March 21, 2025

Odia Express

Leading Odia News Portal of Odisha

ଯଦି ସ୍ୱପ୍ନରେ ଦେଖାଯାଆନ୍ତି ଭାଗବାନ ଶିବ ତାହେଲେ ଜାଣନ୍ତୁ କଣ ହେବ ଆପଣଙ୍କ ସହିତ..

ନିଦରେ ସ୍ୱପ୍ନ ଆସିବ କିଛି ନୂଆ କଥା ନୁହେଁ କିନ୍ତୁ ଆପଣ କଣ ଜାଣିଛନ୍ତି ଏହା ଆସୁଥିବା ଭବିଷ୍ୟତକୁ ଇସାରା କରିଥାଏ।ସ୍ୱପ୍ନକୁ ବୁଝିବାକୁ କିଛିଲୋକ ସ୍ବପ୍ନଶାସ୍ତ୍ରର ସାହାଯ୍ୟ ନେଇଥାନ୍ତି ତ କିଛି ଲୋକ ଅନ୍ୟଠୁ ବୁଝିଥାନ୍ତି ଏବଂ ଅନ୍ୟ କିଛି ଲୋକ ଥାଆନ୍ତି ଯେଉଁମାନେ ସୂଚନା ଅଭାବରୁ କିଛି ଜାଣିପାରନ୍ତି ନାହିଁ।ଶୋଇବା ବେଳେ ଦେଖୁଥିବା ସ୍ୱପ୍ନର ଅନେକ ଅର୍ଥ ହୋଇପାରେ ଯାହା ଆମକୁ ଆସୁଥିବା ଭବିଷ୍ୟତର ସଂକେତ ଦେଇଥାଏ।

ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନ ବହୁତ ରହସ୍ୟମୟ ହୋଇଥାଏ।ଏହା କହିଥାଏ କି ପ୍ରତ୍ୟେକ ସ୍ୱପ୍ନର ଏକ ଖାସ ଅର୍ଥ ରହିଥାଏ।ବିଜ୍ଞାନ ଏହାକୁ ମାନୁ କିମ୍ବା ନୁହେଁ।ପ୍ରତ୍ୟେକ ସ୍ୱପ୍ନ ଆମ ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପକାଇଥାଏ କିନ୍ତୁ କେଉଁ ସ୍ୱପ୍ନ ଶୁଭ ଏବଂ କେଉଁ ସ୍ୱପ୍ନ ଅଶୁଭ ଏହା ଆମକୁ ସ୍ୱପ୍ନ ଶାସ୍ତ୍ର ହି ଦେଇଥାଏ।ଆଜି ଆମେ ଆପଣଙ୍କୁ ମହାଦେବ ଏବଂ ତାଙ୍କ ସହ ଯୋଡିଥିବା ଵସ୍ତୁ ବିଷୟରେ କହିବୁ।

ସ୍ୱପ୍ନଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଶିବଙ୍କର ଦେଖାଯିବା ଏବଂ ବାରମ୍ବାର ଆସିବା ଏକ ଖାସ ସନ୍ଦେଶ ଦେଇଥାଏ।ଶିବଲିଙ୍ଗକୁ ଭାଗବନ ଶିବଙ୍କର ହି ସ୍ୱରୂପ ମାନାଯାଇଛି।ଯେକୌଣସି ସୋମବାର ହେଉ ଶିବଲିଙ୍ଗର ପୂଜା ଭାଗବାନ ଶିବଙ୍କୁ ପ୍ରସନ୍ନ କରିବାର ଏକ ବଡ ମାଧ୍ୟମ ହୋଇଥାଏ।ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଶିବଲିଙ୍ଗ ଦେଖାଯିବା ଅତ୍ୟନ୍ତ ଶୁଭ ହୋଇଥାଏ।ଏହି ସ୍ୱପ୍ନ ଜୀବନରେ ସମସ୍ତ ଅସୁବିଧାକୁ ନାଶ କରିଥାଏ।ଏଥିସହିତ ଯଦି ଆପଣ ବହୁତ ଦିନଧରି ସମସ୍ୟାରେ ଅଛନ୍ତି ଏବଂ ଆପଣଙ୍କୁ ସ୍ୱପ୍ନରେ ଶିବଲିଙ୍ଗ ଦେଖାଗଲା ତାହେଲେ ଜାଣିନିଆନ୍ତୁ ଆପଣଙ୍କ ସମସ୍ୟା ଅତିଶୀଘ୍ର ଦୁର ହେବାକୁ ଯାଉଛି।ସ୍ୱପ୍ନରେ ଶିବାଲିଙ୍ଗର ଆସିବା ଆର୍ଥିକ ସୁଧାର ଆଡକୁ ଇସାରା କରିଥାଏ।ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇପାରେ।

ସ୍ବପ୍ନଶାସ୍ତ୍ର ଅନୁସାରେ ଯଦି ସ୍ୱପ୍ନରେ ଶିବଲିଙ୍ଗ ଦର୍ଶନ ହେଉଛି ତାହେଲେ ମନ୍ଦିରକୁ ଯାଇ ଶିବଲିଙ୍ଗ ଉପରେ ଖୀର ଚଢାନ୍ତୁ।ଏହା ଦ୍ୱାରା ଭାଗବନ ଶିବ ପ୍ରସନ୍ନ ହୋଇଥାନ୍ତି।ସେହିପରି ଯଦି ଆପଣଙ୍କୁ ସ୍ୱପ୍ନରେ ଶିବଙ୍କର ଚନ୍ଦ୍ର ଦେଖାଯାଏ ତାହେଲେ ଏହା ଆପଣଙ୍କୁ ଜ୍ଞାନ ସମ୍ଭନ୍ଧିତ ସୂଚନା ଦେଇଥାଏ।ସମ୍ଭବ ଅଟେ କି ଜଲଦି ହି ଆପଣଙ୍କୁ କୌଣସି ବଡ ନିଷ୍ପତି ନେବାକୁ ପଡିବ।ଏହା ବିବାହ କିମ୍ବା ଶିକ୍ଷା ଆଦି କ୍ଷେତ୍ରରେ ହୋଇପାରେ।ଯଦି ଆପଣ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଉଛନ୍ତି ଏବଂ ଏପରି ସ୍ୱପ୍ନ ଦେଖନ୍ତି ତାହେଲେ ଜାଣିନିଅନ୍ତି ଏହା ସଫଳତା ଆଡକୁ ହି ଇସାରା କରୁଛି।ଯଦି ଆପଣ ଶିବ ପାର୍ବତୀଙ୍କ ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହା ଆପଣଙ୍କୁ ବିବାହ ସମ୍ବନ୍ଧରେ ସୂଚନା ଦେଇଥାଏ।ଏହାର ଅର୍ଥ ହେଉଛି ନୂଆ ଅବସର ଆପଣଙ୍କ ପାଖକୁ ଆସିପାରେ।

ଯଦି ସ୍ୱପ୍ନରେ ଭାଗବନ ଶିବଙ୍କର ଅର୍ଧନାରୀଶ୍ୱର ବେଶ ଦେଖାଯାଏ ତାହେଲେ ଜାଣି ନିଅନ୍ତୁ କି ଆପଣକୁ ଜଲଦି ହି ନୂଆ ଅବସର ମିଳିପାରେ।ଧନ ସମ୍ପତ୍ତି ସହ ଯୋଡ଼ା ଶୁଭ ସମାଚାର ମଧ୍ୟ ମିଳିପାରେ।ଏମିତି ତ ଶିବଙ୍କର ତାଣ୍ଡବ ଶୁଭ ମନାଯାଏନାହିଁ କାରଣ ଏହା ତାଙ୍କର ରୁଦ୍ର ରୂପ ହୋଇଥାଏ ଏବଂ ଏଥିରେ ସେ ବହୁତ କ୍ରୋଧିତ ମଧ୍ୟ ଥାନ୍ତି କିନ୍ତୁ ଯଦି ଆପଣ ସ୍ୱପ୍ନ ଶିବଙ୍କର ଏହି ରୂପ ଦେଖିଥାନ୍ତି ତାହେଲେ ଏହା କହିଥାଏ କି ଆପଣଙ୍କ ସମସ୍ୟା ଜଲଦି ହି ସମାପ୍ତ ହୋଇଯିବ।

ଯଦି ଆପଣ ସ୍ୱପ୍ନରେ ଶିବ ମନ୍ଦିର ଦେଖନ୍ତି କି ମନ୍ଦିର ଯାଆନ୍ତି ତାହେଲେ ଏହା ଶୁଭ ସଂକେତ ହୋଇଥାଏ।ଯଦି ଆପଣ କୌଣସି ରୋଗରେ ଗ୍ରସ୍ତ ଅଛନ୍ତି ତାହେଲେ ଏହା ସବୁକିଛି ଠିକ ହେବା ଆଡକୁ ସଂକେତ କରିଥାଏ।ଭାଗବାନ ଶିବଙ୍କର ତ୍ରିଶୂଳକୁ ଶକ୍ତିର ସ୍ରୋତ ମଣାଯାଇଅଛି।ଯଦି କାହାକୁ ସ୍ୱପ୍ନରେ ଏହାର ଦର୍ଶନ ହୋଇଥାଏ ତାହେଲେ ଏହା ମଧ୍ୟ ଏକ ଶୁଭ ସଂକେତ ହୋଇଥାଏ ଯାହା ଆପଣଙ୍କର ସମସ୍ତ ସମସ୍ୟା ନଷ୍ଟ କରିଥାଏ ଏବଂ ସମସ୍ୟା ସହ ଲଢ଼ିବାକୁ ଶକ୍ତି ପ୍ରଦାନ କରିଥାଏ।

ଯଦି ସ୍ୱପ୍ନରେ ଆପଣଙ୍କୁ ଶିବଙ୍କର ଡମ୍ବୁରୁ ଦେଖାଯାଏ ତାହେଲେ ଏହା ଏକ ଶୁଭ ସଂକେତ ଅଟେ।ଏହା କହିଥାଏ କି ଶୀଘ୍ର ହି ଆପଣଙ୍କୁ କିଛି ଖୁସି ଖବର ମିଳିପାରେ।ସେହିପରି ଶିବଙ୍କର ତୃତୀୟ ନୟନ ସତର୍କତା ଏବଂ ଜାଗ୍ରତ ବିଷୟରେ କହିଥାଏ।ଏହା ଆପଣଙ୍କୁ ଜୀବନରେ କିଛି ମହତ୍ୱପୂର୍ଣ୍ଣ ବଦଳାଇବାର ସଂକେତ ଦେଇଥାଏ।ଏହାସହିତ ସ୍ୱପ୍ନରେ ଶିବଙ୍କର ସାପର ଦେଖାଯିବା ମଧ୍ୟ ଏକ ସୁଭସଙ୍କେତ ମନାଯାଇଅଛି।ଏହା ଆର୍ଥିକ ଲାଭ ଆଡକୁ ଇସାରା କରିଥାଏ।

Leave a Reply

Your email address will not be published. Required fields are marked *