September 12, 2024

Odia Express

Leading Odia News Portal of Odisha

ଏହି ଚମତ୍କାର ଉପାୟ ଦ୍ଵାରା ମାତ୍ର ୧ ମିନିଟରେ ଭୟାନକ ଏସିଡିଟିରୁ ମୁକ୍ତି ପାଆନ୍ତୁ

ଆଜି ଆମେ ଆପଣଙ୍କୁ କହିବୁ ଯେଉଁମାନଙ୍କର ହାଇପର ଏସିଡିଟି ହୋଇଥାଏ, ପେଟରେ ଜଳାପୋଡା ବା ଛାତିରେ ଜଳାପୋଡା ହୋଇଥାଏ ସେହି ସମୟରେ ଏପରି ଲାଗିଥାଏ ଯେପରି ଭିତରେ ନିଆଁ ଲାଗିଯାଇଛି।ଯଦି ଆପଣଙ୍କୁ ଏପରି ସମସ୍ୟା ହେଉଛି ଏଥିରୁ ଆପଣ ମାତ୍ର ଦୁଇଦିନରେ ମୁକ୍ତିପାଇ ପାରିବେ।ଆମେ ଆପଣଙ୍କୁ ଅପରି ତିନୋଟି ଚିକିତ୍ସା କହିବୁ ଯାହାକୁ ଯଦି ଆପଣ ମାତ୍ର ଦୁଇଦିନ ଲଗାତର କରିବେ ଆପଣଙ୍କର ଏହି ଏସିଡିଟି ସମ୍ପୂର୍ଣ ଭଲ ହୋଇଯିବ। ଯେବେ ଆପଣଙ୍କୁ ହାଇପର ଏସିଡିଟି ବା କୌଣସି ସାଧାରଣ ଏସିଡିଟି ହୋଇଥାଏ ଏହା ଦ୍ଵାରା ଅନେକ ସମସ୍ୟା ହୋଇଥାଏ ଏହା ବଢିବା ଦ୍ଵାରା ଶରୀରରେ ଯନ୍ତ୍ରଣା ସହିତ ବାନ୍ତି ଓ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ।ଏଥିପାଇଁ ଏହି ଏସିଡିଟିକୁ ସାମାନ୍ୟ ନଭାବି ଏହାର ଉପଚାର କାରିବା ଅତ୍ୟନ୍ତ ଆବଶ୍ୟକ। ଆମେ ଆପଣଙ୍କ ପାଇଁ ଏଥିରୁ ମୁକ୍ତି ପାଇବା ପାଇଁ ତିନୋଟି ଚିକିତ୍ସା ନେଇକି ଆସିଛୁ ଯାହାକୁ ମାତ୍ର ଲଗାତର ଦୁଇ ଦିନ କରିବା ଦ୍ଵାରା ଆପଣଙ୍କ ସମସ୍ତ ଏସିଡିଟି ଭଲ ହୋଇଯାଇଥାଏ।

ଏସିଡିଟି ଦ୍ଵାରା ପେଟରେ ଜଳାପୋଡା ହୋଇଥାଏ ,ଖାଇବା ସହଜରେ ହଜମ ହୋଇନଥାଏ।ସେଜଳାପୋଡା କିଛି ସମୟ ପରେ ଛାତିରେ ମଧ୍ୟ ହୋଇଥାଏ।ଏଥିପାଇଁ ଆପଣଙ୍କୁ ସାଧାରଣ ଜିରା ନେବାକୁ ହେବ।ଆପଣ ନିଜ ରୋଷେଇପାଇ ଯେଉଁ ଜିରା ବ୍ୟବହାର ହୋଇଥାଏ ଯାହାକୁ ଏକ ଚାମଚ ନିଅନ୍ତୁ।ଏହାକୁ କୌଣସି ପାଉଡର ବା ଅନ୍ୟ କୌଣସି ପ୍ରକାର ବ୍ୟବହାର କରିବାର ନାହିଁ ଏହାକୁ ସିଧା ଭଲସେ ଚୋବାଇ ଖାଇବାର ଅଛି।ଏହାକୁ ଆପଣ କୌଣସି ସମୟରେ ବି ଦିନରେ ଭଲସେ ଚୋବାଇ ଖାଆନ୍ତୁ ଓ ଏହା ପରେ ୧୦ ମିନିଟ ପରେ ହାଲକା ଗରମ ପାଣି ପିଅନ୍ତୁ।ଏପରି କରିବା ଦ୍ଵାରା ଏସିଡିଟିରୁ ମୁକ୍ତି ମିଳିଥାଏ।

ଯେଉଁମାନଙ୍କ ଖାଇବା ପରେ ହଜମ ହୋଇନଥାଏ ବାନ୍ତି ହୋଇଥାଏ ଏସିଡିଟି ଯୋଗୁ ଏହାକୁ କରିବା ଦ୍ଵାରା ସେମାନଙ୍କର ସମସ୍ୟା ଦୂର ହୋଇଯିବ। ଏହା ଥିଲା ପ୍ରଥମ ଉପାୟ ଯାହାକୁ ଆପଣ କରିପାରିବେ ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଚିକିତ୍ସା କଣ ଅଟେ। ଏଥିପାଇଁ ମଧ୍ୟ ଆପଣଙ୍କୁ କୌଣସି ବାହାର ଜିନିଷର ଆବଶ୍ୟକତା ନାହିଁ ।ଏଥିପାଇଁ ଆପଣ ନିଜ ଘରେ ଥିବା କିଛି ମଧୁରୀ ନିଅନ୍ତୁ ଓ ଅଳ୍ପ ଗୁଡ଼ ନିଅନ୍ତୁ।ଏହାକୁ ଭଲସେ ମିଶାଇ ଦେବେ ଓ ଦିନରେ ଓ ରାତିରେ ଖାଦ୍ୟ ଖାଇବା ପରେ ଏହାକୁ ଖାଆନ୍ତୁ।କାରଣ ଗୁଡ଼ ଓ ମଧୁରୀର କାମ ହୋଇଥାଏ ଆମ ଡାଇଜେସନ ସିଷ୍ଟମକୁ ଭଲ କରିବା ଯାହା ଦ୍ଵାରା ଆମେ ଖାଉଥିବା ଖାଦ୍ୟ ଭଲସେ ହଜମ ହୋଇଥାଏ।ଏହା ଆପଣଙ୍କ ପାଇଁ ଏସିଡିଟିରେ ବହୁତ ସାହାଯ୍ୟ କରିବ।ଏହି ଦୁଇଟି ଉପାୟ ଆପଣ ଏକ ସଙ୍ଗେ କରିବେ।

ଏହା ପରେ ଆସନ୍ତୁ ଜାଣିବା ତୃତୀୟ ଚିକିତ୍ସା ପଦ୍ଧତି କଣ ।ଏହା ଆପଣଙ୍କୁ ସକାଳୁ ଉଠିବା ସମୟରେ କରିବାକୁ ପଡିବ।ସକାଳୁ ଉଠିବା ପରେ ଏକ ଗ୍ଲାସ ଗରମ ପାଣି ନିଅନ୍ତୁ ସେଥିରେ ଏକ ଚାମଚ ଅଦାରସ ମିଶେଇ ଦିଅନ୍ତୁ।କେବଳ ଅଧାଚାମଚ ଅଧିକ ମିସେଇବେନି। ଏହା ସହ ଆପଣ ଏଥିରେ ଜିରାକୁ ଗୁଣ୍ଡ କରି ଏକ ଚାମଚ କଞ୍ଚା ଜିରାଗୁଣ୍ଡ ସେହି ପାଣିରେ ମିଶାନ୍ତୁ।

ଏହାପରେ ଏଥିରେ ଏକ ଚାମଚ ଲେମ୍ବୁରସ ମିଶେଇ ଦିଅନ୍ତୁ ଓ ଏକ ଚାମଚ ମହୁ ମିଶାନ୍ତୁ।ଏହାପରେ ଭଲସେ ମିଶେଇ ଦେବାପରେ ଏହାକୁ ପିଅନ୍ତୁ।ମନେରଖନ୍ତୁ ଏହି ତିନୋଟି ଉପାୟକୁ ଆପଣଙ୍କୁ ଲଗାତର ଦୁଇଦିନ କରିବା ଆବଶ୍ୟକ ଏପରି ଲଗାତର ଦୁଇଦିନ କରିବା ଦ୍ଵାରା ଆପଣଙ୍କ ଏସିଡିଟିର ସମସ୍ୟା, ପେଟରେ ଜଳାପୋଡା, ଖାଦ୍ୟ ନହଜମ ହେବା ,ମୁଣ୍ଡ ବିନ୍ଧା ଆଦି ସମସ୍ୟା ଦୂର ହେଇଯିବ। ଏସିଡିଟିକୁ କେବେବି କମ ଭାବନ୍ତୁ ନାହିଁ ଏହାର ଉପଚାର ନକରିବା ଦ୍ଵାରା ଆଗାମୀ ଦିନରେ ଏହା ବହୁତ ଅଶୁବିଧା କରିଥାଏ।ଏହା ଦ୍ଵାରା ଆପଣଙ୍କ ଜୀବନ ମଧ୍ୟ ଯାଇପାରେ।

Leave a Reply

Your email address will not be published. Required fields are marked *