December 9, 2024

Odia Express

Leading Odia News Portal of Odisha

ସବୁ ସମୟରେ ଚିନ୍ତିତ ରହୁଥିବା ଲୋକ ଏହାକୁ ନିଶ୍ଚିତ ପଢ଼ନ୍ତୁ – ଜୀବନରେ ଆଦୌ କେବେ ମଧ୍ୟ ଆପଣଙ୍କୁ କୌଣସି ସମୟରେ ଚିନ୍ତା ଆସିବ ନାହିଁ..

ନମସ୍କାର,ଆମେମାନେ ଆପଣ ମାନଙ୍କୁ ଆଜି ଏଠାରେ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ।ଆପଣ ମାନେ ଜାଣିଥିବେ ଆଜିକାଲି ସମସ୍ତେ ନିଜେ ନିଜ କାମକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି ଆଉ ସେ ଚିନ୍ତାରୁ ଚାହିଁଲେ ମଧ୍ୟ ନିଜକୁ ବାହାର କରିପାରୁ ନାହାନ୍ତି। ସାଧାରଣତଃ ଦେଖିବାକୁ ଗଲେ ସମସ୍ତଙ୍କ ପାଖରେ ଚିନ୍ତା କରିବାର ଯଥାର୍ଥ କାରଣ ଅଛି।ବିଦ୍ୟାର୍ଥୀକୁ ପାଠ ପଢ଼ାର ଚିନ୍ତା,ଚାକିରୀ କରିଥିବା ବ୍ୟକ୍ତିକୁ ନିଜର ଚାକିରିର ଚିନ୍ତା।ଆଉ ଗୋଟେ ଗୃହୀଣିକୁ ନିଜ ଘର ଚଲେଇବାର ଚିନ୍ତା ଆଦି ରହିଥାଏ।ଲୋକମାନଙ୍କୁ ଆଗକାଳରେ ଏତେ କିଛି ଚିନ୍ତା ନଥିଲା ସେମାନେ ଈଶ୍ୱର ଭକ୍ତିରେ ଦିନ ରାତି ଲିନ୍ନ ରହୁଥିଲେ ଯାହାଫଳରେ ସେ ଚିନ୍ତା ମୁକ୍ତ ଓ ପ୍ରସନ୍ନ ରହୁଥିଲେ।ଆଉ ସେମାନେ କେବେବି ଚିନ୍ତାରେ ବୁଡି ରହି ନିଜ ସ୍ୱାସ୍ଥ୍ୟ ସହିତ ନିଜର ସମୟ ହାନି ମଧ୍ୟ କରୁନଥିଲେ।

ଆଜିକାଲିର ଅଧିକାଂଶ ଲୋକମାନେ କୌଣସି ନା କୌଣସି ଚିନ୍ତାରେ ବୁଡି ରୁହନ୍ତି।ଯେମିତିକି କାଲି ମତେ ବେପାରରେ ହାନି ହୋଇଛି ପୁଣି ଭବିଷ୍ୟତରେ କାଳେ ପୁଣି ମୋ ସହିତ ଏମିତି ହେବନିତ ଏହି ଭଳି।ମୋ ପୁତ୍ରର ଭବିଷ୍ୟତ କେମିତି ହେବ ମୁଁ କାଲି ଏହି କାମ କରିପାରିବିକି ନାହିଁ ଆଉ ଯଦିବି ଏ କାମ କଲି ସେଥିରେ ସଫଳ ହେବିକି ନାହିଁ।କାଲି ମୋର ଦୀନ ଭଲରେ କଟିବକି ନାହିଁ ମୋ ସହିତ କିଛି ଖରାପ ହେବ ନାହିଁତ ଏହି ଭଳି ଭିନ୍ନ ଭିନ୍ନ ପ୍ରକାରର କଥା ଆମ ମନରେ ଚାଲିଥାଏ।ଏ ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଅଛନ୍ତି ସେମାନଙ୍କ ଭିତରୁ କେତେକ ଲୋକ ଯାହା ଅତୀତରେ ବିତି ସାରିଛି ତାଉପରେ ଚର୍ଚ୍ଚାକରି ବା ସେ ବିଷୟରେ ଭାବି କାନ୍ଦିବାକୁ ଲାଗନ୍ତି ଓ ଦୁଃଖ ପ୍ରକାଶ କରିବାକୁ ଲାଗନ୍ତି।

ଆହୁରି ମଧ୍ୟ ସେମାନଙ୍କ ଭିତରେ ଥିବା ଅନେକ ଲୋକ ଆସିଥିବା ଭବିଷ୍ୟତକୁ ନେଇ ଭୟଭିତ ରହିଥାନ୍ତି।ଅତୀତ ଓ ଭବିଷ୍ୟତରେ ଫସି ରହିଥିବା ଲୋକ ବା ଚିନ୍ତା କରୁଥିବା ଲୋକ ଏକ ମହତ୍ତ୍ୱପୁର୍ଣ୍ଣ କଥା ଉପରେ ଧ୍ୟାନ ଦେବାକୁ ଭୁଲିଯାଆନ୍ତି ଆଉ ତାକୁ ବୁଝିବାକୁ ମଧ୍ୟ ଚେଷ୍ଟା କରନ୍ତି ନାହିଁ।ଆଉ ଏହି କଥା ଆପଣଙ୍କ ଜୀବନରେ ବହୁତ ଅଧିକ ମହତ୍ୱ ରହିଥାଏ।କିଛି ସମୟ ବସି ଭାଵନ୍ତୁ କିମ୍ବା କାହା ସହିତ ପରାମର୍ଶ କରନ୍ତୁ କଣ ଯାହା ବିତିସାରିଛି ଆପଣ ତାକୁ ବଦଳେଇ ପାରିବେକି।ମାନେ ତା ବିଷୟରେ ଭାବିବା ବା ଚିନ୍ତନ କରି ସେ ସବୁ ଘଟଣାକୁ ନିଜ ମୁଣ୍ଡ ଭିତରେ ସ୍ଥାପିତ କରି ଶୋକ ମନେଇ ନିଜକୁ ଦୁଖୀ କରିବାର ଲାଭ କଣ ?

ଆଉ ଯାହା ଆଗାମି ଭବିଷ୍ୟତ ଅଛି ଯାହା ବିଷୟରେ କେବେ କାହାକୁ ଜଣା ନଥାଏ।ଦେଖିବାକୁ ଗଲେ ଏଇଟା ସତକି ଭବିଷ୍ୟତ ବିଷୟରେ କେହି ଜାଣିନାହାନ୍ତି।ଆଉ ଜାଣିବି ପାରିବେନାହିଁ ତେଣୁ କଣ ଲାଭ ଯାହା ବିଷୟରେ ଆମେ ଜାଣିନୁକି ଯାହା ବିଷୟରେ ଆମର କୌଣସି ଜ୍ଞାନ ନାହିଁ ସେ ବିଷୟରେ ଚିନ୍ତାକରି ଭୟଭୀତ ହେବାର ଲାଭକଣ ? ଯଦି ଏହା ସ୍ଥାନରେ ସେହି ଭବିଷ୍ୟତ କିମ୍ବା ଅତୀତ କଥା ଚିନ୍ତା ନକରି,ବୃଥା ଜିନିଷ ଉପରେ ଚିନ୍ତା ନକରି ଆପଣ ବର୍ତ୍ତମାନର ଥିବା ମୁହୂର୍ତ୍ତରେ ବା ବର୍ତ୍ତମାନ କଣ କରିବେ ସେ ବିଷୟରେ ଚିନ୍ତା କଲେ କିଛି ଲାଭ ଅଛି।ଆଉ ଯଦି ଆପଣ ଏମିତିହିଁ କରୁଛନ୍ତି ତାହେଲେ ଆପଣଙ୍କୁ ମନବାଞ୍ଚିତ ଲାଭ ନିଶ୍ଚିତ ମିଳିଥାଏ।

ଯଦି ଆପଣଙ୍କୁ ପ୍ରକୃତରେ ଜୀବନରେ ବଞ୍ଚିବାର ଇଛା ଅଛି ତାହେଲେ ବର୍ତ୍ତମାନ ଓ ଏହି କ୍ଷଣକୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ।ଯଦି ଆପଣଙ୍କ ବର୍ତ୍ତମାନ ସୁଧୁରିଯିବ ତାହେଲେ ଅତୀତରେ ହୋଇଥିବା ହାନି ମଧ୍ୟ ପୁର୍ଣ୍ଣ ହୋଇଯିବ ଆଉ ଆପଣଙ୍କ ଆସୁଥିବା ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ ହେବାରେ ଲାଗିବ। ତାହେଲେ ଏହାହିଁ ଥିଲା ଭଗବାନ ଶ୍ରୀ କୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା ଏକ ଏମିତି କଥା ଯାହା ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିପାରିବ। ଆଜି ଆମେ ଏଠାରେ ଲୋକଙ୍କୁ ବର୍ତ୍ତମାନ ସମୟର ମହତ୍ତ୍ୱ ବିଷୟରେ ଜଣେଇବାକୁ ଚେଷ୍ଟା କଲୁ। ଭଗବାନ ଶ୍ରୀ କୃଷ୍ଣଙ୍କର କହିବା ଅନୁସାରେ ଯଦି ଆମେ ଆମର ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଆଉ ଦୃଢ଼ ନିଶ୍ଚୟ ସହିତ କାମ କରିବା ତାହେଲେ ଆମର ଆଗାମୀ ଭବିଷ୍ୟତ ନିଶ୍ଚିତ ଭାବରେ ବଦଳିଯିବ।

Leave a Reply

Your email address will not be published. Required fields are marked *