ତମ୍ବା ବାସନରେ ପାଣି ସହ ମହୁ ମିଶେଇ କରନ୍ତୁ ଏହି ପ୍ରୟୋଗ। ଦ୍ୱାରା କରିବେ ଲଷ୍ମୀ ଏବଂ ମିଳିବ ଭାଗ୍ୟର ସାଥ…

ସମସ୍ତଙ୍କୁ ମାନସମ୍ମାନ ଏବଂ ପ୍ରସିଦ୍ଧି ମିଳେନାହିଁ କିନ୍ତୁ ଏହାକୁ ପାଇବାର କାମନା ସମସ୍ତଙ୍କ ମନରେ ରହିଥାଏ।ପ୍ରସିଦ୍ଧି ପାଇବାର ମାନେ କେବଳ ଏହା ନୁହେଁ ହି ଆପଣ ପୁରା ଦୁନିଆରେ ଜଣାହେବେ କିନ୍ତୁ ଯେଉଁଠି ଆପଣ କାମ କରୁଛନ୍ତି ସେଠି ଆପଣଙ୍କର ଭଲ କାମ କରିବା ଏବଂ ସେଥିରୁ ଉନ୍ନତି କରିବା ଦ୍ୱାରା ମଧ୍ୟ ପ୍ରସିଦ୍ଧି ମିଳିଥାଏ।କୌଣସି କାମ ପାଇଁ ପରିଶ୍ରମଠୁ ବଡ ଏବଂ ଭଲ ବିକଳ୍ପ ଆଉ କିଛି ନାହିଁ।ସଚ୍ଚୋଟ ଭାବନାରେ ଠିକ ଦିଗରେ କରାଯାଇଥିବା ପ୍ରୟାସ ନିଶ୍ଚୟ ସାର୍ଥକ ହୋଇଥାଏ ଏବଂ ସଫଳତା ମଧ୍ୟ ଦେଇଥାଏ କିନ୍ତୁ ଅନାବଶ୍ୟକ ଜିନିଷରୁ ବଞ୍ଚିବା ଏବଂ ନିଜ କର୍ମପଥରେ କୌଣସି ସମସ୍ୟାରୁ ବଞ୍ଚିବା ପାଇ କିଛି ଜ୍ୟୋତିଷ ପ୍ରୟୋଗ ବହୁତ କାମରେ ଆସିଥାଏ।
ଏହାର ଅର୍ଥ ଏହା ନୁହେଁ କି ଏହାକୁ କରିବା ଦ୍ୱାରା ଆପଣ ନିଜ କାମ ପାଇଁ ପରିଶ୍ରମ ଏବଂ ପ୍ରୟାସ କରିବା ଛାଡ଼ିଦେବେ।ଏହି ପ୍ରୟୋଗ ଏଥିପାଇଁ ହୋଇଥାଏ କି ଆପଣ କରିଥିବା ପ୍ରୟାସର ବହୁତ ଭଲ ଏବଂ ବଡ ସାର୍ଥକ ପରିଣାମ ମିଳିବ।ଏଠି ଆମେ ଆପଣଙ୍କୁ ପାଣିର ଏକ ପ୍ରୟୋଗ କହୁଛୁ ଯାହା ପ୍ରତି ରାତିରେ କରିବା ଦ୍ୱାରା ବ୍ୟକ୍ତିକୁ ନିଜ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିଥାଏ ଏବଂ ଏହା ସହିତ ତାକୁ ଉନ୍ନତି ଏବଂ ଧନର ପ୍ରାପ୍ତି ମଧ୍ୟ ହୋଇଥାଏ।ତ ଆସନ୍ତୁ ଜାଣିବା ଏହି ପ୍ରୟୋଗ ବିଷୟରେ।
ଏହି ପ୍ରୟୋଗ କରିବା ପାଇଁ ଆପଣଙ୍କ ପାଖରେ ତମ୍ବାର ଏକ ଛୋଟ ଲୋଟା ରହିବା ଉଚିତ ଅଥବା ଏହି ଧାତୁରେ ତିଆରି କୌଣସି ବାସନ ଯେଉଁଥିରେ ପାଣି ରଖାଯାଇପାରିବା।ରାତିରେ ଶୋଇବା ପୂର୍ବରୁ ଏହି ବାସନରେ ପିଇବା ପାଣି ରଖି ସେଥିରେ ଟିକେ ମହୁ ମିଶାନ୍ତୁ।ଏବେ ଯଦି ଆପଣଙ୍କ ପାଖରେ ସୁନା କିମ୍ବା ଚାନ୍ଦିର କୌଣସି କଏନ ଅଛି ତାହେଲେ ସେଥିରେ ପକାନ୍ତୁ।ଯଦି ନଥାଏ ତାହେଲେ ସୁନା କିମ୍ବା ଚାନ୍ଦିର କୌଣସି ମୁଦି ପକେଇ ଦିଅନ୍ତୁ।ଏହି ବାସନକୁ ଯେଉଁ ପଟେ ଆପଣ ମୁଣ୍ଡ କରିକି ଶୋଉଛନ୍ତି ସେହି ପଟରେ ରଖନ୍ତୁ।ମନେ ରଖନ୍ତୁ ଏହାକୁ ମୁଣ୍ଡର ପୁରା ପାଖରେ ରଖିବେ ନାହିଁ ଏହାକୁ ଟିକେ ଦୂରରେ ରଖିବେ।ସକାଳୁ ଉଠୁ ଉଠୁ ନିଜ ଇଷ୍ଟଦେବଙ୍କୁ ମନେ କରି ଏହି ପାଣିକୁ ପିଇଦିଅନ୍ତୁ।ଧ୍ୟାନ ରଖିବେ କି ଏହା ପୂର୍ବରୁ ଆପଣଙ୍କୁ କୁଳୁକୁଚା ମଧ୍ୟ କରିବାର ନାହିଁ।ଏହାପରେ ଆପଣ ନିଜର ସବୁ ନିୟମିତ କାର୍ଯ୍ୟ କରନ୍ତୁ।
ଆପଣ ଦେଖିବେ କିଛି ଦିନରେ ଆପଣଙ୍କୁ ଚାକିରୀ,ବ୍ୟବସାୟ ତଥା ଉଚ୍ଚଶିକ୍ଷା ଯେଉଁଥିରେ ବି ଆପଣଙ୍କ ମନ ଥିବା ସେଥିରେ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବାରେ ଲାଗିବ ଏବଂ ଲୋକ ଆପଣଙ୍କୁ ନିଜ କାର୍ଯ୍ୟ ପାଇଁ ଜାଣିବାରେ ଲାଗିବେ।ସମାଜ ଏବଂ ଅଫିସରେ ଆପଣଙ୍କ ସମ୍ମାନ ବଢିବ ଏବଂ ନୂଆ ସ୍ରୋତର ଏବଂ ଧନ ପ୍ରାପ୍ତିର ନୂଆ ସ୍ରୋତ ମଧ୍ୟ ଖୋଲିବ।ଏହାସହିତ ବୈବାହିକ ଜୀବନ ମଧ୍ୟ ସୁଖମୟ ହେବ।
ତ ସାଙ୍ଗମାନେ ଏହା ଥିଲା ତମ୍ବା ପାତ୍ରର ପ୍ରୟୋଗ।ଆପଣଙ୍କୁ ଏହି ଆର୍ଟିକିଲ କିପରି ଲାଗିଲା ଆମକୁ ନିଶ୍ଚୟ କହିବେ ଏବଂ ନିଜ ବନ୍ଧୁ ଏବଂ ପରିବାର ମଧ୍ୟରେ ସେୟାର ଅବଶ୍ୟ କରିବେ।ନମସ୍କାର।