October 23, 2024

Odia Express

Leading Odia News Portal of Odisha

ଜାମୁ କୋଳି ଖାଇବାର ଅନେକ ଲାଭ – ଏହି କଥା ଜାଣିବା ପରେ ଆପଣ କହିବେ ଆଗରୁ କେହି କହି ନଥିଲେ କାହିଁକି..

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାମୁ କୋଳି ଖାଇବାର ବିଶେଷ ଲାଭ ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଜାମୁ କୋଳିର ଅନେକ ଲାଭ ବିଷୟରେ।ଜାମୁ ଏକ ଏପରି ବୃକ୍ଷ ହୋଇଥାଏ ଯେଉଁଥିରେ ଔଷଧୀୟ ଗୁଣ ଅଧିକ ପରିମାଣରେ ରହିଥାଏ।ଏହାର ପତ୍ର ହେଉ ଫୁଲ ହେଉ ବା ଫଳ ଯାହାକୁ ଆମେ ଜାମୁ ନାମରେ ଜାଣିଛୁ ସେଥିରେ ଔଷଧୀୟ ଗୁଣ ଭରି ହୋଇ ରହିଥାଏ।ବିଶେଷ କରି ଏହା ଦ୍ୱାରା ମଧୁମେହ ଜନିତ ରୋଗରୁ ମୁକ୍ତି ମିଳିଥାଏ।

ଏହା ସହିତ ଅନେକ ଗୁଡିଏ ରୋଗ ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ।ଆଜିର ଏହି ଆର୍ଟିକିଲରେ ଆମେ ଏହି ବିଷୟରେ ଚର୍ଚ୍ଚା କରିବା।ଏହା ମଧୁମେହରେ, କାନର ଦରଜରେ, ମୁଖ ଜନିତ ସମସ୍ୟାରେ ଏହା ସହିତ ପେଟ ସମ୍ୱନ୍ଧୀୟ ଅସୁବିଧାରେ ଏହା ବହୁତ ଅଧିକ ଉପଯୋଗୀ ହୋଇଥାଏ।

ସାଧାରଣତଃ ଗ୍ରାମରେ ଆପଣଙ୍କୁ ଜାମୁ କୋଳିର ଅନେକ ଗଛ ମିଳିଯାଇଥାଏ।ଓ ବିଭିନ୍ନ ଜାଗାରେ ଅନେକ ବଗିଚାରେ ଏହି ଗଛ ଅଧିକ ପରିମାଣରେ ମଧ୍ୟ ଲାଗିଥାଏ।ଏହା ଦ୍ୱାରା ଅଧିକ ପରିମାଣରେ ଜାମୁ କୋଳି ସଂଗ୍ରହ କରି ଏକା ସାଙ୍ଗରେ ବିକାଯାଇଥାଏ।ଏହାର ବୈଜ୍ଞାନିକ ନାମ ହେଉଛି ସିଜିଜିୟମ କ୍ୟୁମିନି।ସଂସ୍କୃତରେ ଏହାକୁ ମହାଫଳା କୁହାଯାଇଥାଏ।ଏହି ଫଳ ମଧ୍ୟରେ ଆଇରନ ରହିଥାଏ, ଭିଟାମିନ ଏ ଭିଟାମିନ ସି ରହିଥାଏ।ଏହାସହିତ ବହୁତ ଭଲ ଆଣ୍ଟିଅକ୍ସିଡାଣ୍ଟ ଏହା ମଧ୍ୟରେ ମିଳିଥାଏ।ଏହା ଆମ ଇମ୍ୟୁନିଟି ବଢାଇବାରେ ବହୁତ ଅଧିକ ଲାଭଦାୟକ ହୋଇଥାଏ।

ଏଥିରେ ଥିବା ଆଇରନ ଆମ ରକ୍ତର କମିକୁ ପୁରଣ କରିଥାଏ।ଏଥିରେ ଥିବା ଭିଟାମିନ ସି ଏବଂ ଭିଟାମିନ ଏ ଆମ ଆଖି ପାଇଁ ବୋହିତ ଲାଭଦାୟକ ହୋଇଥାଏ।ଏହା ସହିତ ଏଥିରେ କିଛି ଏପରି ତତ୍ୱ ମିଳିଥାଏ ଯାହା ମଧୁମେହକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ।

ଯଦି କୌଣସି ବ୍ୟକ୍ତିର ମୁହଁରେ କିମ୍ବା ଗଳାରେ ଛେଲା ହୋଇଯାଏ, ଦାନ୍ତ ସମ୍ୱନ୍ଧୀୟ କିଛି ରୋଗ ହୋଇଯାଏ ତେବେ ଆପଣଙ୍କୁ ଏହି ଜାମୁ ଗଛର ପତ୍ରର ରସ କାଢି ସେଥିରେ କୁଳି କରନ୍ତୁ।ଏହା ଦ୍ୱାରା ଏକରୁ ଦୁଇ ଦିନ ମଧ୍ୟରେ ଆପଣ ଦେଖିବେ ଛେଲା ସମ୍ପୂର୍ଣ୍ଣ ରୂପରେ ଭଲ ହୋଇଯିବ।
ଯଦି ଆପଣଙ୍କ ଦାନ୍ତରେ କିମ୍ବା ମାଢ଼ିରୁ ରକ୍ତ ବାହାରୁଥାଏ ତେବେ ଆପଣ ଏହାର ପତ୍ରକୁ ନେଇ ଖରାରେ ଶୁଖାଇ ତାହାର ପେଷ୍ଟ ତିଆରି କରି ସେଥିରେ ଦାନ୍ତ ଘଷିବା ଦ୍ୱାରା ଦାନ୍ତ ଜନିତ ସମସ୍ତ ସମସ୍ୟା ଦୂର ହୋଇଜାଇଥାଏ।

ଯଦି ଆପଣଙ୍କୁ ମଧୁମେହ ଥାଏ ତେବେ ଜାମୁର ମଞ୍ଜିକୁ ଗୁଣ୍ଡ କରି ତାହାକୁ ପାଉଡର ତିଆରି କରି ଦିନକୁ ତିନି ଥର ସେବନ କରନ୍ତୁ।ଏହାଦ୍ୱାରା ଆପଣଙ୍କୁ ମଧୁମେହ ଠାରୁ ଲାଭ ମିଳିଥାଏ।ଯଦି ଆପଣଙ୍କ କାନରେ ଦରଜ ଥାଏ ତେବେ ଆପଣ ଏହି ଜାମୁର ମଞ୍ଜି ନେଇ ତାହାକୁ ପେଷି ପାଉଡର ତିଆରି କରନ୍ତୁ ଏବଂ ଏହାପରେ ସେଥିରେ କିଛି ମହୁ ମିଶାଇ କାନରେ ପକାଇବା ଦ୍ୱାରା ଲାଭ ମିଳିଥାଏ।ଏହାଦ୍ୱାରା କାନରୁ ରକ୍ତ ବାହାରିବା, କାନରୁ ପୂଜ ହେବା ଏବଂ ଦରଜ ହେବା ସବୁ ବନ୍ଦ ହୋଇଜାଇଥାଏ।

Leave a Reply

Your email address will not be published. Required fields are marked *