March 21, 2025

Odia Express

Leading Odia News Portal of Odisha

ଅଁଳାର ଉପକାରିତା – ରାତିରେ ଅଁଳା ଖାଇଲେ ମିଳିବ ଏତେ ଗୁଡିଏ ଲାଭ ଯାହା ଜାଣିଲେ ଆପଣ ଆଜିଠୁ ଖାଇବା ଆରମ୍ଭ କରିଦେବେ..

ନମସ୍କାର ସାଙ୍ଗମାନେ ଆଜି ଏକ ଫଳ ବିଷୟରେ ଜଣାଇବୁ ଯାହା ଆପଣଙ୍କ ସବୁପ୍ରକାର ରୋଗ ସଫା କରିଦେବ।ଯାହାର ଲଗାତାର ସେବନ କରିବା ଦ୍ୱାରା ଶରୀର ରୋଗମୁକ୍ତ ରହିଥାଏ।ଏବଂ କୌଣସି ରୋଗ ଆମ ଆଖ ପାଖକୁ ମଧ୍ୟ ଆସିନଥାଏ।ସାଙ୍ଗମାନେ ଆଜି ଯେଉଁ ଫଳ ବିଷୟରେ ଆମେ ଜଣାଇବାକୁ ଯାଉଛୁ ତାହା ହେଉଛି ଅଁଳା।ଅଁଳାରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡ଼ାଣ୍ଟ ମିଳିଥାଏ।ଏହାଛଡା ଏଥିରେ ପୋଟାସିୟମ, କାର୍ବୋହାଇଡ୍ରେଟ, ଫାଇବର, ପ୍ରୋଟିନ, ଭିଟାମିନ A, B କମ୍ପ୍ଲେକ୍ସ, ମ୍ୟାଗନେସିୟମ, ଏବଂ ଆଇରନ ମିଳିଥାଏ।ଏବଂ ଏଥିରେ ଭିଟାମିନC ଭରପୁର ମାତ୍ରାରେ ମିଳିଥାଏ।ଏବଂ ଏକ ମୁଖ୍ୟକଥା ହେଉଛି ଏହାକୁ ଗରମ କରିବାଦ୍ୱାରା ମଧ୍ୟ ଏଥିରେ ଥିବା ଭିଟାମିନ ନଷ୍ଟ ହୋଇନଥାଏ।

ସାଙ୍ଗମାନେ ଆପଣ ଅଁଳାକୁ ହାଲ୍କାରେ ନିଅନ୍ତୁ ନାହିଁ।ଅଁଳାରେ ଅଦ୍ଭୁତ ଶକ୍ତି ଅଛି।ଏହାର ଏତେ ଲାଭ ଥାଏଯେ।ଆପଣ ନିଜେ ଭାବିଲେ ଆଶ୍ଚର୍ଯ୍ୟ ହୋଇଯିବେ।ଏଥିରେ ଆମେ ଜାଣିବା ଅଁଳା ଖାଇବାଦ୍ୱାରା କଣ କଣ ଲାଭ ମିଳିଥାଏ?ଏବଂ କେଉଁ କେଉଁ ଲୋକ ଏହାକୁ ସେବନ କରିବା ଉଚିତ?ଯେଉଁମାନଙ୍କ ଶରୀରରେ ରକ୍ତର ପରିମାଣ କମ ଥାଏ କିମ୍ବା ଶ୍ୱାସରୋଗ ଥାଏ କିମ୍ବା ସ୍ମରଣଶକ୍ତି କମଜୋର ଥାଏ କିମ୍ବା ଯେଉଁମାନଙ୍କ ଯକୃତ କମଜୋର ଥାଏ କିମ୍ବା ପେଟରେ ଗ୍ୟାସ ଅଧିକ ହେଉଥାଏ, ଆଖିରେ କିମ୍ବା ହାତ ଗୋଡ଼ରେ ଜଲନ ହେଉଥାଏ କିମ୍ବା ମୁଣ୍ଡବ୍ୟଥାର ସମସ୍ୟା ଥାଉ ତେବେ ସେମାନଙ୍କୁ ଖାଦ୍ୟ ଖାଇବାପରେ ଦୁଇ ସମୟରେ ସକାଳେ ଏବଂ ରାତ୍ରିଭୋଜଣାପରେ ନିୟମିତ ଭାବରେ ଏକ ଚାମଚ ଅଁଳାଚୁର୍ଣର ସେବନ ପାଣି ସହିତ କରିବାର ଅଛି।ଏକ କଥାର ଧ୍ୟାନ ରଖନ୍ତୁ ଏହାର ସେବନ କଲାବେଳେ ପାଣି ବେଶି ମାତ୍ରାରେ ପିଅନ୍ତୁ ନାହିଁ।ସେତିକି ପାଣି ପିଅନ୍ତୁ ଯେତିକିରେ ଏହି ଅଁଳାଚୁର୍ଣକୁ ଖାଇପାରିବେ।

ଗଣ୍ଠି ଜନିତ ରୋଗକୁ ଦୂର କରିଥାଏ ଅଁଳା।ଯେଉଁମାନଙ୍କୁ ଗଣ୍ଠି ଜନିତ ରୋଗ ହେଉଥାଏ ସେମାନଙ୍କୁ ନିଶ୍ଚିତ ଅଁଳା ଖାଇବା ଉଚିତ।ଆପଣ ୨୫ଗ୍ରାମ ଅଁଳାଚୁର୍ଣ ଏବଂ ୨୫ଗ୍ରାମ ଗୁଡ଼ ନିଅନ୍ତୁ।ଏହାକୁ ମିଶାଇକି ଖାଆନ୍ତୁ ଏବଂ ଏହାପରେ ଏକ ଗ୍ଲାସ ସାଧା ପାଣି ପିଅନ୍ତୁ।ଏବଂ ଏହାର ପ୍ରୟୋଗ ଆପଣଙ୍କୁ ଦିନରେ ଦୁଇ ଥର କରିବାର ଅଛି।ଦିନରେ ଖାଳିପେଟରେ ଏବଂ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ଏହାର ସେବନ କରନ୍ତୁ।ଏହିପରି ଆପଣଙ୍କୁ ୪୦ଦିନ ପର୍ଯ୍ୟନ୍ତ କରିବାର ଅଛି।୪୦ଦିନ ମଧ୍ୟରେ ଅପଣଙ୍କ ଗଣ୍ଠିରୋଗ ଭଲ ହୋଇଯିବ।

ଏବେ ଅସନାତୁ ଜାଣିବା ସର୍ବଦା ଯବାନ ରହିବାପାଇଁ କଣ କରିବାକୁ ପଡିବ।ଖରାପ ଜୀବନଶୈଳୀ ପାଇଁ ଆପଣ ସର୍ବଦା ଜଲ୍ଦି ବୃଦ୍ଧ ହୋଇଯାଇଥାନ୍ତି।ଏଥିପାଇଁ ଆପଣ ଏହି ଉପାୟର ପ୍ରୟୋଗ ନିଶ୍ଚିତ କରନ୍ତୁ।ଏହାଦ୍ୱାରା ଆପଣ ସୁସ୍ଥ ମଧ୍ୟ ରହିବେ।ଏହିପାଇଁ ଆପଣଙ୍କୁ ଏକ ଚାମଚ ଅଁଳାଚୁର୍ଣ, ଏକ ଚାମଚ ତିଳଚୁର୍ଣ, ଏବଂ ଏକ ଚାମଚ ମହୁକୁ ମିଶାଇ ସକାଳ ସମୟରେ ୨୦ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ।୨୦ ଦିନ ମଧ୍ୟରେ ଆପଣଙ୍କ ତ୍ୱଚା ଚମକିବାକୁ ଲାଗିବ।ମୁଖରେ ତେଜ ଆସିବ।

ଯଦି ଆପଣଙ୍କୁ ମଧୁମେହ ଅଛି ତେବେ ଆପଣ ଅଧାଚାମଚ ଅଁଳାଚୂର୍ଣ୍ଣରେ ଅଧା ଚାମଚ ହଳଦିମିଶାଇ ସକାଳେ ଏବଂ ସଞ୍ଜବେଳେ ଖାନ୍ତୁ।ପୁରା ପେଟର ସଫା କରିବାପାଇଁ ରାତିରେ ଭୋଜଣାପରେ ଅଁଳାଚୂର୍ଣ୍ଣ ଏକ ଗ୍ଲାସ କ୍ଷୀର ସହିତ ଖାଆନ୍ତୁ।ଏହା ଆପଣଙ୍କ ପେଟରେ ଥିବା ଖରାପ ପଦାର୍ଥର ସଫା କରିଦେଇଥାଏ।ଘରେ ଅଂଳଚୂର୍ଣ୍ଣ ବନେଇବାପାଇ ବଜାରରୁ ଏକ କିଲୋ କିମ୍ବା ଅଧାକିଲୋ ଶୁଖିଲା ଅଁଳା ଆଣନ୍ତୁ।ଏହାକୁ ପ୍ରଥମେ ହେନାଦସ୍ତାରେ କୁଟି ଗୁଣ୍ଡକରନ୍ତୁ।ଏବଂ ଏହାପରେ ମିକ୍ସଚରରେ ପୁର୍ନବାର ଗୁଣ୍ଡ କରନ୍ତୁ।ଏହାପରେ ଅଂଳାଚୂର୍ଣ୍ଣ ପ୍ରସ୍ତୁତ ହୋଇଯିବ।

Leave a Reply

Your email address will not be published. Required fields are marked *