June 16, 2025

Odia Express

Leading Odia News Portal of Odisha

ଗୋଟିଏ ଥରରେ ଆପଣଙ୍କର ଜ୍ଵର ଭଲ ହୋଇଯିବ – ଜ୍ୱରରୁ ରକ୍ଷା ପାଇବା ପାଇଁ ଘରୋଇ ଉପାୟ..

ସାଙ୍ଗମାନେ ଏହି ସମୟରେ ଭାରତରେ କୋଭିଡ କେସ ବଢ଼ିବାରେ ଲାଗିଛି।ଯଦି ଏହି ସମୟରେ ଆପଣଙ୍କୁ ଥଣ୍ଡା କି ଜ୍ଵର ହେଲା ତ ଆପଣ ଡରି ଯାଆନ୍ତି ଓ ଭାବନ୍ତି କି କାଳେ ଆମକୁ ଆଉ କୋଭିଡର ସମସ୍ୟା ହେବନାହିଁ ତ।କିନ୍ତୁ ଆଜି ମୁଁ ଆପଣ ମାନଙ୍କୁ ଯେଉଁ ଉପାୟ କହିବି ତାହା ଦ୍ଵାରା ଯଦି ଆପଣଙ୍କୁ ସାମାନ୍ୟ ଜ୍ଵର ହେଇଥାଏ ତ ଏହା ସମ୍ପୂର୍ଣ୍ଣ ଭଲ ହୋଇଯିବ।ଏହି ଉପାୟ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଯିବ ଓ ଆପଣ କୋଭିଡ ମହାମାରିରୁ ମଧ୍ୟ ରକ୍ଷା ପାଇପାରିବେ।

ଏଥିପାଇଁ ପ୍ରଥମେ ଦରକାର ନିମ୍ବର ଛୋଟ ଛୋଟ ଡାଳ।ଆପଣ ଦେଖିଥିବେ ନିମ୍ବ ଗଛରେ ସରୁ ସରୁ ଡାଳମାନ ଓହଳି ରହିଥାଏ ଯେଉଁଥିରେ କି ପତ୍ର ନଥାଏ।ତ ଆପଣ ଯେଉଁଠି ବି ତାକୁ ଦେଖିବେ ଆପଣ ତାକୁ ସାଙ୍ଗରେ ଆଣିବେ।ଆପଣ ଏକ ଦୁଇ ଘଣ୍ଟା ପାଇଁ ବାହାରେ ଖୋଜିଲେ ଆରାମରେ ପାଇପାରିବେ।ଏହା ନିମ୍ବ ଗଛର ବଡ ବଡ ଶାଖା ମାନଙ୍କ ମଧ୍ୟରେ ଗୁଡେ଼ଇ ହୋଇ ରହିଥାଏ।ଏବେ ମୁଁ ଆପଣ ମାନଙ୍କୁ କହିବି ଏହାର ବ୍ୟବହାର କିପରି କରିବା ଉଚିତ।ଏହା ଦ୍ଵାରା ଆପଣ ଥଣ୍ଡା ଜ୍ଵର ଆଦି ରୋଗରୁ ମୁକ୍ତି ପାଇପାରିବେ।

ଏହା ଏକ ଆୟର୍ବେଦିକ ଜିନିଷ ଅଟେ ଓ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ।ଆପଣ ଏହାକୁ ସଂଗ୍ରହ କରିସାରିବା ପରେ ଛୁରୀ ସାହାଯ୍ୟରେ ଛୋଟ ଛୋଟ ଖଣ୍ଡରେ ପରିଣତ କରିଦେବେ।ଗୋଟିଏ ଦିନ ବ୍ୟବହାର ପାଇଁ ଆପଣ ୧୦ ବା ୧୨ ଟି ଖଣ୍ଡ କରିବେ।ଏହା ସମ୍ପୂର୍ଣ୍ଣ ସତେଜ ହୋଇଥିବା ଦରକାର।କାରଣ ଶୁଖିଯାଇଥିବା ଡାଳର କିଛି ବି ମହତ୍ତ୍ଵ ରହିନଥାଏ।ଆପଣ ଯେତେବେଳେ ବି ଆଣିବେ ସଜାଗ ରହିବେ କି ତାହା ବିଲକୁଲ ସବୁଜ ଥିବା ଆବଶ୍ୟକ।

ଆପଣ ଏକ ପାତ୍ରରେ କିଛି ପାଣି ନେଇ ଏହି ସବୁ ଖଣ୍ଡକୁ ସେଥିରେ ପକାଇ ଗ୍ୟାସରେ ବସାଇ ଦିଅନ୍ତୁ।ଆପଣ ଯେତେବେଳେ ଗରମ କରିବେ ସେତେବେଳେ ଦେଖିବେ ଯେ ପାଣିର ରଙ୍ଗ ପୁରା ସଫା ଥିବ।ଆପଣ ଏହାକୁ ପାଞ୍ଚ ଦଶ ମିନିଟ ସିଝାଇଦେବେ।ପାଞ୍ଚ ଦଶ ମିନିଟ ପରେ ଏହାର ରଙ୍ଗ ପୁରା ଚେଞ୍ଜ ହୋଇଯିବ।ହାଲକା ଲାଲ ରଙ୍ଗ ଏଠାରେ ଆପଣଙ୍କୁ ଦେଖିବାକୁ ମିଳିବ।ଆପଣ ଜାଣିବେ ଯେ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଗଲାଣି। ତା ପରେ ଏହାକୁ ଭଲ ଭାବେ ଛାଣି ଦିଅନ୍ତୁ।ଆପଣ ୧୫ ରୁ ୨୦ ମିନିଟ ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ିଦେବେ।ଏହାକୁ ଥଣ୍ଡା କରି ସାରିବା ପରେ ଆପଣ ପିଇବେ।ଆପଣ ଦିନରେ ଦୁଇ ଥର ଏହାକୁ ତିଆରି କରି ପିଇପାରିବେ।ଧ୍ୟାନ ରଖିବେ ନିମ୍ବ ଡାଳ ଗୁଡ଼ିକ ସତେଜ ରହିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *