୍ତିଙ୍କ ପାଖରେ କେବେ ବି ରହିନଥାନ୍ତି।ଅଂହକାର ଦ୍ଵାରା ଜ୍ଞାନର ନାଶ ହୋଇଥାଏ।କୌଣସି ଗରିବ ପିଲା ଆଗରେ ନିଜେ ପ୍ରାପ୍ତି କରିଥିବା ବିଦ୍ୟା କୁ ନେଇ ଅଂହକାର କରିବା କଥାନୁହେଁ ଏଥିପାଇଁ ଦିନେନା ଦିନେ ତାକୁ ପସ୍ତେଇବାକୁ ପଡିଥାଏ।ଏଥିପାଇଁ ବିଦ୍ୟାର୍ଥୀ ଯେତେ ବି ଜ୍ଞାନ ଅର୍ଜନ କରିଥିଲେ ମଧ୍ୟ ସେହି ଜ୍ଞାନ କୁ ନେଇ କେବେ ବି ଅଂହକାର କରିବା କଥା ନୁହେଁ।

୨:- ଧନ ଏବଂ ସମ୍ପତିର ଅଂହକାର- ମହାତ୍ମା ବିଦୁର କହିଛନ୍ତି ଧନ ଏବଂ ସମ୍ପତି କୁ ନେଇ ଯେଉଁ ବ୍ୟକ୍ତି ଅଂହକାର କରିଥାଏ ମା ଲକ୍ଷ୍ମୀ ତୁରନ୍ତ ସେହି ଜାଗାରୁ ପଳେଇଯାଇଥାନ୍ତି। ଯେଉଁ ଲୋକ ଅନ୍ୟ ମାନଙ୍କୁ ନିଚା ଦେଖେଇବା ପାଇଁ ନିଜ ଧନ ଏବଂ ସମ୍ପତିକୁ ଦେଖେଇ ହୋଇଥାନ୍ତି ସେହି ଜାଗା ଲକ୍ଷ୍ମୀ ତୁରନ୍ତ ଛାଡ଼ି ଦେଇଥାନ୍ତି।ଲକ୍ଷ୍ମୀଙ୍କୁ ସ୍ଥିର ରଖିବାର ଅଛି ତ ଧନ ର ସଦୁପଯୋଗ କରନ୍ତୁ। ଧନର ଦାନ, ଭୋଗ,ବ୍ୟାପାର ଏବଂ ସହଜନ ମାନଙ୍କ ସାହାଯ୍ୟ ପାଇଁ କରିବା ଦରକାର। ଯେଉଁ ଲୋକ ନିଜର ସ୍ୱାର୍ଥ ପାଇଁ ଲକ୍ଷ୍ମୀଙ୍କ ବ୍ୟବହାର କରିଥାଏ ଏବଂ ଦେଖେଇ ହୋଇଥାଏ ସେମାନଙ୍କ ଠାରୁ ଲକ୍ଷ୍ମୀ ଦୂରକୁ ପଳେଇଯାଇଥାନ୍ତି ।ତେଣୁ ଧନକୁ ନେଇ କେବେ ବି ଅଂହକାର କରିବାକଥା ନୁହେଁ।

୩:- ଅଂହକାର – ମହାତ୍ମା ବିଦୁରଙ୍କ ଅନୁସାରେ କୌଣସି ମଣିଷକୁ ପୂର୍ବଜନଙ୍କ ଠାରୁ ପ୍ରାପ୍ତ ସମ୍ମାନ ଉପରେ ଅଂହକାର କରିବା କଥା ନୁହେଁ। କାହିଁକିନା ଆପଣଙ୍କ ଅଂହକାର ପାଇଁ ପୂର୍ବଜନଙ୍କ ପୁନ୍ୟକର୍ମ ଏବଂ ସମ୍ମାନ ବି ନଷ୍ଟ ହୋଇଥାଏ। ଅଂହକାର ବ୍ୟକ୍ତିର କେହି ବି ସମ୍ମାନ କରିନଥାଏ।ସମୟ ଆସିଲେ ସେ ନିଜର ଏହି ଧାରଣା କୁ ହଜେଇ ଦେଇଥାଏ ଏବଂ ପୂର୍ବଜନଙ୍କ ନାମ ମାଟିରେ ମିଶେଇ ଦେଇଥାଏ।

୪:-ଯୌବନର ଅଂହକାର- ସ୍ତ୍ରୀ କୁ ନିଜର ରୂପକୁ ନେଇ ଅଂହକାର କରିବା କଥା ନୁହେଁ। ଏହା ସମୟ ସହିତ ନଷ୍ଟ ହୋଇଯାଇଥାଏ।ଅଂହକାରୀ ସ୍ତ୍ରୀ ମୂର୍ଖ ହୋଇଥାଏ ସେ ନିଜର ରୂପର ଅଂହକାରରେ ଭୁଲ କାମ କରିଥାଏ।ଏହି ଅଂହକାର କାରଣରୁ ସେ କେତେ ଥର ଚିନ୍ତାରେ ପଡିଥାଏ।ଅଂହକାରୀ ସ୍ତ୍ରୀକୁ ଭଲ ଜୀବନସାଥୀ ମିଳିନଥାଏ ଏବଂ ସେ ଜୀବନସାରା ଦୁଃଖ କଷ୍ଟ ଭୋଗିଥାଏ। ତେଣୁ ସ୍ତ୍ରୀ ଲୋକଙ୍କୁ ନିଜ ରୂପ ଠାରୁ ଅଧିକ ନିଜ ଚରିତ୍ର ଉପରେ ଧ୍ୟାନ ଦେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *