January 25, 2025

Odia Express

Leading Odia News Portal of Odisha

ଟ୍ରେନ୍ ଲାଇନ୍ ରେ ପଥର କାହିଁକି ବିଛା ଯାଇଥାଏ – ଏହାର ଅସଲ କାରଣ ପ୍ରାୟ ୯୯ ପ୍ରତିଶତ ଲୋକ ଜାଣି ନାହାନ୍ତି..

ଆପଣମାନେ ସମସ୍ତେ ଟ୍ରେନ୍ ରେ ଯାତ୍ରା କରିଥିବେ।ଆପଣମାନେ କେବେ ଲକ୍ଷ୍ୟ କରିଛନ୍ତି ଯେ ଏହି ଟ୍ରେନ୍ ଡ଼ବାରେ ବିଭିନ୍ନ ନମ୍ବର କାହିଁକି ଲେଖାଯାଇଥାଏ।ଟ୍ରେନ୍ ର ମାଇଲେଜ କେତେ।ଟ୍ରେନ୍ ଇଞ୍ଜିନ ର ଓଜନ କେତେ।ଟ୍ରେନ୍ ଲାଇନରେ ପଥର କାହିଁକି ବିଛା ଯାଇଥାଏ।ଆପଣଙ୍କ ମନରେ ମଧ୍ୟ ଅନେକ କୋୖତୁହଳପୂର୍ଣ ପ୍ରଶ୍ନ ରହିଥିବ।ତେବେ ଆସନ୍ତୁ ଜାଣିବା ଟ୍ରେନ୍ ସମ୍ପର୍କିତ ଅନେକ ରୋମାଞ୍ଚକର ତଥ୍ୟ।ଟ୍ରେନ୍ ଷ୍ଟେସନ୍ ଗୁଡିକର ନାମ ମଧ୍ୟ ବିଚିତ୍ର ହେଇଥାଏ।ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟ୍ରେନ୍ ର ଇଞ୍ଜିନର ଓଜନ ପାଖାପାଖି ୧ ଲକ୍ଷ ୯୬୦୦୦ କିଲୋଗ୍ରାମର ହେବ।

ଭାରତର ସବୁଠାରୁ ଧୀରେ ଚାଲୁଥିବା ଟ୍ରେନ୍ ହେଉଛି ନୀଳଗିରି ଏକ୍ସପ୍ରେସ।ଏହା ଘଣ୍ଟାକୁ ୩୦ କି.ମି ବେଗରେ ଚାଲିଥାଏ।ଏହା ଏତେ ଧୀରେ ଚାଲେ କି ଆପଣ ଏହି ଟ୍ରେନ୍ ରୁ ବାହାରି ପୁଣି ଆଉଥରେ ଚଢିପାରିବେ।ଆପଣମାନେ ଦେଖିଥିବେ ଯେ ଟ୍ରେନ୍ ମାନଙ୍କରେ ଅନେକ ନମ୍ବର ଲେଖାଯାଇଥିବାର ଦେଖିଥିବେ।ଏହି ନମ୍ବର ଦ୍ୱାରା ଆପଣ ଜାଣିପାରିବେ ଯେ ଏହି ଟ୍ରେନ୍ କେବେ ତିଆରି ହେଇଥିଲା।ଉଦାହରଣ ସ୍ୱରୂପ ଏକ ଟ୍ରେନ୍ ରେ ଲେଖା ହେଇଛି ୦୪୦୫୨ ଅର୍ଥାତ ଏହି ଟ୍ରେନ୍ ଟି ୨୦୦୨ ମସିହାରେ ତିଆରି ହେଇଥିବ।

ଆପଣମାନେ ଏହା ମଧ୍ୟ ଦେଖିଥିବେ ଯେ ଟ୍ରେନ୍ ଲାଇନରେ ଅନେକ ପଥର ବିଛା ହେଇଥିବାର ଦେଖଥିବେ।ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି।ପୂର୍ବରୁ ଟ୍ରେନ୍ ଲାଇନ ସାଧାରଣତଃ ଷ୍ଟିଲ ଏବଂ କାଠରେ ତିଆରି ହେଉଥିଲା।କିନ୍ତୁ ବର୍ତ୍ତମାନ ଏହି ଲାଇନ୍ ଗୁଡିକ ସିମେଣ୍ଟ ଦ୍ୱାରା ତିଆରି କରାଯାଉଛି।ପଥର ବିଛାହେବା ଦ୍ୱାରା ଟ୍ରେନ୍ ଗୁଡିକ ନିଜ ଲାଇନରୁ ବିଚ୍ୟୁତ ହେଇନଥାନ୍ତି।ଯେତେବେଳେ ଭାରୀଟ୍ରେନ୍ ଗୁଡିକ ଲାଇନ ଉପରେ ଯାଇଥାନ୍ତି ସେମାନେ ନିଜ ଭାରସାମ୍ୟ ରଖିପାରିବେ।ପଥର ବିଛା ହେବା ଦ୍ୱାରା ମାଟି ଉପରେ ମଧ୍ୟ ବିଶେଷ ପ୍ରଭାବ ପଡି ନ ଥାଏ।ବର୍ଷା ହେବା ସମୟରେ ମଧ୍ୟ ପଥର ବିଛାଯିବା ଦ୍ୱାରା ପାଣିମଧ୍ୟ ଜମି ନଥାଏ।ଏହା ଦ୍ୱାରା ଟ୍ରେନ୍ ଲାଇନ ଚାରିପାଖେ କାଦୁଅ ମଧ୍ୟ ଜମେନାହିଁ।ପଥର ବିଛାଯିବା ଦ୍ୱାରା ଶବ୍ଦ ପ୍ରଦୂଷଣ ମଧ୍ୟ କମ ହେଇଯାଏ।ଆପଣମାନେ ଜାଣିପାରୁଥିବେ ଏହି ପଥର ବିଛାହେବା ଦ୍ବାରା ଅନେକ ଲାଭ ହେଇଥାଏ।

ଆପଣମାନେ ଏହା ମଧ୍ୟ ଦେଖିଥିବେ ଯେ ଟ୍ରେନ୍ ଷ୍ଟେସନରେ ଷ୍ଟେସନ ର ନାମ ଲେଖାଯିବା ସହ ସମୁଦ୍ର ତଟରୁ କେତେ ଉଚ୍ଚତାରେ ସେ ଷ୍ଟେସନ୍ ଟି ରହିଛି ଏହା ମଧ୍ୟ ଲେଖାଯାଇଥାଏ।ଏହା କେବଳ ରେଲୱେ ଗାର୍ଡ ଏବଂ ଡ୍ରାଇଭରଙ୍କ ପାଇଁ ଉଦ୍ଦିଷ୍ଟ ଥାଏ।ଧରନ୍ତୁ ଯଦି ଷ୍ଟେସନଟି ସମୁଦ୍ରତଟ ଠାରୁ ୨୦୦-୨୫୦ କି.ମି ଉଚ୍ଚରେ ରହିଛି ତେବେ ଡ୍ରାଇଭର ଆଉ ୫୦ କି.ମି ଯିବା ପାଇଁ ଟ୍ରେନ୍ ଇଞ୍ଜିନର କେତେ ହର୍ଷପାୱାର ଦରକାର ସେ ଜାଣିପାରିଥାଏ।ଏହି ସମୁଦ୍ର ତଟର ଉଚ୍ଚତା ଦ୍ୱାରା ଟ୍ରେନ୍ ଲାଇନ କଡ଼ରେ ଥିବା ବିଜୁଳି ଖୁଣ୍ଟର ଉଚ୍ଚତା ମଧ୍ୟ ଜଣାପଡ଼ିଥାଏ।

ସାଧାରଣତଃ ଟ୍ରେନ୍ ଇଞ୍ଜିନର ମାଇଲେଜ ଯାହାକି ୪ ରୁ ୫ ଲିଟର ହେଇଥାଏ କିଲୋମିଟର ପିଛା।ଯଦି ଟ୍ରେନ୍ ଟି ସୁପରଫାଷ୍ଟ ହେଇଥାଏ ତେବେ ଏହାର ମାଇଲେଜ ୯ ରୁ ୧୦ ଲିଟର ହେଇଥାଏ କିଲୋମିଟର ପିଛା।ଆପଣ ଏହା ମଧ୍ୟ ଦେଖିଥିବେ ଯେ ଟ୍ରେନ୍ ର ଶେଷ ଡ଼ବାରେ ହଳଦିଆ ରଙ୍ଗରେ ଏକ୍ସ କିମ୍ବା କଳା ଧଳା,ନାଲି ଧଳାରେ ଏଲ ଲେଖା ହେଇଥାଏ।ଯଦି ଏକ୍ସ ଲେଖାଯାଇଥାଏ ତେବେ ଜଣାପଡେ ଯେ ଟ୍ରେନ୍ ଟି ସୁରୁଖୁରୁରେ ରେ ଯାଉଛି।କାରଣ ଯଦି କିଛି ଦୁର୍ଘଟଣା ହେଇଯାଏ ତେବେ ଟ୍ରେନ୍ ଟି ମଝିରୁ ଅଲଗା ହେଇପାରେ ।ତେବେ ସେହି ସମୟରେ ଆପତକାଳୀନ ଜାଞ୍ଚ ଆରମ୍ଭ ହେଇଯାଏ।ସବୁଠାରୁ ବଡ଼ ରେଲୱେ ଜଙ୍କସନ ହେଉଛି ହାଓଡ଼ା ଜଙ୍କସନ।ଏଠାରେ ୨୩ ଟି ପ୍ଲାଟଫର୍ମ ରହିଛି।ପ୍ରତିଦିନ ଏଠାକୁ ପ୍ରାୟ ୧୦ ଲକ୍ଷ ଲୋକ ଆସିଥାନ୍ତି।ତେଣୁ ଏହା ଥିଲା ଭାରତୀୟ ରେଲୱେ ସମ୍ପର୍କରେ ବିଶେଷ ତଥ୍ୟ।

Leave a Reply

Your email address will not be published. Required fields are marked *