କପିଲ୍ ଶର୍ମାଙ୍କ ଜୀବନଶୈଳୀ ,ଘର,ଗାଡି ବିଷୟରେ ଜଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ – ଘର ଭିତରେ ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..
କପିଲ୍ ଶର୍ମାଙ୍କ ପ୍ରକୃତ ନାମ କପିଲ୍ ପୁଞ୍ଜ। ତାଙ୍କ ନିକ ନାମ ଟୋନି। ସେ ୨ ଏପ୍ରିଲ ୧୯୮୧ ଅମୃତସର ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ । ୨୦୨୦ ହିସାବରେ ତାଙ୍କୁ ଏବେ ୩୯ ବର୍ଷ। ସେ ଶ୍ରୀରାମ ଆଶ୍ରମ ସିନିୟର ସେକେଣ୍ଡାରୀ ସ୍କୁଲ ଅମୃତସରରେ ପଢିଥିଲେ । ତାପରେ ସେ “ହିନ୍ଦୁ କଲେଜ ଅଫ ଅମୃତସର” ଠାରେ ଗ୍ରାଜୁଏସନ କରିଥିଲେ କମ୍ପୁଟର ସାଇନ୍ସିରେ।ସେ ଏକ ଇଣ୍ଟରଭିୟୁରେ କହିଥିଲେ ତାଙ୍କର ପଢିବାରେ ଜମାରୁବି ଆଗ୍ରହ ନଥିଲା।ସେ ନାଟ୍ୟଶାଳା ଅଭିନୟ ବହୁତ ଭଲ କରୁଥିଲେ।ସେଥିପାଇଁ ତାଙ୍କୁ କୌଣସି ବି କଲେଜରେ ଆଡ଼ମିଶନ ମିଳିଯାଉଥିଲା ବାକି ସେ ଆନୁଆଲ ଫକ୍ସନରେ ସମସ୍ତଙ୍କ ଆଗରେ ସେହି କଲେଲ କୁ ରେପ୍ରେସେଣ୍ଟସନ କରିପାରିବେ । ସେ ପେଶାରେ ଏକ କମେଡିଆନ୍,ହୋଷ୍ଟ,ଆକ୍ଟର ଏବଂ ପ୍ରଡୁସର ଅଟନ୍ତି।ସେ ଫୋନ ବୁଥରେ ମଧ୍ୟ କାମ କରୁଥିଲେ।
ସେ ୨୦୦୭ ରେ ସେ ତାଙ୍କ ପ୍ରଥମ କ୍ୟାରିୟରର ଆରମ୍ଭ “ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଶୋ” ରେ ଅଡିସନ ଦେଇଥିଲେ ହେଲେ ଏଥିରେ ସେ ବିଫଳ ହୋଇଯାଇଥିଲେ। ହେଲେ ପରେ ଆବଜରବ ୱାଇଲଡ଼ କାର୍ଡ ଏଣ୍ଟ୍ରି ଶୋ କୁ ଗଲେ ଏବଂ ଶୋ ଜିତିଗଲେ। “ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଶୋ” କୁ ଜିତିବା ପରେ କପିଲ୍ ଶର୍ମାଙ୍କୁ ୧୦ଲକ୍ଷ ଟଙ୍କା ପୁରସ୍କାର ମିଳିଥିଲା ଏବଂ ସେ ଏହାକୁ ତାଙ୍କ ଭଉଣୀଙ୍କ ବାହାଘରରେ ସବୁତକ ଖର୍ଚ୍ଚ କରିଦେଇଥିଲେ।
ସେ ଯେତେବେଳେ ମୁମ୍ବାଇ ଯାଇଥିଲେ ସେତେବେଳେ ସେ ଏକ କମେଡିଆନ ନୁହେଁ ଵଂର ଏକ ଗୀତିକାର ହେବାକୁ ଆସିଥିଲେ। ତାଙ୍କ ପ୍ରଥମ ଶୋ ଯାହାକୁ ସେ ହୋଷ୍ଟ କରିଥିଲେ ତା ନାମ ହେଉଛି “ଛୋଟେ ମିଆଁ” ।ତାଙ୍କର ଏକ ପ୍ରଡକ୍ସନ୍ କମ୍ପାନୀ ବି ଅଛି ଯାହାର ନାମ ‘କେ୯ ପ୍ରଡକ୍ସନ୍’।ସେହି କମ୍ପାନୀ ଅଣ୍ଡରରେ ସେ ପ୍ରଥମ ଥର ୨୦୧୩ ରେ ତାଙ୍କର ଶୋ ଲଂଚ କରିଥିଲେ ଯାହାର ନାମ ଥିଲା “କମେଡି ନାଇଟ ଉଇଥ କପିଲ୍” ଯିଏ କି କଲରସ୍ ଟିଭି ରେ ଟେଲିକାଷ୍ଟ ହୋଇଥିଲା।୨୦୧୫ରେ କପିଲ୍ ନିଜର ପ୍ରଥମ ବଲିଉଡ ଫିଲ୍ମ ଲଂଚ କରିଥିଲେ ଯାହାର ନାମ ଥିଲା “କିସ୍ କିସ୍କୋ ପ୍ୟାର କରୁଉଁ”। ୨୦୧୬ ରେ କପିଲ୍ ସୋନି ଟିଭି ସହ କଣ୍ଟ୍ରାକ୍ଟ କରି “ଦ କପିଲ୍ ଶର୍ମା” ଶୋ ଲଂଚ କାଲେ ଯାହାକି ଆଜି ଯାଏଁ ଚାଲୁଛି।କପିଲ୍ ଶର୍ମା ଙ୍କୁ ବହୁତସାରା ଇଣ୍ଡିଆନ ଟେଲିଭିଜନ ଆୱାର୍ଡସ୍, ଷ୍ଟାର ଗୋଲଡ଼ ଆୱାର୍ଡସ୍,ଏବଂ ସୋନି ଗିଉଲଡ଼ ଆୱାର୍ଡସ୍ ମିଳିସାରିଛି।
କପିଲ୍ ଶର୍ମାଙ୍କ ବାପାଙ୍କ ନାମ ଜିତେନ୍ଦ୍ର କୁମାର ।ତାଙ୍କ ମା’ଙ୍କ ନାମ ଜନକ ରାନୀ।ତାଙ୍କ ଭଉଣୀ ନାମ ପୂଜା ଶର୍ମା। ତାଙ୍କ ଭାଇଙ୍କ ନାମ ଅଶୋକ କୁମାର ଶର୍ମା।ତାଙ୍କ ସ୍ତ୍ରୀଙ୍କ ନାମ ଗିନି ଚତ୍ରତ।ତାଙ୍କ ଝିଅ ନାମ ଅନାୟାରା ଶର୍ମା।ସେ ଗୋଟିଏ ଏପିସୋଡ କରିବାପାଇଁ ‘୫୦ଲକ୍ଷ’ ନେଇଥାନ୍ତି।ତାଙ୍କର ଅଧିକ ଆୟ ତାଙ୍କ ବ୍ରାଣ୍ଡ ଏଣ୍ଡ୍ରୋସମେଣ୍ଟ ରୁ ଆସିଥାଏ ଏବଂ ସେଥିପାଇଁ ସେ ୮ଲକ୍ଷ ନେଇଥାନ୍ତି। ସେ କିଛି ଇନଭେଷ୍ଟମେଣ୍ଟ ମଧ୍ୟ କରିଛନ୍ତି ୧୫କୋଟିର। ଏଥିରୁ ମଧ୍ୟ ତାଙ୍କର ଭଲ ଇନକମ ହୋଇଥାଏ।ତାଙ୍କର ନେଟ ୱାର୍ଥ ‘୨୦୦କୋଟି’ ଏବଂ ଏହି ୩ମାସ ହେବ ତାଙ୍କ ନେଟ ୱାର୍ଥରେ ୮୦ପ୍ରତିଶତ ବୃଦ୍ଧି ହୋଇଛି।
କପିଲ୍ ଶର୍ମାଙ୍କର ମୁମ୍ବାଇରେ ଏକ ଘର ଅଛି ଯାହାର ମୂଲ୍ୟ ୨୦କୋଟି। ତାଙ୍କ ପାଖରେ ଏକ ” ମରସିଡିଜ ଏସ ୩୫୦ଡି” ଅଛି ଯାହାର ମୂଲ୍ୟ ‘୧.୩୬କୋଟି’।ତାଙ୍କ ପାଖରେ ଏକ “ରେଞ୍ଜ ରୋଭର ଇଭୋକ” ଅଛି ଯାହାର ମୂଲ୍ୟ ୬୩ଲକ୍ଷ ।ତାଙ୍କ ପାଖରେ ଏକ “ରୟାଲ ଇନ୍ଫିନିଡ଼” ବୁଲେଟ ଅଛି ଯାହାର ମୂଲ୍ୟ ୧.୭୪ଲକ୍ଷ। ତାଙ୍କ ପାଖରେ ଏକ “ରୟାଲ ଇନ୍ଫିନିଡ଼ ଥଣ୍ଡରବାର୍ଡ” ଅଛି ଯାହାର ମୂଲ୍ୟ ୨ଲକ୍ଷ ।ତାଙ୍କ ପାଖରେ ଏକ “ଫରାରି କାର” ଯାହାର ମୂଲ୍ୟ ‘୩କୋଟି’।