March 20, 2025

Odia Express

Leading Odia News Portal of Odisha

ବାସ୍ତୁ ଶାସ୍ତ୍ର ଏପରି ତାୱାରେ କେବେବି ରୁଟି ତିଆରି କରନ୍ତୁ ନାହିଁ ପୁରା ଘର ବର୍ବାଦ ହୋଇଯିବ..

ନମସ୍କାର ବନ୍ଧୁଗଣ, ସାବଧାନ ହୋଇଯାନ୍ତୁ ଯଦି ଆପଣଙ୍କ ଘରେ ମଧ୍ୟ ଏପରି ତାୱା ଅଛି ତ ,ଆପଣଙ୍କ ପୁରା ଘର ବର୍ବାଦ ହୋଇପାରେ।ଘରକୁ ଦାରିଦ୍ର୍ୟତା ଆସିବାର ଏହା ସବୁଠାରୁ ବଡ ସଂକେତ ଅଟେ।ଏପରି ହେବାକୁ ଦିଅନ୍ତୁ ନାହିଁ ନହେଲେ ଘର କାଙ୍ଗାଳ ହୋଇପାରେ।ତାୱା ରୋଷେଇ ଘରର ସବୁଠାରୁ ମହତ୍ୱପୂର୍ଣ୍ଣ ପାତ୍ର ଅଟେ।ଯଦି ତାୱା ନଥାନ୍ତା ତେବେ ରୁଟି ବି ହୋଇ ପାରିନଥାନ୍ତା।ଆଜି ଆମେ ଆପଣଙ୍କୁ ତାୱା ବିଷୟରେ ଏପରି କିଛି କଥା ଜଣାଇବୁ ଯାହା ଆପଣଙ୍କୁ କେହି କେବେ କହିନଥିବେ।ବାସ୍ତୁ ଅନୁସାରେ ତାୱାର କେତେ ମହତ୍ୱ ଅଛି ଏହା ଆଜି ଆପଣ ଜାଣିବେ।ଆପଣ ଜାଣିଛନ୍ତି କି ତାୱା ଓ କଡେଇ ରାହୁର ପ୍ରତିନିଧିତ୍ଵ କରିଥାନ୍ତି।ଯାହା ଆପଣଙ୍କ ଭାଗ୍ୟ ଭଲ କରିପାରେ ନଚେତ ବର୍ବାଦ ମଧ୍ୟ କରିପାରେ।

ପ୍ରଥମେ ହେଉଛି ତାୱାକୁ ଓଲଟା କରି ରଖିବା ପଡିଯିବ ଭାରୀ:ହିନ୍ଦୁଧର୍ମର ଅନୁସାରେ ତାୱାକୁ କେବେବି ଓଲଟା ରଖିବା ଉଚିତ ନୁହେଁ।ଓଲଟା ତାୱା ସେବେ ରଖାଯାଏ ଯେବେ ଘରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ଯାଇଥାଏ।ଅର୍ଥାତ ସେତେବେଳେ ତାୱାର ଓଲଟା ବ୍ୟବହାର କରିବା ଠିକ କୁହାଯାଏ।ଅର୍ଥାତ ଘରେ ଭୋଜନ ତିଆରି ହୁଏ ନାହିଁ।ଏମିତିରେ ଯେଉଁ ବ୍ୟକ୍ତି ବିନା କାରଣରେ ତାୱାକୁ ଓଲଟା କରି ରଖିଥାଏ ତାହା ଅଶୁଭର କାରଣ ହୋଇଥାଏ।ଏଥିପାଇଁ ଭୁଲରେ ବି ତାୱାକୁ ଓଲଟା ରଖନ୍ତୁ ନାହିଁ।

ଦ୍ଵିତୀୟରେ କଳଙ୍କି ଲାଗିବା:ଗୋଟିଏ ତାୱାକୁ ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାର କଲେ ସେଥିରେ କଳଙ୍କି ଲାଗିଯାଏ।ଏହାର ଅବଶେଷ ଖାଦ୍ୟରେ ଯାଇ ଖାଦ୍ୟକୁ ଦୂଷିତ କରାଇଥାଏ।ଯାହା ଫଳରେ ଆପଣଙ୍କ ଶିଶୁକୁ କିମ୍ବା ଆପଣଙ୍କ ପରିବାରର ସଦସ୍ୟଙ୍କୁ କୌଣସି ଭୟଙ୍କର ରୋଗ ହୋଇପାରେ।ଲମ୍ବା ସମୟରୁ ଭାଙ୍ଗି ଯାଇଥିବା ତାୱାରେ ଖାଦ୍ୟ ରାନ୍ଧିବା ଦ୍ଵାରା କଳଙ୍କି ଲାଗିଯାଏ।ଯାହା କାରଣରୁ ଆପଣ କେବେବି ଧନୀ ହୋଇପାରିବେ ନାହିଁ।

ତୃତୀୟରେ ତାୱା କିମ୍ବା କଡେଇକୁ କେବେବି ଅଇଁଠା କରିବା ଉଚିତ ନୁହେଁ।ଏହା ଉପରେ ଅଇଁଠା ଜିନିଷ କେବେବି ରଖନ୍ତୁ ନାହିଁ।ଏହି ଦୁଇଟି ଜିନିଷର ପବିତ୍ରତାର ଧ୍ୟାନ ରଖିବା ବହୁତ ଜରୁରୀ ଅଟେ।ଘରେ ଏମାନଙ୍କର ସ୍ୱଚ୍ଛତାର ଯେତେ ଧ୍ୟାନ ରଖାଯିବ ସେତେ ଧନ ଆସିବାର ରାସ୍ତା ସହଜ ହୋଇଯିବ।ସବୁ ପାତ୍ରରେ ଏହି ଦୁଇଟି ଜିନିଷ ସମ୍ମାନ କରିବା ଉଚିତ।

ଚର୍ତୁଥରେ ଏହାକୁ ନିଶ୍ଚିତ ଭାବରେ କରନ୍ତୁ କି,ଈଶ୍ୱରଙ୍କ କୃପା ପାଇବା ପାଇଁ ମା ଅର୍ଣ୍ଣପୂର୍ଣାଙ୍କୁ ଖୁସି କରାଇବା ପାଇଁ ତାୱାରେ ହୋଇଥିବା ପ୍ରଥମ ରୁଟି ଯିଏ ଗାଈ ପାଇଁ ତିଆରି କରନ୍ତି ଓ ତାଙ୍କୁ ନିଜ ହାତରେ ଖୁଆନ୍ତି ତେବେ ମାତା ଅର୍ଣ୍ଣପୂର୍ଣା ସଦା ତା ଘରେ ନିଜ ବାସ କରିଥାନ୍ତି।କାରଣ ଗାଈ ମଧ୍ୟରେ ସମସ୍ତ ଦେବୀ ଦେବତା ବାସ କରନ୍ତି।ଏପରି କରିବା ଦ୍ଵାରା ସେହି ବ୍ୟକ୍ତି ପାପରୁ ମୁକ୍ତି ପାଇଯାଏ।

ପଞ୍ଚମରେ ଯେଉଁ ବ୍ୟକ୍ତି ଗରମ ତାୱା ଉପରେ ପାଣି ପକାଇଥାଏ ତାହାର ଘରେ କଳି ଝଗଡା ,ରୋଗ ସବୁବେଳେ ରହିଥାଏ।ଏଥିପାଇଁ ତାୱା ଥଣ୍ଡା ହେବା ପରେ ହିଁ ତା ଉପରେ ପାଣି ପକାନ୍ତୁ।ତାୱା ଓ କଡେଇକୁ ସବୁବେଳେ ସ୍ୱଚ୍ଛ ଭାବରେ ଚମକାଇ କରି ରଖନ୍ତୁ।ଏହା ଅସନା ହେବା ଦ୍ଵାରା ଘରରେ ଦୋଷ ଲାଗିଥାଏ।

ଆପଣଙ୍କ ମଧ୍ୟରୁ ଯଦି କେହି ଚାହୁଁଥିବେ କି ମାତା ଅର୍ଣ୍ଣପୂର୍ଣା ସର୍ବଦା ତାଙ୍କ ଘରେ ବାସ କରନ୍ତୁ ବୋଲି ତେବେ ଏହି ତଥ୍ୟ ଗୁଡିକୁ ସବୁବେଳେ ଧ୍ୟାନରେ ରଖି ନିଜ ଘରେ ତାୱା ଓ କଡେଇର ବ୍ୟବହାର କରନ୍ତୁ।ନଚେତ ଆପଣଙ୍କ ଘରେ ଦାରିଦ୍ର୍ୟତା,ରୋଗ ଓ କଳି ଝଗଡାର ଶେଷ ହେବନାହିଁ।ତେଣୁ ଏହି କଥାର ପାଳନ କରନ୍ତୁ।

Leave a Reply

Your email address will not be published. Required fields are marked *