ଚଳନ୍ତା ବୁଲନ୍ତା ମିଛ ଡିଟେକ୍ଟର ହୋଇଥାନ୍ତି ଏହି ଲୋକ,ଏମାନଙ୍କ ଆଗରେ କେବେ ମିଛ କହନ୍ତୁ ନାହିଁ,ଧରା ପଡିବେ…

ସାଙ୍ଗମାନେ ଯେତେବେଳେ ଆପଣଙ୍କ ଆଗରେ କେହି ମିଛ କହିଥାଏ ତାହେଲେ ଆପଣ ସେହି ସ୍ଥିତିକୁ କିପରି ସମ୍ଭାଳିଥାନ୍ତି ଏବଂ ଆପଣଙ୍କୁ କିପରି ଏମିତି ସଙ୍କେତ ମିଳିଥାଏ ଯାହା କହିଥାଏ ସାମ୍ନାରେ ଥିବା ବ୍ୟକ୍ତି ମିଛ କହୁଛି ବୋଲି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶି ରହିଅଛି ଯାହା ଭିତରେ ମିଛ କହୁଥିବା ବ୍ୟକ୍ତିକୁ ଜାଣିବାର କଳା ରହିଥାଏ।ତାଙ୍କୁ ସାମ୍ନା ବ୍ୟକ୍ତିର ଭାବଢଙ୍ଗ,ଆଖିପତା ପକେଇବା କିମ୍ବା କଥା କହିବା ସମୟରେ ଅଲଗା ଆଡକୁ ଅନେଇବା ଦ୍ୱାରା ଏହାର ଅନ୍ଦାଜା ହୋଇଯାଇଥାଏ।ହେଇପାରେ କେତେକ ଥର ଏହି ସଂକେତ ଦ୍ୱାରା ମିଛ କହୁଥିବା ବ୍ୟକ୍ତି ବିଷୟରେ ଜଣା ନ ପଡିପାରେ କିନ୍ତୁ କିଛି ଲୋକଙ୍କ ଠାରେ ଜନ୍ମରୁ ହି ଏହି କଳା ରହିଥାଏ ଯାହାଦ୍ୱାରା ସେମାନେ ଲୋକଙ୍କୁ ଦେଖିକରି କି ଜାଣିନିଅନ୍ତି ସେମାନେ ମିଛ କହୁଛନ୍ତି କି ନାହିଁ।ତେବେ ଆସନ୍ତୁ ଜାଣିବା କେଉଁମାନେ ହେଉଛନ୍ତି ସେହି ରାଶି।
ସବୁଠୁ ପ୍ରଥମ ହେଉଛି କନ୍ୟା ରାଶି।କନ୍ୟାରାଶି ଜାତକଙ୍କ ଆଗରେ ମିଛ କହିବା ପାଇଁ ଆପଣଙ୍କ ପାଖରେ ଭଲ କ୍ଷମତା ଥିବା ଦରକାର।ଏମାନେ ଚାଲିଲା ବୁଲିଲା ସମୟରେ ମିଛ ଡ଼ିଟେକ୍ଟର ମେସିନ ଭଳି କାମ କରନ୍ତି।ଏମାନେ ବହୁତ ଫୁର୍ତିଲା ହୋଇଥାନ୍ତି ଏବଂ ମିଳୁଥିବା ସବୁ ସୂଚନାର ଅଧ୍ୟୟନ କରିଥାନ୍ତି ଏବଂ ଏହା ସବୁ ସେମାନେ କେବଳ ମଜା ପାଇଁ କରିଥାନ୍ତି।ଯଦି ତାଙ୍କ ସାମ୍ନାରେ କିଏ ମିଛ କହିବାର ଚେଷ୍ଟା ବ କରେ ତାହେଲେ ସେମାନେ ଏହି ସବୁ ସୂଚନାର ଭଲ ଭାବରେ ପ୍ରୟୋଗ ମଧ୍ୟ କରିପାରନ୍ତି।ମଜାଦାର କଥା ଏହା କି ଏମାନଙ୍କ ସେନ୍ସ ବିଷୟରେ ଜାଣି ମିଛ କହୁଥିବା ବ୍ୟକ୍ତି ହଡ଼ବଡେଇ ଯାଇଥାଏ ଏବଂ ଏମାନଙ୍କ ଉପରେ ଦୋଷ ଦେଇଥାଏ।
ଦ୍ୱିତୀୟ ହେଉଚି ମିଥୁନ ରାଶି।ଏମାନେ କଥାବାର୍ତ୍ତାର କଳାରେ ଶୀର୍ଷରେ ଆସନ୍ତି ଏବଂ ଏମାନଙ୍କ ସାମ୍ନାରେ ମିଛ କହିବା ବିଷୟରେ ବି ଭାବିବା ଭୁଲ ହୋଇଥାଏ।ଯଦି ଏହି ରାଶିର ଲୋକଙ୍କୁ ଟିକେ ବି ଆଭାସ ହୋଇଯାଏ କି ସାମ୍ନାରେ ଥିବା ବ୍ୟକ୍ତି ମିଛ କହୁଛି ବୋଲି ତ ସେମାନେ ଜାଣିଛନ୍ତି ସେହି ବ୍ୟକ୍ତି କୁ ପ୍ରଶ୍ନ ପଚାରି କିପରି ଫସେଇହେବ।ଏହି ରାଶିର ଜାତକ କଣ ମିଛ କୁହାଯାଉଛି ତାକୁ ହି ନୁହଁ କିପରି ମିଛ କୁହାଯାଉଛି ତାକୁ ନେଇକରି ମଧ୍ୟ ସତର୍କ ରହିଥାନ୍ତି।
ତୃତୀୟ ହେଉଛି ବୃଷ ରାଶି।ଏହି ରାଶି ବ୍ୟକ୍ତିଙ୍କ ସାମ୍ନାରେ ମିଛ କହିବା ଏକ ଖରାପ ଭାବନା ଅଟେ।ଏମାନଙ୍କୁ ମିଛ ଖୋଜିବାରେ ଅଧିକ ସମୟ ଲାଗିନଥାଏ।ଏମାନେ ସ୍ୱଭାବରୁ ଟିକେ ଖୋଜି ଏବଂ ଜାସୁସ ଭଳି ହୋଇଥାନ୍ତି।ଏମାନେ ସତ ନ ଖୋଜି କେବେ ବସନ୍ତି ନାହିଁ,ଏଥିପାଇଁ ତାଙ୍କର ଯେତେ ସମୟ ଏବଂ ପରିଶ୍ରମ ଲାଗୁନା କାହିଁକି।ମିଛର ଖୋଜ କରିବା ପରେ ଏମାନେ ସେହି ସ୍ଥିତିକୁ ନିଜ ଉପାୟରେ ବ୍ୟବହାର କରନ୍ତି ଏବଂ ଜାଣିଥାନ୍ତି ସେହି ବ୍ୟକ୍ତିକୁ କେଉଁ ଦଣ୍ଡ ଦିଆଯିବ।
ଚତୁର୍ଥ ହେଉଛି ମକର ରାଶି।ଏହି ରାଶିର ଲୋକ ନିଜେ ସତର ସାଥ ଦେଲା ଭଳି ହୋଇଥାନ୍ତି।ଏମାନେ କେତେକ ଥର କୌଣସି ବ୍ୟକ୍ତିର କଥା ଉପରେ ବିଶ୍ୱାସ କରିବା ପାଇଁ ଅଧିକ ସମୟ ନେଇଥାନ୍ତି।ଏମାନେ ସିଧା ସାମ୍ନାରେ ଥିବା ବ୍ୟକ୍ତିର ଆଖିକୁ ଅନେଇଥାନ୍ତି ଏବଂ ଯଦି ସେହି ବ୍ୟକ୍ତି ନିଜ ଆଖି ତଳକୁ କରିନିଏ ତାହେଲେ ଏମାନେ ସେହି ବ୍ୟକ୍ତିର କଥାରେ କେତେ ସତ୍ୟତା ଅଛି ଜାଣିନିଅନ୍ତି।ଆପଣଙ୍କୁ ପ୍ରମାଣ କରିବାକୁ ହେବ ଆପଣ ସତ କହୁଛନ୍ତି ଅନ୍ୟଥା ଏମାନେ ଆପଣଙ୍କ ଉପରେ ବିଶ୍ୱାସ କରିବେ ନାହିଁ।