ଏହି ଏକ ଉପାୟକୁ ଆପଣାନ୍ତୁ ଓ ନିଜର ଫଟା ଗୋଇଠିରୁ ସବୁଦିନ ପାଇଁ ମୁକ୍ତି ପାଆନ୍ତୁ – ଏହି ଉପଚାରର ପ୍ରୟୋଗ କରିବା ଶିଖନ୍ତୁ

ନମସ୍କାର ବନ୍ଧୁଗଣ,ଆଜି ଆମେ ଆପଣଙ୍କୁ ଜଣାଇବୁ ଗୋଟିଏ ରାତି ମଧ୍ୟରେ ଫଟା ଗୋଇଠିକୁ ଆମେ କିପରି ଠିକ କରିପାରିବେ।ଏହାଠାରୁ ମୁକ୍ତି ପାଇବାର ବହୁତ ହିଁ ସହଜ ଉପାୟ ଆପଣଙ୍କୁ ଜଣାଇବୁ।ବହୁତ ଲୋକଙ୍କର ତ୍ୱଚା ଶୁଷ୍କ ହୋଇଥାଏ ଓ ସେମାନଙ୍କର ଗୋଇଠି ସବୁ ଋତୁରେ ଫାଟିଥାଏ।ଯଦି ଏହି ଘରୋଇ ଉପଚାରକୁ ଆପଣ ପ୍ରୟୋଗ କରିବେ ତେବେ ଗୋଇଠିରେ ଯେଉଁ ଫଟା ଅଛି, କିମ୍ବା ଏଥିରୁ ରକ୍ତ ଆସୁଛି ତାହା ମଧ୍ୟ ଠିକ ହୋଇଯିବ।ଫଟା ଗୋଇଠି ଠିକ କରିବା ପାଇଁ ସବୁଠାରୁ ପ୍ରଥମେ ଆମେ ମହମବତୀ ନେବା।ଏବେ ଏହାକୁ ଚାଂଛି ଏହାର ଗୁଣ୍ଡ ନେବା।ଆପଣ ଯେକୌଣସି ପ୍ରକାରର ମହମବତୀ ନେଇପାରିବେ।କେବଳ ଏକ ଚାମଚ ମହମ ଦରକାର ହେବ।ଏବେ ଏହି ଚାମଚରେ ଆପଣ ଏକ ଚାମଚ ସୋରିଷ ତେଲ ନିଅନ୍ତୁ।
ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ।ପାଖାପାଖି ଦେଢ଼ ଚାମଚ ସୋରିଷ ତେଲ ନିଅନ୍ତୁ।ସୋରିଷ ତେଲ ନଥିଲେ ଆପଣ ନଡ଼ିଆ ତେଲ ମଧ୍ୟ ନେଇପାରିବେ।ଏବେ ଏକ ବଡ ପାତ୍ରରେ ପାଣି ନେଇ ଏହାକୁ ଫୁଟାନ୍ତୁ।ଏବଂ ଆପଣ ତିଆରି କରିଥିବା ମହମର ମିଶ୍ରଣକୁ ନେଇ ଏହି ପାଣି ଥିବା ପାତ୍ରରେ ରଖିଦିଅନ୍ତୁ।ଏହି ମହମ ଦୁଇରୁ ତିନି ମିନିଟ ଭିତରେ ହିଁ ମହମ ତରଳି ଯିବ।ଏବଂ ଏହା ଭଲ ଭାବରେ ତରଳିବା ପରେ ଏହାକୁ କାଢି ଦିଅନ୍ତୁ।ଏହାକୁ କୌଣସି ଡ଼ବାରେ କାଢି ରଖି ଦିଅନ୍ତୁ।ଏହାକୁ ଏବେ ଜମି ଯିବାକୁ ଦିଅନ୍ତୁ।ଅତି କମରେ ୩ରୁ ଚାରି ମିନିଟ ପର୍ଯ୍ୟନ୍ତ ସମୟ ଲାଗିବ ଏହାକୁ ଜମିବାକୁ।ଆପଣ ଚାହିଁଲେ ଏହାକୁ ଫ୍ରିଜରେ ରଖି ଏହାକୁ ଥଣ୍ଡା କରି ପାରିବେ।
ଏବେ ଏହି କ୍ରିମ ଆପଣଙ୍କର ପ୍ରସ୍ତୁତ ହୋଇ ଯିବ।ଯାହା ଆମକୁ ଫଟା ଗୋଇଠି କବଳରୁ ମୁକ୍ତି ମିଳି ପାରିବ।ଧ୍ୟାନ ରଖନ୍ତୁ ସୋରିଷ ତେଲର ମାତ୍ରା କେବେବି କମ କରନ୍ତୁ ନାହିଁ ନହେଲେ ଆପଣଙ୍କ ଏହି କ୍ରିମ ଅଲଗା ହୋଇଯିବ।ଏବେ ଏହି କ୍ରିମ ହୋଇଗଲା ପରେ ଆପଣ ଏହାକୁ କିପରି ନିଜ ଶରୀରରେ ପ୍ରୟୋଗ କରିପାରିବେ ତାହା ଜାଣିବା।
ଏବେ ଏକ ପାତ୍ରରେ ହାଲକା ଗରମ ପାଣି ନିଅନ୍ତୁ ଯାହା ଦ୍ଵାରା ଆମ ଗୋଡ଼ରୁ ମୃତ ତ୍ୱଚା ବାହାରିଯିବ।ଏଥିରେ ଏକ ଚାମଚ ଲୁଣ ପକାନ୍ତୁ।ଏବଂ ଲେମ୍ବୁର ଦୁଇଟି ଛୋଟ ଛୋଟ ଖଣ୍ଡ ମଧ୍ୟ ଏହି ଗରମ ପାଣିରେ ପକାଇ ଦିଅନ୍ତୁ।ଏବଂ ଏଥିରେ ଏକ ଚାମଚ ସାମ୍ପୁ ମିଶାଇ ଦିଅନ୍ତୁ।ଏବେ ଏସବୁକୁ ଭଲ ଭାବରେ ମିଶାଇ ଦିଅନ୍ତୁ।ଏବେ ଆପଣ ନିଜ ଗୋଡ଼କୁ ଏହି ମିଶ୍ରଣରେ ବୁଡାଇ ରଖନ୍ତୁ।ଅତି କମରେ ଦଶ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ ନିଜ ଗୋଡ଼କୁ।ଏହାକୁ ମଝିରେ ମଝିରେ ତଳ ଉପର କରନ୍ତୁ।ଯାହା ଦ୍ଵାରା କି ପୁରା ଗୋଡ଼ରେ ଏହି ହଲକା ଗରମ ଗରମ ପାଣି ତାହା ବାଜିବ।ଏହା ଦ୍ଵାରା ଆମ ଗୋଡ଼ରେ ଯେଉଁ ମୃତ ସ୍କିନ ଅଛି ତାହା ବହାରିଯିବ ଓ ଆମ ଗୋଇଠିରେ ଯେଉଁ ଫଟା ଚିହ୍ନ ଅଛି ତାହାକୁ ଠିକ ହବାରେ କମ ସମୟ ଲାଗିବ।
ଏହା ଦ୍ଵାରା ଆପଣଙ୍କ ଗୋଡ଼ ମଧ୍ୟ ସୁନ୍ଦର ରହିବ।ଏହାର ଯତ୍ନ ନେବା ନିହାତି ଦରକାର।ଏବେ ନିଜ ଗୋଇଠିକୁ ଧୀରେ ଧୀରେ ରଗଡନ୍ତୁ କୌଣସି ବ୍ରସର ସାହାର୍ଯ୍ୟରେ।ପାଣିରେ ସ୍କିନ ବାହାର କରିବା ସହଜ ହୋଇ ଯାଏ।ଏବେ ଥଣ୍ଡା ପାଣିରେ ଗୋଡ଼କୁ ଧୁଅନ୍ତୁ।ଏବେ ଏହି କ୍ରିମକୁ ନିଜ ଫଟା ଗୋଇଠିରେ ଲଗାନ୍ତୁ।ଏହାକୁ ଏକ ସପ୍ତାହରେ ୩ରୁ ଚାରି ଥର ଲଗାନ୍ତୁ।ରାତିରେ ଶୋଇବା ପୂର୍ବରୁ ଲଗାଇ ଶୁଅନ୍ତୁ।ଧନ୍ୟବାଦ।