December 1, 2024

Odia Express

Leading Odia News Portal of Odisha

ଓଡ଼ିଆ ସାଧାରଣଜ୍ଞାନ ପ୍ରଶ୍ନ – ବର୍ତ୍ତମାନ ଭାରତରେ କେତୋଟି ରାଜ୍ୟ ଅଛି ଓ କେତୋଟି କେନ୍ଦ୍ରଶାସିତ ଅଂଚଳ ଅଛି ?ବୁଢୀମନ ହେଇଥିଲେ ସଠିକ ଉତ୍ତର ଦେବେ..

ନମସ୍କାର ବନ୍ଧୁଗଣ, ସାଧାରଣଜ୍ଞାନର ଏହି ଭଳି ଅଧ୍ୟାୟ ର ଅଭିବୃଦ୍ଧି କରାଇଲେ ସମସ୍ତ ପାଠକଙ୍କର ମେଧା ଶକ୍ତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ଅନେକ ଜ୍ଞାନ ଭଣ୍ଡାର ର ବିଷୟରେ ଅବଗତ ହେବେ।ସେ ନିଜର ଏବଂ ଅନ୍ୟମାନଙ୍କର ଜ୍ଞାନ ବୃଦ୍ଧି ରେ ସହାୟକ ହେବ ।ଜଣେ ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ହିତ ସାଧନ କରିଥାନ୍ତି ।ସେ ସମାଜର ଏବଂ ପ୍ରତ୍ୟେକ ବକ୍ତି ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି । ଜ୍ଞାନ ଏକ ଅଦ୍ଭୁତ ଭଣ୍ଡାର । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି।ଜ୍ଞାନ ଆମକୁ ବିନୟୀ , ଭଦ୍ର, ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ।ଦୟା ଭାବ ଆମ ମନରେ ଜାଗ୍ରତ କରେ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା। ଆଜି ଆମେ ଏହି ବିଷୟରେ ଜାଣିବା ପାଞ୍ଚଟି ପ୍ରଶ୍ନ ଓ ଏହାର ଉତ୍ତର।ଏହା ଅତି ସହଜ ଓ ଜ୍ଞାନ ପୂର୍ଣ ପ୍ରଶ୍ନ ଅଟେ ଏହା ଆପଣଙ୍କର ଭବିଷ୍ୟତରେ କାର୍ଯ୍ୟରେ ଆସିପାରେ।

ଆଜିର ପ୍ରଥମ ପ୍ରଶ୍ନ ହେଉଛି ୧) ପ୍ରଶ୍ନ: ବର୍ତ୍ତମାନ ଭାରତରେ କେତୋଟି ରାଜ୍ୟ ଅଛି?

ଉତ୍ତର:ଏହାର ଉତ୍ତର ହେଉଛି, ବର୍ତ୍ତମାନ ଭାରତରେ ୨୮ଟି ରାଜ୍ୟ ଅଛି।ଏହା ପୂର୍ବରୁ ଭାରତରେ ମୋଟ ୨୯ଟି ରାଜ୍ୟ ଥିଲା।କିନ୍ତୁ ଜମ୍ମୁ ଓ କାଶ୍ମୀର ରାଜ୍ୟକୁ ପରେ କେନ୍ଦ୍ରଶାସିତ ଅଂଚଳ ରୂପରେ ଘୋଷଣା କରାଗଲା।

ଆଜିର ଦ୍ୱିତୀୟ ପ୍ରଶ୍ନ ହେଉଛି। ୨) ପ୍ରଶ୍ନ:ବର୍ତ୍ତମାନ ଭାରତରେ କେତୋଟି କେନ୍ଦ୍ରଶାସିତ ଅଂଚଳ ଅଛି?

ଉତ୍ତର:ଏହାର ଉତ୍ତର ହେଉଛି,ବର୍ତ୍ତମାନ ଭାରତରେ ୮ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି।ଏହା ପୂର୍ବରୁ ଭାରତରେ ମାତ୍ର ୭ଟି କେନ୍ଦ୍ରଶାସିତ ଅଞ୍ଚଳ ଥିଲା।ଏବଂ ୨୯ଟି ରାଜ୍ୟ ଥିଲା।କିନ୍ତୁ ବର୍ତ୍ତମାନ ୨୯ଟି ରାଜ୍ୟ ମଧ୍ୟରୁ ଜମ୍ମୁ ଓ କାଶ୍ମୀର ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳ ରୂପରେ ଘୋଷଣା କରି ଦିଆ ଯାଇଛି।ଏବଂ ଏହା ସହ ଆଉ ଏକ କେନ୍ଦ୍ରଶାସିତ ଅଂଚଳ ମିଶିଲା ଯାହା ହେଉଛି ଲଦାଖ।କିନ୍ତୁ ପରେ ଏହି ନଅଟି ମଧ୍ୟରୁ ଡାମନ ଓ ଡିଉ ଏବଂ ଦାଦା ଓ ନଗରହାବେଳିକୁ ମିଶାଇ ଦିଆଗଲା।ତେଣୁ ଏବେ ଆମର ୮ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି।

ଆମର ତୃତୀୟ ପ୍ରଶ୍ନ ହେଉଛି। ୩)ପ୍ରଶ୍ନ: ବ୍ଲାକ ପଗୋଡା ନାମରେ କିଏ ପରିଚିତ?

ଉତ୍ତର:ଏହାର ଉତ୍ତର ହେଉଛି,ବ୍ଲାକ ପଗୋଡା ନାମରେ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଚିତ।ଏହାକୁ ପୂର୍ବରୁ ବ୍ଲାକ ପଗୋଡା କୁହା ଯାଉଥିଲା।

ଆସନ୍ତୁ ଜାଣିବା ଆମର ଚର୍ତୁଥ ପ୍ରଶ୍ନ କଣ। ୪)ପ୍ରଶ୍ନ: ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଉଇକେଟ କିଏ ନେଇଛନ୍ତି?

ଉତ୍ତର:ଏହାର ଉତ୍ତର ହେଉଛି, ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଉଇକେଟ ମୁଥିୟା ମୁରଲୀଧରଣ ନେଇଛନ୍ତି।ଏହି ଶ୍ରୀଲଙ୍କା ବୋଲର ସର୍ବାଧିକ ୮୦୦ଉଇକେଟ ନେଇଛନ୍ତି।ଏହା ସେ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ନେଇଛନ୍ତି।ଏବଂ ସେ ତାଲିକାର ଶୀର୍ଷରେ ଅଛନ୍ତି ଏବଂ ସେନ ୱାର୍ଣ୍ଣ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଏବେ ଚାଲନ୍ତୁ ଜାଣିବା ପରବର୍ତ୍ତୀ ଓ ପଞ୍ଚମ ପ୍ରଶ୍ନ ବିଷୟରେ। ୫)ପ୍ରଶ୍ନ:କେଉଁ କ୍ରିକେଟ ଖେଳାଳୀ ଗୋଟିଏ ଏକ ଦିବସୀୟ କ୍ରିକେଟ ଖେଳରେ ଦ୍ରୁତତମ ଶତକ ହାସଲ କରିଥିଲେ?

ଉତ୍ତର:ଏହାର ଉତ୍ତର ହେଉଛି, ଏ ବି ଡିଭିଲିୟର୍ସ ଗୋଟିଏ ଏକ ଦିବସୀୟ କ୍ରିକେଟ ଖେଳରେ ଦ୍ରୁତତମ ଶତକ ହାସଲ କରିଥିଲେ।ସେ ମାତ୍ର ୩୧ଟି ବଲରୁ ଶତକ ଅର୍ଜନ କରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ।ଏହା ୨୦୧୫ ମସିହା ଜାନୁଆରୀ ୧୮ରେ କରିଥିଲେ।ସେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ପାଇଁ ଖେଳନ୍ତି।

Leave a Reply

Your email address will not be published. Required fields are marked *