୨୦୨୧ ଏପ୍ରିଲ ମାସରେ ବିଛା ରାଶିର ବ୍ୟକ୍ତିମାନଙ୍କ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା – ନିଶ୍ଚୟ ଜାଣିରଖନ୍ତୁ ଏହି କଥା..
ବନ୍ଧୁଗଣ ଆଜି ଆମେ ବିଛା ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏପ୍ରିଲ ମାସଟି କିପରି ରହିବ।କେଉଁ ବଡ଼ ପରିବର୍ତ୍ତନ ପାଇଁ ଆପଣଙ୍କ ଜୀବନ ଖୁସିମୟ ହେବ କିମ୍ବା କୌଣସି ଅସୁବିଧାକୁ କିପରି ଦୂର କରିବେ ତାହା ଉପରେ ଚର୍ଚ୍ଚଲୋଚନା କରିବା। ଏହି ମାସର ଆରମ୍ଭ ଦୁର୍ଗାଙ୍କ ଆଶୀର୍ବାଦରୁ ଖୁସିମୟ ହେବ।ତେବେ ଆସନ୍ତୁ ଜାଣିବା ଏହି ରାଶିର ଗ୍ରହ ମାନଙ୍କ ଅବସ୍ଥିତି ଉପରେ।ଏହି ମାସର ସବୁଠୁ ବଡ଼ ପରିବର୍ତ୍ତନ ହେବ ମଙ୍ଗଳ , ଶନି , ବୃହସ୍ପତି , ବୁଧ କିନ୍ତୁ ଆମେ ଆରମ୍ଭ କରିବା ଶୁକ୍ରରୁ କାହିଁକି ନା ଏହି ଶୁକ୍ରର ସ୍ଥିତି ଆପଣଙ୍କ ଜୀବନରେ ଭଲ ସମୟ ଆଣି ଆସିବ।ମାର୍ଚ୍ଚ ୨୮ ରୁ ଶୁକ୍ର ଗ୍ରହ ଆପଣଙ୍କୁ ରାଶିକୁ ପ୍ରବେଶ କରିବେ। ଭୋଗବିଳାସ ଏବଂ ସୋନ୍ଦର୍ଯ୍ୟର ସପ୍ତମ ଘରେ ରହିବେ ଯାହାକି ଆପଣଙ୍କ ପାଇଁ ଭାଗ୍ୟ ଶାଳୀ ସ୍ଥିତି ଆଣି ଆସିବ।
କୌଣସି ସ୍ତ୍ରୀର କାରଣରୁ ଆପଣଙ୍କ ଜୀବନର ଭାଗ୍ୟ ଉଦୟ ହେବ।ସେହି ସ୍ତ୍ରୀ ଆପଣଙ୍କ ମାତା,ପତ୍ନୀ, ଝିଅ ,ଭଉଣୀଙ୍କ ଦ୍ଵାରା ଆପଣଙ୍କୁ ଏକ ବଡ଼ ଲାଭ ହୋଇପାରେ । ଶୁକ୍ର ହେଉଛନ୍ତି ନାରୀ ଗ୍ରହ।କୌଣସି ବି ସ୍ତ୍ରୀଙ୍କ ମନକୁ ଦୁଃଖ କରନ୍ତୁ ନାହିଁ ,ସେମାନଙ୍କ ସହ ଭଲ ବ୍ୟବହାର କରନ୍ତୁ , ସେମାନଙ୍କୁ ଅଧିକରୁ ଅଧିକ ଭଲ ପାଇବା ଦିଅନ୍ତୁ ସେମାନଙ୍କୁ କିଛି ଉପହାର ଦିଅନ୍ତୁ କିମ୍ବା ସେମାନଙ୍କ ଭଲ ଚର୍ଚ୍ଚା କରନ୍ତୁ।
ସପ୍ତମ ଗୃହଟି ହେଉଛି ସଂପର୍କ ଏବଂ ପ୍ରେମ ବନ୍ଧନର ଗୃହ। ଏହା ଦାମ୍ପତ୍ୟ ଜୀବନ , ପ୍ରେମ ସମ୍ପର୍କ ଆଦିକୁ ଦର୍ଶାଇଥାଏ ।ଏହି ସମୟରେ ବନ୍ଧନ ଅଧିକ ନିବିଡ ହେବ ଏହି ପ୍ରେମ ସଂପର୍କ ଅଧିକ ମଜବୁତ୍ ହେବ।ଯଦି ଆପଣ ନିଜର ଜୀବନ ସାଥି ଅପେକ୍ଷାରେ ଅଛନ୍ତି ତାହେଲେ ଆପଣଙ୍କୁ ଏହି ମାସରେ ଏକ ଉତ୍ତମ ସାଥୀ ମିଳିବ ଯାହା ସହିତ ଆପଣ ନିଜର ସବୁ କଥାକୁ ସେୟାର କରିପାରିବେ।ଏହି ସମୟଟି ବିଦ୍ୟାର୍ଥୀ ମାନଙ୍କ ଭଲ ରହିବ।ଯଦି ଆପଣ ପ୍ରେମ କରୁଛନ୍ତି ତାହେଲେ ଆପଣଙ୍କ ଭିତରେ ପ୍ରେମ ଅଧିକ ବଢ଼ି ବିବାହ ଆଡ଼କୁ କଥା ଯାଇପାରେ।ପ୍ରେମ ପାଇଁ ଏହି ସମୟ ବହୁତ୍ ଅନୁକୂଳ ଅଟେ।ଏକ ଉତ୍ତମ ସାଥିଟିଏ ଆପଣଙ୍କୁ ମିଳିପାରେ।
ଶୁକ୍ର ଗ୍ରହର ଅବସ୍ଥିତି ହେତୁ ଆପଣଙ୍କ ସନ୍ତାନ ପକ୍ଷ ମଜବୁତ୍ ରହିବ। ଯେଉଁ ବ୍ୟକ୍ତି ମାନଙ୍କର ସନ୍ତାନ ନାହିଁ ସେମାନଙ୍କୁ ସନ୍ତାନ ସୁଖ ମିଳିପାରେ।ସ୍ବାମୀ ସ୍ତ୍ରୀଙ୍କ ଜୀବନରେ ପ୍ରେମ ଭରିଯିବ ଆପଣଙ୍କ ସଂପର୍କ ଅତୁଟ ହୋଇଯିବ।ଯଦି ଆପଣ ଦୁଇଜଣ ମିଶିକି କୌଣସି ବ୍ୟବସାୟ କରିବାକୁ ଇଛା କରୁଛନ୍ତି ତାହେଲେ ଆପଣ କରିପାରିବେ ଆପଣଙ୍କ ପାଇଁ ସୁବିଧା ହୋଇପାରେ।ଏହି ସମୟରେ ଅପଣଙ୍କ ଆର୍ଥିକ ସ୍ଥିତିରେ ଅଧିକ ଉନ୍ନତି ହେବ।ଏଠାରେ ଯେଉଁ ସବୁଠୁ ବଡ଼ ପରିବର୍ତ୍ତନ ହେବ ମଙ୍ଗଳ, ଶନି, ବୃହସ୍ପତିଙ୍କ ଦ୍ଵାରା।ମଙ୍ଗଳ, ଶନି ଆପଣଙ୍କ ଉଚ୍ଚ ଗୃହରେ ରହିବେ।ଏହି ସମୟଟି ବିଦ୍ୟାର୍ଥୀ ମାନଙ୍କ ଭଲ ରହିବ।
ଏହି ସମୟରେ ଅପଣଙ୍କ ଆର୍ଥିକ ସ୍ଥିତିରେ ଅଧିକ ଉନ୍ନତି ହେବ।ଯଦି ଆପଣ ସେନା ସମ୍ବର୍ଦ୍ଧିତ କୌଣସି ଚାକିରି କରିବା ପାଇଁ ଇଚ୍ଛା ରଖିଛନ୍ତି ତାହେଲେ ଆପଣଙ୍କ ଏହି ଇଚ୍ଛା ପୂରଣ ହେବାର ଅଧିକ ସମ୍ଭାବନା ରହିଛି।ଯଦି ଆପଣ କୌଣସି ସରକାରୀ ଚାକିରି ପାଇଁ ଆବେଦନ କରିଛନ୍ତି ତାହେଲେ ଆପଣଙ୍କୁ ସଫଳତା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।