January 24, 2025

Odia Express

Leading Odia News Portal of Odisha

ଏହା ଅଟେ ଦୁନିଆ ର ସବୁଠୁ ଶକ୍ତିଶାଳୀ ୪ଟି ରାଶି – ଏମାନେ ଅଟନ୍ତି ସବୁଠୁ ଅଧିକ ଭାଗ୍ୟବାନ ଲୋକ…

ଜ୍ୟୋତିଷ ଶାସ୍ତ୍ର ଜୀବନକୁ ପ୍ରତ୍ୟେକ ସ୍ଥଳରେ ଏକ ନବ ଦିଗନ୍ତ ଅଭିମୁଖେ ଅଗ୍ରସର କରିଥାଏ। ଏବଂ ସାଧାରଣକୁ ଅସାଧାରଣରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନ ଦର୍ଶନକୁ ଏକ ନୂତନ ଢଙ୍ଗରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଭବିଷ୍ୟତର ସୂଚନା ଦେବା ସହିତ ନିଜର ସ୍ଵଭାଵ ଓ ଭାଗ୍ୟ ସମ୍ପର୍କରେ ଅବଗତ କରାଇଥାଏ।ଏହା ଜୀବନ ପାଇଁ ବହୁତ ଦରକାରୀ ହୋଇଥାଏ।ଏହା ଜୀବନକୁ ସୁନ୍ଦର କରି ଗଢିତୋଳିଥାଏ ଓ ମଧୁମୟ କରିଥାଏ।

ନିଜ ଭବିଷ୍ୟତ, ରାଶିଫଳ ଓ ସ୍ଵଭାଵ ସମ୍ପର୍କରେ ଜାଣିବା ପାଇଁ ପ୍ରତ୍ୟେକ ଲୋକଙ୍କ ମନରେ ଗଭୀର ଉତ୍କଣ୍ଠା ଥାଏ।ସମସ୍ତ ବ୍ୟକ୍ତି ନିଜ ଗତ, ଆଗତ ସମ୍ପର୍କରେ ଜାଣିବାକୁ ବହୁମାତ୍ରାରେ ଇଛୁକ ଥାଆନ୍ତି।ଯାହା କେବଳ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା ପଡିଥାଏ। ପ୍ରତ୍ୟେକ ବ୍ୟକ୍ତି ସାମାନ୍ୟ ମଧ୍ୟରେ ଥିବା ଅସାଧାରଣ ରହସ୍ୟକୁ ଉନ୍ମୁକ୍ତ କରିବାକୁ ଚାହାନ୍ତି। ସେହିପରି ନିଜ ଭିତରେ ମଧ୍ୟ ସେଇ ଅସାଧାରଣତାକୁ ଜାଗ୍ରତ କରିବାକୁ ଚାହାନ୍ତି ବା ଜାଣିବାକୁ ଚାହାଁନ୍ତି।

ପ୍ରତ୍ୟେକ ପ୍ରଣୀ ହୁଅନ୍ତୁ ବା ମନୁଷ୍ୟ; ଈଶ୍ବର ସମସ୍ତଙ୍କ ପଛରେ ଏକ ଗୂଢ଼ ରହସ୍ୟ ରଖିଥାନ୍ତି।ଯାହାକି ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଉନ୍ମୋଚିତ ହୋଇଥାଏ।ସେହିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ପଛରେ କିଛିନାକିଛି ନିଆରା ରହସ୍ୟ ରହିଥାଏ।ଓ ତାହା ସେମାନଙ୍କ ପରିଚୟକୁ ଅତ୍ୟନ୍ତ ଦୃଢୀଭୂତ କରିଥାଏ।ବର୍ତ୍ତମାନ ଆମେ ୪ଟି ଶକ୍ତିଶାଳୀ ରାଶି ସମ୍ପର୍କରେ ଜାଣିବା।

ମେଷ , ବୃଷ , ମକର ଓ କୁମ୍ଭ ଏହା ସମସ୍ତ ରାଶି ମାନଙ୍କ ମଧ୍ୟରେ ମଝବୁତ ରାଶି ଅଟେ।ଏହି ରାଶିର ବ୍ୟକ୍ତି ମାନେ ବହୁତ ସାହସୀ ହୋଇଥାନ୍ତି।ଓ ଏମାନଙ୍କ ବ୍ୟକ୍ତିତ୍ବ ବହୁତ ତେଜିୟାନ ହୋଇଥାଏ।ଏମାନେ ବହୁତ ସରଳ ଓ ମାସୁମ ହୋଇଥାନ୍ତି।ଏମାନଙ୍କ ବିଚାର ଧାରା ସମସ୍ତେ ସହଜରେ ବୁଝିପାରନ୍ତିନି।

ଏମାନେ ସମସ୍ତ କାର୍ଯ୍ୟ ସୁନ୍ଦର ଭାବେ ଆରମ୍ଭ କରିଥାନ୍ତି।ଏମାନେ କ୍ରୋଧ ଏବଂ ନୈରାଶ୍ୟ ମଧ୍ୟରୁ ଜଲଦି ବାହାରି ଆସନ୍ତି।ଯାହାକି ଏକ ଭଲ କଥା ଅଟେ।ଏମାନେ ସବୁବେଳେ ଖୁସି ରହିବାକୁ ଚେଷ୍ଟା କରିଥାନ୍ତି ଓ ପ୍ରସନ୍ନତା ସବୁବେଳେ ଏମାନଙ୍କ ସହିତ ଥାଏ। ଆପଣ ଏକ ମାସୁମ ଶିଶୁ ଭଳି ଅଟନ୍ତି।ଯାହାକି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ଅଟେ।ଏମାନେ ଅନ୍ୟମାନଙ୍କୁ ଭଲ ଭାବରେ ବୁଝିଥାନ୍ତି ଓ ଏମାନଙ୍କ ପାଖରେ ଲିଡରସିପ କରିବା ଗୁଣ ମଧ୍ୟ ଥାଏ।ଏମାନେ ବନ୍ଧୁତାରେ କେବେ ଛଳନା କରିନଥାନ୍ତି ଓ ସମସ୍ତ କାର୍ଯ୍ୟ ଠିକ ଭାବରେ କରିଥାନ୍ତି।ମଙ୍ଗଳ ଏହି ରାଶିର ସ୍ୱାମୀ ଅଟନ୍ତି।ଓ ଶନି ଏଠାରେ ଦୁର୍ବଳ ଅଟନ୍ତି।

ଆପଣଙ୍କ ମନର ଚଞ୍ଚଳତା ଆପଣଙ୍କ ବଡ ଦୁର୍ବଳତା ଅଟେ।ଆପଣ ସବୁ କାର୍ଯ୍ୟରେ ଆଗରେ ରହିଥାନ୍ତି।ଧଳା ଆପଣଙ୍କ ପାଇଁ ବହୁତ ଶୁଭଙ୍କର ଅଟେ। ବିଦ୍ୟାର୍ଥୀ ମାନେ ପରୀକ୍ଷା ସମୟରେ ସେମାନଙ୍କ ମନ ବହୁତ ଚଞ୍ଚଳ ରହିଥାଏ।ଆପଣ ଯଦି ସୂର୍ଯ୍ୟଙ୍କୁ ପ୍ରଣାମ କରିବେ ଓ ଗୁଡ ଖାଇ ପରୀକ୍ଷାକୁ ଯିବେ ଆପଣଙ୍କ ପରୀକ୍ଷା ବହୁତ ଭଲ ହେବ।ଆପଣ ନିୟମିତ ସୂର୍ଯ୍ୟଙ୍କ ଉପାସନା କରିବା ଜରୁରୀ ଅଟେ।ଓ ପ୍ରତିଦିନ ୨୭ଥର ଗାୟତ୍ରୀ ମନ୍ତ୍ର ପାଠ କରିବା ଆପଣଙ୍କ ପାଇଁ ଶୁଭଙ୍କର ଓ ଲାଭଦାୟକ ହୋଇଥାଏ।

ଆଶା କରୁଛି ଏହା ଆପଣଙ୍କୁ ବହୁତ ସହାୟକ ହେବ ଓ ଆପଣଙ୍କ ପସନ୍ଦ ଆସିବ।

Leave a Reply

Your email address will not be published. Required fields are marked *