December 9, 2024

Odia Express

Leading Odia News Portal of Odisha

ରାମାୟଣ ଅନୁସାରେ ଏହି ଚାରିଜଣଙ୍କ ପାଖରେ କେବେ ରହନ୍ତି ନାହିଁ ଲକ୍ଷ୍ମୀ – କାହିଁ ଆପଣ ମଧ୍ୟ ତ କରୁନାହାନ୍ତି ଏହି ଭୁଲ

ଜୀବନରେ ସଫଳ ହେବାର ଇଚ୍ଛା ସମସ୍ତଙ୍କର ହୋଇଥାଏ, କିଏ ଚାହେଁ ନାହିଁ ଯେ ତାହାର ଜୀବନ ସବୁ ପ୍ରକାରରେ ଆନନ୍ଦପୂର୍ଣ୍ଣ ହେଉ। ପଛକେ ସବୁ ପ୍ରକାରେ ଖୁସି ରହିବାର ଆଧାର ପଇସା ହୋଇନଥାଏ କିନ୍ତୁ ଯଦି ଆପଣ ଭୌତିକ ସୁଖର କଥା କହିବେ ତ ଏହା ପଇସା ବିନା ସମ୍ଭବ ନୁହେଁ, ଆଜିଆର ସମୟରେ ଖୁସି ସେହି ବ୍ୟକ୍ତିଙ୍କୁ କୁହାଯାଏ ଯାହା ପାଖରେ ପଇସା ଅଛି। ଧନ ହିଁ ଆଜିର ସୁଖମୟ ଜୀବନର ଆଧାର ଅଟେ। ସଂସାରରେ ବହୁତ ଲୋକ କମ ପରିଶ୍ରମ କରନ୍ତି ଏବଂ ସେମାନଙ୍କୁ ଅଧିକ ସଫଳତା ମିଳେ। କିନ୍ତୁ କିଛି ଲୋକ ଦିନରାତି ପରିଶ୍ରମ କରନ୍ତି ଏବଂ ସେମାନଙ୍କୁ ସେମାନଙ୍କ ଇଛା ଅନୁଯାୟୀ ସଫଳତା ପ୍ରାପ୍ତ ହୋଇନଥାଏ। ଯେଉଁ କାରଣରୁ ସେମାନେ ନିଜର ଜୀବନରେ ଦୁଃଖୀ ଏବଂ ନିରାଶ ନଜର ଆସନ୍ତି ।

ହିନ୍ଦୁ ଧର୍ମରେ ରାମାୟଣ କିମ୍ବା ରାମଚରିତ ମାନସକୁ ଜୀବନ ବଞ୍ଚିବାର ଆଧାର କୁହଜେ। ରାମାୟଣ ଆମକୁ ଜୀବନ ବଞ୍ଚିବାର ସଠିକ ଦିଗ ଦେଖାଇଥାଏ। ରାମାୟଣ ଜୀବନର ସମସ୍ତ କ୍ଷଣରେ ଆମକୁ ଜୀବନ ର ଅଦରେଶ ଏବଂ ଧର୍ମ ଅନୁସାରେ ବଞ୍ଚିବାର ପ୍ରେରଣା ଦେଇଥାଏ। ରାମଚରିତ ମାନସରେ ଏକଥାର ଉଲ୍ଲେଖ କରାଯାଇଛି ଯେ କିଛି ଲୋକଙ୍କ ପାଖରେ ଧନ କାହିଁକି ରହେ ନାହିଁ । ଆଜି ଆମେ ଆପଣଙ୍କ ସମ୍ମୁଖରେ ସେହି କଥାର ଉଲ୍ଲେକ କରିବାକୁ ଯାଉଛୁ ।

ରାମାୟଣ ଅନୁସାରେ ଯଦି ଆପଣଙ୍କର ଜୀବନସାଥୀ ସଠିକ ନୁହନ୍ତି ତ ଆପଣଙ୍କ ପାଖରେ ଲକ୍ଷ୍ମୀ କେବେ ରହିବେ ନାହିଁ । ଏମିତିରେ ବି କୁହାଯାଏ ଯେ ଏକ ସଭ୍ୟ ଝିଅ ପୁରା ଘରକୁ ସଜେଇ ଦିଏ ଏବଂ ଘରକୁ ସ୍ଵର୍ଗ ବନେଇଦିଏ। ଏବଂ ଯେଉଁ ଲୋକମାନେ ନିଜର ଜୀବନସାଥିଙ୍କୁ ଧୋକା ଦିଅନ୍ତି ସେମାନଙ୍କ ପାଖରେ ଲକ୍ଷ୍ମୀ କେବେ ମଧ୍ୟ ନିବାସ କରନ୍ତି ନାହିଁ ଏବଂ ଯଦି ଆପଣ ମଧ୍ୟ ଏଭଳି କରୁଛନ୍ତି ତ ଆପଣଙ୍କ ଘରର ସତ୍ୟାନାଶ ହୋଇଯିବ ।

ରାମାୟଣ ଅନୁସାରେ ଯଦି ଆପଣ ଲୋଭୀ ଅଟନ୍ତି ତ କେବେ ମଧ୍ୟ ଆପଣଙ୍କ ପାଖରେ ଧନ ରହିବ ନାହିଁ। ଲୋଭ ଖରାପ ଜିନିଷ ଅଟେ ଏହି କଥା ତ ଆପଣ ଲୋକଙ୍କ ମୁଖରୁ ଶୁଣିଥିବେ ଏଥିପାଇଁ ଲୋଭ ଛାଡି ଆପଣଙ୍କୁ ଧର୍ମର ଅନୁସରଣ କରିବା ଉଚିତ।

ରାମାୟଣ ଅନୁସାରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଗର୍ବ ଅଛି ତାଙ୍କ ପାଖରେ ଧନ କେବେ ରହିବ ନାହିଁ । ଯଦି ଏପରି କୌଣସି ବ୍ୟକ୍ତି ଙ୍କ ପାଖରେ ଧନ ଥାଏ ତ ତାହା ଖୁବ ଶୀଘ୍ର କ୍ଷୟ ହୋଇଯିବ। ଧନକୁ ନିଜ ପାଖରେ ରଖିବା ପାଇଁ ମନୁଷ୍ୟକୁ ଗର୍ବର ତ୍ୟାଗ କରିବା ଉଚିତ।

ରାମାୟଣ ଅନୁସାରେ ଯେଉଁ ଘରେ ମାଦକ ଜିନିଷର ସେବନ କରାଯାଏ ସେହି ଘର ଉପରେ ଲକ୍ଷ୍ମୀଙ୍କର କୃପା ହୋଇନଥାଏ। ଏଥିପାଇଁ ଯଦି ଆପଣଙ୍କ ଭିତରେ ମଧ୍ୟ ଏପରି କୌଣସି ଖରାପ ଅଭ୍ୟାସ ଅଛି,, ତେବେ ତାହାକୁ ଏବେ ଛାଡି ଦିଅନ୍ତୁ ଯାହାଦ୍ୱାରା ମାଆ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ସବୁବେଳେ ବନିରହିବ ।

Leave a Reply

Your email address will not be published. Required fields are marked *