December 7, 2024

Odia Express

Leading Odia News Portal of Odisha

ଆଜିର ନୂଆ ୧୨ ଟି ଓଡ଼ିଆ ଜୋକ୍ସ : ଜଣେ ଶିକ୍ଷକ ଟ୍ରାଫିକ୍ ସିଗନାଲ୍ ଭାଙ୍ଗିଲେ ତେବେ ପୋଲିସ୍ ତାକୁ ଧରିପକାଇଲେ , ଶିକ୍ଷକ- ପ୍ଲିଜ୍ ମୋତେ ଯିବାକୁ ଦିଅନ୍ତୁ..

ପ୍ରାୟ ପ୍ରତ୍ୟେକ ମଣିଷ ଆଜିକାଲିର ଜୀବନରେ ଚିନ୍ତାରେ ରହୁଛନ୍ତି | ଚିନ୍ତାରେ ରହିଲେ ଅନେକ ପ୍ରକାରର ରୋଗ ମଣିଷକୁ ଘେରି ରହିବାକୁ ଲାଗେ | ଡାକ୍ତରଙ୍କ କହିବାନୁସାରେ, ଜଣେ ବ୍ୟକ୍ତି ସୁସ୍ଥ ରହିବେ ଯେତେବେଳେ ସେ ଭିତରେ ଖୁସି ରହିବ ଏବଂ ସେତେବେଳେ ଆପଣ ନିଶ୍ଚୟ ଶୁଣିଥିବେ ଯେ ‘ହସିବା ହେଉଛି ସର୍ବୋତ୍ତମ ମେଡିସିନ୍’ | ତେଣୁ ଆଜି ଏହି ପୋଷ୍ଟରେ, ଆମେ ଏପରି କିଛି ମଜାଳିଆ ଜୋକ୍ସ ନେଇକରି ଆସିଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ଟ୍ରେଣ୍ତିଙ୍ଗ୍ ହେଉଛି ଏବଂ ଆମେ ନିଶ୍ଚିତ ଯେ ଏଗୁଡିକ ପଢିବା ପରେ ଆପଣ ହସ ଅଟକାଇ ପାରିବେ ନାହିଁ | ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ଝିଅ- ଆମର କଲେଜର ସାର୍ ବହୁତ ହ୍ୟାଣ୍ତସମ୍ ଓ ଇଣ୍ଟେଲିଜେଣ୍ଟ ଅଟନ୍ତି, ମୋତେ ବହୁତ ଭଲ ଲାଗନ୍ତି , ମା- ଶିକ୍ଷକ କିମ୍ବା ଗୁରୁ ବାପାଙ୍କ ସମାନ ହୋଇଥାନ୍ତି ଝିଅ, ଝିଅ- ମା ତୁ ସବୁବେଳେ ନିଜ ବିଷୟରେ ହିଁ ଭାବୁଛୁ, କେବେ ମୋର ବିଷୟରେ ତ ଭାବେ ଥରେ ।

୨) ମୁଁ ନିଜ ମୋର ଧନ ଗେହ୍ଲୁକୁ ୫ ଫୁଟର ଏକ ଟେଡି ବିୟର୍ ଗିଫ୍ଟ କଲି, ଓ ତାର ମା ତାର ସୁତା କପଡା ବାହାର କରି ତାକୁ ୫ ଟି ତକିଆ ବନାଇଦେଲେ ।

୩) ପପୁ ମନ୍ତ୍ରୀଙ୍କ ଅଫିସ୍ ସାମ୍ନାରେ ନିଜ ସାଇକେଲ୍ ଠିଆ କରିଦେଲା, ସିକ୍ୟୁରିଟି ଗାର୍ଡ- ଏଠାରୁ ସାଇକେଲ୍ ହଟା, ପପୁ- କଣ ପାଇଁ ଭାଇ ? ସିକ୍ୟୁରିଟି ଗାର୍ଡ- ଆରେ ଏଇ ଜାଗା ଭିଆଇପି ଇଲାକା ଅଟେ, ଏଠାକୁ ବଡ ବଡ ମନ୍ତ୍ରୀମାନେ ଆସନ୍ତି, ପପୁ- କିଛି କଥା ନୁହେଁ, ମୁଁ ସାଇକେଲ୍ ରେ ତାଲା ପକାଇଦେଇଛି ।

୪) ପୁଅଟି ନିଜ ଗାର୍ଲଫ୍ରେଣ୍ତକୁ ପାର୍କରେ ବସାଇକରି ପାଣିର ବୋତଲ ନେବାକୁ ଗଲା,  ଯେବେ ପୁଅ ଫେରିଲା ତେବେ ଝିଅଟି କହିଲା, ମୋର ପେଟରେ ତୁମ ପ୍ରେମର ଚିହ୍ନ ଅଛି, ପୁଅ- କଣ କହୁଚ ! ଏବେ ମୁଁ ତ କିଛି କରିନି, ଝିଅ- ଆରେ ନା ପାଗଳ , ତୁମେ ଯେଉଁ ୪ ଟି ସିଙ୍ଗଡା ଆଣିଥିଲ ତାହା ସବୁ ଖାଇଦେଲି,

୫) ଝିଅଘର ଲୋକ ନିଜ ଝିଅ ପାଇଁ ବର ଦେଖିବାକୁ ଗଲେ , ବାପା- ମାସକୁ କେତେ କମାଇନେଉଛ ? ପୁଅ- ଏହି ମାସରେ ୨ କୋଟି କମାଇଛି, ବାପା- ତେବେ କଣ ହେଲା,  ପୁଅ- ଖାଲି ମୋବାଇଲ୍ ରେ ତିନ୍ ପତି ହ୍ୟାଙ୍ଗ୍ ହୋଇଗଲା ଓ ସବୁ ଆୟ ଚାଲିଗଲା, ବାପା- ବେହୋସ୍ ।

୬) ପପୁ ନିଜ ଶଶୁରଘରେ ଗୁରୁଜୀଙ୍କ ପ୍ରବଚନ ଶୁଣିବାକୁ ଗଲା, ଗୁରୁଜୀ କହିଲେ- ଯିଏ ଯିଏ ସ୍ୱର୍ଗ ଯିବାକୁ ଚାହୁଁଛି, ସେ ନିଜ ହାତ ଉପରକୁ କର, ପପୁ ର ସ୍ତ୍ରୀ ଓ ଶାଶୁ ହାତ ଉପରକୁ ଉଠାଇଲେ , ଗୁରୁଜୀ ପପୁକୁ ପଚାରିଲେ କଣ ତୁମେ ସ୍ୱର୍ଗ ଯିବାକୁ ଚାହୁଁନ ? ପପୁ- ଗୁରୁଜୀ! ଏହି ଦୁହେଁ ଚାଲିଯିବେ ତେବେ  ଏଠାରେ ସ୍ୱର୍ଗ ହୋଇଯିବ । ଗୁରୁଜୀ ନିଜ ଚେଲାଙ୍କୁ କହିଲେ ଏହି ଜ୍ଞାନୀ ପୁରୁଷଙ୍କୁ ନିଜ ଟିମ୍ ରେ ସାମିଲ୍ କରିଦିଅ ।

୭) ପଲ୍ସ ପୋଲିଓ ଟିମ୍ ଘରକୁ ଆସିଲେ , ଗବର୍ ସ୍ତ୍ରୀକୁ- ଆମର ବନ୍ଧୁକ ଓ ଗୁଳି କେଉଁଠି ଅଛି, ଏହା ଶୁଣିକରି ଟିମ୍ ଡରିକରି ଦୌଡି ପଳାଇଲେ, ପଛରେ ଦୌଡି ଦୌଡି ଗବର୍ ଚିଲ୍ଲାଇକରି କହିଲା- ରୁହ, ଆମର ଛୁଆଙ୍କ ନାଁ ସେଇଟା ଅଟେ ।

୮) ସ୍ତ୍ରୀ- ବାହାଘର ପୁର୍ବରୁ ବହୁତ ମନ୍ଦିର ଯାଉଥିଲ ତୁମେ ଏବେ କଣ ହେଲା ? ସ୍ୱାମୀ- ତାପରେ ତୁମକୁ ବାହାହୋଇଗଲି, ଓ ଭଗବାନଙ୍କ ଉପରୁ ଭରସା ଉଠିଗଲା ।

୯) ସାନ୍ତା- ଚାକରକୁ , ଟିକିଏ ଦେଖ ତ ବାହାରେ ଖରା ଆସିଲାଣି କି ନାହିଁ , ଚାକର- ବାହାରେ ଅନ୍ଧାର ହୋଇଛି ମାଲିକେ, ସାନ୍ତା- ଆରେ ତେବେ ଟର୍ଚ୍ଚ ଲଗାଇ ଦେଖ କାମଚୋର ।

୧୦) ସାନ୍ତା- ଆମେ ସ୍ୱାମୀ ସ୍ତ୍ରୀ ତାମିଲ୍ ଶିଖିବାକୁ ଚାହୁଁଛୁ, ବାନ୍ତା- କଣ ପାଇଁ ? ସାନ୍ତା- ଆମେ ଏକ ତାମିଲ୍ ଛୁଆକୁ କୋଳେଇନେଇଛୁ, ଆମେ ଭାବୁଛୁ କି ତାକୁ କହିବା ପୁର୍ବରୁ ଆମେ ପ୍ରଥମେ ଆମେ ତାମିଲ୍ ଶିଖିନେବୁ ।

୧୧) ଜଣେ ଶିକ୍ଷକ ଟ୍ରାଫିକ୍ ସିଗନାଲ୍ ଭାଙ୍ଗିଲେ ତେବେ ପୋଲିସ୍ ଅଫିସର୍ ତାକୁ ଧରିପକାଇଲେ,  ଶିକ୍ଷକ- ସାର୍ ମୋତେ ଯିବାକୁ ଦିଅନ୍ତୁ, ମୁଁ ଜଣେ ଶିକ୍ଷକ , ପୋଲିସ୍ ଅଫିସର୍- ଏହି ସମୟକୁ ମୁଁ ବହୁ ବର୍ଷରୁ ଅପେକ୍ଷା କରିଥିଲି, ଏବେ ୧୦୦ ଥର୍ ଲେଖ୍ ମୁଁ ଟ୍ରାଫିକ୍ ସିଗନାଲ୍ ଆଉ ଭାଙ୍ଗିବିନାହିଁ,  ଏହାକୁ କହନ୍ତି ବଦଲା ନେବା ।

୧୨) ସାନ୍ତା- ଡାକ୍ତର ଦୁଇ ବର୍ଷ ପୁର୍ବରୁ ମୋତେ ଜ୍ୱର ହୋଇଥିଲା , ଡାକ୍ତର- ତେବେ ଏବେ କଣ ହେଲା ? ସାନ୍ତା- ଆପଣ ତ ଗାଧୋଇବାକୁ ମନା କରିଦେଲେ , ଆଜି ଏପଟେ ଯାଉଥିଲି, ତେବେ ଭାବିଲି ପଚାରିକି ଚାଲିଯିବି ଏବେ ଗାଧୋଇବି କି ନାହିଁ

Leave a Reply

Your email address will not be published. Required fields are marked *