କଳା ଗର୍ଦନ ୧୦ ମିନିଟ୍ ରେ ହେବ କ୍ଷୀର ପରି ଗୋରା , ଖାଲି ଆପଣାନ୍ତୁ ଏହି ରାମବାଣ ପ୍ରକିୟା…
ଯେତେ ଧ୍ୟାନ ଆମେ ଚେହେରାର ରଙ୍ଗ ଓ ସୁନ୍ଦରତା ଉପରେ ଦେଇଥାଉ ସେତିକି ଧ୍ୟାନ ଆମେ ବାକି ଶରୀରର ଅଙ୍ଗଗୁଡିକ ଉପରେ ଦେଇପାରିନଥାଉ, ଏହାର ଅଭାବ କାରଣରୁ ତାହାର ଦେଖାଶୁଣା ଭଲ ଭାବରେ ହୋଇପାରେ ନାହିଁ , ଯଦି ଆପଣ ଦର୍ପଣରେ ଧ୍ୟାନରେ ଦେଖିବେ ତେବେ ଆପଣଙ୍କ ଚେହେରାର କମ୍ପୋଜିସନ୍ ରେ ଗଳା କଳା ନଜର ଆସିବ , ଏହା ଏଥିପାଇଁ ହୋଇଥାଏ କାରଣ ଆମେ ଚେହେରା ଉପରେ ତ ଧ୍ୟାନ ଦେଇଥାଉ କିନ୍ତୁ ଗଳା ଉପରେ ଦେଇପାରିନଥାଉ, ଏଥିପାଇଁ ଆମ ଗଳା କଳା ପଡିଯାଏ । ମାନେ ଗର୍ଦନର ତ୍ୱଚାକୁ ଉଚିତ୍ ସଫା ଓ ଦେଖାଶୁଣା କରାଗଲେ ଏହା ସୁନ୍ଦର ଦେଖାଯିବ , ପର୍ଯ୍ୟପ୍ତ ଦେଖାଶୁଣା ଅଭାବରୁ ଏହା ହୋଇଥାଏ, ଯେଉଁ ପ୍ରକାରର ଚେହେରାର ମାଂସପେଶୀ ବୟସ ବଢୁଥିବା ସହ ବୟସ ଦାଗ ଆସିବାକୁ ଲାଗେ, ଠିକ୍ ସେହି ପ୍ରକାରରେ ଓଜନ ବଢିଲେ ଗଳା ବି ମୋଟା ହେବାକୁ ଲାଗେ, ତଥା ରଙ୍ଗ ଓ ସେପ୍ ବି ପରିବର୍ତ୍ତନ ଆସିଯାଏ , ଏଠାରେ ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ, ଯାହାର ଉପଯୋଗ କେବଳ ୧୦ ଦିନରେ ଆପଣଙ୍କ କଳା ଗଳାରୁ ରଙ୍ଗର ଫରକ ନଜର ପାଇବେ ।
ଲେମ୍ବୁଓ ଗୋଲାପ ଜଳ- ସବୁଠାରୁ ପ୍ରଥମେ ବହୁତ ସାଧାରଣ ଉପାୟ କହିଦେବୁ କି ଜେଉଁଥିରେ ଆପଣଙ୍କୁ ଅଧିକା ପରିଶ୍ରମ କରିବାକୁ ପଡିବନାହିଁ , ଓ ଏହାପାଈଁ ଆପଣଙ୍କୁ ଦୁଇଟି ଜିନିଷର ଦରକାର ପଡିବ , ଓ ତାହା ହେଲା ଗୋଲାପ ଜଳ ଓ ଲେମ୍ବୁର ରସ। ଏକ ଫ୍ରେସ୍ ଲେମ୍ବୁ ନିଅନ୍ତୁ ଓ ତାହାର ରସ ବାହାର କରି ଗୋଲାପ ଜଳ ସହ ମିଶାଇଦିଅନ୍ତୁ , ଏହା ପରେ ଆପଣ ନିଜ ଗଳାରେ ଲଗାନ୍ତୁ , ଓ ରାତି ସାରା ଛାଡିଦିଅନ୍ତୁ , ସକାଳୁ ଉଠିକରି ତାକୁ ଧୋଇଦିଅନ୍ତୁ , କଳା ଗଳା ଦେଖିବେ ଆସ୍ତେ ଆସ୍ତେ ସଫା ହୋଇଆସିବ ।
କାକୁଡି ଓ ଗୋଲାପ ଜଳ- ଆପଣ ଚାହିଁଲେ ଲେମ୍ବୁର ରସ ବଦଳରେ କାକୁଡିର ରସ ବ୍ୟବହାର୍ କରିପାରିବେ , ଓ ତାହାକୁ ରାତିସାରା ଗଳାରେ ଲଗାଇକରି ଶୋଇଯାଆନ୍ତୁ , ସକାଳୁ ଉଠିକରି ସଫା ପାଣିରେ ଧୋଇଦିଅନ୍ତୁ ।
ଲେମ୍ବୁ ଓ ହଳଦୀ- ଲେମ୍ବୁର ରସରେ ଟିକିଏ ହଳଦୀ ମିଶାଇଦିଅନ୍ତୁ , ଏହାକୁ ଗଳାରେ ୧୦-୧୫ ମିନିଟ୍ ଲଗାଇ ଛାଡିଦିଅନ୍ତୁ , ଏବେ ଗରମ ପାଣିରେ ଧୋଇଦିଅନ୍ତୁ , ଆପଣଙ୍କ ସ୍କ୍ରିନ୍ ଗ୍ଲୋ କରିବାକୁ ଲାଗିବ , ଏହି ଉପାୟ କରିଲେ ତୁରନ୍ତ ପରେ ଖରାକୁ ଯିବା ବାରଣ କରନ୍ତୁ ।
ବେସନ ଓ ଦହି- ବେସନରେ ଦହି ମିଶାଇକରି ଲଗାଇଲେ ବହୁତ ପ୍ରଭାବ ଦେଖାଇବ , ଏହାପାଇଁ ଆପଣ ନିଜ ଗଳାର ଅନୁସାରେ ବେସନ ନିଅନ୍ତୁ , ଓ ତାପରେ ସେଥିରେ ଦହି ମିଶାଇଦିଅନ୍ତୁ , ଏହାକୁ ୨୦-୨୫ ମିନିଟ୍ ଗଳାରେ ଲଗାଇକରି ରଖିଦିଅନ୍ତୁ , ସୁଖିଲାପରେ ଛଡାଇଦିଅନ୍ତୁ , ଓ ତାପରେ ଅଳ୍ପ ଗରମ ପାଣି ନେଇକରି ଧୋଇଦିଅନ୍ତୁ , ଏମିତି ଲଗାତାର କରିଲେ କଳାପଣ ଦୁର ହୋଇଯିବ , ଓ ଆପଣଙ୍କ ଗଳା ସୁନ୍ଦର ଲାଗିବ ।
ମୁଲତାନୀ ମାଟିର ଉବଟନ- ଏକ ଚାମଚ ମୁଲତାନୀ ମାଟି, ଏକ ଚାମଚ ଚନ୍ଦନ ପାଉଡର୍ , ଏକ ଚୁଟକି ଭରା ହଳଦୀ ଏକ ଚାମଚ କ୍ଷୀର ସହ୍ ମିଶାଇକରି ପେଷ୍ଟ କରି ଗଳାରେ ୧୫ ମିନିଟ୍ ପାଇଁ ରଖିଦିଅନ୍ତୁ , ଏହାକୁ ଲଗାଇଲେ ଆପଣଙ୍କ ଗଳା କୋମଳ ହୋଇଯିବ , ଓ କିଛି ଦିନରେ ଏହାର ରଙ୍ଗତରେ ବି ପରିବର୍ତ୍ତନ ଦେଖାଯିବ ।
ଲହୁଣି ଓ ଲେମ୍ବୁ- ରାତିରେ ଶୋଇବା ପୁର୍ବରୁ ଗଳାକୁ ସଫା ପାଣିରେ ଧୋଇକରି ପୋଛିଦିଅନ୍ତୁ , ଏକ ଚାମଚ କ୍ଷୀରର ଲହୁଣି, ଲେମ୍ବୁ ରସ ଓ ଗ୍ଲିସରିନ୍ ମିଶାଇକରି ଗଳାରେ ମାଲିସ୍ କରନ୍ତୁ