November 13, 2024

Odia Express

Leading Odia News Portal of Odisha

ବାଛନ୍ତୁ କୌଣସି ଗୋଟିଏ ପର ଓ ଜାଣନ୍ତୁ ନିଜ ବିଷୟରେ ଅଦ୍ଭୁତ କଥା – ଏହି ଗୋଟିଏ ପର ଆପଣଙ୍କ ସ୍ୱଭାବ ବିଷୟରେ କହିଦେବ..

ଛୋଟବେଳେ ପରକୁ ବହି ମଧ୍ୟରେ ସଜାଇ ରଖିବା ସବୁ ପିଲାଙ୍କର ସଉକ ହୋଇଥାଏ।ସମସ୍ତଙ୍କୁ ଅଲଗା ଅଲଗା ପର ପସନ୍ଦ ହୋଇଥାଏ।କାହାକୁ ମୟୂରର ପର ତ କାହାକୁ ଅନ୍ୟ ପକ୍ଷୀଙ୍କର ପର ପସନ୍ଦ ହୋଇଥାଏ। ମନୋବିଜ୍ଞାନୀଙ୍କ ଅନୁସାରେ ପରର ଚୟନ ମଧ୍ୟ ଭାଗ୍ୟ ଫଳକୁ ନିର୍ଦ୍ଧାରିତ କରିଥାଏ ଓ ଆମର ଭାବନା ହିଁ ଆମ ବ୍ୟକ୍ତିତ୍ୱର ଅନେକ ଗଭୀର ରହସ୍ୟ ଖୋଲିଥାଏ।ଯେଉଁ ବ୍ୟକ୍ତିଙ୍କୁ ଧଳା ପର ପସନ୍ଦ ହୋଇଥାଏ ସେହି ବ୍ୟକ୍ତିମାନେ ସ୍ୱଭାବରେ ଅତ୍ୟନ୍ତ ଦୟାଳୁ ଅଟନ୍ତି।

ସେହି ବ୍ୟକ୍ତି ମାନେ ଏକା ଚାଲିବାରେ ନୁହେଁ ବରଂ ସମସ୍ତଙ୍କୁ ସାଥିରେ ନେଇ ଚଲିବାରେ ବିଶ୍ୱାସ ରଖିଥାନ୍ତି।ନିଜ ଯୋଗୁ ଅନ୍ୟକୁ ଖୁସିରେ ଦେଖିବା ଏହି ଲୋକମାନଙ୍କୁ ବହୁତ ପସନ୍ଦ ହୋଇଥାଏ।ସ୍ୱଭାବରେ ଏମାନେ ରାଗି ହୋଇଥାନ୍ତି ଓ ଛୋଟ ଛୋଟ କଥାରେ ବହୁତ ରଗିଯାଇଥାନ୍ତି।କିନ୍ତୁ ଯେତେ ଜଲଦି ଏମାନେ ରାଗିଥାନ୍ତି ସେତେ ଶୀଘ୍ର ଏମାନେ ଶାନ୍ତ ମଧ୍ୟ ହୋଇଯାନ୍ତି।କଳା ଓ ଧଳା ରଙ୍ଗ ମିଶା ପର ପସନ୍ଦ କରୁଥିବା ବ୍ୟକ୍ତିମାନେ ବହୁତ ହୃଦୟବାନ ବ୍ୟକ୍ତି ହୋଇଥାନ୍ତି।

ନିଜ ଜୀବନରେ ଛୋଟ ଛୋଟ ଜିନିଷ ପାଇଁ ଆପଣ ଅନ୍ୟ ଉପରେ ନିର୍ଭର କରିବାକୁ ପସନ୍ଦ କରନ୍ତି ନାହିଁ।ନିଜର ଆବଶ୍ୟକତା ଠାରୁ ଏମାନେ ନିଜର ପରିବାରର ଆବଶ୍ୟକତାକୁ ଗୁରୁତ୍ୱ ଦେଇଥାନ୍ତି।କୌଣସି କାର୍ଯ୍ୟକୁ ପୂରଣ କରିବା ପାଇଁ ଏମାନେ କେବେହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ।ଏମାନଙ୍କୁ ଲୋକଙ୍କୁ ଚିହ୍ନିବାର କ୍ଷମତା ରହିଥାଏ ଏମାନେ ଖରାପ ଲୋକଙ୍କ ଠାରୁ ଧୀରେ ଧୀରେ ଦୂରେଇ ଯାଆନ୍ତି।ଯେଉଁ ବ୍ୟକ୍ତି ଥରେ ଏମାନଙ୍କୁ ଧୋକା ଦିଏ ସେ ଏହାପରେ ଯେତେ ପ୍ରୟାସ କଲେ ମଧ୍ୟ ଏମାନଙ୍କ ନିକଟତର ହୋଇପାରେ ନାହିଁ।

ନୀଳ ଓ ଧଳା ରଙ୍ଗର ପର ରଖୁଥିବା ବ୍ୟକ୍ତିମାନେ ରହସ୍ୟମୟ ସ୍ୱଭାବର ହୋଇଥାନ୍ତି।ଏମାନେ ନିଜର ବ୍ୟକ୍ତିଗତ ଜୀବନକୁ କାହା ସହ ବାଣ୍ଟନ୍ତି ନାହିଁ।କିନ୍ତୁ ଯାହା ଉପରେ ଆପଣ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ ଆପଣ ଏକ ଖୋଲା ବହି ପରି ହୋଇଥାନ୍ତି।ଏମାନେ ଯାହାକୁ ଭଲପାଆନ୍ତି ସେ ତାଙ୍କ ସହ ସଦାସର୍ବଦା ରହିଥାନ୍ତି ଓ ଜୀବନରେ ଅନେକ ଥର ଏମାନେ ସୁଯୋଗ ହରାଇଛନ୍ତି।ହଳଦିଆ ପର ପସନ୍ଦ କରୁଥିବା ବ୍ୟକ୍ତି ଲୋକଙ୍କ ଖୁସିରେ ସେମାନଙ୍କ ସହ ରହିବା ସହିତ ସେମାନଙ୍କ ଦୁଃଖରେ ସେମାନଙ୍କ ସହ ଠିଆ ହୋଇଥାଆନ୍ତି।ସାଙ୍ଗଙ୍କ ସହ ସମୟ ଅତିବାହିତ କରିବା ଏମାନଙ୍କୁ ପସନ୍ଦ।

କୌଣସି ଜିନିଷକୁ ଏମାନେ ଜଲଦି ବୁଝନ୍ତି ଓ ସିଖନ୍ତି।ଏମାନେ ଅଧିକ ରାଗି ସ୍ୱଭାବର ହୋଇଥାନ୍ତି।ଏମାନଙ୍କୁ ଖରାପ କାମ ଦେଖିବାମାତ୍ରେ ଅଧିକ ରାଗ ଆସିଥାଏ।ମୟୂରର ପର ପସନ୍ଦ କରୁଥିବା ବ୍ୟକ୍ତି ମାନେ କେବେହେଲେ ହାର ମାନନ୍ତି ନାହିଁ।ନିଜ କାର୍ଯ୍ୟରେ ଅନ୍ୟ ଉପରେ ନିର୍ଭର କରିବା ଏମାନଙ୍କୁ ପସନ୍ଦ ନୁହେଁ।ଏମାନେ ସବୁଠାରୁ ଅଧିକ ନିଜ ପରିବାରକୁ ଭଳପାଇଥାନ୍ତି।ଏମାନେ ନିଜ ପରିବାରର ସମସ୍ତ ଆବଶ୍ୟକତାକୁ ବୁଝିଥାନ୍ତି ଓ ଏହାକୁ ପୂରଣ କରିଥାନ୍ତି।ଏମାନେ ଅନ୍ୟ ଉପରେ ଏତେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ମିଛ କଥାରେ ସେମାନଙ୍କ ଉପରେ ଭରସା କରି ନିଅନ୍ତି।ସେଥିପାଇଁ ଏମାନଙ୍କୁ ସାବଧାନ ରହିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *