ଜଲଦି ହିଁ ଲଞ୍ଚ ହେବାକୁ ଯାଊଛି ଉଡନ୍ତା କାର୍ , ଜାଣନ୍ତୁ କେବେ କିଣିପାରିବେ ଓ କେତେ ରହିବ ଏହାର ଦାମ୍…

ଉଡନ୍ତା କାର୍ ସ୍ୱପ୍ନ ବହୁତ ଦଶକରୁ ଦେଖାଯାଉଛି, ଏହାକୁ ବନାଉଥିବା କମ୍ପାନୀ ବହୁତ ଦାବି କରିଛନ୍ତି କିନ୍ତୁ ଏବେ ପର୍ଯ୍ୟନ୍ତ କେହି ଜଣେ ସଫଳ ଓ ପ୍ରାକ୍ଟିକାଲ୍ ଫ୍ଲାଇଙ୍ଗ୍ କାର୍ ବନାଇପାରିନାହାନ୍ତି, ଏବେ ୨୦୨୦ ରେ ପରିଶେଷରେ ସ୍ଲୋବାକିୟାର ଏକ କମ୍ପାନୀ ଏହି ସ୍ୱପ୍ନକୁ ସତ କରିଦେଖାଇଛନ୍ତି, ସେ ଏହି ଆଗାମୀ ବର୍ଷ ମାର୍କେଟରେ ଏହି କାର୍ ଲଞ୍ଚକରିବାକୁ ଯାଊଛନ୍ତି ।ଏହି ଉଡୁଥିବା କାର୍ କୁ ଲୋକେ ନିଜ ପର୍ସନାଲ୍ ୟୁଜ୍ ଓ କର୍ମର୍ଶିଆଲ୍ ୟୁଜ୍ ଦୁହେଁ ପାଇଁ କିଣିପାରିବେ , ମତଲବ ଏହି କାର୍ ବ୍ୟବହାର ନିଜର୍ ବ୍ୟକ୍ତିଗତ ହିସାବରେ ବି କରିପାରିବେ , କିମ୍ବା ଟ୍ୟାକ୍ସି ରୁପରେ ଏହାକୁ ଭଡାରେ ଲଗାଇପାରିବେ, ଏହି କାର୍ ତଳୁ ଆକାଶକୁ ଯିବାପାଇଁ ତିନି ମିନିଟ୍ ର ସମୟ ନେଇଥାଏ । ସ୍ଲୋବାକିୟା ଏବେ ଏହି କାର୍ ଟେକ୍-ଅଫ୍ ଓ ଲ୍ୟାଣ୍ତିଙ୍ଗ୍ କିଛି ଟେଷ୍ଟ କରିଥିଲେ ଯାହାକି ସେଥିରେ ପୁରା ସଫଳ ରହିଥିଲେ
ଏହି କମ୍ପାନୀର ଏହା ପଞ୍ଚମ ଟେଷ୍ଟ ରାଇଡିଙ୍ଗ୍ ଥିଲା, ଏହି କାର୍ ରେ କିଛି ଅସୁବିଧା ଦେଖାଯାଇନଥିଲା, ଡେଭଲରପର୍ସ ଏହି କାର୍ ସଫଳ ପ୍ରାରୁପ ଅଟେ, ଏହାକୁ ଆଗାମୀ ବର୍ଷ ପର୍ଯ୍ୟନ୍ତ ମାର୍କେଟରେ ଲଞ୍ଚ କରିଦିଆଯିବ । ଏହି କାର୍ କୁ ବନାଇଥିବା ଫାର୍ମ ସ୍ଲୋବାକିୟନ୍ ଙ୍କ କ୍ଲେନ୍ ଭିଜନ ଅଟେ, ଏହି କାର୍ କୁ ଡିଜାଇନ୍ କରିଥିବା ବ୍ୟକ୍ତିଙ୍କ ନାଁ ପ୍ରୋଫେସର୍ ଷ୍ଟିଫେନ୍ କ୍ଲେନ୍ ଅଟେ, ଏହି କାର୍ ୬୨୦ ମାଇଲ୍ ବେଗରେ ଚାଲିବାରେ ସକ୍ଷମ ଅଟେ, ଏହାର ଭିତରେ ଦୁଇଟି ଲୋକ ବସିପାରିବେ । କାରର ଡିଜାଇନ୍ କୁ ନେଇ ଷ୍ଟିଫେନ୍ କ୍ଲେନ୍ କହନ୍ତି କି ସାଧାରଣତଃ କାର୍ ଓଜନ ଭାରି ହୋଇଥାଏ , ଯେବେ କି ପ୍ଲେନ୍ ଉଡାଇବାପାଇଁ ହାଲକା ହେବା ଜରୁରୀ , ଏଥିପାଇଁ ଏହାର ଡିଜାଇନ୍ ଓ ବ୍ୟାଲାନ୍ସ କରି ବନାଯାଇଛି, ଏହି ଉଡୁଥିବା କାର୍ ର ଓଜନ ୧ ହଜାର ୯୯ କିଲୋ ଅଟେ ।
ଏହି କାର୍ ବିଏମ୍ ଡବଲୁ ୧,୬ ଲିଟର ଇଞ୍ଜିନ୍ ଦ୍ୱାରା ଚାଲିଥାଏ, ଏହି କାର୍ ପ୍ଲେନ୍ ରେ ୧୪୦ ଏଚ୍ ପି ପାୱାର୍ ଆଉଟପୁଟ୍ ଦେଇଥାଏ, ଏହାର ଯାତ୍ରା କରିବାର ରେଞ୍ଜ ବିଷୟରେ କହିଲେ ଅନୁମାନିତ ରୁପରେ ଥରକରେ ସେ ୬୨୧ ମିଲ୍ ଦୁର୍ ଯାତ୍ରା କରିପାରେ ।ଏହି କାର୍ ର ପଙ୍ଖା ପଛପଟେ ଲାଗିଛି, ଏହା ଯେବେ ରାସ୍ତାରେ ହୋଇଥାଏ ତେବେ ପାର୍କିଙ୍ଗରେ ଠିଆ ହେଲେ ଏହାର ପଙ୍ଖା ଉପରକୁ ଆଡକୁ ଠିଆ ହୋଇରହେ , ଏଥିରେ ରାସ୍ତା କିମ୍ବା ପାର୍କିଙ୍ଗ୍ ରେ ବହୁତ ସ୍ପେସ୍ ମିଳିଯାଏ , ସେମିତି ଉଡିବା ସମୟରେ କାର୍ ନିଜ ପଙ୍ଖା ଖୋଲିଦିଏ । ଏହି କାରର ଦାମ୍ କେତେ ହେବ ଏହା ଏକବଡ ପ୍ରଶ୍ନ ଅଟେ, କମ୍ପାନୀ ଏବେ ପର୍ଯ୍ୟନ୍ତ ଏହାର ଦାମ୍ ବିଷୟରେ ଖୁଲାସା କରିନାହିଁ , ଏହି କାର୍ ଆଗାମୀ ବର୍ଷ ମାର୍କେଟ୍ ରେ ଛଡା ହେଲେ ତେବେ ଏହାର ଅସଲି ଦାମ୍ ବିଷୟରେ ଜାଣିହେବ , ସେମିତି କମ୍ପାନୀ ଏହା ହିଣ୍ଟ୍ ଦେଉଛି କି ସେ ଏହାକୁ ଏକ ସାଧାରଣ ରେଟ୍ ରେ ମାର୍କେଟ୍ କୁ ଛାଡିବ ।