March 21, 2025

Odia Express

Leading Odia News Portal of Odisha

ଯଦି ଆପଣଙ୍କ ହାକୁଟି ବନ୍ଦ ହେଉନି, ତେବେ ଆପଣାନ୍ତୁ ଏହି ଉପାୟ , ୨ ମିନିଟ୍ ରେ ମିଳିବ ଆରାମ..

ସେମିତି ହାକୁଟି ଆସିବା ଏକ ସାଧାରଣ କଥା ହୋଇଥାଏ,  କିନ୍ତୁ ଯେବେ ଏହା ଆସିଥାଏ ତେବେ ସହଜରେ ଯାଇନଥାଏ, ଏମିତି ସ୍ଥିତିରେ ଆପଣ ବହୁତ ଚିନ୍ତିତ ହୋଇଯାଆନ୍ତି , ଓ ଆପଣଙ୍କ ମନ ଅନ୍ୟ କେଉଁ କାମରେ ଲାଗେ ନାହିଁ , ବହୁତଥର ହାକୁଟି ଆସିଲେ ରୋକିବାକୁ ଆମେ ପାଣି ପିଇଦେଇଥାଉ , କିନ୍ତୁ ବହୁତଥର ଏମିତି ହୋଇଥାଏ କି ହାକୁଟି ଆସିବା ବନ୍ଦ ହୁଏ ନାହିଁ ହାକୁଟି ଅଧିକା ସମୟ ଯାଏଁ ରହିବା ବିପଦ ପୁର୍ଣ୍ଣ ହୋଇପାରେ, ଏହା ବି କେଉଁ ରୋଗର ସଙ୍କେତ ମଧ୍ୟ ହୋଇପାରେ , କିନ୍ତୁ ସାଧାରଣତଃ ଦେଖାଯାଏ କି ହାକୁଟି ଆସିବାର ସାମାନ୍ୟ କଥା ହୋଇଥାଏ , ଆଜି ଆମେ ଆପଣଙ୍କୁ ହାକୁଟି ଅଟକାଇବାର କିଛି ଘରୋଇ ଉପଚାରମାନ କହିବୁ ।

୧) କିଛି ସମୟ ନିଶ୍ୱାସକୁ ଅଟକାଇଦିଅନ୍ତୁ- ଯଦି ଆପଣ ତୁରନ୍ତ ହାକୁଟି ଆସିବା ବନ୍ଦ କରିବାକୁ ଚାହୁଁଛନ୍ତି ତେବେ କିଛି ଉପାୟ ଆପଣାଇବାପାଇଁ ଆପଣଙ୍କ ଘରେ କିଛି ସାଧନ ନାହିଁ ତେବେ ଏହି ଉପାୟ ବହୁତ କାମକୁ ଆସିପାରେ,  ଆପଣଙ୍କୁ ଖାଲି ଗୋଟେ ଥର ଲମ୍ବା ନିଶ୍ୱାସକୁ ନେବାର ଅଛି ଓ ତାପରେ ତାକୁ ଛାଡି ଟିକିଏ ସମୟ ପାଇଁ ନିଶ୍ୱାସକୁ ଅଟକାଇବାର ଅଛି, ଏମିତି କରିଲେ ଫୁସ୍ ଫୁସ୍ ରେ ଜମା ହୋଇଥିବା କାର୍ବନ ଡାଇଅକ୍ସସାଇଡ୍ ଡାୟଫ୍ରମ୍ ରୁ ବାହାରିଯିବ , ଓ ହାକୁଟି ଆସିବା ବନ୍ଦ ହୋଇଯିବ , ଅଧିକାଂଶ ମାମଲାରେ ହାକୁଟି ଡାୟଫ୍ରମ୍ ମାଂସପେଶୀକୁ ସଙ୍କୁଚିତ ହେବାର କାରଣରୁ ହୋଇଥାଏ , ଏଥିପାଇଁ ଏହି ଉପାୟ ରାମବାଣ ଉପାୟ ପରି କାର୍ଯ୍ୟ କରିଥାଏ ।

୨) ଚିନି- ହାକୁଟି ଆସିଲେ ଏକ ଚାମଚ ଚିନି ଖାଇଦିଅନ୍ତୁ, ଏହାପରେ ଏକ ଗିଲାସ ପାଣିରେ ଟିକିଏ ଲୁଣ ମିଶାଇକରି ତାକୁ ମିଶାଇଦିଅନ୍ତୁ, ଏହି ଉପାୟ କିଛି ସମୟ ପରେ ଆପଣଙ୍କ ହାକୁଟି ଆସିବା ବନ୍ଦ କରିଦେବ ।

୩) ଲେମ୍ବୁ ଓ ମହୁ- ଯେବେ ଅଧିକା ହାକୁଟି ଆସିବ ତେବେ ଏକ ଲେମ୍ବୁ ରସ ଏକ ଗିନାରେ ଚିପୁଡି ଦିଅନ୍ତୁ, ଓ ସେଥିରେ କିଛି ପରିମାଣରେ ମହୁ ମିଶାଇଦିଅନ୍ତୁ , ଓ ଏହାକୁ ଚାଟିଦିଅନ୍ତୁ , ଏମିତି କରିଲେ ହାକୁଟି ଆସିବା ବନ୍ଦ ହୋଇଯିବ ।

୪) ଆରାମରେ ଖାଆନ୍ତୁ- ଆପଣ ନୋଟିସ୍ କରିଥିବେ କି ବହୁତଥର ଆପଣ ଖାଇବା ସମୟରେ ହାକୁଟି ଆସିଯାଏ , ଏମିତି ଏଥିପାଇଁ ହୁଏ କାରଣ ଆପଣ ଜଲଦି ଖାଇବାକୁ ମନ କରନ୍ତି , ଏଥିପାଇଁ ଯେବେ ବି ଭୋଜନ ସମୟରେ ହାକୂଟି ଆସୁଛି ତେବେ ଆରାମରେ ବସି ଖାଆନ୍ତୁ , ଦରକାର ପଡିଲେ କିଛି ସମୟ ଅପେକ୍ଷା କରିଦିଅନ୍ତୁ , ଓ ମଝିରେ ମଝିରେ ପାଣି ପିଅନ୍ତୁ, କିମ୍ବା କେଉଁ ମିଠା ଯେପରି ଚିନି ଖାଇଦିଅନ୍ତୁ ।

୫) ଟମାଟର- ହାକୁଟି ଆସିଲେ ତୁରନ୍ତ ଏକ ତାଜା ଟମାଟର ଖାଇଦିଅନ୍ତୁ, ଏହି ଟମାଟର ଆପଣଙ୍କ ସିଧା ଦାନ୍ତରେ ଚୋବାଇକରି ଖାଇବାକୁ ହେବ , ଏମିତି କରିଲେ ହାକୁଟି ଆସିବା ବନ୍ଦ ହୋଇଯାଇପାରିବ ,

୬) ଚକଲେଟ୍ ପାଉଡର୍- ଯେବେ ଅଚାନକ ହାକୁଟି ଆସୁଛି ତେବେ ତୁରନ୍ତ ଦୁଇ ଚାମଚ ଚକଲେଟ୍ ପାଉଡର୍ ଖାଇଦିଅନ୍ତୁ, ଏହା ହାକୁଟିରେ ବହୁତ ଆରାମ ଦେଇଥାଏ ।

୭) ଓଲଟା ଗଣନ୍ତୁ- ଏହା ଶୁଣିବାକୁ ଅଜବ ଲାଗୁଥିବ କିନ୍ତୁ କିଛି ଲୋକଙ୍କ ମାନିବା କଥା କି ମନରେ ୧୦୦ ରୁ ୧ ପର୍ଯ୍ୟନ୍ତ ଓଲଟା ସଂଖ୍ୟା ଗଣିଲେ ହାକୁଟି ଆସିବା ବନ୍ଦ ହୋଇଯାଏ

Leave a Reply

Your email address will not be published. Required fields are marked *