ସକାଳେ ଥରେ ମାତ୍ର ଲଗେଇଦିଅନ୍ତୁ, ଅପରିଷ୍କାର ତଥା ହଳଦିଆ ପଡ଼ି ଯାଇଥିବା ଦାନ୍ତ ମଧ୍ୟ ଚମକିବ…

ପ୍ରତ୍ୟେକ ବ୍ୟକ୍ତି ସୁନ୍ଦର ଦେଖାଯିବା ପାଇଁ ଅନେକ କଷ୍ଟ କରିଥାଏ।ନିଜ ଶରୀର ତଥା ନିଜ ମୁଖର ମଧ୍ୟ ସେ ଅନେକ ଯତ୍ନ ନେଇଥାଏ।ଭଲ ହେୟାର ଷ୍ଟାଇଲ ମଧ୍ୟ କରିଥାଏ।ମାତ୍ର ସେ ନିଜ ଦାନ୍ତର ଯତ୍ନ ନେଇ ନ ଥାଏ।ଫଳରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହେଇଥାଏ।ଦାନ୍ତରୁ ଦୁର୍ଗନ୍ଧ ବାହାରିଥାଏ,ହଳଦିଆ ପଡ଼ିଯାଏ,ଅସୁନ୍ଦର ହେଇଯାଏ।ଏକ ସୁନ୍ଦର ମୁଖ ସହ ଏକ ସୁନ୍ଦର ଶରୀର ତଥା ପ୍ରମୁଖତଃ ସୁନ୍ଦର ଦାନ୍ତ ଗଭୀରଭାବେ ଲୋକଙ୍କ ଉପରେ ପ୍ରଭାବ ପକେଇଥାଏ।ଯେତେବେଳେ ଆପଣ ଆପଣଙ୍କର ବନ୍ଧୁମାନଙ୍କ ଗହଳରେ ଅଛନ୍ତି ମାତ୍ର ଆପଣଙ୍କର ଦାନ୍ତ ଅପରିସ୍କାର ହେଇଥିବାରୁ ସେଥିରୁ ଅନେକ ଦୁର୍ଗନ୍ଧ ବାହାରିଥାଏ।ଫଳରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହେଇଥାଏ
ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ତଥା ଏକ ଉପଚାର ବିଷୟରେ କହିବୁ ଯାହାଦ୍ୱାରା ଆପଣ ନିଜର ଅପରିଷ୍କାର ତଥା ହଲଦିଆ ପଡ଼ିଯାଇଥିବା ଦାନ୍ତକୁ ମୋତି ପରି ଚମକେଇ ପାରିବେ।ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ଏହା ଚାହିଁଥାନ୍ତି ଯେ ତାଙ୍କ ଦାନ୍ତ ପରିଷ୍କାର ହେଉ ତଥା ସୁନ୍ଦର ହେଉ।ତେଣୁ ଦାନ୍ତକୁ ମୋତିଭଳି ଚମକେଇବା ପାଇଁ ସେମାନେ ଅନେକ ପ୍ରକାରର କ୍ରିମ୍ ଲାଗେଇଥାନ୍ତି।ଡାକ୍ତରଙ୍କ ପାଖକୁ ଯାଇ ଦାନ୍ତକୁ ସଫା ମଧ୍ୟ କରେଇଥାଏ।ମାତ୍ର କିଛିଦିନ ଗଲାପରେ ଯେଉଁ କଥାକୁ ସେହି କଥା।ଏହି ସମସ୍ୟା ପୁଣିଥରେ ଦେଖାଦିଏ।ମାତ୍ର ଏହାର କୌଣସି ସ୍ଥାୟୀସମାଧାନ ହେଇପାରେନାହିଁ।କିନ୍ତୁ ଆପଣ ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ନିଜ ଦାନ୍ତକୁ ସଫା କରିପାରିବେ।ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ।
ଘରୋଇ ଉପଚାର କରିବାପାଇଁ କିଛି ସାମଗ୍ରୀର ଆବଶ୍ୟକତା ରହିଛି।ସେଗୁଡିକ ହେଉଛି ଗୋଟିଏ ଟମାଟୋ,ଗୋଟିଏ ଲେମ୍ବୁ,ଆପଣ ବ୍ୟବହାର କରୁଥିବା ପେଷ୍ଟ।ତେଣୁ ପ୍ରଥମେ ଏକ ଛୁରୀ ସାହାଯ୍ୟରେ ଟମାଟୋଟିକୁ କଣା କରିଦିଅନ୍ତୁ।ଏଥିରୁ କିଛି ରସ ବାହାରକରି ତାହାକୁ ଏକ ପାତ୍ରରେ ରଖନ୍ତୁ।ଏହାପରେ ଆପଣ ଦୈନନ୍ଦିନ ଦାନ୍ତ ଘଷିବାପାଇଁ ବ୍ୟବହାର କରୁଥିବା ପେଷ୍ଟ ଏଥିରେ ମିଶେଇଦିଅନ୍ତୁ।ଏହା ସହ ଚିମୁଟାଏ ଲୁଣ ମଧ୍ୟ ଏଥିରେ ପକେଇଦିଅନ୍ତୁ।ଶେଷରେ ଏକ ଲେମ୍ବୁକୁ ଛୁରୀ ସାହାଯ୍ୟରେ କାଟି ତାହାର ୮-୧୦ ବୁନ୍ଦା ରସ ଏହି ମିଶ୍ରଣରେ ପକେଇଦିଅନ୍ତୁ।ଏହି ମିଶ୍ରଣକୁ ଭଲଭାବେ ଚାମଚ ସାହାଯ୍ୟରେ ଗୋଳେଇ ଫେଣ୍ଟି ଦିଅନ୍ତୁ।ଆପଣଙ୍କର ଏହି ମିଶ୍ରଣ ବର୍ତ୍ତମାନ ପ୍ରସ୍ତୁତ ହେଇଗଲା।ଏହାକୁ ଆପଣ ଦୈନନ୍ଦିନ ନିଜ ବ୍ରସ୍ ସାହାଯ୍ୟରେ ଘଷିବେ।
ଆପଣ ଯେଉଁ ବ୍ରସ୍ ବ୍ୟବହାର କରୁଛନ୍ତି ତାହା ନରମ ହେବା ଆବଶ୍ୟକ।ଯଦି ତାହା ଶକ୍ତ ହେବ ତେବେ ତାହା ଦାନ୍ତ ମାଢି ଉପରେ ଖରାପ ପ୍ରଭାବ ପକେଇବ।ତେଣୁ ତାହା ନରମ ହେବା ଆବଶ୍ୟକ।ଆପଣ ପ୍ରତ୍ୟେକ ଦିନ ଏହାକୁ ବ୍ୟବହାର କରିପାରିବେ।
ଏହି ମିଶ୍ରଣରେ ଥିବା ସମସ୍ତ ଉପାଦାନ ଆପଣଙ୍କ ଦାନ୍ତ ଉପରେ ଭଲ ପ୍ରଭାବ ପକେଇବ।ଏହା ଆପଣଙ୍କ ଦାନ୍ତକୁ ସୁନ୍ଦର କରିବା ସହ ଏହା ମୋତିପରି ଚମକ ମଧ୍ୟ ଦେବ।ଆପଣଙ୍କର ଦାନ୍ତ ଦୁର୍ଗନ୍ଧମୁକ୍ତ ହେଇଯିବ।ଆପଣ ପୁଣିଥରେ ନିଜର ପୁରୁଣା ଦାନ୍ତକୁ ଫେରିପାଇବେ।ଆପଣଙ୍କର ବ୍ୟକ୍ତିତ୍ୱ ପୁଣିଥରେ ବିକଶିତ ହେଇଯିବ।ଆପଣଙ୍କର ଦାନ୍ତ ଡାଇମଣ୍ଡ ପରି ଚମକିବ।ସମସ୍ତେ ଆପଣଙ୍କର ଦାନ୍ତର ପ୍ରଶଂସା କରିବେ।ଏହା ଏକ ଘରୋଇ ଉପଚାର ହେଇଥିବାରୁ ଏହାର କୌଣସି ପାର୍ଶ୍ଵପ୍ରତିକ୍ରିୟା ମଧ୍ୟ ନ ଥାଏ।ଆପଣଙ୍କର ସମସ୍ତ ସମସ୍ୟା ଦୂର ହେଇଯିବ।