October 6, 2024

Odia Express

Leading Odia News Portal of Odisha

ମକର ଓ ମେଷରାଶି ମଧ୍ୟରେ କିଏ ଅଧିକ ଶକ୍ତିଶାଳୀ – କିଏ କେଉଁ କ୍ଷେତ୍ର ରେ ଆଗୁଆ ହେଇଥାନ୍ତି ଜାଣିରଖନ୍ତୁ..

ବିଭିନ୍ନ ପୁରାଣ ଓ ଗ୍ରନ୍ଥ ମଧ୍ୟରେ ଜ୍ୟୋତିଷ ଶାସ୍ତ୍ରର ସ୍ଥାନ ଅନନ୍ୟ ଅଟେ।ବୈଦିକ ଯୁଗରୁ ଜ୍ୟୋତିଷ ଶାସ୍ତ୍ର ମାନବ ଜୀବନକୁ ନିରନ୍ତର ସହାୟକ ହୋଇଆସିଛି।ଜ୍ୟୋତିଷ ଶାସ୍ତ୍ର ମାନବ ଜୀବନ ଶୈଳୀକୁ ଅନେକାଂଶରେ ସୁଗମ କରିଆସିଛି।ଏହାକୁ ମନୁଷ୍ୟ ଭାଗ୍ୟର ମୂଳଭିତ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।ଏହା ମନୁଷ୍ୟ ଜୀବନର ଅବିଛେଦ୍ୟ ଅଙ୍ଗ ରୂପେ ପ୍ରତିବିଦିତ ଓ ଏହା ଜୀବନକୁ ବିଭିନ୍ନ କ୍ଷେତ୍ରରେ ସହାୟ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଗ୍ରହ ଓ ନକ୍ଷତ୍ରଙ୍କ ଚଳନ ଉପରେ ପର୍ଯ୍ୟବେସିତ ହୋଇଥାଏ।ଏହା ଭବିଷ୍ୟତର ସମ୍ୟକ ସୂଚନା ଦେଇଥାଏ।ଭବିଷ୍ୟତରେ ଥିବା ବିପଦର ସମାଧାନରେ ବହୁତ ସାହାଯ୍ୟ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭାଗ୍ୟଚକ୍ରକୁ ୧୨ଗୋଟି ରାଶିରେ ବିଭକ୍ତ କରାଯାଇଛି।ଏହି ରାଶିଫଳ ନିଜର ଭାଗ୍ୟରେଖା ସହିତ ଜଡିତ ହୋଇଛି।ଓ ଏହା ବହୁତ ପରିମାଣରେ ସତ ମଧ୍ୟ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଜୀବନକୁ ପ୍ରତ୍ୟେକ ସ୍ଥଳରେ ଏକ ନବ ଦିଗନ୍ତ ଅଭିମୁଖେ ଅଗ୍ରସର କରିଥାଏ। ଏବଂ ସାଧାରଣକୁ ଅସାଧାରଣରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନ ଦର୍ଶନକୁ ଏକ ନୂତନ ଢଙ୍ଗରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଭବିଷ୍ୟତର ସୂଚନା ଦେବା ସହିତ ନିଜର ସ୍ଵଭାଵ ଓ ଭାଗ୍ୟ ସମ୍ପର୍କରେ ଅବଗତ କରାଇଥାଏ।ଏହା ଜୀବନ ପାଇଁ ବହୁତ ଦରକାରୀ ହୋଇଥାଏ।ଏହା ଜୀବନକୁ ସୁନ୍ଦର କରି ଗଢିତୋଳିଥାଏ ଓ ମଧୁମୟ କରିଥାଏ।

ନିଜ ଭବିଷ୍ୟତ, ରାଶିଫଳ ଓ ସ୍ଵଭାଵ ସମ୍ପର୍କରେ ଜାଣିବା ପାଇଁ ପ୍ରତ୍ୟେକ ଲୋକଙ୍କ ମନରେ ଗଭୀର ଉତ୍କଣ୍ଠା ଥାଏ।ସମସ୍ତ ବ୍ୟକ୍ତି ନିଜ ଗତ, ଆଗତ ସମ୍ପର୍କରେ ଜାଣିବାକୁ ବହୁମାତ୍ରାରେ ଇଛୁକ ଥାଆନ୍ତି।ଯାହା କେବଳ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା ପଡିଥାଏ। ପ୍ରତ୍ୟେକ ବ୍ୟକ୍ତି ସାମାନ୍ୟ ମଧ୍ୟରେ ଥିବା ଅସାଧାରଣ ରହସ୍ୟକୁ ଉନ୍ମୁକ୍ତ କରିବାକୁ ଚାହାନ୍ତି। ସେହିପରି ନିଜ ଭିତରେ ମଧ୍ୟ ସେଇ ଅସାଧାରଣତାକୁ ଜାଗ୍ରତ କରିବାକୁ ଚାହାନ୍ତି ବା ଜାଣିବାକୁ ଚାହାଁନ୍ତି।

ମକରରାଶିର ବ୍ୟକ୍ତି ମାନେ ବହୁତ ଭଲ ହୋଇଥାନ୍ତି।ଏମାନଙ୍କ ବ୍ୟକ୍ତିତ୍ବ ବହୁତ ଉଚ୍ଚକୋଟୀର ହୋଇଥାଏ।ଏମାନେ ସମ୍ପର୍କର ଉଚିତ ମୂଲ୍ୟ ବୁଝିଥାନ୍ତି।ଓ ସଚ୍ଚୋଟତାର ସହିତ ଏହାକୁ ନିଭାଇଥାନ୍ତି।ଏମାନେ ବହୁତ ପରିଶ୍ରମୀ ଅଟନ୍ତି।ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇଁ ବହୁତ ପରିଶ୍ରମ କରିଥାନ୍ତି।

ଆପଣଙ୍କ ପାରିବାରିକ ଜୀବନ ମଧ୍ୟ ବହୁତ ଆନନ୍ଦ ଦାୟକ ହୋଇଥାଏ।ଓ ଆପଣ ନିଜ ପରିବାରର ସମସ୍ତ କାର୍ଯ୍ୟ ଠିକ ଭାବେ କରିଥାନ୍ତି।ଆପଣଙ୍କ ଜାନୁଆରୀ ମାସର ଭାଗ୍ୟ ଫଳ ଅନୁସାରେ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ।ତଥାପି ଟିକେ ଅସୁସ୍ଥତା ଦେଖାଦେଇ ପାରେ।ପ୍ରେମ କ୍ଷେତ୍ରରେ ଆପଣଙ୍କ ବହୁତ ଭଲ ସମୟ ଅଛି।ବିବାହ ପ୍ରସ୍ତାବ ଆସିପାରେ।ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ବହୁତ ଆୟ ହେବ।ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ରହିବା ସହିତ ସାମାନ୍ୟ ବ୍ୟୟ ହୋଇପାରେ

ଶିକ୍ଷା ପାଇଁ ଏହି ବର୍ଷଟି ବହୁତ ପ୍ରଗତିଶୀଳ ଅଟେ।ତଥାପି ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ।ଛାତ୍ର ଛାତ୍ରୀ ମାନେ ସକାରାତ୍ମକ ଚିନ୍ତାଧାରା କରିବା ସହିତ କଠିନ ପରିଶ୍ରମ ସହିତ ଆଶାନୁରୂପ ଫଳ ପାଇପାରିବେ।ବ୍ୟାଙ୍କ ଓ ଆକାଉଣ୍ଟ କ୍ଷତ୍ରରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଫଳ ମିଳିବ।

ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଏହି ବର୍ଷଟି ଅନୁକୂଳ ଅଟେ।ଏହି ବର୍ଷରେ ଚାକିରୀ ଖୋଜୁଥିବା ଲୋକଙ୍କୁ ଜଲଦି ଚାକିରି ମିଳିପାରେ।ପାର୍ଟନରସିପ ପାଇଁ ଏହି ବର୍ଷଟି ଉତ୍ତମ ଅଟେ।ପ୍ରେମ କ୍ଷେତ୍ରରେ ଏହି ବର୍ଷ ବହୁତ ବଢିଆ ଅଟେ। ପ୍ରେମୀ ମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେବାସହିତ ସମସ୍ତ ମନାନ୍ତର ଦୁରେଇ ଯିବ।ବିବାହ ପାଇଁ ମଧ୍ୟ ଏହି ବର୍ଷ ଉତ୍ତମ ଅଟେ।ଏହି ବର୍ଷ ଅବିବାହିତ ମାନଙ୍କୁ ନିଜ ଜୀବନ ସାଥୀ ମିଳିବେ।ଆପଣମାନେ ପରିବାରରେ ଖୁସିରେ ରହିବା ସହିତ ଆଗକୁ ବଢିବାର ପ୍ରେରଣା ପାଇବେ।ନୂତନ ଅତିଥିଙ୍କ ଆଗମନ ଯୋଗୁଁ ପରିବାରରେ ଖୁସି ଦ୍ବିଗୁଣିତ ହେବ।।ସଞ୍ଚୟ ବଢ଼ିବା ସହିତ ଆପଣ ସମାଜିକ ପ୍ରତିଷ୍ଠା ଲାଭ କରିବେ।କୌଣସି କ୍ଷତ୍ରରେ ପଇସା ଖର୍ଚ୍ଚ ହେଲେ ମଧ୍ୟ ବ୍ୟୟ ହେବନାହିଁ।

।ଏହା ଆପଣଙ୍କୁ ବହୁତ ଫୁର୍ତ୍ତି ରଖିବା ସହିତ ଶାରୀରିକ ପୀଡ଼ା ଦୂର କରିଦେବ।ଏବଂ ଆପଣ ସୁସ୍ଥ ରହିବ ନିମନ୍ତେ ବ୍ୟାୟାମ ,ଯୋଗ କରିବା ସହିତ ସଠିକ ଖାଦ୍ୟ ଖାଇବା ଜରୁରୀ ଅଟେ।

ମେଷ ରାଶି ରାଶିଚକ୍ରର ପ୍ରଥମ ରାଶି ଅଟେ।ଏହା ସମସ୍ତ ରାଶି ମାନଙ୍କ ମଧ୍ୟରେ ମଝବୁତ ରାଶି ଅଟେ।ଏହି ରାଶିର ବ୍ୟକ୍ତି ମାନେ ବହୁତ ସାହସୀ ହୋଇଥାନ୍ତି।ଓ ଏମାନଙ୍କ ବ୍ୟକ୍ତିତ୍ବ ବହୁତ ତେଜିୟାନ ହୋଇଥାଏ।ଏମାନେ ବହୁତ ସରଳ ଓ ମାସୁମ ହୋଇଥାନ୍ତି।ଏମାନଙ୍କ ବିଚାର ଧାରା ସମସ୍ତେ ସହଜରେ ବୁଝିପାରନ୍ତିନି।

ଏମାନେ ସମସ୍ତ କାର୍ଯ୍ୟ ସୁନ୍ଦର ଭାବେ ଆରମ୍ଭ କରିଥାନ୍ତି।ଏମାନେ କ୍ରୋଧ ଏବଂ ନୈରାଶ୍ୟ ମଧ୍ୟରୁ ଜଲଦି ବାହାରି ଆସନ୍ତି।ଯାହାକି ଏକ ଭଲ କଥା ଅଟେ।ଏମାନେ ସବୁବେଳେ ଖୁସି ରହିବାକୁ ଚେଷ୍ଟା କରିଥାନ୍ତି ଓ ପ୍ରସନ୍ନତା ସବୁବେଳେ ଏମାନଙ୍କ ସହିତ ଥାଏ। ଆପଣ ଏକ ମାସୁମ ଶିଶୁ ଭଳି ଅଟନ୍ତି।ଯାହାକି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ଅଟେ।ଏମାନେ ଅନ୍ୟମାନଙ୍କୁ ଭଲ ଭାବରେ ବୁଝିଥାନ୍ତି ଓ ଏମାନଙ୍କ ପାଖରେ ଲିଡରସିପ କରିବା ଗୁଣ ମଧ୍ୟ ଥାଏ।ଏମାନେ ବନ୍ଧୁତାରେ କେବେ ଛଳନା କରିନଥାନ୍ତି ଓ ସମସ୍ତ କାର୍ଯ୍ୟ ଠିକ ଭାବରେ କରିଥାନ୍ତି।ମଙ୍ଗଳ ଏହି ରାଶିର ସ୍ୱାମୀ ଅଟନ୍ତି।ଓ ଶନି ଏଠାରେ ଦୁର୍ବଳ ଅଟନ୍ତି।

ଆପଣଙ୍କ ମନର ଚଞ୍ଚଳତା ଆପଣଙ୍କ ବଡ ଦୁର୍ବଳତା ଅଟେ।ଆପଣ ସବୁ କାର୍ଯ୍ୟରେ ଆଗରେ ରହିଥାନ୍ତି।ଧଳା ଆପଣଙ୍କ ପାଇଁ ବହୁତ ଶୁଭଙ୍କର ଅଟେ। ବିଦ୍ୟାର୍ଥୀ ମାନେ ପରୀକ୍ଷା ସମୟରେ ସେମାନଙ୍କ ମନ ବହୁତ ଚଞ୍ଚଳ ରହିଥାଏ।ଆପଣ ଯଦି ସୂର୍ଯ୍ୟଙ୍କୁ ପ୍ରଣାମ କରିବେ ଓ ଗୁଡ ଖାଇ ପରୀକ୍ଷାକୁ ଯିବେ ଆପଣଙ୍କ ପରୀକ୍ଷା ବହୁତ ଭଲ ହେବ।ଆପଣ ନିୟମିତ ସୂର୍ଯ୍ୟଙ୍କ ଉପାସନା କରିବା ଜରୁରୀ ଅଟେ।ଓ ପ୍ରତିଦିନ ୨୭ଥର ଗାୟତ୍ରୀ ମନ୍ତ୍ର ପାଠ କରିବା ଆପଣଙ୍କ ପାଇଁ ଶୁଭଙ୍କର ଓ ଲାଭଦାୟକ ହୋଇଥାଏ।

ଆଶା କରୁଛି ଏହା ଆପଣଙ୍କୁ ବହୁତ ସହାୟକ ହେବ ଓ ଆପଣଙ୍କ ପସନ୍ଦ ଆସିବ।

Leave a Reply

Your email address will not be published. Required fields are marked *