ମ୍ୟାଗି ଖାଈକରି ଦିନ କାଟୁଥିଲେ କେବେ ଆଉ ଖେଳିବା ପାଇଁ କିଟ୍ ନଥିଲା, ଆଜି ଭାରତର ସଫଳ ଅଲରାଉଣ୍ତର ଅଟନ୍ତି ହାର୍ଦ୍ଧିକ ପାଣ୍ତିଆ – ଜାଣିରଖନ୍ତୁ ତାଙ୍କ ବିଷୟରେ..

ଆଜି ଆମେ ଏଠାରେ ହାର୍ଦ୍ଧିକ ପାଣ୍ତିଆଙ୍କ ବିଷୟରେ କହିବୁ , ଭାରତୀୟ କ୍ରିକେଟ୍ ଟିମ୍ ର ଅଲରାଉଣ୍ତର ଖେଳାଳୀ ହାର୍ଦ୍ଧିକ ପାଣ୍ତିଆ କିଛି ହି ବର୍ଷରେ ଏକ ଭଲ ସଫଳତା ପାଇଛନ୍ତି , ସେ ନିଜ ଉନ୍ନତ ଖେଳରୁ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି , ଖାସ୍ କରି ତାଙ୍କ୍ ବ୍ୟାଟିଙ୍ଗ୍ ପାଇଁ ଲୋକେ ଦିୱାନା ହୋଇଯାଇଛନ୍ତି , ତାଙ୍କ ବ୍ୟାଟ୍ ରେ ଛକା କ୍ରିକେଟ୍ ଫ୍ୟାନ୍ସଙ୍କୁ ବହୁତ ରୋମାଞ୍ଚିତ କରିଛି, ଆପଣଙ୍କୁ କହିଦେବୁ କି ଆଇପିଏଲ୍ ରେ ହାର୍ଦ୍ଧିକ Mumbai indians ଙ୍କ ପାଇଁ ଖେଳନ୍ତି , ଓ ବହୁତଥର ନିଜ ଏଫର୍ଟ ଦ୍ୱାରା ସେ ଦଳକୁ ଜି ଦେଇଛନ୍ତି , ବର୍ତ୍ତମାନ ସମୟରେ ଯେଉଁ ସଫଳତାରେ ହାର୍ଦ୍ଦିକ ପାଣ୍ତିଆ ଅଛନ୍ତି ସେଠାକୁ ଆସିବାରେ ସେ ବହୁତ ଅଧିକା ସଂଘର୍ଷ କରିଥିଲେ, ବହୁତ କଠିନ ପରିସ୍ଥିତିକୁ ପାର୍ କରି ସେ ଏହି ସଫଳତା ହାସିଲ୍ କରିଛନ୍ତି , ଗୋଟେ ସମୟ ଥିଲା ଯେବେ ତାଙ୍କ ପାଖରେ ଖାଇବାକୁ ପଇସା ନଥିଲା, ସେ ମ୍ୟାଗିବନାଇକରି ଦିନ କାଟୁଥିଲେ, ତାଙ୍କର ସଂଘର୍ଷର କାହାଣୀ ସମସ୍ତ ଯୁବାଙ୍କ୍ ପାଇଁ ଏକ ପ୍ରେରଣା ପ୍ରମାଣିତ ହୋଇପାରେ ।
ହାର୍ଦ୍ଧିକ ପାଣ୍ତିଆଙ୍କ ଜନ୍ମ ୧୧ ଅକ୍ଟୋବର ୧୯୯୩ କୁ ଚୌରସିଆ, ସୁରତ୍ ଗୁଜୁରାଟରେ ହୋଇଥିଲା, ସେ ଏକ ସାଧାରଣ ପରିବାରରୁ ସଂମ୍ପର୍କ ରଖନ୍ତି , ତାଙ୍କ ବାପାଙ୍କ ନାଁ ହିଂମାଶୁ ପାଣ୍ତିଆ ଅଟେ, ଓ ତାଙ୍କ ମାଙ୍କ ନାଁ ନଳିନୀ ପାଣ୍ତିଆ ଅଟେ , କହିଦେବୁ କି ହାର୍ଦ୍ଦିକଙ୍କ ପାଣ୍ତିଆ କ୍ରିକେଟ୍ ରେ ରୁଚି ବହୁତ ଥିଲା , ହାର୍ଦ୍ଧିକ ପାଣ୍ତିଆଙ୍କୁ ମ୍ୟାଚ୍ ଦେଖିବାକୁ ତାଙ୍କ ବାପାଙ୍କ ସହ ଷ୍ଟାଡିୟମ୍ ଯାଉଥିଲେ, ହାର୍ଦ୍ଧିକଙ୍କ ବାପାଙ୍କର ସୁରଟରେ ଏକ ଛୋଟ ବିଜନେସ୍ ଥିଲା, କିନ୍ତୁ ପରେ ସେହି ବିଜନେସ୍ ବନ୍ଦ ହୋଇଗଲା, ଯାହାର କାରଣରୁ ତାଙ୍କ ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଗଲା, ହାର୍ଦ୍ଧିକ ପାଣ୍ତିଆ ଛୁଆବେଳରୁ ଦାରିଦ୍ରତାର କଷାଘାତରେ ବଢିଥିଲେ । ହାର୍ଦ୍ଧିକ୍ ପାଣ୍ତିଆଙ୍କ ପାଠପଢାରେ ରୁଚି ବହୁତ୍ କମ୍ ଥିଲା , ତାଙ୍କର ସ୍ୱପ୍ନ ଏକ ଭଲ କ୍ରିକେଟିୟର୍ ହେବାର ଥିଲା , ଯାହାକୁ ନେଇ ସେ ପାଠପଢା ବି ଛାଡିଦେଇଥିଲେ , ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା କିନ୍ତୁ ତାଙ୍କ ବାପା କ୍ରିକେଟ୍ ରେ ଅଧିକା ରୁଚି ଥିଲା , କହିଦେବୁ କି ତାଙ୍କ ବାପା ହାର୍ଦ୍ଧିକ୍ ଓ କୁର୍ଣ୍ଣାଲ୍ ଙ୍କୁ କ୍ରିକେଟିୟର୍ ବନାଇବାକୁ ଚାହୁଁଥିଲେ , ଯାହାର କାରଣରୁ ତାଙ୍କ ପରିବାର ସହ ସେ ବଡୋଦରା ଆସିଗଲେ , ଓ ଏଠାରେ ଏକ ଘର ଭଡା ନେଇକରି ରହିବାକୁ ଲାଗିଲେ
ସେମିତି ଆର୍ଥିକ ପରିସ୍ଥିତି ଖରାପ ଥିଲା କିନ୍ତୁ କେଉଁ ଭଳି ଭାବେ ହେଉ ତାଙ୍କ ବାପା ଦୁହେଁ ଛୁଆଙ୍କୁ କିରନ୍ ମୋରେ ଏକାଡେମୀରେ ଦାଖିଲା କରାଇଲେ , କିରନ୍ ମୋରେଙ୍କ ବି ବହୁତ ବଡ ଯୋଗଦାନ ଅଛି ,ସେ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ମାଗଣାରେ ହାର୍ଦ୍ଧିକ ପାଣ୍ତିଆ ଓ ତାଙ୍କ ଏକାଡେମୀରେ କ୍ରିକେଟ୍ ର ସବୁ ବିଷୟରେ ଶିଖାଇଲେ । ଆପଣଙ୍କୁ କହିଦେବୁ କି ଆର୍ଥିକ ଅସୁବିଧା କୁ ନେଇ ଗ୍ରାଉଣ୍ତରେ ଯେବେ ହାର୍ଦ୍ଧିକ ପାଣ୍ତିଆ ପ୍ରାକ୍ଟିକ୍ସ କରୁଥିଲେ , ତେବେ ସେ ମ୍ୟାଗିଖାଇକରି କଟାଉଥିଲେ , ଏହା ନିଜ ଭୋଜନର ପଇସା ବଞ୍ଚାଇକରି କ୍ରିକେଟ୍ କିଟ୍ କିଣିବାକୁ ଚାହୁଁଥିଲେ , ଖବର ଅନୁସାରେ ଏମିତି କୁହାଯାଏ କି ସଇଦ୍ ମୁସ୍ତାକ୍ ଅଲୀ ଟ୍ରଫି ସମୟରେ ୨୦୧୪ ରେ ହାର୍ଦ୍ଧିକଙ୍କ ପାଖରେ ନିଜର ବ୍ୟାଟ୍ ନଥିଲା, କିନ୍ତୁ ତାଙ୍କର ଶାନଦାର୍ ପ୍ରଦର୍ଶନକୁ ଦେଖି ଭାରତୀୟ ଦ୍ରୁତ ବୋଲର୍ ଇରଫାନ୍ ପଠାନ୍ ତାଙ୍କୁ ଦୁଇ ବ୍ୟାଟ୍ ଉପହାର୍ ରେ ଦେଇଥିଲେ ।
ହାର୍ଦ୍ଧିକ ପାଣ୍ତିଆ ପ୍ରାରମ୍ଭିକ ସମୟରେ ସ୍ପିନ୍ ବୋଲିଙ୍ଗ୍ କରୁଥିଲେ, କିନ୍ତୁ ପରେ ସ୍ପିନ୍ ବୋଲିଙ୍ଗ୍ ଛାଡିକରି ସେ ପେସ୍ ବୋଲିଙ୍ଗ୍ କୁ ଧ୍ୟାନ କେନ୍ଦ୍ରିତ କରିଲେ, ଏହା ସହ ଆକ୍ରମକ ଅନ୍ଦାଜରେ ବୋଲିଙ୍ଗ୍ ବି କରିବାକୁ ଲାଗିଲେ , ୨୦୧୩ ରେ ସେ ଭଲ ପ୍ରଦର୍ଶନ କରି ବଡୋଦରା ଟିମ୍ ରେ ସାମିଲ୍ ହୋଇଗଲେ , ହାର୍ଦ୍ଧିକ ପାଣ୍ତିଆ ୨୦୧୩-୧୪ ବର୍ଷରେ ହୋଇଥିବା ସୟଦ୍ ମୁସ୍ତାକ୍ ଅଲ୍ଲୀ ଟ୍ରଫିରେ ଶାନଦାର୍ ପ୍ରଦର୍ଶନ୍ କରିଥିଲେ, ଯାହାର କାରଣରୁ ସବୁ ଲୋକଙ୍କ ଆଖି ତାଙ୍କ ଉପରେ ପଡିଲା , ଏହି ସମୟରେ ଗୋଟେ ମ୍ୟାଚରେ ମୁମ୍ବାଇ ବିପକ୍ଷରେ ୫୭ ଟି ବଲରୁ ୮୨ ରନ୍ କରିଥିଲେ , ଏହି ମ୍ୟାଚରେ ଆଇପିଏଲ୍ ଫ୍ରାଞ୍ଚାଇଜି ମୁମ୍ବାଇର କୋଚ୍ ଜନ୍ ରାଇଟ୍ସଙ୍କ ନଜର ତାଙ୍କ ଉପରେ ପଡିଲା, ହାର୍ଦ୍ଧିକ ପାଣ୍ତିଆ ନିଜ ଭଲ ପ୍ରଦର୍ଶନରୁ ଜନ୍ ରାଇଟ୍ ଙ୍କ ମନ ଜିଣିପାରିଲେ ।
ମୁମ୍ବାଈ ଇଣ୍ତିଆନ୍ସର କୋଚ୍ ଜନ୍ ରାଇଟ୍ସଙ୍କ ନଜର ହାର୍ଦ୍ଧିକ ପାଣ୍ତିଆଙ୍କ ଉପରେ ପଡିଲା ତ ସେ ୧୦ ଲକ୍ଷ ଟଙ୍କା ମୁଲ୍ୟରେ ଆଇପିଏଲ୍ ପାଇଁ ମୁମ୍ବାଇ ଇଣ୍ତିଆନ୍ସ ଟିମ୍ ପାଇଁ କିଣିନେଲେ, ଯାହାପରେ ହାର୍ଦ୍ଧିକ ଆଉ ପଛକୁ ବୁଲି ଅନାଇନାହାନ୍ତି , ସେ ଚୟନକର୍ତ୍ତାଙ୍କୁ କେବେ ନିରାଶ୍ କରାଇନାହାନ୍ତି , ସବୁଠାରୁ ପ୍ରଥମେ ଚେନ୍ନାଇ ସୁପରକିଙ୍ଗ୍ ବିପକ୍ଷରେ ୮ ଟି ବଲରେ ୨୧ ରନ୍ କରିଥିଲେ, ତାପରେ କୋଲକତା ନାଇଟ୍ ରାଇଡର୍ସଙ୍କ ବିପକ୍ଷରେ ମୁମ୍ବାଇ ଇଣ୍ତିଆନ୍ସଙ୍କୁ ବଞ୍ଚାଇଲେ, ସେ ୩୧ ଟି ବଲରୁ ୬୧ ରନ୍ ବନାଇଲେ , ଆପଣଙ୍କୁ କହିଦେବୁ କି ନିଜ ଶାନଦାର୍ ପ୍ରଦର୍ଶନରୁ ଆଇପିଏଲ୍ ରେ ୨ ଥଅ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦ୍ୱାରା ପୁରସ୍କୃତ ବି ହୋଇଛନ୍ତି ।
ହାର୍ଦ୍ଧିକ ପାଣ୍ତିଆ ୨୦୧୬ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଥିବା ଟି ଟ୍ୱେଣ୍ଟି ସିରିଜ୍ ରେ ଭାରତୀୟ ଟିମ୍ ରେ ସାମିଲ୍ କରାଗଲା, ୨୬ ଜାନୁୟାରୀ ୨୦୧୬ କୁ ହାର୍ଦ୍ଧିକ ପାଣ୍ତିଆ ନିଜ ପ୍ରଥମ ଅନ୍ତରାଷ୍ଟ୍ରିୟ ମ୍ୟାଚ୍ ଖେଳିଥିଲେ, ନିଜ ଭଲ ବ୍ୟାଟିଙ୍ଗ୍ ଓ ବୋଲିଙ୍ଗ୍ ରୁ ସେ ଟିମ୍ ରେ ଜାଗା ପକ୍କା କରିନେଲେ , ଆଜି ସେ ଭାରତୀୟ ଟିମ୍ ରେ ଜଣେ ଭଲ ଅଲରାଉଣ୍ତର୍ ଭାବେ ସ୍ଥାନ ପାଇ ଖେଳୁଛନ୍ତି