February 14, 2025

Odia Express

Leading Odia News Portal of Odisha

ଏହି ଉପାୟ ଗୋଟେ ଥର ବ୍ୟବହାର କରିବାମାତ୍ରେ ଆପଣଙ୍କ ଇମ୍ୟୁନିଟି ବଢିବା ସଙ୍ଗେସଙ୍ଗେ ଆପଣଙ୍କ ଖାଦ୍ୟ ପାଇଁ ଥିବା ଅରୁଚି ଦୂର ହୋଇଯିବ

ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଯଦି ଜ୍ୱର ହେବା କାରଣରୁ ଆପଣଙ୍କ ମୁହଁ ଏବଂ ସ୍ୱାଦ ଖରାପ ହୋଇଯାଇଛି।କିମ୍ବା ଆପଣଙ୍କୁ ଭୋକ କରୁ ନାହିଁ।କିମ୍ବା ଜ୍ୱରରୁ ଉଠିବାପରେ ଆପଣଙ୍କୁ କିଛି ଖାଇବାକୁ ମନ କରୁନାହିଁ ଏବଂ ଆପଣଙ୍କ ପାଟିର ସ୍ୱାଦ ଠିକ ରହୁ ନାହିଁ।ତେବେ ଆଜି ଆମେ ଆପଣଙ୍କୁ ଏପରି ଉପାୟ ବତାଇବୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ସ୍ୱାଦ ଠିକ ରହିବା ସଙ୍ଗେସଙ୍ଗେ ଆପଣଙ୍କୁ ଦୁଇ ମିନିଟ ମଧ୍ୟରେ ଖାଇବାକୁ ମନ କରିବ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।

ଏହି ଉପାୟ କୌଣସି ନୂଆ ନୁହେଁ ଏହାକୁ ଆମର ବଡ଼ ଜେଜେବାପା ଏବଂ ଜେଜେମାଆ ତାଙ୍କ ସମୟରେ ବ୍ୟବହାର କରୁଥିଲେ।ଏବଂ ଏହା ବହୁତ ଫଳଦାୟୀ ଥିଲା।ଏହି ଉପାୟ ଆପଣଙ୍କ ପାଚନ ତନ୍ତ୍ରକୁ ଠିକ କରିଥାଏ, ଅନେକ ପ୍ରକାର ରୋଗ ଭଲ କରିଥାଏ ଏବଂ ପେଟ ଜନିତ ଅନେକ ସମସ୍ୟା ଯେପରି ଗ୍ୟାସ ହେବା ବଦ ହାଜମି ହେବା ଖାଦ୍ୟ ହଜମ ନ ହେବା ଏହି ସବୁ ଅସୁବିଧା ଦୂର କରିଥାଏ।ଏହା ସହିତ ଯଦି ଆପଣଙ୍କ ଖାଇବାରେ ଅରୁଚି ଥାଏ ତାକୁ ଦୂର କରିଥାଏ ଏବଂ ଖାଇବାର ମନ ନକଲେ ତାକୁ ମଧ୍ୟ ଦୂର କରିଥାଏ ଏବଂ ଆପଣଙ୍କୁ ଖାଇବାରେ ଇଚ୍ଛା ଆସିଥାଏ।ଏହା ଏକ ଘରୋଇ ଉପାୟ ଅଟେ ଏବଂ ବହୁତ କମ ଖର୍ଚ୍ଚରେ ଏବଂ ଅତି ସହଜରେ ଏହା ପ୍ରସ୍ତୁତ ହୋଇଜାଇଥାଏ।

ଏଥିପାଇଁ ଆପଣଙ୍କୁ ସର୍ଵପ୍ରଥମେ ଦରକାର ହେବ ଏକ ଲେମ୍ବୁ।ଏବଂ ସେହି ଲେମ୍ବୁ ଦେଖିବେ ଯେପରି ହଳଦିଆ ରଙ୍ଗର ହୋଇଥିବ।ଆପଣ ଏଠାରେ ସବୁଜ ରଙ୍ଗର ଲେମ୍ବୁ ନିଅନ୍ତୁ ନାହିଁ।କାରଣ ସେଥିରେ ରସ କମ ପରିମାଣରେ ରହିଥାଏ।ଲେମ୍ବୁରୁ ଅରୁଚି ଦୂର ହୋଇଥାଏ।ଏବଂ ଏହା ଆମ ହଜମକ୍ରିୟା ବୃଦ୍ଧି କରିଥାଏ।ଏବଂ ଲେମ୍ବୁରେ ଭିଟାମିନ ସି ଥିବା କାରଣରୁ ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।ପ୍ରଥମେ ଲେମ୍ବୁ ନେଇ ତାହାକୁ ଛୁରି ସାହାଯ୍ୟରେ ଦୁଇ ଫାଳ କରିଦିଅନ୍ତୁ ଏବଂ ଏହାପରେ ସେଥିରୁ ମଞ୍ଜି ଅଲଗା କରିଦିଅନ୍ତୁ।ଏହାପରେ ଏହି ଲେମ୍ବୁରେ କଲିମିର୍ଚିର ପାଉଡର ପକାନ୍ତୁ।କେବଳ ଦୁଇ ଚିମୁଟା କାଲିମିର୍ଚି ପକାନ୍ତୁ।ଏବଂ ଏହାପରେ ଏଥିରେ ତିନିରୁ ଚାରି ଚିମୁଟା ସୈନ୍ଧବ ଲବଣ ପକାନ୍ତୁ।ଏହି ସୈନ୍ଧବ ଲବଣ ମଧ୍ୟ ଅରୁଚି ଦୂର କରିଥାଏ ଏବଂ ହଜମକ୍ରିୟାରେ ମଧ୍ୟ ଉର୍ଣ୍ଣତ୍ତି ଆଣିଥାଏ।

ଏହାପରେ ସେହି ଲେମ୍ବୁଫାଳକୁ କଣ୍ଟା ଚାମଚ ସହାୟତାରେ ଗରମ କରନ୍ତୁ।ଏବଂ ଯଦି କଣ୍ଟା ଚାମଚ ନାହିଁ ତେବେ ଏହାକୁ ଚିମୁଟା ସାହାଯ୍ୟରେ ଧରି ଚୂଲା ଉପରେ ମଧ୍ୟ ଗରମ କରିପାରିବେ।କିଛି ମିନିଟ ପର୍ଯ୍ୟନ୍ତ ଗରମ କରିବା ପରେ ଯେତେବେଳେ ତାହା ମଧ୍ୟରୁ ଫୋଟକା ବାହାରିବା ଆରମ୍ଭ ହେବ ସେତେବେଳେ ଏହାକୁ ବନ୍ଦ କରିଦିଅନ୍ତୁ।ଏହାପରେ ଏହା ପ୍ରସ୍ତୁତ ହୋଇଯିବ ଏବଂ ଆପଣ ଏହାର ଏକ ଏକ ବୁନ୍ଦା ରସ ଖାଇ ପାରିବେ ଏବଂ ଆପଣଙ୍କ ଅରୁଚି ଦୂର ହୋଇଯିବ।ଏବଂ ଅନ୍ୟ ଉପାୟରେ ଆପଣ ଏହା ପ୍ରସ୍ତୁତ ହୋଇଯିବାପରେ ଏକ ପାତ୍ରରେ ଲେମ୍ବୁର ସବୁ ରସ କାଢି ଚାମଚ ସାହାଯ୍ୟରେ ଖାଇ ପାରିବେ।ଏହାପରେ ଆପଣଙ୍କ ଅରୁଚି ଦୂର ହେବା ସଙ୍ଗେ ସଙ୍ଗେ ଦୁଇ ମିନିଟ ମଧ୍ୟରେ ଭୋକ ହେବା ଆରମ୍ଭ କରିଦେବ।ଏବଂ ଏହାଦ୍ୱାରା ଆପଣଙ୍କ ଇମ୍ୟୁନିଟି ପାୱାର ମଧ୍ୟ ବଢିବ।ଏହାକୁ ନିଶ୍ଚିତ ବ୍ୟବହାର କରନ୍ତୁ।

Leave a Reply

Your email address will not be published. Required fields are marked *