March 21, 2025

Odia Express

Leading Odia News Portal of Odisha

ପିଲାମାନଙ୍କ ନଖରାକୁ କିପରି ସମ୍ଭାଳିବେ ଜାଣନ୍ତୁ – ଏହି ଉପାୟ ଗୁଡିକ କଲେ ପିଲା ଅତି ସରଳ ଓ ଶାନ୍ତ ହେବେ..

ଗୋଟିଏ ବର୍ଷ ପିଲା ୟଶର ମା ବହୁତ ଚିନ୍ତିତ ଅଛନ୍ତି କାରଣ ୟଶ ବିଭିନ୍ନ କାରଣ ପାଇଁ ଜିଦ କରିବାରେ ଲାଗିଛି।କେବେ କୋଲ୍ଡଡ୍ରିଙ୍କ ପାଇଁ ତ କେବେ ଅନ୍ୟ କୌଣସି ଖେଳନା ପାଇଁ।ଏମିତିରେ କ୍ଷୀର ବୋତଲକୁ ବି ଫୋପାଡି ଦେଉଚି। ତା ମାକୁ ଏହା ବୁଝିଆସୁନି ଯେ ୟଶ ର ଏହି ବଦଳିବା କୁ କେମିତି ବନ୍ଦ କରିବ। ଏଇଟା ୟଶର ଗାଳି ଖାଇବା ବୟସ ନୁହ। ତା ଉପରେ ଚିଲେଇବା ବୟସ ମଧ୍ୟ ଏଇଟା ନୁହଁ।ୟଶ ଏବେ ଅନୁଶାସନ କୁ ବୁଝିବ ନାହିଁ।କିନ୍ତୁ ମନୋବିଜ୍ଞାନ ଗବେଷକଙ୍କ ମତ ଏହାଠାରୁ ଅଲଗା।

ଏକ ବର୍ଷର ପିଲାକୁ ଅନୁଶାସନ ସିଖେଇବା ମାନେ ତାକୁ ସାମାଜିକ କରିବା।ଯେମିତି ଭୁଲ ଜିନିଷରୁ ପିଲାଙ୍କ ଧ୍ୟାନ ହଟାଇବା।ପିଲାମାନେ ଦୁଷ୍ଟ ତ ନିଶ୍ଚୟ ହେବେ।ଖେଳ ଖେଳରେ ସେମାନେ ଏମିତି କାମ କରି ପକେଇବେ ଯାହା ଭୁଲ ଅଟେ।ଏହାଦ୍ବାରା ପିଲାମାନେ ଖଣ୍ଡିଆ ଖାବରା ମଧ୍ୟ ହୋଇପାରନ୍ତି।ଯେମିତି ସେମାନେ ଏକ ଉଚ୍ଚା ଚେୟାର ଉପରେ ଚଢ଼ିବାକୁ ଚେଷ୍ଟା କରିବେ ଯେଉଁଥିରୁ ସେମାନେ ତଳେ ମଧ୍ୟ ପଡିପାରନ୍ତି।

ଆପଣ ତାର ଧ୍ୟାନ ହଟାଇବାକୁ ଚେଷ୍ଟା କରନ୍ତୁ।ଯେପରି ଆପଣ ପିଲା ହାତରେ ଏକ ଖେଳନା ଧରାଇ ଦିଅନ୍ତୁ ଦେଖିବେ ସେ ଏକଦମ ଶାନ୍ତ ହୋଇଯିବ।ପ୍ରତି ବ୍ୟକ୍ତିକୁ ନିୟମ ମାନି ଚଳିବାକୁ ହୋଇଥାଏ କିନ୍ତୁ ପିଲାଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ବିପରୀତ।ପିଲା ମାନଙ୍କ କ୍ଷେତ୍ରରେ ଏହି ନିୟମ ଅତି ସାଧାରଣ ହୋଇଥାଏ।ପିଲା ଯେତେବେଳେ ଗୋଟିଏ ନିୟମକୁ ମାନିଥାଏ ତେବେ ସେ ସ୍ଵୟଂ ଦ୍ଵିତୀୟ ନିୟମକୁ ମାନିବ।ତାକୁ ଜୋର କରି ଅନୁଶାସନ ଶିଖନ୍ତୁ ନାହିଁ।

ଯଦି ପିଲା କୌଣସି କଥାକୁ ନେଇ ଜିଦ କରୁଛି ଆଉ ସେହି କଥାଟି ଭୁଲ ତ ତା ଜିଦ ଆଗରେ ଆପଣ ହାରିଯାନ୍ତୁ ନାହିଁ।କାରଣ ପିଲା ଯେତେବେଳେ ଆଉଥରେ ଜିଦ କରିବ ସେତେବେଳେ ସେ ଆପଣଙ୍କ କଥା ଶୁଣିବ ନାହିଁ।ପିଲାକୁ ଅନୁଶାସନ କରିବା ପାଇଁ ଏହା ପିଲା ଜାଣିବା ଜରୁରୀ ଯେ ତାର ସବୁ ଜିଦ ପୁରଣ ହୋଇପାରିବ ନାହିଁ।ପିଲାକୁ କେବେ ବି କଡ଼ା ଭାଷାରେ ତାଗିଦ କରନ୍ତୁ ନାହିଁ।ତାକୁ ଯଥାସମ୍ଭବ ବୁଝାଇବାକୁ ଚେଷ୍ଟା କରନ୍ତୁ।ତାକୁ ଭଲ ଓ ଖରାପ ମଧ୍ୟରେ ଫରକ ଶିଖାନ୍ତୁ।

ମାତାପିତାଙ୍କ ମଧ୍ୟରେ ଜମା ମତଭେଦ ନ ରହିବା ଆବଶ୍ୟକ।ମାତାର ତାଗିଦ ଅଲଗା ପ୍ରକାର ହୋଇଥାଏ ଓ ପିତାର ତାଗିଦ ଅଲଗା ହୋଇଥାଏ।ଏମିତିରେ ପିଲା ଠିକ ଭୁଲ ର ବିଚାର ଜାଣିପାରେ ନାହିଁ।ପିଲାଙ୍କୁ ସବୁବେଳେ ଠିକ ଜିନିଷ ସିଖାନ୍ତୁ।ପିଲା ମାନେ ଆପଣଙ୍କ ଧ୍ୟାନ ଚାହିଁଥାନ୍ତି।ପିଲାମାନଙ୍କୁ ଲାଗେ ଯେ ଯଦି ବାରମ୍ବାର କାନ୍ଦିବା ଦ୍ଵାରା ମାତାପିତାଙ୍କ ଧ୍ୟାନ ମିଳୁଚି ତ ସେମାନେ ସବୁବେଳେ କାନ୍ଦିବେ।ସବୁବେଳେ ଧ୍ୟାନ ରଖନ୍ତୁ କି ପିଲାର ମନ ଯେପରି ଖରାପ ଆଡ଼କୁ ନଯାଉ।

Leave a Reply

Your email address will not be published. Required fields are marked *