March 19, 2025

Odia Express

Leading Odia News Portal of Odisha

ପିଜୁଳି ପତ୍ରର ଉପକାରିତା – ମିଳିବ ଏତେ ଲାଭ ଯେ ଜାଣିଲେ ଆପଣ ମଧ୍ୟ ଆଜିଠୁ ବ୍ୟବହାର କରିବା ଆରମ୍ଭ କରିଦେବେ..

ସାଙ୍ଗ ମାନେ କଣ ଆପଣ ମାନେ ଜାଣିଛନ୍ତି ଯେ ଡାକ୍ତରଠୁ ଅଧିକ ଉପକାରୀ ହେଉଛି ପିଜୁଳି ର ଦୁଇଟି ପତ୍ର।ସକାଳୁ ଖାଲି ପେଟରେ ଏହାକୁ ଖାଇବା ଦ୍ଵାରା ବହୁତ୍ ଉପକାର ମିଳେ।ସାଙ୍ଗ ମାନେ ଆମେ ମାନେ ଯେତେ ଉନ୍ନତ ହୋଇ ଯାଉଚେ ଆମ ଜୀବନ ସେତେ ଛୋଟ ହେଇଯାଉଚି।ଯଦି ଆମେ ପୁରୁଣା କାଳକୁ ଦେଖିବା ତ ଲୋକ ମାନେ ୯୦ ରୁ୧୦୦ ବର୍ଷ ଆରାମ ରେ ବଞ୍ଚି ଯାଉଥିଲେ,କିନ୍ତୁ ଆଜି କାଲି ୩୦ ରୁ ୪୦ ବର୍ଷ ନା ହେଉନୁ ବିଭିନ୍ନ ପ୍ରକାର ରୋଗ ହେଇ ଯାଉଛି।ଡାଇବେଟିସ,ହାର୍ଟ ଆଟାକ ଆଦି ବିଭିନ୍ନ ପ୍ରକାର ରୋଗ ହେବା ଦ୍ଵାରା ଆମ ଶରୀର ଭିତରୁ ଭିତରୁ ହିଁ ନଷ୍ଟ ହୋଇ ଯାଉଛି।

କିନ୍ତୁ ସାଙ୍ଗମାନେ ଆୟର୍ବେଦରେ ଜଡ଼ିବୁଟି ସହିତ ଆମ ଖାଦ୍ୟ ପେୟ ଉପରେ ମଧ୍ୟ ଧ୍ୟାନ ରଖିଥାଏ କାରଣ ଆମ ଖାଦ୍ୟ ଉପରେ ନିର୍ଭର କରେ ଆମେ କେତେ ନିରୋଗ ରହିବା।ଯଦି ଆମେ ସକାଳୁ ପିଜୁଳି ପତ୍ରର ବ୍ୟବହାର କରୁଛେ ତ ଆମ ଶରୀର ନିରୋଗ ରହି ପାରିବ।ଏହାକୁ ଯେ କୌଣସି ବୟସର ବ୍ୟକ୍ତି ମଧ୍ୟ ବ୍ୟବହାର କରିପାରିବେ।

ଏଥିପାଇଁ ଆପଣ ମାନଙ୍କୁ କିଛି ପିଜୁଳି ପତ୍ରର ଆବଶ୍ୟକତା ରହିଛି।ସାଙ୍ଗ ମାନେ ଏକ ସମୟ ଥିଲା ଯେବେ ପ୍ରାୟ ସମସ୍ତଙ୍କ ଘରେ କିଛି ନ କିଛି ଗଛ ଥିଲା।ଯଦି ଆପଣଙ୍କ ଘରେ ପିଜୁଳି ଗଛ ନାହିଁ ତ ଆପଣ ଆପଣଙ୍କ ପାଖ ପଡିଶାରୁ ମଧ୍ୟ ଆଣି ପାରିବେ। ସର୍ଦ୍ଦି,ଜ୍ଵର ଆଦି ପାଇଁ ଏହା ବହୁତ୍ ପ୍ରଭାବଶାଳୀ।ଡେଙ୍ଗୁ ଆଦି ଜ୍ବରରେ ଆମ ଶରୀର ତ କମଜୋର ହେବା ସହିତ ଆମ ଶରୀରରେ ରକ୍ତ ର ଅଭାବ ଦେଖା ଦେଇଥାଏ।

କିନ୍ତୁ ପିଜୁଳି ପତ୍ରର କାଢା ପିଇବା ଦ୍ଵାରା ତାହା ଆମ ସମସ୍ତ ଅସୁବିଧା ଦୂର କରିଥାଏ।ଏହା ଆମ ପାଚନ ଶକ୍ତି କୁ ମଜବୁତ୍ କରିଥାଏ।ଯେଉଁ ମାନେ ପେଟ ଜନିତ ସମସ୍ୟା ଭୋଗୁଛନ୍ତି ସେମାନେ ଏହାକୁ ନିହାତି ପ୍ରୟୋଗ କରିବା ଉଚିତ୍।ଏହା ମୁଣ୍ଡବିନ୍ଧା ତା ସହିତ ଡାଇବେଟିସ ଆଦି ବେମାରୀ କୁ ଠିକ୍ କରିଥାଏ।ଯେଉଁ ମାନଙ୍କର ତ୍ୱଚ଼ା କୁଣ୍ଢାଇ ହେଉଛି ସେମାନେ ଏହାର ଲେପ ପ୍ରୟୋଗ କରିବା ଦ୍ୱାରା ସେସବୁ ସମସ୍ୟା ରୁ ମୁକ୍ତି ପାଇ ପାରିବେ। ତ୍ଵଚ଼ା ରେ ହେଉଥିବା ବ୍ରଣ ଓ ଚୁଟି ଝଡ଼ିବା ସମସ୍ୟାକୁ ମଧ୍ୟ ଏହା କମ୍ କରିଥାଏ।

ଆପଣ ପିଜୁଳି ପତ୍ରକୁ କିପରି ବ୍ୟବହାର କରିବେ ତାହା ମୁଁ ଆଜି ଆପଣକୁ କହିବି।ଆପଣ ସକାଳୁ ଉଠି ୩ ବା ୪ ଟି ପତ୍ର ଚୋବନ୍ତୁ।ଏହାକୁ ଧୀରେ ଧୀରେ ଚୋବାଇବା ଦ୍ଵାରା ଏହା ଆପଣଙ୍କ ମୁଁହର ଦୁର୍ଗନ୍ଧ କୁ ଦୂର କରିଥାଏ।ଏହାକୁ ଖାଇବା ପରେ ଆପଣ ଏକ ଗିଲାସ ଗରମ ପାଣି ପିଇବେ।

ଏହା ପରେ ଆପଣ ପିଜୁଳି ପତ୍ରର କାଢା ତିଆରି କରି ପିଇ ପାରିବେ।ଆପଣ ୩ ରୁ୪ଟି ପତ୍ର ନେଇ ତାକୁ ଦେଢ଼ ଗ୍ଲାସ୍ ପାଣିରେ ଭଲ ଭାବେ ଫୁଟାନ୍ତୁ।ଭଲ ଭାବେ ଫୁଟାଇ ସାରିବା ପରେ ଆପଣ ଏହାକୁ ଥଣ୍ଡା କରିଦେବେ।ତା ପରେ ଆପଣ ଚା ପିଇବା ଭଳି ଏହାକୁ ପିଇ ପାରିବେ।ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ଵାରା ଆପଣ ମାନଙ୍କ ଶରୀରରେ ବହୁତ ପରିବର୍ତ୍ତନ ଆସିବ।

Leave a Reply

Your email address will not be published. Required fields are marked *