ଡାଇବେଟିସ ସମସ୍ୟାରୁ ମୁକ୍ତି ପାଇବାର ସରଳ ଉପାୟ – ଘରେ ବସି ବସି ଭଲ କରନ୍ତୁ ଏବେ..

ବର୍ତ୍ତମାନ ଡାଇବେଟିସ ଏକ ବଡ଼ ରୋଗ ସମସ୍ୟା ହେଇଗଲାଣି।୧୨ ବର୍ଷରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ପୀଡିତ ହେଉଛନ୍ତି।ଏହାର ଉପଚାର ଏକ ଚିନ୍ତାର ବିଷୟ ଅଟେ।ଏଥିପାଇଁ ବିଭିନ୍ନ ଆଧୁନିକ ଔଷଧ ବାହାରିଥିଲେ ମଧ୍ୟ ଏହା ସଠିକ କାମ କରୁନାହିଁ ଓ କେତେକ ଲୋକଙ୍କର ଡାଇବେଟିସରେ ମୃତ୍ୟୁ ହେଉଛି।ଏଥିପାଇଁ ବ୍ୟବହୃତ ଆଧୁନିକ ଔଷଧ ମଧ୍ୟ ଶରୀର ଉପରେ କୁପ୍ରଭାଵ ପକାଉଛି ଓ ଅନ୍ୟ ଏକ ରୋଗ ସୃଷ୍ଟିର କାରଣ ହେଉଛି।ତେଣୁ ନିମ୍ନରେ ଏହାର ଏକ ଘରୋଇ ଉପଚାର ବର୍ଣ୍ଣନା କରାଯାଇଛି।
ଡାଇବେଟିସ ଏକ ଭୟାନକ ରୋଗ ଅଟେ।ଏହାକୁ ଚିନିର ବେମାରି ମଧ୍ୟ କୁହାଯାଏ।କାରଣ ରକ୍ତରେ ଏହାର ପରିମାଣ ଅଧିକ ହେବା ଯୋଗୁଁ ଏହା ସୃଷ୍ଟି ହୋଇଥାଏ।ଏହି ରୋଗ ଆମ କିଡନୀକୁ ଆକ୍ରାନ୍ତ କରିବା ସହିତ ଉଚ୍ଚ ରକ୍ତଚାପ ଓ ହୃତ ଜନିତ ରୋଗର କାରଣ ହୋଇଥାଏ ଓ ଶରୀରରେ କୋଲେଷ୍ଟରଲର ପରିମାଣ ବଢାଇଦିଏ।ସର୍ବୋପରି ଡାଇବେଟିସ ଶରୀରକୁ ରୋଗର ଘର ବନେଇଦିଏ।ତେଣୁ ଏହାକୁ ସବୁବେଳେ ନିୟନ୍ତ୍ରଣରେ ରଖିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।
ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।
ବର୍ତ୍ତମାନ ଡାଇବେଟିସ ଏକ ବଡ଼ ରୋଗ ସମସ୍ୟା ହେଇଗଲାଣି।୧୨ ବର୍ଷରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ପୀଡିତ ହେଉଛନ୍ତି।ଏହାର ଉପଚାର ଏକ ଚିନ୍ତାର ବିଷୟ ଅଟେ।ଏଥିପାଇଁ ବିଭିନ୍ନ ଆଧୁନିକ ଔଷଧ ବାହାରିଥିଲେ ମଧ୍ୟ ଏହା ସଠିକ କାମ କରୁନାହିଁ ଓ କେତେକ ଲୋକଙ୍କର ଡାଇବେଟିସରେ ମୃତ୍ୟୁ ହେଉଛି।ଏଥିପାଇଁ ବ୍ୟବହୃତ ଆଧୁନିକ ଔଷଧ ମଧ୍ୟ ଶରୀର ଉପରେ କୁପ୍ରଭାଵ ପକାଉଛି ଓ ଅନ୍ୟ ଏକ ରୋଗ ସୃଷ୍ଟିର କାରଣ ହେଉଛି।ତେଣୁ ନିମ୍ନରେ ଏହାର ଏକ ଘରୋଇ ଉପଚାର ବର୍ଣ୍ଣନା କରାଯାଇଛି।
ପ୍ରଥମରେ ହେଉଛି ତୁଳସୀପତ୍ର।ଯାହାକି ବହୁତ ହିତକାରୀ ହୋଇଥାଏ ଓ ଏହା ବିଟା ସେଲକୁ ଇନସୁଲୀନ କ୍ଷରଣ ପାଇଁ ତ୍ୱରାନ୍ୱିତ କରେ।ଯାହାକି ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ।ଦ୍ଵିତୀୟରେ ହେଉଛି ଅମୃତଭଣ୍ଡା ପତ୍ର।ଏହାକୁ ପ୍ରତିଦିନ ସକାଳେ ସିଜେଇକି ଏହାର ପାଣିକୁ ପାନ କରିବା ଦ୍ୱାରା ଇନସୁଲିନ ପରିମାଣ ବଢିଥାଏ।ତୃତୀୟରେ ହେଉଛି ଲୀମ୍ବ ପତ୍ର।ଏହା ମଧ୍ୟ ଡାଇବେଟିସକୁ ନିୟନ୍ତ୍ରଣରେ ରଖିଥାଏ।ଚତୁର୍ଥରେ ହେଉଛି ଆମ୍ବ ପତ୍ର।ଡାଇବେଟିସ ହୋଇଥିବା ବ୍ୟକ୍ତିଙ୍କୁ ଆମ୍ବ ଖାଇବାରୁ ବାରଣ କଲେ ମଧ୍ୟ ଏହାର ପତ୍ର ଡାଇବେଟିସକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।ଏହାର ପତ୍ରକୁ ଶୁଖାଇ ଗୁଣ୍ଡ କରି ଖାଇବାର ଏକ ଘଣ୍ଟା ପୂର୍ବରୁ ସେବନ କରିବା ଦ୍ୱାରା ଡାଇବେଟିସ ନିୟନ୍ତ୍ରଣରେ ରହିଥାଏ।
ଜାମୁକୋଳିର ପତ୍ରରେ ମାଇରିଲୀନ ନାମକ ଏକ ଯୌଗିକ ଥାଏ।ଯାହାକି ବିଟା କୋଷକୁ ନଷ୍ଟ ହେବାରୁ ରକ୍ଷା କରିଥାଏ।ଓ ଇନସୁଲିନର କ୍ଷରଣକୁ ତ୍ୱରାନ୍ୱିତ କରିଥାଏ।ଏହି ସମସ୍ତ ପତ୍ରକୁ ଆପଣ ଶୁଖାଇ ଗୁଣ୍ଡ କରି ସେବନ କରିପାରିବେ।ଓ ଆମ୍ବ ଏବଂ ଅମୃତଭଣ୍ଡା ପତ୍ରକୁ ସିଝାଇ ଏହାର ପାଣିକୁ ସେବନ କରିବେ।ଏହା ନିଶ୍ଚିତ ଆପଣଙ୍କ ଡାଇବେଟିସ ମାତ୍ରାକୁ ନିୟନ୍ତ୍ରଣରେ ରଖିବ।
ଆଶାକରୁଛି ଏହା ଆପଣଙ୍କ ପାଇଁ ବହୁତ ଫଳପ୍ରଦ ଓ ଉପକାରୀ ହେବ।ଏସବୁର ସେବନ ଡାଇବେଟିସ ସହିତ ଲଢ଼ିବାକୁ ପ୍ରତିରୋଧକ ଶକ୍ତି ଦେବା ସହିତ ଏହାକୁ ନିୟନ୍ତ୍ରଣରେ ରଖିବ।ଓ ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହେବ।