March 18, 2025

Odia Express

Leading Odia News Portal of Odisha

ଦୁଇ ଥରର ବ୍ୟବହାର ପରେ ଆପଣଙ୍କ ମୁଣ୍ଡର ଉଙ୍କୁଣୀ ଦୂର ହୋଇଯିବ – ଲେମ୍ବୁ ଦ୍ୱାରା ଏହି ଉପାୟ ଆଜି କରନ୍ତୁ

ସାଙ୍ଗମାନେ ଆଜି ଆମେ ଏହି ଆର୍ଟିକିଲରେ ଆପଣଙ୍କୁ ଏପରି ଉପାୟ ବତାଇବୁ ଯାହା ମାଧ୍ୟମରେ ଆପଣ ନିଜ ଚୁଟିରୁ ଉଙ୍କୁଣୀ ଦୂର କରିପାରିବେ।ସେ ଅବା ଛୋଟ ପିଲା ହେଉ, ବୃଦ୍ଧ ହେଉ , ଯବାନ ହେଉ ହେଉ ,ପୁଅ ହେଉ କିମ୍ବା ଝିଅ ହେଉ ଥଣ୍ଡା ଋତୁରେ ସମସ୍ତିଙ୍କ ଚୁଟିରେ ଉଙ୍କୁଣୀର ସମସ୍ୟା ହୋଇଯାଇଥାଏ।ସେମାନଙ୍କ ଚୁଟିରେ ଉଙ୍କୁଣୀ ହେବା କାରଣରୁ ଚୁଟିରେ ବହୁତ ଅଧିକ କୁଣ୍ଡେଇ ହୋଇଥାଏ।

ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ଏକ ଏପରି ଉପାୟ ବତାଇବୁ ଯାହାର ପ୍ରୟୋଗ ଆପଣ ତିନି ଦିନ କରିବା ପରେ ଆପଣ ନିଜ ଚୁଟିରୁ ଉଙ୍କୁଣୀ ବହୁତ ସହଜରେ ହଟାଇପାରିବେ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଆପଣ ନିଜ ମୁଣ୍ଡରୁ ଅତି ସହଜରେ କିପରି ଉଙ୍କୁଣୀ ଦୂର କରିପାରିବେ।

ଏହି ଉପାୟ ପାଇଁ ଆପଣଙ୍କୁ ପ୍ରଥମ ଜିନିଷ ଦରକାର ଏକ ଲେମ୍ବୁ।ଲେମ୍ବୁ ମଧ୍ୟରେ ଭିଟାମିନ C ଥାଏ ଏବଂ ସାଇଟ୍ରିକ ଏସିଡ ଥାଏ।ଯାହା ଆମ ଚୁଟିରେ ରୂପି ସମସ୍ୟାକୁ ଦୂର କରିଥାଏ।ଏବଂ ଏହା ସହିତ ସବୁଠାରୁ ମୁଖ୍ୟ କାମ ଆମ ଚୁଟିରେ ଥିବା ଉଙ୍କୁଣୀକୁ ମଧ୍ୟ ନଷ୍ଟ କରିଥାଏ।ଆପଣ ଏଠାରେ ଏକ ଲେମ୍ବୁ ନେଇ ଏହାକୁ ଛୁରି ସାହାଯ୍ୟରେ ଦୁଇ ଫାଳ କରିଦିଅନ୍ତୁ।ଏହାପରେ ଏହି ଫାଳ କରିଥିବା ଲେମ୍ବୁକୁ ନେଇ ତାହାର ରସ ଏକ ପାତ୍ରରେ ଚିପୁଡି ଦିଅନ୍ତୁ।

ଲେମ୍ବୁକୁ ଏକ ପାତ୍ର ମଧ୍ୟରେ ଚିପୁଡିବା ପରେ ଆପଣଙ୍କୁ ଏହାପରେ ଦରକାର ହେବ କର୍ପୁର।କର୍ପୁରରେ କିଛି ଏପରି ତତ୍ୱ ଥାଏ ଯାହା ଆମ ଚୁଟିକୁ ଭଲ ମଜବୁତ ଏବଂ ଉଙ୍କୁଣୀ ମୁକ୍ତ କରିବାରେ ସାହାଯ୍ୟ କରିଥାଏ।କର୍ପୁରର ବ୍ୟବହାର ଆମେ ଆମ ଚୁଟିର ତ୍ୱଚାରେ କରିପାରିବା।ଏଠାରେ ଆପଣ ପୂଜାରେ ବ୍ୟବହାର କରାଯାଉଥିବା କର୍ପୁର ନେଇ ପାରିବେ।ଏହାପରେ ଦୁଇ ଖଣ୍ଡ କର୍ପୁର ନିଅନ୍ତୁ।ଏବଂ ଏହାକୁ ଆପଣ ହାତ ସାହାଯ୍ୟରେ ଭାଙ୍ଗି ଦିଅନ୍ତୁ।ଏହାକୁ ଆପଣ ଅତି ସହଜରେ ହାତ ଦ୍ୱାରା ଭାଙ୍ଗିପାରିବେ।

ତୃତୀୟ ଜିନିଷ ନେବାପୂର୍ବରୁ ଏହାକୁ ଭଲ ଭାବରେ ମିଶାଇଦିଅନ୍ତୁ।ଏହାପରେ ଆପଣ ତୃତୀୟ ଜିନିଷ ନିଅନ୍ତୁ ସୁଧ ସୋରିଷ ତେଲ।ସୋରିଷ ତେଲ ଆମ ଚୁଟି ପାଇଁ ବହୁତ ଲାଭଦାୟୀ ହୋଇଥାଏ।ଏଥିରେ ଓମେଗା ୩ ଫ୍ୟାଟି ଏସିଡ ଏବଂ ଭିଟାମିନ E ଭଳି ପୋଷକ ତତ୍ୱ ଥାଏ।ଯାହା ଆମ ଚୁଟିକୁ ଲମ୍ବା ଏବଂ ଘନ କରିଥାଏ।ଏଥିପାଇଁ ଆପଣ ଏଠାରେ ଏକ ଚାମଚ ସୋରିଷ ତେଲ ନେଇ ସେହି ତିଆରି କରିଥିବା ମିଶ୍ରଣରେ ମିଳାନ୍ତୁ।ଏହାପରେ ଏହି ତିନୋଟି ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ।

ଏବେ ଆସନ୍ତୁ ଜାଣିବା ଏହାର ପ୍ରୟୋଗ କେଉଁ ଜାଗାରେ କରିବେ।ଏହାର ପ୍ରୟୋଗ ଆପଣ ସ୍ନାନ କରିବା ସମୟରେ କରିପାରିବେ।ସ୍ନାନ କରିବାର ଅଧ ଘଣ୍ଟା ପରେ ଆପଣ ଏହାକୁ ନିଜ ଚୁଟିରେ ଲଗାନ୍ତୁ।ଏବଂ ନିଜ ଚୁଟିର ଜଡରେ ଏହାକୁ ଲଗାଇବା ସମୟରେ ହାଲ୍କା ହାଲ୍କା ମାଲିସ କରନ୍ତୁ।ଯଦି ଆପଣଙ୍କ ଚୁଟିରେ କିମ୍ବା ଚୁଟି ଜଡରେ ଉଙ୍କୁଣୀ ଅଛି ତେବେ ଏହାର ମାଲିସ କରନ୍ତୁ।ଏବଂ ଲଗାଇବାର ଅଧ ଘଣ୍ଟା ପରେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ।ଏବଂ ଧୋଇବା ସମୟରେ ଆପଣ ନିଜ ଛୁଟିରେ ସାମ୍ପୁର ପ୍ରୟୋଗ କରିପାରିବେ।ଏହାକୁ ନିଶ୍ଚିତ ବ୍ୟବହାର କରନ୍ତୁ।ଏହା ଶତ ପ୍ରତିଶତ କାର୍ୟ୍ଯକାରୀ ଅଟେ।ଏବଂ ଏହା ଦ୍ୱାରା ଆପଣଙ୍କୁ ନିଶ୍ଚିତ ଉଙ୍କୁଣୀରୁ ଉପସମ ମିଳିବ।

Leave a Reply

Your email address will not be published. Required fields are marked *