October 25, 2024

Odia Express

Leading Odia News Portal of Odisha

ରାବଣ କାହାର ଅବତାର ଥିଲେ?ଏହି କଥା ପ୍ରାୟ ୯୯ ପ୍ରତିଶତ ଲୋକ ଜାଣିନଥିବେ – ଏବେ ଜାଣିରଖନ୍ତୁ

ଯେପରି ଆପଣ ଜାଣିଛନ୍ତି ଭଗବାନ ଶ୍ରୀରାମ ଭଗବାନ ବିଷ୍ଣୁଙ୍କ ଅବତାର ଥିଲେ ଏବଂ ଭଗବାନ ହନୁମାନ ସ୍ରୋୟଂ ଦେବଙ୍କ ଦେବ ମହାଦେବଙ୍କ ଅବତାର ଥିଲେ।କିନ୍ତୁ ଏଥିରୁ ପ୍ରଶ୍ନ ଆସେ ଯେ ରାବଣ କାହାର ଅବତାର ଥିଲେ?ଆଜିର ଏହି ବିଶେଷ ଆର୍ଟିକିଲରେ ଆମେ ଜାଣିବା ମହା ଜ୍ଞାନୀ ରାବଣ କାହା ଅବତାର ଥିଲେ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା। କୁହାଯାଇଥାଏ ଯେ ରାବଣ ବହୁତ ଅଧିକ ଜ୍ଞାନୀ ବ୍ରାହ୍ମଣ ଥିଲା।କିନ୍ତୁ ରାବଣ ଅନୈତିକତା ଏବଂ ଅଧର୍ମର ପପ୍ରତିକ ମାନଯାଏ।କିନ୍ତୁ ଏହା ରାବଣର ଅଧୁରା ପରିଚୟ ଅଟେ।ଆମେ ଏହି ଆର୍ଟିକିଲରେ ରାବଣର ସମ୍ପୂର୍ଣ୍ଣ ପରିଚୟ ଦେବୁ।ଏହା ଆମେ ବିଷ୍ଣୁ ପୁରାଣ ଏବଂ ବିଭିନ୍ନ ପୁସ୍ତକରୁ ଏହି ତଥ୍ୟ ଆପଣଙ୍କୁ ଜଣାଇବୁ।

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଏକ ଯୁଗରେ ରାବଣ ଭାଗବାନ ବିଷ୍ଣୁଙ୍କ ଦ୍ୱାରପାଳ ମଧ୍ୟ ଥିଲା ଯେଏବଂ ତାଙ୍କ ଦ୍ୱାର ସାମ୍ନାରେ ସୁରକ୍ଷା ଦେଉଥିଲା।ଏବଂ ଭଗବାନ ବିଷ୍ଣୁ ଭଗବାନ ରାମଙ୍କ ରୂପରେ ଅବତାର ନେଇଥିଲେ କୌଣସି ଏକ ଅଭିଶାପ କାରଣରୁ ରାବଣରେ ରାକ୍ଷସ ପ୍ରବୃତ୍ତି ଉତ୍ପର୍ଣ୍ଣ ହୋଇଯାଇଥିଲା।ଏହି କାରଣ ପାଇଁ ରାବଣ ଏକ ରାକ୍ଷସ ହୋଇଥିଲା।

ପୁରାଣ କଥାର ମାନ୍ୟତା ଅନୁସାରେ ଗୋଟେ ଥର ସନକ,ସନତନ, ସନାତନ ଏବଂ ସନଦ କୁମାର ଭଗବାନ ବିଷ୍ଣୁଙ୍କଦର୍ଶନ କରିବାକୁ ଆସିଥିଲେ।ସେହି ସମୟରେ ଭଗବାନ ବିଷ୍ଣୁଙ୍କର ଦୁଇଟି ଦ୍ୱାରପାଳ ଜୟ ଏବଂ ବିଜୟ ସୁରକ୍ଷା ଦେଉଥିଲେ।ସେ ସେହି ଚାରି ଜଣଙ୍କୁ ଭିତରକୁ ଯିବାପାଇଁ ମନା କରିଦେଇଥିଲେ।ଅନୁମତି ନ ମିଳିବା କାରଣରୁ ଋଷିଗଣ ରାଗିଯାଇଥିଲେ ସେ ସେହି କ୍ଷଣରେ ଜୟ ଏବଂ ବିଜୟଙ୍କୁ ରାକ୍ଷସ ହୋଇଯିବାର ଅଭିଶାପ ଦେଇଦେଇଥିଲେ।ଜୟ ଏବଂ ବିଜୟ ଋଷିଙ୍କୁ କ୍ଷମା ମାଗିଲେ ଏବଂ ଭଗବାନ ବିଷ୍ଣୁ ମଧ୍ୟ ଋଷି ମାନଙ୍କୁ ଅନୁରୋଧ କଲେ ସେମାନଙ୍କୁ କ୍ଷମା କରିଦେବା ପାଇଁ।

ଶେଷରେ ଋଷି ଅଭିଶାପର ପ୍ରଭାବକୁ କମ କରିବା ପାଇଁ ଏକ ବ୍ୟବସ୍ଥା କଲେ।ଅଭିଶାପ ତ ଫେରାଇ ନେଇହେବ ନାହିଁ ତାଙ୍କୁ ୩ଟି ଜନ୍ମ ରାକ୍ଷସ ରୁପରେ ନେବାକୁ ପଡିବ।କିନ୍ତୁ ଯଦି ତାଙ୍କ ମୃତ୍ୟୁ ଭଗବାନ ବିଷ୍ଣୁ ଅଥବା ତାଙ୍କ ଅବତାରଙ୍କ ହାତରୁ ହେବ ତେବେ ପୁନର୍ବାର ସେମାନେ ନିଜ ସ୍ୱରୂପ ପ୍ରାପ୍ତ କରିପାରିବେ।ଏହା ମଧ୍ୟ କୁହାଯାଇଥାଏ ପ୍ରଥମ ଜନ୍ମରେ ଭଗବାନ ବିଷ୍ଣୁଙ୍କର ଏହି ଦ୍ୱାରପାଳ ହିରଣାୟକସ ଏବଂ ହିରଣକଶ୍ୟପ ହୋଇଥିଲେ ଓ ଭଗବାନ ବିଷ୍ଣୁ ଏମାନଙ୍କ ସଂଘାର କରିଥିଲେ।

ଏହାପରେ ଏହି ଦ୍ୱଇ ଭାଇ ରାବଣ ଏବଂ କୁମ୍ଭକର୍ଣ୍ଣ ହୋଇଥିଲେ ତେବେ ଭାଗବାନ ଶ୍ରୀରାମ ସଂଘାର କରିଥିଲେ।ତୃତୀୟ ଜନ୍ମରେ ଏମାନେ ଶିଶୁପାଳ ଏବଂ ଦନ୍ତବ୍ରକ ହୋଇଥିଲେ ଏବଂ ସେହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାରରେ ସେ ଏହି ଦୁଇ ରାକ୍ଷସଙ୍କ ବଦ୍ଧ କରିଥିଲେ।ଏବଂ ଏମାନଙ୍କୁ ପରମ ଧାମ ପହଞ୍ଚାଇଦେଇଥିଲେ।ଏବଂ ଏହି ପ୍ରକାରରେ ଦୁଇ ଦ୍ୱାରପାଳଙ୍କୁ ରାକ୍ଷସ ଶରୀରରୁ ମୁକ୍ତି ମିଳିଥିଲା।

Leave a Reply

Your email address will not be published. Required fields are marked *